Posted inଫୁରସତ

କପଡା କଣ୍ଢେଇକୁ ବାହା ହେଲେ, ମା’ ବି ହେଲେ

କିଛି ଲୋକ ପ୍ରସିଦ୍ଧି ହାସଲ କରିବା ପାଇଁ କିଛି ବି କରିପାରନ୍ତି। ଏମିତିକି ଅନେକ ଅଜବ କାମ କରିବାକୁ ବି ପଛାଇ ନ ଥାନ୍ତି। ସେଇଭଳି ଜଣେ ମଣିଷ ହେଉଛନ୍ତି ବ୍ରାଜିଲର ୩୭ ବର୍ଷୀୟା ମହିଳା ମେରିବୋନ ରୋଚା ମୋରେସ୍‌। ସେ ଚର୍ଚ୍ଚାରେ ରହିବା ପାଇଁ ବିବାହ କରିଛନ୍ତି ଜୀବନ ନ ଥିବା କପଡାର ଏକ କଣ୍ଢେଇକୁ। କେବଳ ସେତିକି ନୁହେଁ ସେ ସମସ୍ତଙ୍କୁ ଏହା କହି ଚକିତ କରି ଦେଇଛନ୍ତି ଯେ, ଜୀବନବିହୀନ କଣ୍ଢେଇ ସ୍ବାମୀଙ୍କ ସନ୍ତାନର ଜନନୀ ବି ସେ ହୋଇସାରିଛନ୍ତି। ମେରିବୋନ କହନ୍ତି, ‘ମୋ ମା’ କପଡାର ଏକ କଣ୍ଢେଇ ତିଆରି କରିଥିଲେ। ତାହା ମତେ ଏତେ ଭଲ ଲାଗିଥିଲା ଯେ, ତାକୁ ଭଲ ପାଇବସିଲି। ଆଉ ଶେଷରେ ନିଷ୍ପତ୍ତି ନେଲି ସେଇ କଣ୍ଢେଇକୁ ବିବାହ କରିବି। ବେଶ୍‌ ଧୁମ୍‌ଧାମ୍‌ରେ ଆମର ବିବାହ ବି ହେଲା। ଏଇ ବିବାହରେ ୨୫୦ଜଣ ସାମିଲ ଥିଲେ। ବିବାହ ପରେ କଣ୍ଢେଇ ସ୍ବାମୀଙ୍କ ସହ ହନିମୁନ୍‌ରେ ବି ଯାଇଥିଲି।’ ତେବେ କଥା ଏତିକିରେ ସରି ନ ଥିଲା। ବିବାହର କିଛିଦିନ ପରେ ମେରିବୋନ କହିଥିଲେ ଯେ ସେ ଗର୍ଭବତୀ ଅଛନ୍ତି, ଯାହାକି ସମସ୍ତଙ୍କୁ ଚକିତ କରିଥିଲା। ପରେ ସେ କପଡାର ଏକ କଣ୍ଢେଇ ଛୁଆ ସହ ମେଡିକାଲ ବେଡ୍‌ରେ ଫଟୋ ଉଠାଇ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଏବେ ସେହି କପଡାର ଛୋଟ କଣ୍ଢେଇଟି ତାଙ୍କ ସନ୍ତାନ ପାଲଟିଛି। ସେ ନିଜର କଣ୍ଢେଇ ସ୍ବାମୀ ଓ ପିଲାଙ୍କୁ ନେଇ ସୁଖର ସଂସାର କରୁଛନ୍ତି। ନିଜ ସୁଖର ସଂସାରର ଅନେକ ଫଟୋକୁ ସେ ସୋସିଆଲ ମିଡିଆରେ ଅପଲୋଡ ବି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ମହଙ୍ଗା ଫଳ: ମୂଲ୍ୟ ଜାଣିଲେ ଉଡିଯିବ ହୋଶ୍‌

ସାଧାରଣତଃ ମହଙ୍ଗା ଜିନିଷ କିଣିବାକୁ ହେଲେ ଲୋକେ ବିଳାସପୂର୍ଣ୍ଣ କାର, ସୁନା ଏବଂ ହୀରା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଜାପାନରେ ଏକ ତରଭୁଜ ଅଛି,...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

Post Officeର ଜବରଦସ୍ତ ସ୍କିମ୍‌: ମାସିକ ୫୫୫୦ ଟଙ୍କା ରୋଜଗାର ଗ୍ୟାରେଣ୍ଟି

ପୋଷ୍ଟ ଅଫିସ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସଞ୍ଚୟ ଯୋଜନା ପ୍ରଦାନ କରେ। ପୋଷ୍ଟ ଅଫିସ ଏକ ଉଲ୍ଲେଖନୀୟ ଯୋଜନା ହେଉଛି, ମାସିକ ଆୟ ଯୋଜନା...

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ମାତ୍ର ୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ: ପ୍ରଥମ ଦିନରୁ ଲାଭ ହିଁ ଲାଭ…

ନୂଆଦିଲ୍ଲୀ,୧୨।୧୨: ଅନେକ ଲୋକ ଚାକିରି ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ତଥାପି, ଅନେକ ଲୋକ ପାଣ୍ଠି ଅଭାବରୁ ଏହା କରିପାରୁ ନାହାଁନ୍ତି।...

କିଏ ଅଧିକ ପଢିଛନ୍ତି ରାହୁଲ ନା ପ୍ରିୟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୧୨: ଗାନ୍ଧୀ ପରିବାର ଭାରତୀୟ ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ପରିବାର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହି ପରିବାରର ଦୁଇ ପ୍ରମୁଖ ବ୍ୟକ୍ତି, ରାହୁଲ ଗାନ୍ଧୀ ଏବଂ...

ଫ୍ରିଜ୍‌ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…

ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍‌ରେ...

୨୦୨୬ଆରମ୍ଭରୁ ଯୁଦ୍ଧ ନୁହେଁ ହେବ ପ୍ରଳୟ! ସଙ୍କେତ ଦେଲାଣି ଗ୍ରହ ଚଳନ, ଭାରତରେ ପଡିବ ପଡ଼ ପ୍ରଭାବ

ନୂଆଦିଲ୍ଲୀ,୧୧।୧୨: ୨୦୨୬ ହେଉଛି ଏପରି ଏକ ବର୍ଷ ଯାହାକୁ ବିଶ୍ୱ ଅଣଦେଖା କରିପାରିବ ନାହିଁ। ଅନେକ ସୀମା ଏପରି ଏକ ସମୟରେ ଆସିବ ଯେଉଁଠାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri