ଅଜବ ହ୍ୟାଟ୍‌ ଫ୍ୟାଶନ

ଖରାଦିନେ ସୂର୍ଯ୍ୟଙ୍କର ଉତ୍ତାପରୁ ରକ୍ଷା ପାଇବା ପାଇଁ ଅନେକେ ମୁଣ୍ଡରେ ହ୍ୟାଟ୍‌ ବ୍ୟବହାର କରିଥାନ୍ତି। କିନ୍ତୁ ଏଠାରେ ଯେଉଁ ହ୍ୟାଟ୍‌ଗୁଡିକ ସମ୍ପର୍କରେ କୁହାଯାଉଛି, ତାହାକୁ ଖରାଦିନେ ବ୍ୟବହାର କରିହେବ ସତ ହେଲେ ଏହାର ଅଜବ ଡିଜାଇନ୍‌ ଭିନ୍ନ ଲୁକ୍‌ ଦେବା ସହିତ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ ବି କରିପାରିବ…

ସୋଲାର ପ୍ୟାନେଲ ଫ୍ୟାନ୍‌ ହ୍ୟାଟ୍‌: ଆଜିକାଲି ସୋଲାର୍‌ ପ୍ୟାନେଲ୍‌କୁ ଉପଯୋଗ କରି ଅନେକ କାମ ସହଜ ହୋଇପାରୁଥିବା ଦେଖିବାକୁ ମିଳୁଛି। ଏଇ ଯେମିତି ସୋଲାର୍‌ ପ୍ୟାନେଲ୍‌ ଯୁକ୍ତ ଫ୍ୟାନ୍‌ ହ୍ୟାଟ୍‌। ଏହି ହ୍ୟାଟ୍‌କୁ ମୁଣ୍ଡରେ ପିନ୍ଧି ଖରାକୁ ଗଲେ ଏଥିରେ ଲାଗିଥିବା ସୋଲାର୍‌ ପ୍ୟାନେଲ୍‌ ଚାର୍ଜ ହୋଇ ହ୍ୟାଟ୍‌ରେ ଲାଗିଥିବା ଫ୍ୟାନକୁ ଘୂରାଇଥାଏ; ଯଦ୍ଦ୍ବାରା ମୁଣ୍ଡକୁ ଥଣ୍ଡା ପବନ ବାଜି ଗରମରୁ ଟିକେ ଆଶ୍ୱସ୍ତି ମିଳେ।

ଦି ଫ୍ଲାମିଙ୍ଗୋ ହ୍ୟାଟ୍‌: ଫ୍ଲାମିଙ୍ଗୋ ଏକ ସୁନ୍ଦର ପକ୍ଷୀ। ଅବିକଳ ଏହି ପକ୍ଷୀ ଡିଜାଇନ୍‌ର ହ୍ୟାଟ୍‌ ବି ଅଛି। ଯାହାକୁ ପିନ୍ଧି ଯୁବପିଢି ଖାସ୍‌କରି ଯୁବତୀମାନେ ପାଇପାରିବେ ଡିଫରେଣ୍ଟ ଲୁକ୍‌।

ଫେସ୍‌ ମାସ୍କ ହ୍ୟାଟ୍‌: କରୋନା ମହାମାରୀ ତଥା ପ୍ରଦୂଷଣରୁ ମୁକ୍ତି ପାଇବା ପାଇଁ ଏବେ ପ୍ରାୟ ସମସ୍ତେ ମୁହଁରେ ମାସ୍କ ପିନ୍ଧୁଛନ୍ତି। ଆଉ ତାକୁ ହିଁ ନଜରରେ ରଖି ଏବେ ମାର୍କେଟକୁ ମାସ୍କ ଲାଗିଥିବା ହ୍ୟାଟ୍‌ ଆସିଗଲାଣି; ଯଦ୍ଦ୍ବାରା ଦୁଇ ପ୍ରକାରର ସୁବିଧା ହୋଇପାରିବ। ପ୍ରଥମରେ ଖରାରୁ ରକ୍ଷା ପାଇଁ ହ୍ୟାଟ୍‌ କାମରେ ଆସିବ, ଦ୍ବିତୀୟରେ ଏଥିରେ ଲାଗିଥିବା ମାସ୍କ ଯୋଗୁ ନାକ ଓ ପାଟି ଘୋଡାଇ ହୋଇ ସଂକ୍ରମଣରୁ ମୁକ୍ତି ପାଇହେବ।

ଦି କ୍ୟାଣ୍ଡି ଡିସ୍‌ ହ୍ୟାଟ୍‌: ଏହି ହ୍ୟାଟକୁ ଯିଏ ଦେଖିବ, ତାଙ୍କ ପାଟିରୁ ଲାଳ ବୋହିବା ସ୍ବାଭାବିକ। କାରଣ ଏଥିରେ ଲାଗିଛି ଅନେକ ସୁଆଦିଆ ଚକୋଲେଟ୍‌। ଖରାରୁ ମୁକ୍ତି ଦେବା ସଙ୍ଗେ ସଙ୍ଗେ କିଛି ସମୟ ପାଇଁ କ୍ଷୁଧା ମେଣ୍ଟାଇବାକୁ ଏହି ହ୍ୟାଟ୍‌ ବେଶ୍‌ ଉପଯୋଗୀ ହୋଇପାରିବ।

ଲିଓପାର୍ଡ ପୋନିଟେଲ୍‌ ହ୍ୟାଟ୍‌: ଲିଓପାର୍ଡ ବା ଚିତାବାଘ ଦେହର ପ୍ରିଣ୍ଟ ଥିବା ଏହି ହ୍ୟାଟ୍‌ର ଏକ ବିଶେଷତ୍ୱ ହେଉଛି, ଏଥିରେ ଲାଗିଥିବା ଆର୍ଟିଫିସିଆଲ୍‌ ପୋନିଟେଲ୍‌। ଯେଉଁ ଯୁବତୀଙ୍କର ଚୁଟି ଅତି ଛୋଟ, ସେମାନେ ଏହି ହ୍ୟାଟ୍‌କୁ ପିନ୍ଧି ଖରାରୁ ମୁକ୍ତି ପାଇବା ସହ ଲମ୍ବା ଚୁଟିର ଅନୁଭବ ମଧ୍ୟ ନେଇପାରିବେ। ଆଉ ଯେଉଁ ଯୁବତୀଙ୍କର ନିଜର ଲମ୍ବା ଚୁଟି ଅଛି, ସେମାନେ ଚାହିଁଲେ ଏଥିରୁ ଆର୍ଟିଫିସିଆଲ୍‌ ପୋନିଟେଲ୍‌କୁ କାଢି ତା’ ଜାଗାରେ ନିଜ ଚୁଟିକୁ ପୋନିଟେଲ୍‌ କରି ଷ୍ଟାଇଲିଶ୍‌ ଲୁକ୍‌ ପାଇପାରିବେ।

ଅମ୍ବ୍ରେଲା ହ୍ୟାଟ୍‌: ଛତା ଡିଜାଇନ୍‌ର ଏହି ହ୍ୟାଟ୍‌ ଦେଖିବାକୁ ସିନା କୌତୁକିଆ ଲାଗେ କିନ୍ତୁ ଏହାର ଅନେକ ଫାଇଦା ରହିଛି। ନା ଏହାକୁ ହାତରେ ଧରିବାର ଟେନ୍‌ସନ୍‌ ଅଛି ନା କେଉଁଠି ଭୁଲ୍‌ରେ ଛାଡିଦେବାର ଭୟ ଅଛି। କାରଣ ଏଥିରେ ଲାଗିଥିବା ଏକ ସ୍ବତନ୍ତ୍ର ବେଲ୍ଟ ବା ଫିତାକୁ ମୁଣ୍ଡରେ ଗଳାଇଦେଲେ ଏହା ଆରାମରେ ମୁଣ୍ଡ ଉପରେ ଫିକ୍ସ ହୋଇ ରହିଯାଏ। ଉଭୟ ଖରା ଓ ବର୍ଷାଦିନ ପାଇଁ ଏହି ହ୍ୟାଟ୍‌ ବେଶ୍‌ ଉପକାରୀ ହୋଇଥାଏ।

ଗ୍ଲୋ ଇନ୍‌ ଦ ଡାର୍କ ହ୍ୟାଟ୍‌: ଦିନବେଳା ଡହଡହ ଖରାରୁ ମୁକ୍ତି ଦେବା ସହ ଏହି ହ୍ୟାଟ୍‌ ରାତିରେ ଆମକୁ ଅନ୍ଧାରରେ ବାଟ ଦେଖାଇବାରେ ମଧ୍ୟ ବହୁତ ସାହାଯ୍ୟ କରିଥାଏ। କାରଣ ଏହି ହ୍ୟାଟ୍‌ରେ ଲାଗିଥାଏ ସ୍ବତନ୍ତ୍ର ଧରଣର ଅଲ୍‌ଟ୍ରା ବ୍ରାଇଟ୍‌ ଏଲ୍‌ଇଡି ଲାଇଟ୍‌, ଯାହା ଅନ୍ଧାର ସଂସ୍ପର୍ଶରେ ଆସିବା ମାତ୍ରେ ଲାଇଟିଂ କରିବାକୁ ଆରମ୍ଭ କରିଥାଏ। ଏହି ହ୍ୟାଟ୍‌କୁ ଉଭୟ ପୁରୁଷ ଓ ମହିଳା ଚାହିଁଲେ ବ୍ୟବହାର କରିପାରିବେ।

ମ୍ୟାନ୍‌ ଆର୍ଟିଫିସିଆଲ୍‌ ହେୟାର୍‌ ହ୍ୟାଟ୍‌: ଯେଉଁ ପୁରୁଷଙ୍କ ମୁଣ୍ଡରେ ଚୁଟି ନାହିଁ କିମ୍ବା ଚନ୍ଦାପଣର ସମସ୍ୟା ରହିଛି, ସେମାନଙ୍କ ପାଇଁ ଏବେ ଏକ ସ୍ବତନ୍ତ୍ର ଧରଣର ହ୍ୟାଟ୍‌ ଆସିଗଲାଣି। ଆର୍ଟିଫିସିଆଲ୍‌ ଚୁଟି ଡିଜାଇନ୍‌ର ଏହି ହ୍ୟାଟ୍‌କୁ ମୁଣ୍ଡରେ ଲଗାଇବା ଦ୍ୱାରା ଖରା ଦାଉରୁ ରକ୍ଷା ମିଳିବା ସହ ଚୁଟି ନ ଥିବା ଦୁଃଖକୁ ମଧ୍ୟ କିଛି ସମୟ ପାଇଁ ଭୁଲି ହୋଇଯିବ। ଏହାକୁ କେବଳ ଖରାଦିନେ ନୁହେଁ ବାକି ଦିନମାନଙ୍କରେ ବି ପିନ୍ଧିହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri