Posted inଫୁରସତ

ଅଜବ ବ୍ୟାକପ୍ୟାକ

ସ୍କୁଲ, କଲେଜ ଯିବା ପାଇଁ ହେଉ କି ଅଫିସ ଅବା ଆଉଟିଂ, ବ୍ୟାକପ୍ୟାକର ଆବଶ୍ୟକତା ସବୁୁଠି ପଡେ। ତେବେ ଯଦି ଏହି ବ୍ୟାକପ୍ୟାକ ଅନ୍ୟଠାରୁ କିଛି ଭିନ୍ନ ଓ ଅଜବ ହୁଏ ତେବେ ସମସ୍ତଙ୍କ ଦୃଷ୍ଟିଆକର୍ଷଣର କେନ୍ଦ୍ର ହେବ ସେଥିରେ ସନ୍ଦେହ ନାହିଁ। ଜାଣନ୍ତୁ ସେମିତି କେତେକ ଅଜବ ବ୍ୟାକପ୍ୟାକ ସମ୍ପର୍କରେ…

ହ୍ୟୁମାନ ସାଇଜ ବ୍ୟାକପ୍ୟାକ: ଏହି ବ୍ୟାକପ୍ୟାକ ପାଖାପାଖି ଏକ ମଣିଷ ଆକାରର। ଏହା ଏତେ ବଡ ଯେ, ଅନେକ ଜିନିଷ ଏଥିରେ ରଖି ହେବ।ଅଧିକ ଜିନିଷ ରହୁଥିବାରୁ ଓଜନ ହୋଇ କାନ୍ଧ, ପିଠିରେ ଅଧିକ ଚାପ ପଡିବାର ଆଶଙ୍କା ରହୁଥିବାରୁ ଏଥିରେ ମିଡିଲ ଷ୍ଟ୍ରାପ ବି ରହିଛି।

ଚିଜ୍‌ ବର୍ଗର ବ୍ୟାକପ୍ୟାକ: ସ୍ବାଦିଷ୍ଟ ଚିଜ୍‌ ବର୍ଗର ପରି ଦେଖାଯାଏ ଏହି ବ୍ୟାକପ୍ୟାକ। ହେଲେ ଏହି ବ୍ୟାକପ୍ୟାକରେ ବହି, ଖାତାଠୁ ଆରମ୍ଭ କରି ଅନ୍ୟ ବହୁ ଜିନିଷ ବି ରଖିହେବ।

ଅକ୍ଟୋପସ ବ୍ୟାକପ୍ୟାକ: ଏହି ବ୍ୟାକପ୍ୟାକକୁ କ୍ୟାରୀ କଲେ ଲାଗିବ ସତେ ଯେମିତି ଏକ ଅକ୍ଟୋପସ ପିଠିକୁ ଜାବୁଡି ଧରିଛି। ବେଶ ଅଜବ ଦେଖିବାକୁ ଏହି ବ୍ୟାଗ।

କଞ୍ଚାମାଂସ ବ୍ୟାକପ୍ୟାକ: ତାଜା କଞ୍ଚାମାଂସ ଖଣ୍ଡ ପରି ଦେଖିବାକୁ ଏହି ବ୍ୟାକପ୍ୟାକ। ଏହା ଏତେ ସତସତିକା ଲାଗେ ଯେ, ସତର୍କ ରହିବା ଜରୁରୀ ଯେମିତି କୌଣସି ମାଂସାଶୀ ପ୍ରାଣୀ ଖାଇବା ପାଇଁ ପଛରେ ପଡି ନ ଯାଏ।

ଲେଦର ଡ୍ରାଗନ ବ୍ୟାକପ୍ୟାକ: ଚମଡାରେ ତିଆରି ଏହି ବ୍ୟାକପ୍ୟାକକୁ କ୍ୟାରୀ କଲେ ଲାଗେ ସତେ ଯେମିତି ଏକ ସତସତିକା ଡ୍ରାଗନ କାନ୍ଧରେ ଝୁଲି ରହିଛି; ଯାହାକି ବେଶ୍‌ ଅଜବ ଦେଖାଯାଏ।

ଗିଟାର ବ୍ୟାକପ୍ୟାକ: ମ୍ୟୁଜିକ ଲଭରଙ୍କୁ ଏହି ବ୍ୟାଗ ନିଶ୍ଚିତ ଭାବେ ଭଲ ଲାଗିବ। ଚମଡାରେ ତିଆରି ଏହି ବ୍ୟାଗରେ ମିନି ସ୍ପିକର ଏବଂ ଏମ୍‌ ପି ଥ୍ରୀ ପ୍ଲେୟାର ପାଇଁ ଆଉଟଲେଟ୍‌ ବି ଅଛି। ଉକ୍ତ ବ୍ୟାକପ୍ୟାକ ଇଟାଲୀରେ ତିଆରି।

ନିନ୍‌ଜା ଟର୍ଟଲ ବ୍ୟାକପ୍ୟାକ: କଇଁଛର ଖୋଳ ତଥା କାର୍ଟୁନ କ୍ୟାରେକ୍ଟର ନିନ୍‌ଜା ଟର୍ଟଲର ଶରୀର ପରି ଦେଖାଯାଏ ଏହି ବ୍ୟାକପ୍ୟାକ। ତେଣୁ ଏହାକୁ କ୍ୟାରୀ କଲେ ନିନ୍‌ ଜା ଟର୍ଟଲ ପରି ନିଜକୁ ମନେ କରିବେ।

ପୋକ ପରି ବ୍ୟାକପ୍ୟାକ: ଉକ୍ତ ବ୍ୟାଗକୁ କ୍ୟାରି କଲେ ପିଠିରେ ଏକ ବଡ ପୋକ ଚଢି ଥିବା ପରି ଲାଗେ। କିଛି ପିଲାଙ୍କୁ ଏହି ବ୍ୟାଗ ମଜାଦାର ଲାଗିପାରେ। ହେଲେ କେହି କେହି ଏହାକୁ ଦେଖି ସତ ପୋକ ଭାବି ଡରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?