Posted inଫୁରସତ

ଅଜବ ବ୍ୟାକପ୍ୟାକ

ସ୍କୁଲ, କଲେଜ ଯିବା ପାଇଁ ହେଉ କି ଅଫିସ ଅବା ଆଉଟିଂ, ବ୍ୟାକପ୍ୟାକର ଆବଶ୍ୟକତା ସବୁୁଠି ପଡେ। ତେବେ ଯଦି ଏହି ବ୍ୟାକପ୍ୟାକ ଅନ୍ୟଠାରୁ କିଛି ଭିନ୍ନ ଓ ଅଜବ ହୁଏ ତେବେ ସମସ୍ତଙ୍କ ଦୃଷ୍ଟିଆକର୍ଷଣର କେନ୍ଦ୍ର ହେବ ସେଥିରେ ସନ୍ଦେହ ନାହିଁ। ଜାଣନ୍ତୁ ସେମିତି କେତେକ ଅଜବ ବ୍ୟାକପ୍ୟାକ ସମ୍ପର୍କରେ…

ହ୍ୟୁମାନ ସାଇଜ ବ୍ୟାକପ୍ୟାକ: ଏହି ବ୍ୟାକପ୍ୟାକ ପାଖାପାଖି ଏକ ମଣିଷ ଆକାରର। ଏହା ଏତେ ବଡ ଯେ, ଅନେକ ଜିନିଷ ଏଥିରେ ରଖି ହେବ।ଅଧିକ ଜିନିଷ ରହୁଥିବାରୁ ଓଜନ ହୋଇ କାନ୍ଧ, ପିଠିରେ ଅଧିକ ଚାପ ପଡିବାର ଆଶଙ୍କା ରହୁଥିବାରୁ ଏଥିରେ ମିଡିଲ ଷ୍ଟ୍ରାପ ବି ରହିଛି।

ଚିଜ୍‌ ବର୍ଗର ବ୍ୟାକପ୍ୟାକ: ସ୍ବାଦିଷ୍ଟ ଚିଜ୍‌ ବର୍ଗର ପରି ଦେଖାଯାଏ ଏହି ବ୍ୟାକପ୍ୟାକ। ହେଲେ ଏହି ବ୍ୟାକପ୍ୟାକରେ ବହି, ଖାତାଠୁ ଆରମ୍ଭ କରି ଅନ୍ୟ ବହୁ ଜିନିଷ ବି ରଖିହେବ।

ଅକ୍ଟୋପସ ବ୍ୟାକପ୍ୟାକ: ଏହି ବ୍ୟାକପ୍ୟାକକୁ କ୍ୟାରୀ କଲେ ଲାଗିବ ସତେ ଯେମିତି ଏକ ଅକ୍ଟୋପସ ପିଠିକୁ ଜାବୁଡି ଧରିଛି। ବେଶ ଅଜବ ଦେଖିବାକୁ ଏହି ବ୍ୟାଗ।

କଞ୍ଚାମାଂସ ବ୍ୟାକପ୍ୟାକ: ତାଜା କଞ୍ଚାମାଂସ ଖଣ୍ଡ ପରି ଦେଖିବାକୁ ଏହି ବ୍ୟାକପ୍ୟାକ। ଏହା ଏତେ ସତସତିକା ଲାଗେ ଯେ, ସତର୍କ ରହିବା ଜରୁରୀ ଯେମିତି କୌଣସି ମାଂସାଶୀ ପ୍ରାଣୀ ଖାଇବା ପାଇଁ ପଛରେ ପଡି ନ ଯାଏ।

ଲେଦର ଡ୍ରାଗନ ବ୍ୟାକପ୍ୟାକ: ଚମଡାରେ ତିଆରି ଏହି ବ୍ୟାକପ୍ୟାକକୁ କ୍ୟାରୀ କଲେ ଲାଗେ ସତେ ଯେମିତି ଏକ ସତସତିକା ଡ୍ରାଗନ କାନ୍ଧରେ ଝୁଲି ରହିଛି; ଯାହାକି ବେଶ୍‌ ଅଜବ ଦେଖାଯାଏ।

ଗିଟାର ବ୍ୟାକପ୍ୟାକ: ମ୍ୟୁଜିକ ଲଭରଙ୍କୁ ଏହି ବ୍ୟାଗ ନିଶ୍ଚିତ ଭାବେ ଭଲ ଲାଗିବ। ଚମଡାରେ ତିଆରି ଏହି ବ୍ୟାଗରେ ମିନି ସ୍ପିକର ଏବଂ ଏମ୍‌ ପି ଥ୍ରୀ ପ୍ଲେୟାର ପାଇଁ ଆଉଟଲେଟ୍‌ ବି ଅଛି। ଉକ୍ତ ବ୍ୟାକପ୍ୟାକ ଇଟାଲୀରେ ତିଆରି।

ନିନ୍‌ଜା ଟର୍ଟଲ ବ୍ୟାକପ୍ୟାକ: କଇଁଛର ଖୋଳ ତଥା କାର୍ଟୁନ କ୍ୟାରେକ୍ଟର ନିନ୍‌ଜା ଟର୍ଟଲର ଶରୀର ପରି ଦେଖାଯାଏ ଏହି ବ୍ୟାକପ୍ୟାକ। ତେଣୁ ଏହାକୁ କ୍ୟାରୀ କଲେ ନିନ୍‌ ଜା ଟର୍ଟଲ ପରି ନିଜକୁ ମନେ କରିବେ।

ପୋକ ପରି ବ୍ୟାକପ୍ୟାକ: ଉକ୍ତ ବ୍ୟାଗକୁ କ୍ୟାରି କଲେ ପିଠିରେ ଏକ ବଡ ପୋକ ଚଢି ଥିବା ପରି ଲାଗେ। କିଛି ପିଲାଙ୍କୁ ଏହି ବ୍ୟାଗ ମଜାଦାର ଲାଗିପାରେ। ହେଲେ କେହି କେହି ଏହାକୁ ଦେଖି ସତ ପୋକ ଭାବି ଡରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri