ବିଚିତ୍ର ନିଯୁକ୍ତି

Dillip Cherian

ପୂର୍ବତନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମୁଖ୍ୟ ସଞ୍ଜୟ କୁମାର ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ୍‌)ର ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ଦେଖିବାକୁ ଗଲେ ଜଣେ ତଦନ୍ତକାରୀ ଏବେ ଆଥିର୍କ ନୀତି ଉପରେ ପରାମର୍ଶ ଦେଉଛନ୍ତି। ଆମେ ଅର୍ଥନୀତିଜ୍ଞମାନଙ୍କୁ ଛାଡ଼ି ଦେଉଛନ୍ତି ନା ଅର୍ଥ ବ୍ୟବସ୍ଥା ଫୋରେନ୍‌ସିକ ଆନାଲିସିସ୍‌ ବିଷୟ ପାଲଟିଗଲାଣି? ଇଡିରେ ଥିବା ସମୟରେ ମିଶ୍ର ହାଇ ପ୍ରୋଫାଇଲ ତଦନ୍ତଗୁଡ଼ିକରେ ଉଲ୍ଲେଖନୀୟ କାମ କରିଥିଲେ ଏବଂ ଆର୍ଥିକ ହେରଫେର ପ୍ରତି ଏକ ଗମ୍ଭୀର ଦୃଷ୍ଟିକୋଣ ଆପଣାଇଥିଲେ। ଜଟିଳ ଆର୍ଥିକ ଅପରାଧଗୁଡ଼ିକୁ ସଞ୍ଚାଳନ କରିବାରେ ତାଙ୍କର ଅଭିଜ୍ଞତା ଇଏସି-ପିଏମ୍‌ ପାଇଁ ନୂତନ ଦୃଷ୍ଟିକୋଣ ଆଣିପାରେ। ଆର୍ଥିକ ଅପରାଧଗୁଡ଼ିକର ଦୁର୍ବଳ ଭାଗକୁ ବୁଝିବାରେ ସେ ଦକ୍ଷ ଥିଲେ, ଯାହା ଆମ ଅର୍ଥ ବ୍ୟବସ୍ଥାକୁ କ୍ଷତି କରୁଥିବା ଛିଦ୍ରକୁ ଠାବ କରିବାରେ ତାଙ୍କୁ ଭିନ୍ନ ଦୃଷ୍ଟିକୋଣ ପ୍ରଦାନ କରିବ। କିନ୍ତୁ ପରାର୍ମଶଦାତା ଭୂମିକାରେ ରହିବା ଲାଗି ଚାହଁୁଥିବା ଅର୍ଥନୀତିଜ୍ଞଙ୍କ ପାଇଁ ନିଯୁକ୍ତି ସୁଯୋଗ ସଙ୍କୁଚିତ ହେବାର ଏକ ପ୍ରମାଣ କି? ଇଏସି-ପିଏମ୍‌ର ପୂର୍ବତନ ଅଧ୍ୟକ୍ଷ ବିବେକ ଦେବରୟଙ୍କ ଆକସ୍ମିକ ମୃତ୍ୟୁ ଯୋଗୁ ଏହି ପଦବୀ ପୂରଣ କରିବାର ଆବଶ୍ୟକତା ପଡ଼ିଲା। ଦେବରୟ ଜଣେ ଅର୍ଥନୀତିଜ୍ଞ ଭାବେ ବ୍ୟାପକ ଜ୍ଞାନର ଅଧିକାରୀ ଥିଲେ। ଏଭଳି ଜଣେ ଦକ୍ଷତାସମ୍ପନ୍ନ ବିଶାଳ ବ୍ୟକ୍ତିଙ୍କ ସ୍ଥାନ ନେବା କିଛି କମ୍‌ କଥା ନୁହେଁ। ତେବେ ନୀତି ପରାମର୍ଶର ଦୌଡ଼ରେ ପ୍ରବେଶ କରିବାକୁ ଅଭିଜ୍ଞ ଅର୍ଥନୀତିଜ୍ଞମାନଙ୍କ ଅନିଚ୍ଛା ସ୍ପଷ୍ଟ ହୋଇଛି। ନୂତନ ଦୃଷ୍ଟିକୋଣ ଅପରିହାର୍ଯ୍ୟ ଥିବାବେଳେ ଅଭିଜ୍ଞ ଅର୍ଥନୀତିଜ୍ଞଙ୍କ ଅନୁପସ୍ଥିତି ପରିଷଦରେ ଗଭୀର ଆର୍ଥିକ ଆଲୋଚନା ଉପରେ ପ୍ରଶ୍ନ ଉଠାଇଛି। ଏଣୁ ମିଶ୍ରଙ୍କ ନିଯୁକ୍ତି ସଙ୍କେତ ଦେଉଛି ଯେ, ଆମ ଅର୍ଥ ବ୍ୟବସ୍ଥାରେ ରହିଥିବା ବିତ୍ତୀୟ ଦୁର୍ବଳତା ବା ଛିଦ୍ରକୁ ଠାବ କରି ତାହାକୁ ଦୂରକରିବା ପାଇଁ ଏକ ଯାଞ୍ଚର ଆବଶ୍ୟକତା ଅଛି।
ପରିବର୍ତ୍ତନକୁ ଗୁରୁତ୍ୱ
୨୦୧୪ ବ୍ୟାଚ୍‌ ଆଇଏଫ୍‌ଏସ୍‌ ଅଧିକାରୀ ତଥା କୂଟନୀତିଜ୍ଞ ନିଧି ତିଓ୍ବାରୀଙ୍କୁ ପ୍ରଧାନମନ୍ତ୍ରଙ୍କ ବ୍ୟକ୍ତିଗତ ସଚିବ ନିଯୁକ୍ତି ଦିଆଯାଇଛି । ସାଧାରଣତଃ ଏହି ପଦବୀରେ ଆଇଏଏସ୍‌ ଅଧିକାରୀଙ୍କ ପ୍ରାଧାନ୍ୟ ରହିଥାଏ। କିନ୍ତୁ ଦେଖାଯାଉଛି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ତା’ କାର୍ଯ୍ୟରେ ଉନ୍ନତି ଆଣିବା ଲାଗି ପରିବର୍ତ୍ତନ କରୁଛି। ମାତ୍ର ୨୪ ବର୍ଷ ବୟସରେ ତିଓ୍ବାରୀ ୟୁପିଏସ୍‌ସି ସିଭିଲ ସର୍ଭିସ୍‌ ପରୀକ୍ଷାରେ ସଫଳତାର ସହ ୯୬ତମ ସ୍ଥାନ ହାସଲ କରିଥିଲେ। ପରେ ଭାରତର କୂଟନୈତିକ ପଦବୀଗୁଡ଼ିକରେ ତାଙ୍କ କ୍ୟାରିୟରର ଯାତ୍ରା ଭିନ୍ନ ଥିଲା। ବର୍ତ୍ତମାନ ପିଏମ୍‌ଓରେ ଉପ ସଚିବ ଭାବେ ତାଙ୍କ ନିଯୁକ୍ତି ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପାଇଁ ପ୍ରସ୍ତୁତ କରିଛି। କିନ୍ତୁ ଏହି ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠିଛି। ପାରମ୍ପରିକ ଭାବେ ଏହି ପଦବୀରେ ଆଇଏଏସ୍‌ ଅଧିକାରୀମାନେ ରୁହନ୍ତି, ଯେଉଁମାନେ ବିଶାଳ ଶାସନ ପ୍ରକ୍ରିୟାକୁ ସଞ୍ଚଳନ କରିଥାନ୍ତି। ଅନ୍ୟପଟେ ଆଇଏଫ୍‌ଏସ୍‌ ହେଉଛି ଡିପ୍ଲୋମାଟ୍‌ କ୍ୟାଡର। ଏହି ନିଯୁକ୍ତି ପିଏମ୍‌ଓ ଗତିଶୀଳତାରେ ଏକ ସୂକ୍ଷ୍ମ ତଥା ରହସ୍ୟମୟ ପରିବର୍ତ୍ତନକୁ ସୂଚିତ କରୁଛି। ଜଣେ ଆଇଏଫ୍‌ଏସ୍‌ ଅଧିକାରୀ ଏହି ପଦବୀରେ ରହିବା ଏକ ରଣନୀତିକ କରିସ୍ମା ହୋଇପାରେ। ଏକଥା ମଧ୍ୟ ଭୁଲିଯିବା ଉଚିତ ନୁହେଁ ଯେ, ବିଶ୍ୱସ୍ତରରେ ମୋଦିଙ୍କ ଅଗ୍ରଗତି ତାଙ୍କ ନେତୃତ୍ୱ ଶୈଳୀର ଏକ ପ୍ରମୁଖ୍ୟ ଅଂଶ ହୋଇଯାଇଛି। ପିଏମ୍‌ଓରେ ଏହା କେବଳ ଏକ ଅନିୟମିତ ନିଯୁକ୍ତି ନୁହେଁ। ଆଇଏଏସ୍‌ଙ୍କ ପ୍ରାଧାନ୍ୟ ଥିବା ଏହି ପଦବୀରେ ବାହାରୁ ବିଶେଷଜ୍ଞଙ୍କୁ ଅଣାଯାଇ ନିଯୁକ୍ତ କରାଯିବା ଧାରା ଆମେ ଦେଖିଛୁ। ଯଦି ଏହି ଧାରା ଜାରି ରହେ, ତେବେ ଆମେ ଭାରତର ସର୍ବୋଚ୍ଚ କାର୍ଯ୍ୟାଳୟର କାର୍ଯ୍ୟଧାରାରେ ଏକ ସମ୍ପୂର୍ଣ୍ଣ ତଥା ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିପାରିବା।
ସାରଦାଙ୍କ ପ୍ରତିକ୍ରିୟା
ଗୋରାଙ୍କ ପ୍ରତି ଭାରତର ଆସକ୍ତି ଅଧିକ ହେବାରେ ଲାଗିଛି। ଆମ ଚଳଚ୍ଚିତ୍ର, ବିବାହ ବିଜ୍ଞାପନ ଏବଂ ଏପରିକି ଅନୌପଚାରିକ ପ୍ରଶଂସାରେ ଏହା ରହିଛି। କିନ୍ତୁ କେରଳର ମୁଖ୍ୟ ଶାସନ ସଚିବ ସାରଦା ମୁରଲିଧରନ ଏକ ବର୍ଣ୍ଣଗତ ଟିପ୍ପଣୀର ଶିକାର ହୋଇଥିଲେ। ସେ କେବଳ ଏଭଳି ମନ୍ତବ୍ୟକୁ ଏଡ଼ାଇଯାଇ ନ ଥିଲେ, ବରଂ ଏହାକୁ ଆତ୍ମବିଶ୍ୱାସ ଓ ଗରିମାର ଏକ ବିଷୟକୁ ବଦଳାଇ ଦେଇଥିଲେ। ଏହି ପଦବୀରେ ସାରଦାଙ୍କ ପୂର୍ବରୁ ତାଙ୍କ ସ୍ବମୀ ଥିଲେ। ସୋସିଆଲ ମିଡିଆରେ ସାରଦାଙ୍କ ନେତୃତ୍ୱ ଓ ତାଙ୍କ ସ୍ବାମୀଙ୍କ ନେତୃତ୍ୱ ମଧ୍ୟରେ ତୁଳନାକରି ‘କଳା ବନାମ ଗୋରା’ କ୍ୟାମ୍ପେନର ପ୍ରତିକ୍ରିୟାରେ ସେ ନିଜକୁ ନିରୀହ ବୋଲି ପ୍ରତିପାଦିତ କରି ନ ଥିଲେ। ଏହା ବଦଳରେ ସେ କଳା ବର୍ଣ୍ଣ ସପକ୍ଷରେ ଦୃଢ ମତ ରଖିଥିଲେ। ସେ କଳା ବର୍ଣ୍ଣକୁ ଶକ୍ତିଶାଳୀ କହିଥିଲେ। କଳା ହିଁ ସର୍ବ ବିଦ୍ୟମାନ ଏବଂ ବ୍ରହ୍ମାଣ୍ଡର ସତ୍ୟ। ଏହି ପଦ୍ୟାତ୍ମକ ମନ୍ତବ୍ୟ ଜଣକୁ ଆଶ୍ଚଯ୍ୟ କରିଦେବ ଯେ, ସମାଜ ଆରମ୍ଭରୁ କାହିଁକି କଳାକୁ ବଦନାମ କରି ଆସିଛି। ଆଇଏଏସ ୍‌ସଂଘ ତାଙ୍କୁ ଦୃଢ଼ ସମର୍ଥନ କରିଥିଲା। ଶରୀରର ବର୍ଣ୍ଣରୁ ଜଣେ ଅଧିକାରୀଙ୍କ ଦକ୍ଷତା ମାପ କରାଯାଏନି ବୋଲି କହିଥିଲେ। କିନ୍ତୁ ବାସ୍ତବତା ହେଉଛି, ୨୦୨୫ରେ ଏଭଳି ସମର୍ଥନ ଦରକାର। ଏଭଳି କଳା ଲୋକଙ୍କ ପ୍ରତି ଭେଦଭାବ କେବଳ ଅତୀତରୁ ରହିଆସଛି ତାହା ନୁହେଁ, ଏବେ ବି ଏହା ବଳବତ୍ତର ରହିଛି। ଏହା ଲିଙ୍ଗଗତ, ଜାତିଗତ ଓ ସାମଜିକ ସ୍ଥିତିଗୁଡ଼ିକରେ ଗମ୍ଭୀର ଭାବେ ରହିଛି। ମୁରଲିଧରନଙ୍କ ପ୍ରତିକ୍ରିୟା କେବଳ ଏକ ଖରାପ ମନ୍ତବ୍ୟକୁ ଟାଳିଦେବା ପାଇଁ ନ ଥିଲା, ବରଂ ଏହା ବିଷୟକୁ ସମ୍ପୂର୍ଣ୍ଣ ବଦଳାଇଦେଇଥିଲା।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri