ବିଚିତ୍ର ନିଯୁକ୍ତି

Dillip Cherian

ପୂର୍ବତନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମୁଖ୍ୟ ସଞ୍ଜୟ କୁମାର ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ୍‌)ର ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ଦେଖିବାକୁ ଗଲେ ଜଣେ ତଦନ୍ତକାରୀ ଏବେ ଆଥିର୍କ ନୀତି ଉପରେ ପରାମର୍ଶ ଦେଉଛନ୍ତି। ଆମେ ଅର୍ଥନୀତିଜ୍ଞମାନଙ୍କୁ ଛାଡ଼ି ଦେଉଛନ୍ତି ନା ଅର୍ଥ ବ୍ୟବସ୍ଥା ଫୋରେନ୍‌ସିକ ଆନାଲିସିସ୍‌ ବିଷୟ ପାଲଟିଗଲାଣି? ଇଡିରେ ଥିବା ସମୟରେ ମିଶ୍ର ହାଇ ପ୍ରୋଫାଇଲ ତଦନ୍ତଗୁଡ଼ିକରେ ଉଲ୍ଲେଖନୀୟ କାମ କରିଥିଲେ ଏବଂ ଆର୍ଥିକ ହେରଫେର ପ୍ରତି ଏକ ଗମ୍ଭୀର ଦୃଷ୍ଟିକୋଣ ଆପଣାଇଥିଲେ। ଜଟିଳ ଆର୍ଥିକ ଅପରାଧଗୁଡ଼ିକୁ ସଞ୍ଚାଳନ କରିବାରେ ତାଙ୍କର ଅଭିଜ୍ଞତା ଇଏସି-ପିଏମ୍‌ ପାଇଁ ନୂତନ ଦୃଷ୍ଟିକୋଣ ଆଣିପାରେ। ଆର୍ଥିକ ଅପରାଧଗୁଡ଼ିକର ଦୁର୍ବଳ ଭାଗକୁ ବୁଝିବାରେ ସେ ଦକ୍ଷ ଥିଲେ, ଯାହା ଆମ ଅର୍ଥ ବ୍ୟବସ୍ଥାକୁ କ୍ଷତି କରୁଥିବା ଛିଦ୍ରକୁ ଠାବ କରିବାରେ ତାଙ୍କୁ ଭିନ୍ନ ଦୃଷ୍ଟିକୋଣ ପ୍ରଦାନ କରିବ। କିନ୍ତୁ ପରାର୍ମଶଦାତା ଭୂମିକାରେ ରହିବା ଲାଗି ଚାହଁୁଥିବା ଅର୍ଥନୀତିଜ୍ଞଙ୍କ ପାଇଁ ନିଯୁକ୍ତି ସୁଯୋଗ ସଙ୍କୁଚିତ ହେବାର ଏକ ପ୍ରମାଣ କି? ଇଏସି-ପିଏମ୍‌ର ପୂର୍ବତନ ଅଧ୍ୟକ୍ଷ ବିବେକ ଦେବରୟଙ୍କ ଆକସ୍ମିକ ମୃତ୍ୟୁ ଯୋଗୁ ଏହି ପଦବୀ ପୂରଣ କରିବାର ଆବଶ୍ୟକତା ପଡ଼ିଲା। ଦେବରୟ ଜଣେ ଅର୍ଥନୀତିଜ୍ଞ ଭାବେ ବ୍ୟାପକ ଜ୍ଞାନର ଅଧିକାରୀ ଥିଲେ। ଏଭଳି ଜଣେ ଦକ୍ଷତାସମ୍ପନ୍ନ ବିଶାଳ ବ୍ୟକ୍ତିଙ୍କ ସ୍ଥାନ ନେବା କିଛି କମ୍‌ କଥା ନୁହେଁ। ତେବେ ନୀତି ପରାମର୍ଶର ଦୌଡ଼ରେ ପ୍ରବେଶ କରିବାକୁ ଅଭିଜ୍ଞ ଅର୍ଥନୀତିଜ୍ଞମାନଙ୍କ ଅନିଚ୍ଛା ସ୍ପଷ୍ଟ ହୋଇଛି। ନୂତନ ଦୃଷ୍ଟିକୋଣ ଅପରିହାର୍ଯ୍ୟ ଥିବାବେଳେ ଅଭିଜ୍ଞ ଅର୍ଥନୀତିଜ୍ଞଙ୍କ ଅନୁପସ୍ଥିତି ପରିଷଦରେ ଗଭୀର ଆର୍ଥିକ ଆଲୋଚନା ଉପରେ ପ୍ରଶ୍ନ ଉଠାଇଛି। ଏଣୁ ମିଶ୍ରଙ୍କ ନିଯୁକ୍ତି ସଙ୍କେତ ଦେଉଛି ଯେ, ଆମ ଅର୍ଥ ବ୍ୟବସ୍ଥାରେ ରହିଥିବା ବିତ୍ତୀୟ ଦୁର୍ବଳତା ବା ଛିଦ୍ରକୁ ଠାବ କରି ତାହାକୁ ଦୂରକରିବା ପାଇଁ ଏକ ଯାଞ୍ଚର ଆବଶ୍ୟକତା ଅଛି।
ପରିବର୍ତ୍ତନକୁ ଗୁରୁତ୍ୱ
୨୦୧୪ ବ୍ୟାଚ୍‌ ଆଇଏଫ୍‌ଏସ୍‌ ଅଧିକାରୀ ତଥା କୂଟନୀତିଜ୍ଞ ନିଧି ତିଓ୍ବାରୀଙ୍କୁ ପ୍ରଧାନମନ୍ତ୍ରଙ୍କ ବ୍ୟକ୍ତିଗତ ସଚିବ ନିଯୁକ୍ତି ଦିଆଯାଇଛି । ସାଧାରଣତଃ ଏହି ପଦବୀରେ ଆଇଏଏସ୍‌ ଅଧିକାରୀଙ୍କ ପ୍ରାଧାନ୍ୟ ରହିଥାଏ। କିନ୍ତୁ ଦେଖାଯାଉଛି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ତା’ କାର୍ଯ୍ୟରେ ଉନ୍ନତି ଆଣିବା ଲାଗି ପରିବର୍ତ୍ତନ କରୁଛି। ମାତ୍ର ୨୪ ବର୍ଷ ବୟସରେ ତିଓ୍ବାରୀ ୟୁପିଏସ୍‌ସି ସିଭିଲ ସର୍ଭିସ୍‌ ପରୀକ୍ଷାରେ ସଫଳତାର ସହ ୯୬ତମ ସ୍ଥାନ ହାସଲ କରିଥିଲେ। ପରେ ଭାରତର କୂଟନୈତିକ ପଦବୀଗୁଡ଼ିକରେ ତାଙ୍କ କ୍ୟାରିୟରର ଯାତ୍ରା ଭିନ୍ନ ଥିଲା। ବର୍ତ୍ତମାନ ପିଏମ୍‌ଓରେ ଉପ ସଚିବ ଭାବେ ତାଙ୍କ ନିଯୁକ୍ତି ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପାଇଁ ପ୍ରସ୍ତୁତ କରିଛି। କିନ୍ତୁ ଏହି ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠିଛି। ପାରମ୍ପରିକ ଭାବେ ଏହି ପଦବୀରେ ଆଇଏଏସ୍‌ ଅଧିକାରୀମାନେ ରୁହନ୍ତି, ଯେଉଁମାନେ ବିଶାଳ ଶାସନ ପ୍ରକ୍ରିୟାକୁ ସଞ୍ଚଳନ କରିଥାନ୍ତି। ଅନ୍ୟପଟେ ଆଇଏଫ୍‌ଏସ୍‌ ହେଉଛି ଡିପ୍ଲୋମାଟ୍‌ କ୍ୟାଡର। ଏହି ନିଯୁକ୍ତି ପିଏମ୍‌ଓ ଗତିଶୀଳତାରେ ଏକ ସୂକ୍ଷ୍ମ ତଥା ରହସ୍ୟମୟ ପରିବର୍ତ୍ତନକୁ ସୂଚିତ କରୁଛି। ଜଣେ ଆଇଏଫ୍‌ଏସ୍‌ ଅଧିକାରୀ ଏହି ପଦବୀରେ ରହିବା ଏକ ରଣନୀତିକ କରିସ୍ମା ହୋଇପାରେ। ଏକଥା ମଧ୍ୟ ଭୁଲିଯିବା ଉଚିତ ନୁହେଁ ଯେ, ବିଶ୍ୱସ୍ତରରେ ମୋଦିଙ୍କ ଅଗ୍ରଗତି ତାଙ୍କ ନେତୃତ୍ୱ ଶୈଳୀର ଏକ ପ୍ରମୁଖ୍ୟ ଅଂଶ ହୋଇଯାଇଛି। ପିଏମ୍‌ଓରେ ଏହା କେବଳ ଏକ ଅନିୟମିତ ନିଯୁକ୍ତି ନୁହେଁ। ଆଇଏଏସ୍‌ଙ୍କ ପ୍ରାଧାନ୍ୟ ଥିବା ଏହି ପଦବୀରେ ବାହାରୁ ବିଶେଷଜ୍ଞଙ୍କୁ ଅଣାଯାଇ ନିଯୁକ୍ତ କରାଯିବା ଧାରା ଆମେ ଦେଖିଛୁ। ଯଦି ଏହି ଧାରା ଜାରି ରହେ, ତେବେ ଆମେ ଭାରତର ସର୍ବୋଚ୍ଚ କାର୍ଯ୍ୟାଳୟର କାର୍ଯ୍ୟଧାରାରେ ଏକ ସମ୍ପୂର୍ଣ୍ଣ ତଥା ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିପାରିବା।
ସାରଦାଙ୍କ ପ୍ରତିକ୍ରିୟା
ଗୋରାଙ୍କ ପ୍ରତି ଭାରତର ଆସକ୍ତି ଅଧିକ ହେବାରେ ଲାଗିଛି। ଆମ ଚଳଚ୍ଚିତ୍ର, ବିବାହ ବିଜ୍ଞାପନ ଏବଂ ଏପରିକି ଅନୌପଚାରିକ ପ୍ରଶଂସାରେ ଏହା ରହିଛି। କିନ୍ତୁ କେରଳର ମୁଖ୍ୟ ଶାସନ ସଚିବ ସାରଦା ମୁରଲିଧରନ ଏକ ବର୍ଣ୍ଣଗତ ଟିପ୍ପଣୀର ଶିକାର ହୋଇଥିଲେ। ସେ କେବଳ ଏଭଳି ମନ୍ତବ୍ୟକୁ ଏଡ଼ାଇଯାଇ ନ ଥିଲେ, ବରଂ ଏହାକୁ ଆତ୍ମବିଶ୍ୱାସ ଓ ଗରିମାର ଏକ ବିଷୟକୁ ବଦଳାଇ ଦେଇଥିଲେ। ଏହି ପଦବୀରେ ସାରଦାଙ୍କ ପୂର୍ବରୁ ତାଙ୍କ ସ୍ବମୀ ଥିଲେ। ସୋସିଆଲ ମିଡିଆରେ ସାରଦାଙ୍କ ନେତୃତ୍ୱ ଓ ତାଙ୍କ ସ୍ବାମୀଙ୍କ ନେତୃତ୍ୱ ମଧ୍ୟରେ ତୁଳନାକରି ‘କଳା ବନାମ ଗୋରା’ କ୍ୟାମ୍ପେନର ପ୍ରତିକ୍ରିୟାରେ ସେ ନିଜକୁ ନିରୀହ ବୋଲି ପ୍ରତିପାଦିତ କରି ନ ଥିଲେ। ଏହା ବଦଳରେ ସେ କଳା ବର୍ଣ୍ଣ ସପକ୍ଷରେ ଦୃଢ ମତ ରଖିଥିଲେ। ସେ କଳା ବର୍ଣ୍ଣକୁ ଶକ୍ତିଶାଳୀ କହିଥିଲେ। କଳା ହିଁ ସର୍ବ ବିଦ୍ୟମାନ ଏବଂ ବ୍ରହ୍ମାଣ୍ଡର ସତ୍ୟ। ଏହି ପଦ୍ୟାତ୍ମକ ମନ୍ତବ୍ୟ ଜଣକୁ ଆଶ୍ଚଯ୍ୟ କରିଦେବ ଯେ, ସମାଜ ଆରମ୍ଭରୁ କାହିଁକି କଳାକୁ ବଦନାମ କରି ଆସିଛି। ଆଇଏଏସ ୍‌ସଂଘ ତାଙ୍କୁ ଦୃଢ଼ ସମର୍ଥନ କରିଥିଲା। ଶରୀରର ବର୍ଣ୍ଣରୁ ଜଣେ ଅଧିକାରୀଙ୍କ ଦକ୍ଷତା ମାପ କରାଯାଏନି ବୋଲି କହିଥିଲେ। କିନ୍ତୁ ବାସ୍ତବତା ହେଉଛି, ୨୦୨୫ରେ ଏଭଳି ସମର୍ଥନ ଦରକାର। ଏଭଳି କଳା ଲୋକଙ୍କ ପ୍ରତି ଭେଦଭାବ କେବଳ ଅତୀତରୁ ରହିଆସଛି ତାହା ନୁହେଁ, ଏବେ ବି ଏହା ବଳବତ୍ତର ରହିଛି। ଏହା ଲିଙ୍ଗଗତ, ଜାତିଗତ ଓ ସାମଜିକ ସ୍ଥିତିଗୁଡ଼ିକରେ ଗମ୍ଭୀର ଭାବେ ରହିଛି। ମୁରଲିଧରନଙ୍କ ପ୍ରତିକ୍ରିୟା କେବଳ ଏକ ଖରାପ ମନ୍ତବ୍ୟକୁ ଟାଳିଦେବା ପାଇଁ ନ ଥିଲା, ବରଂ ଏହା ବିଷୟକୁ ସମ୍ପୂର୍ଣ୍ଣ ବଦଳାଇଦେଇଥିଲା।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?