Posted inଖେଳ

ଇତିହାସ ରଚିଲେ ମିରାବାଇ: ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ଟୋକିଓ,୨୪।୭: ଟୋକିଓ ଅଲିମ୍ପିକ୍ସର ଦ୍ୱିତୀୟ ଦିନରେ ଷ୍ଟାର ଭାରୋତ୍ତୋଳକ ମିରାବାଇ ଚାନୁ ପଦକ ଜିତିବାରେ ସଫଳ ହୋଇଛନ୍ତି। ସେ ଶନିବାର ଚମତ୍କାର ପ୍ରଦର୍ଶନ କରି ରୌପ୍ୟ ପଦକ ଜିତି ଭାରତକୁ ପ୍ରଥମ ପଦକ ଦେଇଛନ୍ତି। ୪୯ କିଗ୍ରା ବର୍ଗରେ ସେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ତେବେ ମିରାବାଇ ମୋଟ ୨୦୨ କିଗ୍ରା ଓଜନ ଉଠାଇଥିଲେ।

ଏହି ଇଭେଣ୍ଟରେ ଚାଇନାର ଜିହୋଇ ହୋ ମୋଟ ୨୧୦ କିଗ୍ରା ଭାର ଉଠାଇ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେହିଭଳି ମିରାବାଇ ରୌପ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଥିଳେ। ଭାରୋତ୍ତୋଳନରେ ରୌପ୍ୟ ପଦକ ଜିତିଥିବା ସେ ପ୍ରଥମ ଭାରୋତ୍ତୋଳକ ହୋଇଛନ୍ତି। ୨୦୦୦ ମସିହା ସିଡନୀ ଅଲିମ୍ପିକ୍ସରେ କର୍ଣ୍ଣମ ଆଲଲେଶ୍ୱରୀ ବ୍ରୋଞ୍ଚ ପଦକ ଜିତିଥିଲେ।

ମିରାବାଇ ରୌପ୍ୟ ପଦକ ଜିତିବାପରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଟୁଇଟରରେ ମିରାବାଇଙ୍କ ସହ ଏକ ପୁରୁଣା ଫଟୋ ଶେୟାର କରି ସେ ଲେଖିଛନ୍ତି, ଟୋକିଓ ଅଲିମ୍ପିକ୍ସରେ ଏହାଠାରୁ ଭଲ ଆରମ୍ଭ ଆଉ କ’ଣ ବା ହୋଇପାରିଥାନ୍ତି। ଦେଶ ଉତ୍ସାହିତ ଅଛି। ମିରାବାଇଙ୍କ ଦ୍ୱାରା ଭଲ ପ୍ରଦର୍ଶନ। ଭାରୋତ୍ତୋଳନରେ ରୌପ୍ୟ ପଦକ ଜିତିଥିବାରୁ ତାଙ୍କୁ ଅଭିନନ୍ଦନ। ଏହି ସଫଳତା ପ୍ରତ୍ୟେକ ଭାରତଙ୍କୁ ପ୍ରେରଣା ଦେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୁଁ କୋହଲିଙ୍କ ସହ ବ୍ୟାଟିଂ କରିପାରିବି ନାହିଁ; କାହିଁକି ଏମିତି କହିଲେ ମାକ୍ସଓ୍ବେଲ୍‌

ପୁଣେ,୬।୫:ଆଇପିଏଲ ୨୦୨୨ର ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ବ୍ୟାଟ୍ସମ୍ୟାନ୍‌ ଗ୍ଲେନ୍‌ ମାକ୍ସଓ୍ବେଲ୍‌ ରନଆଉଟ୍‌ ହୋଇଥିଲେ। ଏହି ସମୟରେ...

ଆଇସିସି ଦିନିକିଆ, ଟେଷ୍ଟ ଦଳ: କୋହଲି ଅଧିନାୟକ

ଦୁବାଇ,୧୫।୧(ପି.ଟି.): ବ୍ୟାଟିଂ ସୁପରଷ୍ଟାର ତଥା ଭାରତୀୟ ଅଧିନାୟକ ବିରାଟ କୋହଲି ୨୦୧୯ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ଓ ଟେଷ୍ଟ ଦଳର ଅଧିନାୟକ...

ଆଇପିଏଲ୍‌କୁ ନେଇ ଇଂଲଣ୍ଡ କୋଚ୍‌ ଦେଲେ ଏଭଳି ବୟାନ: କହିଲେ…

ନୂଆଦିଲ୍ଲୀ,୧୮।୨: ଇଂଲଣ୍ଡ କ୍ରିକେଟ ଟିମ୍‌ର ଅନେକ ଖେଳାଳି ଟେଷ୍ଟ କ୍ରିକେଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ ହେଁ ଆଇପିଏଲ୍‌ଠାରୁ ଦୂରରେ ରୁହନ୍ତି। ସେମାନଙ୍କ ମଧ୍ୟରେ ଜେମ୍ସ ଆଣ୍ଡରସନ...

ଆଣ୍ଡ୍ରିୟୁ ସାଇମଣ୍ଡସଙ୍କ ପରଲୋକରେ କ୍ରିକେଟ ଜଗତରେ ଶୋକର ଛାୟା

ନୂଆଦିଲ୍ଲୀ,୧୫ ।୫: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ରିୟୁ ସାଇମଣ୍ଡସଙ୍କର କାର ଦୁର୍ଘଟଣାରେ ୪୬ ବର୍ଷ ବୟସରେ ପରଲୋକ ହୋଇଛି । ଏହି ଖବର ଜଣାପଡିବା ପରେ...

ଇଂଲଣ୍ଡ ଫେଭରାଇଟ୍‌, ଭାରତ ଦୃଢ଼ ଦାବିଦାର

ଘରୋଇ ପରିବେଶ, ପିଚ୍‌ ଏବଂ ଟିମ୍‌ କମ୍ବିନେଶନ ଦୃଷ୍ଟିରୁ କ୍ରିକେଟ ବିଶ୍ୱକପର ଦ୍ୱାଦଶ ସଂସ୍କରଣରେ ଇଂଲଣ୍ଡ ହଟ୍‌ ଫେଭରାଇଟ ଭାବେ ଉଭା ହେବ। ତେବେ ବିରାଟ...

କେକେଆର ପାଇଁ ବିଜୟ ଲକ୍ଷ୍ୟ ୨୦୫ ରନ…

ଅହମଦାବାଦ,୯।୪ : ଆଇପିଏଲ ସିରିଜ ୧୬ର ୧୩ ତମ ମ୍ୟାଚ ରବିବାର ଗୁଜରାଟ ଟାଇଟାନ୍ସ (ଜିଟି) ଏବଂ କୋଲକାତା ନାଇଟ ରାଇଡର୍ସ(କେକେଆର)ମଧ୍ୟରେ ଅହମଦାବାଦର ନରେନ୍ଦ୍ର ମୋଦି...

ବିବାହ କରିବେ ରାହୁଲ, ବିସିସିଆଇକୁ ମାଗିଲେ ଛୁଟି

ମୁମ୍ବାଇ,୧।୧୨: ଅଭିନେତ୍ରୀ ଆଥିଆ ଶେଟ୍ଟୀ ଏବଂ କ୍ରିକେଟର କେ ଏଲ ରାହୁଲ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦୀର୍ଘ ଦିନର ସମ୍ପର୍କ ପରେ ବିବାହର ସ୍ବୀକୃତି...

ଝିଅ ହେବା ପରେ ଟୁଇଟର୍‌ ବାୟୋ ପରିବର୍ତ୍ତନ କଲେ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନିକଟରେ ଏକ କନ୍ୟା ସନ୍ତାନର ପିତା ହୋଇଛନ୍ତି। ଜାନୁଆରୀ ୧୧ରେ ବିରାଟ କୋହଲିଙ୍କ ସ୍ତ୍ରୀ ତଥା ବଲିଉଡ...

Advertisement
Archives

Model This Week