୪୦ ବର୍ଷ ପରେ ଖୋଲିଲା ସାପ୍ତାହିକ ହାଟ: ଲୋକଙ୍କ ମଧ୍ୟରେ ଖେଳିଗଲା ଖୁସିର ଲହରୀ

ଦାରିଙ୍ଗବାଡି, ୧୮।୧୧ (ଅରୁଣ ସାହୁ ): ଅନୁସୂଚିତ ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ସାପ୍ତାହିକ ହାଟ ର ଅଧିକା ଚାହିଦା ଓ ଫାଇଦା ରହିଛି। ବିଶେଷ କରି ପନିପରିବା ଚାଷୀଙ୍କ ମଧ୍ୟରେ ଦଲାଲଙ୍କ ପ୍ରଭାବ ରହୁଥିବାରୁ ଚାଷୀ ତାର ଅମଳ ପନିପରିବାକୁ ଉଚିତ ଦରରେ ବିକ୍ରୀ କରିପାରୁ ନ ଥିଲା। ଫଳରେ ଦଲାଲ ମାଲାମାଲ ହେଉଥିବା ବେଳେ ଚାଷୀ ନିରାଶ ହେଉଥିଲା। ଏହାକୁ ଗୁରୁତ୍ୱ ଦେଇ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ପକ୍ଷରୁ ଦୀର୍ଘ ୪୦ ବର୍ଷ ପରେ ପୁନଃସାପ୍ତାହିକ ହାଟ ମଙ୍ଗଳବାର ଠାରୁ ଶୁଭାରମ୍ଭ ହୋଇଯାଇଛି। ଏହାକୁ ପଞ୍ଚାୟତର ସରପଞ୍ଚ ଅମିତା ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଏହି ହାଟ ଖୋଲାଯିବା ପାଇଁ ସହଯୋଗ କରିଥିବା ଗ୍ରାମବିକାଶ ଅନୁଷ୍ଠାନର କର୍ମକର୍ତ୍ତାମାନେ ସହଭାଗିତାରେ ହାଟ ଖୋଲାଯାଇଥିଲା। କାର୍ଯ୍ୟକ୍ରମରେ ଗ୍ରାମବିକାଶର ଜିଲା କାର୍ଯ୍ୟକ୍ରମ ହେଡ଼ ବରୁଣ କୁମାର ସିଂଙ୍କ ସମେତ ବସନ୍ତ ନାୟକ, ଅଷ୍ଟିନ କୁମାର, ନିରଞ୍ଜନ ଧାରୁଆ, ଆରାଧନା ପ୍ରଧାନ, ସୁଶାନ୍ତ ପ୍ରଧାନ,ସିମଲା ବର୍ମା, ସୋମ୍ୟଜିତ ଦେ, ଜୀବିତା ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଭାତ କୁମାର ପ୍ରଧାନ, ସରପଞ୍ଚଙ୍କ ପ୍ରତିନିଧି ପରମେ ପ୍ରଧାନ, ଜଳେଶ୍ୱର ପ୍ରଧାନ, ଜିତେନ୍ଦ୍ର ସାହୁଙ୍କ ସମେତ ବହୁ ଅଞ୍ଚଳବାସୀ ଉପସ୍ଥିତ ଥିଲେ।

ପ୍ରଥମ ଦିନରେ ହାଟରେ ପନିପରିବା ସହ ଚାଷ ସାମଗ୍ରୀ, ଜୋତା, ରାସନ, ଖାଦ୍ୟ ସାମଗ୍ରୀ ଭଳି ଅତ୍ୟାବଶକୀୟ ସାମଗ୍ରୀ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ଏହି ସାପ୍ତାହିକ ହାଟ ଅଞ୍ଚଳରେ ଭାଇଚାରା ସୃଷ୍ଟି କରିବା ସହ ମହିଳାମାନଙ୍କ ସ୍ବାବଲମ୍ବୀ ବୃଦ୍ଧି ପାଇବା ଆଶା ରଖାଯାଇଛି। ବିଶେଷ କରି ମହିଳା ପନିପରିବା ଚାଷୀଙ୍କ ସମେତ ଶ୍ରୀ ଅନ୍ନ ଯୋଜନାରେ ମାଣ୍ଡିଆ, କୁଏରୀ, କାଙ୍ଗୁ ଭଳି ଶସ୍ୟର ବିକ୍ରିବଟା ସହ ଖାଦ୍ୟ ପ୍ରସ୍ତୁତ କରି ବିକ୍ରି। ସେହିପରି ବିଶବିଖ୍ୟାତ କନ୍ଧମାଳ ହଳଦୀ ଓ ତାର ପ୍ରସ୍ତୁତ ସାମଗ୍ରୀ ଜଙ୍ଗଲଜାତୀୟ ଦ୍ରବ୍ୟର ବିକ୍ରିବଟା ବୃଦ୍ଧି ଲକ୍ଷ ରଖାଯାଇଥିବା କୁହାଯାଇଛି। ଅମଳ ପନିପରିବା ଚାଷୀଙ୍କଠାରୁ ପ୍ରଥମେ ଦଲାଲ ଓ ପରେ ଖାଉଟିଙ୍କ ନିକଟରେ ପହଂଚୁଥିଲା ଓ ଦର ଉଚ୍ଚ ରହୁଥିଲା ହାଟ ଖୋଲିବା ପରେ ଏବେ ମହିଳା ଚାଷୀ ସିଧା ଖାଉଟିଙ୍କୁ ପନିପରିବା ବିକ୍ରୀ କରି ଲାଭବାନ ହୋଇପାରିବେ ଓ ଛୋଟ ଛୋଟ ଚାଷ କରୁଥିବା ମହିଳାମାନଙ୍କ ଜୀବନଜୀବିକା ସ୍ବାବଲମ୍ବୀ ହୋଉପାରିବ ବୋଲି ସରପଞ୍ଚ ଅମିତା ପ୍ରଧାନ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri