ସାପ୍ତାହିକ ହାଟ ପାଇଁ ହଟହଟା

ନନ୍ଦପୁର,୨୩ା୯ (ଶଙ୍କର ପୂଜାରୀ): ନନ୍ଦପୁର ବ୍ଲକ ଦେଇ ହାଣ୍ଡିପୁଟ-ସେମିଳିଗୁଡା ସଂଯୋଗ କରୁଥିବା ଏମଡିଆର-୫୫ ରାସ୍ତା ରହିଛି। ଏହା ମଧ୍ୟ ଜୟପୁର-ବିଶାଖାପାଟଣାକୁ ସଂଯୋଗ କରୁଛି। ଏହି ରାସ୍ତାରେ ସୁବାଇ, ବାଲଡା, ନନ୍ଦପୁର, ପାଡୁଆ, ସଗର ଓ ଥୁବା ଗ୍ରାମ ରହିଛି। ଏହି ଗ୍ରାମଗୁଡିକର ସାପ୍ତାହିକ ହାଟ ରାସ୍ତା କଡରେ ବସୁଥିବାରୁ ଟ୍ରାଫିକ ଅବ୍ୟବସ୍ଥା ଦେଖାଦେଉଛି। ସୋମବାର ସୁବାଇ, ମଙ୍ଗଳବାର ବାଲଡା, ବୁଧବାର ନନ୍ଦପୁର, ଗୁରୁବାର ପାଡୁଆ, ଶୁକ୍ରବାର ସଗର ଓ ଶନିବାର ଥୁବା ଗ୍ରାମରେ ସାପ୍ତାହିକ ହାଟ ବସୁଛି। ହାଟଦିନ ରାସ୍ତାର ଦୁଇ ପାର୍ଶ୍ୱରେ ବ୍ୟବସାୟୀଙ୍କ ପସରା ସାଙ୍ଗକୁ ସାମଗ୍ରୀ ପରିବହନ କରୁଥିବା ଗାଡ଼ି, ଖାଉଟି ଓ ସେମାନଙ୍କ ଗାଡ଼ିଗୁଡ଼ିକ ରଖିଥିବାରୁ ରାସ୍ତା ଜାମ ହେଉଛି। ରାସ୍ତାରେ ଯାତାୟାତ କରୁଥିବା ରୋଗୀବୁହା ଯାନ, ଯାତ୍ରୀବାହୀ ଗାଡ଼ି, ଭାରିଯାନ, ସରକାରୀ କର୍ମଚାରୀ ଓ ସାଧାରଣ ଲୋକେ ଯାତାୟାତ ବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହାଟ ଭିତରେ ଅଳିଆ ଆବର୍ଜନା ସହ କାଦୁଅ ସ୍ଥିତି ଓ ଭଙ୍ଗା ଦଦରା ପିଣ୍ଡି ଯୋଗୁ ବ୍ୟବସାୟୀମାନେ ରାସ୍ତାକଡ଼ରେ ସେମାନଙ୍କ ସାମଗ୍ରୀ ଧରି ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ହାଟ ପରିଚାଳନା କରୁଥିବା କୋରାପୁଟ ନିୟନ୍ତ୍ରିତ ବଜାର କମିଟି (ଆରଏମସି) କର୍ତ୍ତୃପକ୍ଷ ଚାଷୀ ଓ ବ୍ୟବସାୟୀଙ୍କଠାରୁ ହାଟ କର ଆଦାୟ କରୁଥିଲେ ମଧ୍ୟ ହାଟର ଦୁରବସ୍ଥା ଦୂର କରିବାକୁ ଚିନ୍ତା କରୁ ନ ଥିବା ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ସମସ୍ତ ସାପ୍ତାହିକ ହାଟ ନନ୍ଦପୁର ଓ ପାଡୁଆ ପୋଲିସ ଥାନା ଅଧୀନରେ ରହିଛି। ଦୁଇ ଅଞ୍ଚଳର ଥାନା ଅଧିକାରୀ ନିଜ ନିଜ ଅଞ୍ଚଳରେ ଥିବା ସାପ୍ତାହିକ ହାଟ ସ୍ଥାନରେ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ଲାଗି ପୋଲିସ ମୁତୟନ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?