ବିବାହ ଯୋଜନା ଭଣ୍ଡୁର ହେଲା

ନୂଆଦିଲ୍ଲୀ,୧୯ା୧୦ : ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ଦେବାକୁ ସୁପ୍ରିମକୋର୍ଟ ମଙ୍ଗଳବାର ମନା କରିଦେଇଛନ୍ତି। ଫଳରେ ଓଡ଼ିଶାର ଖ୍ୟାତନାମା ଧାବିକା ଦୂତୀ ଚାନ୍ଦଙ୍କ ବିବାହ ଯୋଜନା ଭଣ୍ଡୁର ହୋଇଥିବା ସେ କହିଛନ୍ତି। ପାର୍ଟନର ମୋନାଲିସାଙ୍କୁ ବିବାହ କରିବାକୁ ଯୋଜନା କରିଥିଲେ। ତେବେ ଭାରତରେ ଦିନେ ନା ଦିନେ ସମଲିଙ୍ଗୀ ବିବାହ ବାସ୍ତବ ରୂପ ନେବ ବୋଲି ସେ ଆଶା ବାନ୍ଧିଛନ୍ତି। ସୁପ୍ରିମକୋର୍ଟଙ୍କ ୫ ଜଣିଆ ସାମ୍ବିଧାନିକ ପୀଠ ମଙ୍ଗଳବାର ସମଲିଙ୍ଗୀ ବିବାହକୁ ସ୍ବତନ୍ତ୍ର ବିବାହ ଆଇନ ଅଧୀନରେ ମାନ୍ୟତା ଦେବାକୁ ମନା କରିଥିଲେ ମଧ୍ୟ ସମାନ ଲିଙ୍ଗର ବ୍ୟକ୍ତିଙ୍କ ମିଳନ ସମ୍ପର୍କିତ ଆଇନ ପାର୍ଲାମେଣ୍ଟ ଆଣିପାରିବ ବୋଲି ରାୟ ଦେଇଥିଲେ। ଦୂତୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ସୁପ୍ରିମକୋର୍ଟ ସମଲିଙ୍ଗୀମାନଙ୍କୁ ସହାବସ୍ଥାନ ପାଇଁ ବାରଣ କରିନାହାନ୍ତି। ଦେଶରେ ସମଲିଙ୍ଗୀଙ୍କ ମଧ୍ୟରେ ବିବାହ ପାଇଁ କୌଣସି ଆଇନ ନ ଥିବାରୁ ଏଥିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିନାହାନ୍ତି। କିନ୍ତୁ କେନ୍ଦ୍ର ସରକାର ଓ ପାର୍ଲାମେଣ୍ଟ ନିଶ୍ଚିତ ଭାବେ ଏହି ପ୍ରସଙ୍ଗକୁ ବିଚାରକରି ଭବିଷ୍ୟତରେ ସମଲିଙ୍ଗୀ ବିବାହ ପାଇଁ ଉପଯୁକ୍ତ ଆଇନ ପ୍ରଣୟନ କରିବେ। ଏନେଇ ଆମେ ଆଶାବାଦୀ ବୋଲି ଦୂତୀ କହିଛନ୍ତି।

୫ ବର୍ଷ ଧରି ନିଜ ପାର୍ଟନର ମୋନାଲିସାଙ୍କ ସହ ସମ୍ପର୍କରେ ଥିବା ନେଇ ପ୍ରଘଟ କରିବାକୁ ଦ୍ୱିଧା ପ୍ରକାଶ କରୁ ନ ଥିବା ଦୂତୀ ଆହୁରି କହିଛନ୍ତି, ଆମେ ଦୁହେଁ ପରସ୍ପରକୁ ଭଲ ପାଉ। ଏକାଠି ରହି ବାହାହେବାକୁ ନିଷ୍ପତ୍ତି ନେଇଛୁ। ସମଲିଙ୍ଗୀ ବିବାହକୁ ସହରୀ-ଗାଉଁଲୀ, ଉଚ୍ଚ-ନୀଚ, ଜାତି, ବର୍ଣ୍ଣ ଓ ଧର୍ମ ଆଧାରରେ ଦେଖାଯିବା ଅନୁଚିତ। ଏହା ମାନବ ଜାତିର ଏକ ସମସ୍ୟା। ଜୀବନରେ ସମସ୍ତଙ୍କୁ ଉପଯୁକ୍ତ ଅଧିକାର ମିଳିବା ଉଚିତ। ବିଧବା ବିବାହ ନେଇ ଭାରତରେ ଯେପରି କୌଣସି ଆଇନ ନ ଥିଲା ଆଜି ସମଲିଙ୍ଗୀ ବିବାହ ସମ୍ପର୍କିତ ଆଇନ ନାହିଁ। ତେବେ ବିଧବା ବିବାହ ଭଳି ସମଲିଙ୍ଗୀମାନଙ୍କୁ ମଧ୍ୟ ବିବାହ ପାଇଁ ଦିନେ ଅନୁମତି ମିଳିବ ବୋଲି ଦୂତୀ ଯୁକ୍ତି ବାଢ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାକୁ ଅପହରଣ କରି ଯାଜପୁରରେ ବଳାତ୍କାର, ପରେ…

ଭୁବନେଶ୍ୱର, ୧୨।୮: ଭୁବନେଶ୍ୱରର ଇନଫୋସିଟି ଥାନା ଅଞ୍ଚଳରୁ ଜଣେ ନାବାଳିକାକୁ ଅପହରଣ କରି ଯାଜପୁର ନେଇଯିବା ଏବଂ ସେଠାରେ ତାଙ୍କ ବଳାତ୍କାର ରାଯାଇଥିବା ନେଇ ଅଭିଯୋଗ ହୋଇଛି।…

ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଲଘୁଚାପ: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୨।୮: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ…

ଆଜିଠାରୁ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ! ଇନ୍ଧନ ଦରରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୨।୮: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲ (କ୍ରୁଡ ଅଏଲ) ର ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବ୍ରେଣ୍ଟ କ୍ରୁଡ ୯୦ ଡଲାର ପ୍ରତି…

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

କ୍ୟାନ୍‌ସର ଚିହ୍ନଟ ହେଲେ ସରକାରଙ୍କୁ ଜଣାଇବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୨ା୮: କ୍ୟାନ୍‌ସରର ସଅଳ ଚିହ୍ନଟ ଓ ତୁରନ୍ତ ଚିକିତ୍ସା ପାଇଁ ଏହାକୁ ଏକ ‘ଅଧିସୂଚିତ ରୋଗ’ ଭାବେ ଘୋଷଣା କରିବା ନିମନ୍ତେ ସୁପ୍ରିମକୋର୍ଟ ମଙ୍ଗଳବାର ଅବଶିଷ୍ଟ ୧୯ଟି…

ଯେଉଁ ଟିମକୁ ଦିନେ କରିଥିଲେ ମନା, ଏବେ ସେଇ ଟିମକୁ ଫେରିବାକୁ ଚାହୁଁଛନ୍ତି ପାଣ୍ଡ୍ୟା! ରଖିଲେ ଏମିତି ସର୍ତ୍ତ, ଟିମ କହିଲା-ଆସ ନାହିଁ…

ମୁମ୍ବାଇ,୧୨,୮: ଇଣ୍ଡିଆନ ପ୍ରିମିୟର୍‌ ଲିଗ (ଆଇପିଏଲ) ୨୦୨୭ ପାଇଁ ଟ୍ରେଡ ଲିଷ୍ଟ ଆସିବା ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ହାର୍ଦ୍ଦିକ ବର୍ତ୍ତମାନ ପାଞ୍ଚ…

ଗଞ୍ଜେଇ ଖାଇଥିଲେ ପାଇଲଟ: ଏୟାର ଇଣ୍ଡିଆ ବିମାନ ୩୦୦ ଫୁଟ୍‌ ଖସିବା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୨ା୮:ଏୟାର ଟର୍ବୁଲାନ୍ସ ଯୋଗୁ ଗତ ୪ ତାରିଖରେ ଫୁକେଟ୍‌ରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନ ହଠାତ୍‌ ୩୦୦ ଫୁଟ୍‌ ତଳକୁ ଖସିବାରୁ ୧୭ ଜଣ ଯାତ୍ରୀ…

ଦିନ ଦ୍ୱିପ୍ରହରରେ ପ୍ରଧାନଶିକ୍ଷକଙ୍କ ଘରୁ ଚୋରି ଉଦ୍ୟମ: ଗାଡ଼ି ଗ୍ଲାସ ଭାଙ୍ଗିଲା ମାତ୍ରେ ବାଜିଲା ସାଇରନ୍‌, ଆଉ ତା’ପରେ…

ମୋହନା,୧୨।୮( ମନ୍ମଥ ମିଶ୍ର ): ଦ୍ୱିପ୍ରହରରେ ଚୋରି ଉଦ୍ୟମ। ଘରେ କେହି ନଥିବାର ସୁଯୋଗ ନେଇ ଚୋରି ପାଇଁ ଘରେ ପଶିବାକୁ ଉଦ୍ୟମ କରିଥିଲେ ଚୋର। ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri