ହାତରେ ମେହେନ୍ଦୀ, ହଳଦୀ ଲଗାଇ ବସିଥିଲା କନ୍ୟା: ହେଲେ ଆସିଲାନି ବର…

ମହାରାଜଗଞ୍ଜ,୧୭।୫: ବିବାହକୁ ନେଇ ଅନେକ ଯୁବକ ଯୁବତୀ ବହୁ ସ୍ବପ୍ନ ଦେଖିଥାନ୍ତି। ସାତଜନ୍ମ ଯାଏ ଏକାସାଙ୍ଗରେ ରହିବାଠାରୁ ଆରମ୍ଭ କରି ସଂସାର ଗଢ଼ିବା ପର୍ଯ୍ୟନ୍ତ କେତେ ଯେ ସ୍ବପ୍ନ ଗୋଟିଏ ଝିଅ ଆଖିରେ ଲୁଚି ରହିଥାଏ। ହେଲେ ସବୁ ସ୍ବପ୍ନ କ’ଣ ସତ ହୁଏ। ବେଳେବେଳେ ହାତରେ ମେହେନ୍ଦୀ, ହଳଦୀ ଲଗାଇ ଓ ବାଡ଼ୁଅ ପାଣି ଗାଧୋଇ ମନର ମଣିଷ ଆସିବା ବାଟକୁ ଚାହିଁବସିଥାଏ କନ୍ୟା। କିନ୍ତୁ ବର ଆସେନାହିଁ। ସେହି ସମୟରେ ଝିଅର ସବୁ ସ୍ବପ୍ନ ଭାଙ୍ଗି ଚୁରମାର ହୋଇଯାଏ। କିଛି ଏଭଳି ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ମହାରାଜଗଞ୍ଜରୁ। ମହାରାଜଗଞ୍ଜ ଜିଲାର ସଦର କୋତଓ୍ବାଲି ଅଞ୍ଚଳର ଏକ ଗାଁରେ ରହୁଥିବା ଉଭୟ ଯୁବକ ଓ ଯୁବତୀଙ୍କ ବିବାହ ମେ’୧୬ ବିବାହ ଅନୁଷ୍ଠିତ ହୋଇଥିଲା। ଘର ସହମତିରେ ଏହି ପ୍ରେମ ବିବାହ ଅନୁଷ୍ଠିତ ହୋଇଥିବା ବେଳେ ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ସରିଥିଲା। ହେଲେ ବିବାହ ଦିନ ଫୋନ ଜରିଆରେ କନ୍ୟାଙ୍କୁ ବିବାହ ପାଇ ମନା କରିଦେଇଥିଲେ ବର। ଏହାଶୁଣି କନ୍ୟାଜଣଙ୍କ ସେଠାରେ ଅଚେତ୍‌ ହୋଇପଡ଼ିଥିଲେ। ପରେ ହୋସ୍‌ ଆସିବା ପରେ ସମସ୍ତ କଥା ନିଜ ପରିବାରଙ୍କୁ ଜଣାଇଥିଲେ। ଏନେଇ ପରିବାର ଲୋକେ ଓ କନ୍ୟା ସ୍ଥାନୀୟ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ପୋଲିସ ଉଭୟ ବର ଓ କନ୍ୟା ପକ୍ଷଙ୍କୁ ଡକାଇ ସମାଧାନ କରିବାକୁ ଚେଷ୍ଟା କରିଥିଲେ। ହେଲେ ବର ବିବାହ ପାଇଁ ଅମଙ୍ଗ ହୋଇଥିବା ବେଳେ କନ୍ୟା କିନ୍ତୁ ବିବାହ ପାଇଁ ଜିଦ୍‌ ଧରିଥିଲେ। ତେବେ ବରଙ୍କ କହିବା କଥା ଯୁବତୀଙ୍କ ଅନ୍ୟ କାହା ସହ ସମ୍ପର୍କ ରହିଥିବା ଜାଣିବା ପରେ ସେ ଏହି ବିବାହ ପାଇଁ ଅରାଜି ହୋଇଛନ୍ତି। ଏହା ସତ୍ତ୍ୱେ ବି ପୋଲିସ ସମାଧାନ ପାଇଁ ଚେଷ୍ଟା ଚଳାଇଛି। ଯଦି କୌଣସି ନିଷ୍କର୍ସ ନ ବାହାରେ ତେବେ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଗଷ୍ଟ ୫ରେ ପାକିସ୍ତାନରେ ହେବ ବଡ଼ ପ୍ରତିବାଦ ରାଲି, କାହିଁକି ଜାଣନ୍ତୁ…

ଲାହୋର,୧୬।୭: ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଦଳ ଅଗଷ୍ଟ ୫ତାରିଖରେ ସାରା ଦେଶରେ ପ୍ରତିବାଦ କରିବାକୁ ଡାକରା ଦେଇଛି। ସେହି ଦିନ ସେମାନଙ୍କ…

ରୋହିତ ଶର୍ମାଙ୍କ ଆନ୍ତର୍ଜାତୀୟ କ୍ୟାରିୟରରେ ପଡ଼ିବ ପୂର୍ଣ୍ଣଚ୍ଛେଦ! ଇଂଲଣ୍ଡ ବିପକ୍ଷ ଅନ୍ତିମ ଦିନିକିଆ ହେବ…

ମୁମ୍ବାଇ,୧୬।୭: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଷ୍ଟାର୍ ଓପନର ରୋହିତ ଶର୍ମାଙ୍କ ଆନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରର ଅନ୍ତ ଘଟିବାକୁ ଯାଉଛି। ଲର୍ଡସ ଠାରେ ଜୁଲାଇ…

ପ୍ରକାଶ ପାଇଲା NEET UG ୨୦୨୬ ପରୀକ୍ଷାଫଳ: ୧୧.୨୧ ଲକ୍ଷ ଛାତ୍ରୀଛାତ୍ର କୃତକାର୍ଯ୍ୟ, ସଫଳତା ହାରରେ ଆଗରେ ମହିଳା

ନୂଆଦିଲ୍ଲୀ,୧୬।୭: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (NEET UG) ୨୦୨୬ ର ପରୀକ୍ଷା ଫଳ ପ୍ରକାଶ ପାଇଛି। ମେଡିକାଲ୍…

ରଥଯାତ୍ରା: ମୀନାବଜାର ଦୋଳିରେ କରେଣ୍ଟ ଲାଗି ଚାଲିଗଲା ନାବାଳକଙ୍କ ଜୀବନ

ପାରଳାଖେମୁଣ୍ଡି,୧୬ା୭(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡିରେ ରଥଯାତ୍ରା ପାଇଁ ପଡିଥିବା ମୀନା ବଜାର ପରିସରରେ ବିଦ୍ୟୁତ୍‌ ଆଘାତରେ ଜଣେ ନାବାଳକ(୧୫)ଙ୍କ ମୃତ୍ୟୁ ହୋଇଛି। ସେ ହେଲେ ପାରଳାଖେମୁଣ୍ଡି ଫ୍ରେଣ୍ଡ୍ସ କଲୋନୀ…

ରଥଯାତ୍ରାରେ ଭକ୍ତଙ୍କ ମୃତ୍ୟୁକୁ ନେଇ ବଡ଼ କଥା କହିଲେ ମନ୍ତ୍ରୀ

ପୁରୀ,୧୬।୭: ପୁରୀ ରଥଯାତ୍ରାରେ ଅଣନିଶ୍ବାସୀ ହୋଇ ଭକ୍ତଙ୍କ ମୃତ୍ୟୁକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ବଡ଼ ସୂଚନା ଦେଇଛନ୍ତି। ରଥଯାତ୍ରାରେ ଦଳା ଚକଟା ହୋଇ ନ…

ରଥଯାତ୍ରାରେ ସୁରକ୍ଷା ଢ଼ିଲା: ଲୁଟିନେଲେ ମହିଳାଙ୍କ ସୁନାଚେନ୍‌; ଟ୍ରାଫିକ ଜାମ୍‌, ଲୋକେ ହଟହଟା

ବରଗଡ଼,୧୬।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଏଥର ପ୍ରଥମଥର ପାଇଁ ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଛକରେ ଭଟଲି ଛକ ଏବଂ ଖଜୁରଟିକ୍ରାରୁ ବାହାରିଥିବା ମହାପ୍ରଭୁଙ୍କ ରଥ ଏକାଠି…

‘ସ୍ତ୍ରୀର ଅନ୍ୟ ପୁରୁଷ ସହିତ ଅବୈଧ ସମ୍ପର୍କ ଥିଲେ ମିଳିବ ନାହିଁ ଭରଣପୋଷଣ’: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ବିଳାସପୁର,୧୬।୭: ଯଦି ଜଣେ ବିବାହିତ ମହିଳା ବିବାହ ପରେ ଅନ୍ୟ ପୁରୁଷ ସହିତ ଅବୈଧ ସମ୍ପର୍କରେ ଲିପ୍ତ ହୁଅନ୍ତି, ତେବେ ସେ ତାଙ୍କ ସ୍ବାମୀଙ୍କଠାରୁ ଭରଣପୋଷଣ ଦାବି…

ତିନି ରଥରେ ଦର୍ଶନ ଦେଲେ ଶ୍ରୀଜୀଉ

କର୍ଲାମୁଣ୍ଡା,୧୬ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ର ବିଭିନ୍ନ ସ୍ଥାନରେ ଗୁରୁବାର ରଥଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। କର୍ଲାମୁଣ୍ଡା ବସ୍ତିଠାରେ ଭକ୍ତଙ୍କ ସମାଗମରେ ମହାପ୍ରଭୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri