କୋଲକାତାରୁ ଓ୍ବେବ୍‌ ପୋର୍ଟାଲ ମୁଖ୍ୟ ରାଜ୍‌ ଗିରଫ

ଭୁବନେଶ୍ୱର(ବ୍ୟୁରୋ)/ବାରଙ୍ଗ,୭।୯(ଡି.ଏନ୍‌.ଏ.): ଦୁଇ ବ୍ୟବସାୟୀଙ୍କୁ ମୁଣ୍ଡଜାମିନ ରଖି ଅମାନୁଷିକ ନିର୍ଯାତନା ଦେବା ଘଟଣାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ତଥା ଲାଇଭ୍‌ କଳିଙ୍ଗ ୱେବ୍‌ ପୋର୍ଟାଲର ସିଇଓ ରଘୁନାଥ ସାହୁ ଓରଫ ରାଜ୍‌ଙ୍କୁ ସୋମବାର କମିଶନରେଟ ପୋଲିସ କୋଲକାତାରୁ ଗିରଫ କରିଛି। ଏହି ଘଟଣାରେ ନନ୍ଦନକାନନ ଥାନା ପୋଲିସ ଅଗଷ୍ଟ ୨୮ରେ ଉକ୍ତ ପୋର୍ଟାଲର ସମ୍ପାଦିକାଙ୍କ ସମେତ ୫ଜଣଙ୍କୁ ଗିରଫ କରିଥିଲା। ଚଢ଼ାଉବେଳେ ରାଜ୍‌ ଫେରାର ହୋଇଯାଇଥିଲେ। ତାଙ୍କୁ ଧରିବାକୁ କମିଶନରେଟ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିଲା। ମଙ୍ଗଳବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ନନ୍ଦନକାନନ ଥାନା ଅଧିକାରୀ ବିଶ୍ୱରଞ୍ଜନ ସେନାପତି କହିଛନ୍ତି। ରାଜ୍‌ଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ପୋଲିସ ଜାଣିବାକୁ ପାଇଛି। ଗଣମାଧ୍ୟମକୁ ବ୍ୟବହାର କରି ଘଟାଇଥିବା ଆପରାଧିକ କାର୍ଯ୍ୟକଳାପ ଉପରୁ ପରଦା ଉଠାଇବା ପାଇଁ ତଦନ୍ତ ଜାରି ରହିଥିବାବେଳେ ତାଙ୍କୁ ନନ୍ଦନକାନନ ଥାନା ପୋଲିସ ରିମାଣ୍ଡରେ ଆଣି ପଚରାଉଚରା କରିବ ବୋଲି ସୂଚନା ମିଳିଛି। ଏନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ରାଜ୍‌ଙ୍କ ସହଯୋଗ ଓ ଇଙ୍ଗିତରେ ଅନ୍ୟ ଅଭିଯୁକ୍ତମାନେ ଏଭଳି ଅମାନୁଷିକ ନିର୍ଯାତନା ଦେଇଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଅଧିକ ପଚରାଉଚରା କଲାପରେ ବାକି ତଥ୍ୟ ପଦାକୁ ଆସିବ ବୋଲି ସେ କହିଛନ୍ତି।
ସୂଚନା ଅନୁଯାୟୀ, କେନ୍ଦ୍ରାପଡାର ପୂର୍ଣ୍ଣଚନ୍ଦ୍ର ସାହୁ ଓ କୋଲକାତାର ଭିଗୁନାଥ ସିଂ କେନ୍ଦୁଝର ବଡ଼ବିଲରେ ଖଣି ବ୍ୟବସାୟରେ ଗାଡି ଲଗାଉଥିଲେ। ଭିଗୁନାଥଙ୍କ ସହ ଲାଇଭ୍‌ କଳିଙ୍ଗ ସିଇଓ ରାଜ୍‌ଙ୍କର ପୂର୍ବଶତ୍ରୁତା ଥିବାରୁ ତାଙ୍କୁ ମିଡିଆ ଜାଲରେ ଫସାଇବାକୁ ଯୋଜନା କରିଥିଲେ। ଅଗଷ୍ଟ ୫ରେ ଭିଗୁନାଥ ଓ ପୂର୍ଣ୍ଣଚନ୍ଦ୍ର ବ୍ୟବସାୟ ପାଇଁ ଫାଇନାନ୍ସ ଯୋଗାଡ଼ କରିବାକୁ ଭୁବନେଶ୍ୱର ଆସିଥିବାବେଳେ ରାଜ୍‌ ୫୦ ଲକ୍ଷ ଟଙ୍କା କରାଇଦେବାକୁ ପ୍ରତିଶ୍ରୁତି ଦେଇ ଅଫିସକୁ ଡକାଇଥିଲେ। ଉଭୟ ପହଞ୍ଚତ୍ବା ପରେ ରାଜ୍‌ ଓ ଅନ୍ୟମାନେ ଗୋଟିଏ ଘରେ ମୁଣ୍ଡଜାମିନ ରଖି ୧୦ ଲକ୍ଷ ଟଙ୍କା ଦାବି କରି ବ୍ଲାକମେଲ୍‌ କରିଥିଲେ। ସେମାନଙ୍କ ପାଖରେ ଥିବା ୩୦ହଜାର ଲୁଟିନେବା ପରେ ନାନା ନିର୍ଯାତନା ଦେଇଥିଲେ। ପରେ ଭିଗୁନାଥ ଫୋନ୍‌ କରିବାରୁ ତାଙ୍କ ସ୍ତ୍ରୀ ୨୮ ହଜାର ଟଙ୍କା ରାଜ୍‌ଙ୍କ ଆକାଉଣ୍ଟକୁ ପଠାଇଥିଲେ। ଅଗଷ୍ଟ ୭ରେ ଭିଗୁନାଥ ଓ ରାଜ୍‌ଙ୍କ ମଧ୍ୟରେ ପରିଚୟ କରାଇଥିବା ଅନ୍ୟଜଣେ ବ୍ୟକ୍ତି ସେଠାରେ ପହଞ୍ଚତ୍ ସେମାନଙ୍କୁ ମୁକୁଳାଇଥିଲେ। ପୂର୍ଣ୍ଣଚନ୍ଦ୍ର ପରିବାର ଲୋକଙ୍କ ସହାୟତାରେ ଚିକିତ୍ସିତ ହେବା ପରେ ଅଗଷ୍ଟ ୨୭ରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା (ନଂ.୯୩/୨୧) ରୁଜୁ କରିବା ସହ ଉକ୍ତ ପୋର୍ଟାଲ ମୁଖ୍ୟାଳୟରେ ଚଢ଼ାଉ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri