Posted inଖେଳ

ପୂଜାରାଙ୍କୁ ଆଖି ଦେଖାଉଥିବା ବୋଲର୍‌ଙ୍କୁ କନ୍ଦାଇଲେ ଯାଦବ

ଓଭାଲ୍‌,୭।୯: ଓଭାଲ ଟେଷ୍ଟରେ ଭାରତ ଇଂଲଣ୍ଡକୁ ୧୫୭ ରନ୍‌ରେ ପରାସ୍ତ କରିଛି। ଖେଳର ପଞ୍ଚମ ଦିନରେ ଭାରତୀୟ ବୋଲରମାନେ ଓଭାଲ ପିଚରେ ଚମତ୍କାର ବୋଲିଂ କରି ଜୋ ରୁଟଙ୍କ ଦଳକୁ ମାତ୍ର ୨୧୦ ରନରେ ରୋକିବାରେ ସମର୍ଥ ହୋଇଥିଲା। ଏକ ବଡ଼ ବିଜୟ ସହ ଟେଷ୍ଟ ସିରିଜରେ ଭାରତ ୨-୧ ଅଗ୍ରଣୀ ହାସଲ କରିଛି। ଭାରତୀୟ ଦଳର ବିଜୟରେ ଦ୍ରୁତ ବୋଲର ଉମେଶ ଯାଦବ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଯାଦବ ଉଭୟ ଇନିଂସରେ ୩-୩ ଉଇକେଟ ନେଇଥିଲେ। ପ୍ରଥମ ଇନିଂସରେ ଜୋ ରୁଟଙ୍କ ପରି ଜଣେ ବ୍ୟାଟ୍ସମ୍ୟାନଙ୍କୁ ଉମେଶ ଯାଦବ ଏକ ଚମତ୍କାର ବଲ ବୋଲିଂ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ସେ କ୍ରେଗ ଓଭରଟନଙ୍କ ଉଇକେଟ ନେଇଥିଲେ। ଉମେଶ ଯାଦବଙ୍କ ଦ୍ୱାରା କ୍ରେଗ୍‌ ବୋଲ୍ଡ ହୋଇଥିଲେ କିନ୍ତୁ ଏହି ବଲ୍‌ ତାଙ୍କୁ କନ୍ଦାଇ ଦେଇଥିଲା।
ଉମେଶ ଯାଦବଙ୍କ ବଲ ଓଭରଟନଙ୍କ ହାତରେ ବାଜି ସିଧା ଉଇକେଟ୍‌ରେ ବାଜିଥିଲା। ବଲ୍‌ ହାତରେ ବାଜିବା ପରେ ସେ ପିଚ୍‌ରେ ରହି ବହୁତ ଯନ୍ତ୍ରଣା ଅନୁଭବ କରିଥିଲେ। ପଡିଆରୁ ଫେରୁଥିବା ସମୟରେ ଓଭରଟନ ବହୁତ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ଫିଜିଓ ମଧ୍ୟ ତାଙ୍କ ସହିତ ଥିଲେ। ଓଭରଟନଙ୍କ ଯନ୍ତ୍ରଣାକୁ ଦେଖିଲେ ଦେଖାଯାଏ ଯେ ତାଙ୍କ ଡାହାଣ ହାତ ବହୁତ କଷ୍ଟ ପାଇଛି ଏବଂ ସିରିଜର ଶେଷ ଟେଷ୍ଟରେ ଖେଳିବା ତାଙ୍କ ପାଇଁ କଷ୍ଟକର ହୋଇପାରେ।
ସୂଚନାଯୋଗ୍ୟ ଯେ, ଓଭାଲ ଟେଷ୍ଟର ଦ୍ୱିତୀୟ ଇନିଂସରେ କ୍ରେଗ ଓଭରଟନ ହିଁ ଏକମାତ୍ର ବୋଲର ଯିଏ ଚେତେଶ୍ୱର ପୂଜାରାଙ୍କ ଉପରେ ରାଗୁଥିଲେ। ପୂଜାରା କ୍ରିଜକୁ ଆସିବା ମାତ୍ରେ ସେ ଓଭରଟନ ଓଭରରେ ଦୁଇଟି ଚାରି ଚୌକା ମାରିଥିଲେ, ଏହା ପରେ ଓଭରଟନ୍‌ ରାଗିଯାଇ ପୂଜାରାଙ୍କୁ ଆକ୍ରମଣାତ୍ମକ ଢଙ୍ଗରେ ଚାହିଁଥିଲେ। ତେବେ ଏହା ପୂଜାରାଙ୍କୁ ପ୍ରଭାବିତ କରି ନ ଥିଲା ଏବଂ ସେ ୬୧ ରନର ଚମତ୍କାର ଇନିଂସ ଖେଳିଥିଲେ। ଦ୍ୱିତୀୟ ଉଇକେଟ ପାଇଁ ପୂଜାରା ରୋହିତ ଶର୍ମାଙ୍କ ସହ ୧୫୩ ରନ ଭାଗିଦାରୀ ବାଣ୍ଟିଥିଲେ। ଯେତେବେଳେ ଓଭରଟନ ବ୍ୟାଟିଂ କରିବାକୁ ଆସିଥିଲେ, ଉମେଶ ଯାଦବ ତାଙ୍କୁ ଆଖିରେ ନୁହେଁ ବରଂ ବଲରେ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁମୁହଁରୁ ୧୬୪୩ ପିଲାଙ୍କୁ ଟାଣିଆଣିଲେ ଶିକ୍ଷକ; ନେପାଳ ବନ୍ୟାରେ ସାଜିଲେ ହିରୋ, ଚାରିଆଡେ ଚର୍ଚ୍ଚା

କାଠମାଣ୍ଡୁ,୩୦ା୮: ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ଅନେକ ଅଞ୍ଚଳ ଛାରଖାର ହୋଇଯାଇଛି। ହଠାତ୍ ନଦୀର ପାଣି ବସ୍ତି ଓ ରାସ୍ତାରେ ପଶିଯିବାରୁ ଚାରିଆଡ଼େ ଆତଙ୍କ…

ଜନ୍ମାଷ୍ଟମୀରେ ଦୁର୍ଲଭ ଗ୍ରହ ସଂଯୋଗ: ୪ଟି ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ଗ୍ରୋଥ୍‌ ସାଙ୍ଗକୁ ଅଚାନକ ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥର ଜନ୍ମାଷ୍ଟମୀ ପର୍ୱ ଅତ୍ୟନ୍ତ ଖାସ ବୋଲି ମାନାଯାଉଛି। ୪ ସେପ୍ଟେମ୍ୱର ୨୦୨୬ ଜନ୍ମାଷ୍ଟମୀ ଦିନ ଅନେକ ପ୍ରମୁଖ ଗ୍ରହ ଶୁଭ ସ୍ଥିତିରେ…

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ: ଏପର୍ଯ୍ୟନ୍ତ ୩୬ଟି ଦେଶ ଦ୍ୱାରା ସମ୍ମାନିତ ହେଲେଣି…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ରାଷ୍ଟ୍ର ସମ୍ମାନ ‘ଓଲି ଦାରାଜଲି ଦୋ’ଷ୍ଟଲିକ’ (ସର୍ବୋଚ୍ଚ ଡିଗ୍ରୀର ବନ୍ଧୁତା କ୍ରମ) ପ୍ରଦାନ କରାଯାଇଥିଲା। ଉଜବେକିସ୍ତାନର ରାଷ୍ଟ୍ରପତି ଶାଭକତ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ଏମିତି ଜାଗାରେ ଅଟୋଗ୍ରାଫ ଦେଲେ ପୁଟିନ, ଯାହାକୁ ନେଇ ହେଉଛି ଖୁବ ଚର୍ଚ୍ଚା

ମସ୍କୋ,୩୦।୮: ଏକ କାରଖାନା ପରିଦର୍ଶନ ସମୟରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଚାଇନା-ଡିଜାଇନ କାରରେ ଯାତ୍ରା କରିଥିଲେ ଏବଂ ନିଜେ ଏହାକୁ ଚଲାଇଥିଲେ। ରୁଷିଆ ନିର୍ମିତ,…

ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ଗିରଫ ହେଲେ SI ସ୍ୱାମୀ, ବର୍ଷେ ତଳେ ହୋଇଥିଲା ବିବାହ

ଭଦ୍ରକ,୩୦ା୮(ସନାତନ ରାଉତ): ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ପୋଲିସ ଏସଆଇ । ଭଦ୍ରକ ଟାଉନ ଥାନା ସବ ଇନ୍ସପେକ୍ଟର ଗଣନାଥ ସେଠୀ ଗିରଫ ହୋଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri