ଟାଇଟ୍‌ ପୋଷାକ ପିନ୍ଧୁଥିଲେ

ନିଜ ଫିଗରକୁ ଆକର୍ଷଣୀୟ କରିବା ଲାଗି ଅଧିକାଂଶ ମହିଳା ବିଭିନ୍ନ ଉପାୟ ଆପଣାଇଥାନ୍ତି; ଯାହା ମଧ୍ୟରେ ଟାଇଟ୍‌ ପୋଷାକ ସେମାନଙ୍କର ଭାରି ପସନ୍ଦ। ହେଲେ ଆପଣ ଜାଣନ୍ତିକି ସ୍ଲିମ୍‌ ଫିଟ୍‌ ଦେଖାଯିବା ନିଶାରେ ବ୍ୟବହାର କରୁଥିବା ଏଭଳି ପୋଷାକ
ବିଭିନ୍ନ ଶାରୀରିକ ସମସ୍ୟାର ବି କାରଣ ସାଜିପାରେ…

ଅଧିକ ଆଇକ୍ୟାଚି ଲାଗିବା ନିଶାରେ ବର୍ତ୍ତମାନ ଅଧିକାଂଶ ମହିଳା ଟାଇଟ୍‌ କୁର୍ତ୍ତୀ, ଜିନ୍ସ, ଜେଗିଙ୍ଗ୍ସ, ଅନ୍ୟାନ୍ୟ ପ୍ୟାଣ୍ଟ ଦୀର୍ଘ ସମୟ ପିନ୍ଧୁଛନ୍ତି। ହେଲେ ଏଭଳି ପୋଷାକ ଅଧିକ ସମୟ ପିନ୍ଧିବା ଦ୍ବାରା ଚର୍ମ ଏବଂ ସ୍ନାୟୁ ସଙ୍କୁଚିତ ହୋଇଥାଏ; ଯାହାଫଳରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ।
ବର୍ତ୍ତମାନ ଖରାଦିନ ଚାଲିଛି। ଏମିତିରେ ଏଭଳି ଟାଇଟ୍‌ ପୋଷାକ ପିନ୍ଧିବା ଦ୍ୱାରା ଝାଳ ଲାଗି କୁଣ୍ଡେଇ ହେବା ସହ ଘିମିରିଠାରୁ ଆରମ୍ଭ କରି ବିଭିନ୍ପ ଫଙ୍ଗାଲ ହେବାର ଆଶଙ୍କା ବି ରହିଛି।
ଟାଇଟ୍‌ ପ୍ୟାଣ୍ଟ ବିଶେଷ କରି ସ୍କିନି ଜିନ୍ସ ପିନ୍ଧିଲେ ୟୁରିନାରି ଟ୍ରାକ୍‌ ଇନ୍‌ଫେକଶନ୍‌ ଭଳି ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି; ଯାହା କି ଖୁବ୍‌ କଷ୍ଟ ଦାୟକ ଏବଂ ଭଲ ହେବାକୁ ଅଧିକ ସମୟ ମଧ୍ୟ ଲାଗିଥାଏ।
କେବଳ ଏତିକି ନୁହେଁ, ଏକ ଗବେଷଣା ରିପୋର୍ଟ ମୁତାବକ ସର୍ବଦା ଏଭଳି ଟାଇଟ୍‌ ପୋଷାକ ବିଶେଷ କରି ପ୍ୟାଣ୍ଟ ପିନ୍ଧିବା ଦ୍ବାରା ପ୍ରଜନନ କ୍ଷମତା ହ୍ରାସ ହେବାର ମଧ୍ୟ ଆଶଙ୍କା ରହିଛି।
କେବଳ ପୋଷାକ କାହିଁକି ଫିଗର୍‌କୁ ଅଧିକ ହାଇଲାଇଟ୍‌ କରିବା ଲାଗି ଅନେକ ମହିଳା ଟାଇଟ୍‌ ଅଣ୍ଡର ଗାର୍ମେଟ୍ସ ବା ଅନ୍ତଃବସ୍ତ୍ର ମଧ୍ୟ ବ୍ୟବହାର କରିଥାନ୍ତି। ହେଲେ ଏହି ଅଭ୍ୟାସ ଭବିଷ୍ୟତରେ ଅନେକଙ୍କଠାରେ ବ୍ରେଷ୍ଟ କ୍ୟାନ୍ସରର ଆଶଙ୍କା ବୃଦ୍ଧି ପାଇଥାଏା
ଗର୍ଭାବସ୍ଥାରେ ଏଭଳି ଟାଇଟ୍‌ ପୋଷାକ ଆଦୌ ପିନ୍ଧିବା ଠିକ୍‌ ନୁହେଁ। କାରଣ ମା’ ସହ ଗର୍ଭସ୍ଥ ଶିଶୁ ଉଭୟଙ୍କ ଲାଗି ଏହା କ୍ଷତିକାରକ।


Enter your email to get our daily news in your inbox.

All Right Reserved By Dharitri.Com

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

୩୨ କେଭି ବିଦ୍ୟୁତ୍‌ ତାରରେ ବାଜିଗଲା ଛାତ୍ରଙ୍କ ହାତ, ଚାଲିଗଲା ଜୀବନ

ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ…

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

Video: ନେପାଳରେ ଭୟଙ୍କର ବନ୍ୟାର ୩ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇ ସମସ୍ତଙ୍କୁ ଚକିତ କରିଦେଲେ ଏହି ଶିଶୁ

କାଠମାଣ୍ଡୁ,୩୦।୮: ନେପାଳର ରାସୁୱା ଜିଲାରେ ଭୟଙ୍କର ବନ୍ୟା ଆସିବାର ତିନି ଦିନ ପରେ, ଜଣେ ୨ ବର୍ଷର ଶିଶୁକୁ କାଦୁଅ ଏବଂ ଭଗ୍ନାବଶେଷ ତଳୁ ଜୀବନ୍ତ ବାହାର…

ବଢୁଛି ଅନଲାଇନ ଓ୍ବେଡିଂ ଟ୍ରେଣ୍ଡ, ଚଳିତ ବର୍ଷ ୩୮% ବିବାହ ଅନଲାଇନରେ ଅନୁଷ୍ଠିତ ହୋଇଛି , ଜାଣନ୍ତୁ ଏହାର କାରଣ କ’ଣ

କ୍ୱିଭ,୩୦।୮: ପ୍ରଚଣ୍ଡ ସୂର୍ଯ୍ୟ ତାପ ମଧ୍ୟରେ, ଟେଟିଆନା – ଏକ ବର ପୋଷାକ ପିନ୍ଧିଥିବା ଏବଂ ଓଲେକଜାଣ୍ଡର – ସାମରିକ ପୋଷାକ ପିନ୍ଧି କ୍ରାମଟୋର୍ସ୍କର କେନ୍ଦ୍ରୀୟ ଶାନ୍ତି…

ମୃତ୍ୟୁମୁହଁରୁ ୧୬୪୩ ପିଲାଙ୍କୁ ଟାଣିଆଣିଲେ ଶିକ୍ଷକ; ନେପାଳ ବନ୍ୟାରେ ସାଜିଲେ ହିରୋ, ଚାରିଆଡେ ଚର୍ଚ୍ଚା

କାଠମାଣ୍ଡୁ,୩୦ା୮: ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ଅନେକ ଅଞ୍ଚଳ ଛାରଖାର ହୋଇଯାଇଛି। ହଠାତ୍ ନଦୀର ପାଣି ବସ୍ତି ଓ ରାସ୍ତାରେ ପଶିଯିବାରୁ ଚାରିଆଡ଼େ ଆତଙ୍କ…

ଜନ୍ମାଷ୍ଟମୀରେ ଦୁର୍ଲଭ ଗ୍ରହ ସଂଯୋଗ: ୪ଟି ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ଗ୍ରୋଥ୍‌ ସାଙ୍ଗକୁ ଅଚାନକ ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥର ଜନ୍ମାଷ୍ଟମୀ ପର୍ୱ ଅତ୍ୟନ୍ତ ଖାସ ବୋଲି ମାନାଯାଉଛି। ୪ ସେପ୍ଟେମ୍ୱର ୨୦୨୬ ଜନ୍ମାଷ୍ଟମୀ ଦିନ ଅନେକ ପ୍ରମୁଖ ଗ୍ରହ ଶୁଭ ସ୍ଥିତିରେ…

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri