ଟାଇଟ୍‌ ପୋଷାକ ପିନ୍ଧୁଥିଲେ

ନିଜ ଫିଗରକୁ ଆକର୍ଷଣୀୟ କରିବା ଲାଗି ଅଧିକାଂଶ ମହିଳା ବିଭିନ୍ନ ଉପାୟ ଆପଣାଇଥାନ୍ତି; ଯାହା ମଧ୍ୟରେ ଟାଇଟ୍‌ ପୋଷାକ ସେମାନଙ୍କର ଭାରି ପସନ୍ଦ। ହେଲେ ଆପଣ ଜାଣନ୍ତିକି ସ୍ଲିମ୍‌ ଫିଟ୍‌ ଦେଖାଯିବା ନିଶାରେ ବ୍ୟବହାର କରୁଥିବା ଏଭଳି ପୋଷାକ
ବିଭିନ୍ନ ଶାରୀରିକ ସମସ୍ୟାର ବି କାରଣ ସାଜିପାରେ…

ଅଧିକ ଆଇକ୍ୟାଚି ଲାଗିବା ନିଶାରେ ବର୍ତ୍ତମାନ ଅଧିକାଂଶ ମହିଳା ଟାଇଟ୍‌ କୁର୍ତ୍ତୀ, ଜିନ୍ସ, ଜେଗିଙ୍ଗ୍ସ, ଅନ୍ୟାନ୍ୟ ପ୍ୟାଣ୍ଟ ଦୀର୍ଘ ସମୟ ପିନ୍ଧୁଛନ୍ତି। ହେଲେ ଏଭଳି ପୋଷାକ ଅଧିକ ସମୟ ପିନ୍ଧିବା ଦ୍ବାରା ଚର୍ମ ଏବଂ ସ୍ନାୟୁ ସଙ୍କୁଚିତ ହୋଇଥାଏ; ଯାହାଫଳରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ।
ବର୍ତ୍ତମାନ ଖରାଦିନ ଚାଲିଛି। ଏମିତିରେ ଏଭଳି ଟାଇଟ୍‌ ପୋଷାକ ପିନ୍ଧିବା ଦ୍ୱାରା ଝାଳ ଲାଗି କୁଣ୍ଡେଇ ହେବା ସହ ଘିମିରିଠାରୁ ଆରମ୍ଭ କରି ବିଭିନ୍ପ ଫଙ୍ଗାଲ ହେବାର ଆଶଙ୍କା ବି ରହିଛି।
ଟାଇଟ୍‌ ପ୍ୟାଣ୍ଟ ବିଶେଷ କରି ସ୍କିନି ଜିନ୍ସ ପିନ୍ଧିଲେ ୟୁରିନାରି ଟ୍ରାକ୍‌ ଇନ୍‌ଫେକଶନ୍‌ ଭଳି ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି; ଯାହା କି ଖୁବ୍‌ କଷ୍ଟ ଦାୟକ ଏବଂ ଭଲ ହେବାକୁ ଅଧିକ ସମୟ ମଧ୍ୟ ଲାଗିଥାଏ।
କେବଳ ଏତିକି ନୁହେଁ, ଏକ ଗବେଷଣା ରିପୋର୍ଟ ମୁତାବକ ସର୍ବଦା ଏଭଳି ଟାଇଟ୍‌ ପୋଷାକ ବିଶେଷ କରି ପ୍ୟାଣ୍ଟ ପିନ୍ଧିବା ଦ୍ବାରା ପ୍ରଜନନ କ୍ଷମତା ହ୍ରାସ ହେବାର ମଧ୍ୟ ଆଶଙ୍କା ରହିଛି।
କେବଳ ପୋଷାକ କାହିଁକି ଫିଗର୍‌କୁ ଅଧିକ ହାଇଲାଇଟ୍‌ କରିବା ଲାଗି ଅନେକ ମହିଳା ଟାଇଟ୍‌ ଅଣ୍ଡର ଗାର୍ମେଟ୍ସ ବା ଅନ୍ତଃବସ୍ତ୍ର ମଧ୍ୟ ବ୍ୟବହାର କରିଥାନ୍ତି। ହେଲେ ଏହି ଅଭ୍ୟାସ ଭବିଷ୍ୟତରେ ଅନେକଙ୍କଠାରେ ବ୍ରେଷ୍ଟ କ୍ୟାନ୍ସରର ଆଶଙ୍କା ବୃଦ୍ଧି ପାଇଥାଏା
ଗର୍ଭାବସ୍ଥାରେ ଏଭଳି ଟାଇଟ୍‌ ପୋଷାକ ଆଦୌ ପିନ୍ଧିବା ଠିକ୍‌ ନୁହେଁ। କାରଣ ମା’ ସହ ଗର୍ଭସ୍ଥ ଶିଶୁ ଉଭୟଙ୍କ ଲାଗି ଏହା କ୍ଷତିକାରକ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri