Posted inଫୁରସତ

୬୫୫ କୋଟିର ମାଲିକ ଏଇ କୁକୁର

ମହଲ ପରି ଏକ ବଡ଼ ବଙ୍ଗଳା, ଚାକର ଚାକରାଣୀ, ଅୟସ ଭରା ଜୀବନର ସ୍ବପ୍ନ ତ ସମସ୍ତେ ଦେଖନ୍ତି। ହେଲେ ଏ ସ୍ବପ୍ନ କେବଳ ସ୍ବପ୍ନ ହୋଇ ରହିଯାଏ ଅନେକଙ୍କ ପାଇଁ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଏଭଳି ଅୟସଭରା ଜୀବନ ଏକ କୁକୁର ବିତାଉଛି। ସେ ଏତେ ଧନୀ ଯେ, ତା’ ଅୟସଭରା ଜୀବନକୁ ନେଇ ଏବେ ଫିଲ୍ମ ବି କରାଯାଇଛି। ଏହି କୁକୁରଟିର ନାମ ହେଉଛି ଗୁନ୍ଥର ୬। ଏହାର ସମ୍ପତ୍ତି କେତେ ଜାଣନ୍ତି? ଏହି ଜର୍ମାନ ଶେଫର୍ଡ ପ୍ରଜାତିର କୁକୁରଟି ହେଉଛି ୬୫୫ କୋଟି ଟଙ୍କାର ମାଲିକ। ଇଟାଲିରେ ରହୁଥିବା ଏହି କୁକୁରର ଅୟସ ଜୀବନକୁ ଦେଖିଲେ ସତରେ ଯେକୌଣସି ମଣିଷ ଇର୍ଷା କରିବେ। ଗୁନ୍ଥର ୬ ଏବେ ମଡୋନାଙ୍କ ପୂର୍ବ ଘରେ ବେଶ୍‌ ଆରାମଦାୟକ ଜୀବନ ବିତାଉଛି। ଆଉ ତା’ ଜୀବନ କାହାଣୀ ଉପରେ ଏକ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ବି କରାଯାଉଛି ଯାହାର ନାଁ, ‘ଗୁନ୍ଥର ମିଲିୟନ୍ସ’ ରଖାଯାଇଛି। ଚଳଚ୍ଚିତ୍ରଟି ନେଟଫ୍ଲିକ୍ସରେ ଖୁବ୍‌ ଶୀଘ୍ର ରିଲିଜ ହେବାକୁ ଯାଉଛି। ଚଳଚ୍ଚିତ୍ରରେ ଗୁନ୍ଥର ଧନୀ ହେବାର ରହସ୍ୟ ଓ ତା’ର ଅୟସଭରା ଗ୍ଲାମର୍ସ ଲାଇଫ୍‌ ଉପରେ ଚିତ୍ରଣ କରାଯାଇଛି। ଫିଲ୍ମର ନିର୍ଦ୍ଦେଶକ ଅରେଲିୟନ ଲେଟର୍ଗି କୁହନ୍ତି, ‘ଆମେ ଏହି କୁକୁର ସମ୍ପର୍କରେ ଯେବେ ଜାଣିଲୁ ତା’ର ଜୀବନଶୈଳୀ କିଭଳି ହୋଇଥିବ ସେ ସମ୍ପର୍କରେ ସବିଶେଷ ଜାଣିବାକୁ ଇଛା ହୋଇଥିଲା। ତେଣୁ ତା’ ସମ୍ପର୍କରେ ସବୁ ତଥ୍ୟ ସଂଗ୍ରହ କଲୁ। ଆମ ଚଳଚ୍ଚିତ୍ରରେ ତା’ର କାହାଣୀକୁ ବେଶ୍‌ ସୁନ୍ଦରଭାବେ ଉପସ୍ଥାପନ କରାଯାଇଛି। ଗୁନ୍ଥରକୁ ଜର୍ମାନୀର କାଉଣ୍ଟେସ୍‌ କାରଲୋଟା ଲିଏମ୍ବଷ୍ଟେନ୍‌ଙ୍କ ପୁଅର ନାଁ ଗୁନ୍ଥରଙ୍କ ନାମାନୁସାରେ ନାମିତ କରାଯାଇଥିଲା। ଯେକି କୌଣସି କାରଣରୁ ଆତ୍ମହତ୍ୟା କରିଥିଲେ। ଲିଏମ୍ବଷ୍ଟେନ୍‌ଙ୍କର ନିଜର ବୋଲି ଆଉ କେହି ନ ଥିଲେ। ସେଥିପାଇଁ ସେ ୧୯୯୨ରେ ନିଜ ମୃତ୍ୟୁ ପୂର୍ବରୁ ଏକ ଟ୍ରଷ୍ଟ ଗଠନ କରିଥିଲେ। ଆଉ ନିଜର ପ୍ରିୟ କୁକୁର ନାଁରେ ୬୫୫ କୋଟି ଟଙ୍କାର ସମ୍ପତି କରାଇଦେଲେ। ତା’ଛଡା ଗୁନ୍ଥର ଏକ ଫାର୍ମାସ୍ୟୁଟିକାଲ କମ୍ପାନୀର ମାଲିକ ମଧ୍ୟ।’


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ନମ୍ବରରୁ ହ୍ବାଟ୍ସଆପ୍‌କୁ ଆସିବ କଲ୍‌, ମିଳିବ ଧମକ, ଭୟଭୀତ ହେଲେ ଆକାଉଣ୍ଟ ହୋଇଯିବ ଖାଲି…

ଦୁଇମାସ ତଳେ କେରଳର ଜଣେ ବାସିନ୍ଦା ପୋଲିସ ଅଧିକାରୀଙ୍କ ଡିପି ଥାଇ ଏକ ନମ୍ବରରୁ ହ୍ବାଟ୍ସଆପ୍‌କୁ କଲ୍‌ ଆସିଥିଲା। ସେ ଏହାକୁ ଉଠାଇବା ମାତ୍ରେ ଏକ...

ଅଜବ ଘର: ଦେଖିବାକୁ ବଙ୍କାତେଢ଼ା ମାତ୍ର ଆକର୍ଷଣୀୟ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା…

ଦୁନିଆରେ ଅନେକ ଅଟ୍ଟାଳିକା ଅଛି, ଯାହା ଅନେକ କାରଣ ପାଇଁ ଲୋକଙ୍କୁ ଆକର୍ଷିତ କରିଥାଏ। କିଛି ଘର ଡିଜାଇନକୁ ନେଇ ବେଶ୍‌ ଆକର୍ଷଣୀୟ ହୋଇଥାଏ। ଆଜି...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ...

ପୃଥିବୀର ପଡୋଶୀରେ ଅଛନ୍ତି ଏଲିଏନ୍ସ, ୨୦୩୦ ସୁଦ୍ଧା ଖୋଜିଦେବ ନାସା!

ଓ୍ବାଶିଂଟନ,୨୫।୩: ଏଲିଲନ୍ସ ସତରେ ଅଛନ୍ତି କି। ଯଦି ଅଛନ୍ତି, ସେମାନେ କେଉଁଠାରେ ରୁହନ୍ତି? ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବାରେ ସାରା ବିଶ୍ୱର ସ୍ପେସ ଏଜେନ୍ସିମାନେ...

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ...

ବୋତଲ ଭିତରେ ଅଠା ଲାଖେ ନାହିଁ କାହିଁକି

ବିଜ୍ଞାପନରେ ଅନେକ ଅଠା କମ୍ପାନୀ ଦାବି କରନ୍ତି ଯେ, ତାଙ୍କର ସାମାନ୍ୟ ଟିକେ ଅଠା ଯେକୌଣସି ଜିନିଷକୁ ଯୋଡିପାରେ। ଆଉ ଏମିତି ଯୋଡିବ ଯେ ଯୋଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri