ଶିକ୍ଷାରେ ସବଳ ହେବେ ଦୁର୍ବଳ ଛାତ୍ରୀଛାତ୍ର

ଅନୁଗୋଳ ଅଫିସ, ୩ା୩ – କରୋନା କାରଣରୁ ଶିକ୍ଷା କ୍ଷେତ୍ରରେ ସୃଷ୍ଟି ହୋଇଥିବା ସଙ୍କଟ ଦୂର ପାଇଁ ସରକାରଙ୍କ ପକ୍ଷରୁ ଯଥାସମ୍ଭବ ଚେଷ୍ଟା କରାଯାଉଛି। ବିଶେଷକରି ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅଧିକ ଚିନ୍ତା କରାଯାଉଛି। ମେ ୩ ତାରିଖରେ ହେବାକୁ ଥିବା ଏହି ପରୀକ୍ଷା ପୂର୍ବରୁ ଅତିକମ୍‌ରେ ୧୦୦ ଦିନର ଶ୍ରେଣୀଗୃହ ପାଠପଢ଼ା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଏତେ କମ୍‌ ସମୟ ମଧ୍ୟରେ ପିଲାଙ୍କୁ ପ୍ରସ୍ତୁତ କରାଯିବା କଷ୍ଟକର ହୋଇଥିବାରୁ ସମ୍ଭାବ୍ୟ ପ୍ରଶ୍ନୋତ୍ତର ସମ୍ବଳିତ ‘ଶିକ୍ଷା ଦର୍ପଣ’ ଯୋଗାଇ ଦିଆଯାଇଛି। ହେଲେ ଅନ୍‌ଲାଇନ୍‌ରେ ବର୍ଷତମାମ କ୍ଲାସ କରିଥିବା ଅନୁଗୋଳ ଜିଲାର ୧୮ ହଜାର ୯୯୬ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ପ୍ରାୟ ୭ ହଜାର ଜଣ ଠିକ୍‌ ଭାବେ ପଢ଼ିପାରି ନାହାନ୍ତି। ତେଣୁ ଶିକ୍ଷାଗ୍ରହଣରେ ଏପରି ଦୁର୍ବଳ ଛାତ୍ରୀଛାତ୍ରଙ୍କୁ ସବଳ କରିବାକୁ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ସ୍ବରୂପ ‘ଲୋ-ଆଚିଭର କ୍ଲାସ୍‌’ ଆରମ୍ଭ କରାଯାଇଛି। ଏହାଦ୍ୱାରା ଆସନ୍ତା ବୋର୍ଡ ପରୀକ୍ଷାରେ ପରୀକ୍ଷାର୍ଥୀମାନେ ଉନ୍ନତ ପ୍ରଦର୍ଶନ କରିବା ସହ ରେଜଲ୍ଟରେ ଅନୁଗୋଳ ଜିଲାକୁ ପୂର୍ବାପେକ୍ଷା ଅଧିକ ସଫଳତା ମିଳିପାରିବ ବୋଲି ପ୍ରଶାସନ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି।
ଅନୁଗୋଳ ଜିଲାରେ ଚଳିତବର୍ଷ ୨୪୮ ବିଦ୍ୟାଳୟର ୧୮ ହଜାର ୯୯୬ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବେ। ତେବେ ଦୀର୍ଘଦିନ ଧରି ଏହି ଛାତ୍ରୀଛାତ୍ରମାନେ ସ୍କୁଲ ନ ଆସି ଅନ୍‌ଲାଇନ୍‌ରେ କ୍ଲାସ କରୁଥିବାରୁ ପାଠପଢ଼ା ଆଶାନୁଯାୟୀ ହୋଇପାରି ନାହିଁ। ତେଣୁ ପରୀକ୍ଷା ପୂର୍ବରୁ ପିଲାଙ୍କୁ ଚାପମୁକ୍ତ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନାନା ପଦକ୍ଷେପ ନିଆଯାଉଛି। ‘ଶିକ୍ଷା ଦର୍ପଣ’ ବଣ୍ଟନ କରାଯାଇଥିବା ବେଳେ ବିଷୟଗୁଡ଼ିକର ନମ୍ବର ୧୦୦ରୁ ୮୦କୁ ହ୍ରାସ କରାଯାଇଛି। ତେବେ ଶିକ୍ଷାଗ୍ରହଣରେ ଅନୁଗୋଳ ଜିଲାର ୨୪୮ ବିଦ୍ୟାଳୟର ୬୯୮୫ ଛାତ୍ରୀଛାତ୍ର ପଛରେ ପଡ଼ିଯାଇଥିବା ଜିଲା ଶିକ୍ଷା ବିଭାଗ ପକ୍ଷରୁ ଚିହ୍ନଟ କରାଯାଇଛି। ଏହି ପିଲାମାନଙ୍କୁ ସ୍ବତନ୍ତ୍ର ଭାବେ ପରୀକ୍ଷା ପାଇଁ ପ୍ରସ୍ତୁତ କରିବାକୁ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ବିଦ୍ୟାଳୟରେ ଲୋ-ଆଚିଭର କ୍ଲାସ୍‌ ଆରମ୍ଭ ହୋଇଛି। ବିଶେଷକରି ଇଂଲିଶ, ବିଜ୍ଞାନ ଓ ଗଣିତ ବିଷୟ ପଢ଼ାଯାଉଛି। ଆବଶ୍ୟକସ୍ଥଳେ ସାହିତ୍ୟ, ସଂସ୍କୃତ/ହିନ୍ଦୀ, ଭୂଗୋଳ ଓ ଇତିହାସ ବିଷୟରେ ଶିକ୍ଷାଦାନ କରାଯାଉଛି। ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ପଢ଼ିବା ପରେ ସମ୍ପୃକ୍ତ ଛାତ୍ରୀଛାତ୍ରମାନେ ପୁନର୍ବାର ଅନ୍ୟମାନଙ୍କ ସହ ଶ୍ରେଣୀରେ ଯୋଗ ଦେଉଛନ୍ତି। ପରୀକ୍ଷାରେ ପ୍ରତ୍ୟେକ ଛାତ୍ରୀଛାତ୍ର ଯେପରି ଭଲ କରିବେ ଓ ଫଳାଫଳରେ ଜିଲା ନୂଆ ରେକର୍ଡ କରିବ ତାହାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ଏପରି ପ୍ରୟାସ କରାଯାଉଛି। ଗତ ଫେବୃୟାରୀ ୧୫ରୁ ଆରମ୍ଭ ହୋଇଥିବା ଏହି ଲୋ-ଆଚିଭର କ୍ଲାସ୍‌ ଏପ୍ରିଲ ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ।

ଫଳ ନିଶ୍ଚିତ ଭଲ ମିଳିବ
ଚଳିତବର୍ଷ ହେବାକୁ ଥିବା ମାଟ୍ରିକ୍‌ ପରୀକ୍ଷାରେ ଅନୁଗୋଳ ଜିଲାରେ ରେଜଲ୍ଟ ବୃଦ୍ଧି କରିବାକୁ ଲୋ-ଆଚିଭର କ୍ଲାସ୍‌ କରାଯାଉଛି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଦଶମଶ୍ରେଣୀର ଶିକ୍ଷାରେ ଦୁର୍ବଳ ଥିବା ପିଲାମାନଙ୍କୁ ଚୟନ କରାଯାଇ ସ୍ବତନ୍ତ୍ର ଭାବେ ଶିକ୍ଷାଦାନ କରାଯାଉଛି। କେଉଁ ବିଷୟରେ ଏପରି ପିଲାମାନଙ୍କୁ ପଢ଼ାଯିବ ସେ ନେଇ ପ୍ରଧାନଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଅବଗତ କରାଯାଉଛି। ଏହି ଉଦ୍ୟମ ନିଶ୍ଚିତ ଫଳପ୍ରଦ ହେବ ଓ ପରୀକ୍ଷାଫଳରେ ଜିଲା ପୂର୍ବ ସଫଳତାକୁ ଟପିଯିବ।
-କଳ୍ପନା ବେହେରା, ଜିଲା ଶିକ୍ଷା ଅଧିକାରୀ, ଅନୁଗୋଳ
ଏହି କ୍ଳାସ ଭିଟାମିନ୍‌ ଭଳି କାର୍ଯ୍ୟ କରିବ
କରୋନା ପରବର୍ତ୍ତୀ ପରିସ୍ଥିତିରେ ଦଶମ ଶ୍ରେଣୀର ଦୁର୍ବଳ ଛାତ୍ରୀଛାତ୍ରଙ୍କ ପାଇଁ ଶ୍ରେଣୀ କକ୍ଷରେ ସ୍ବତନ୍ତ୍ର ଶିକ୍ଷାଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଛାତ୍ରୀଛାତ୍ରମାନଙ୍କୁ ନୂତନ ପରୀକ୍ଷା ପଦ୍ଧତି ସମ୍ପର୍କରେ ପରିଚିତ କରିବା ସହ ପାଠ୍ୟଖସଡ଼ାକୁ ସହଜରେ ଆୟତ୍ତ କରିବାକୁ ଶିକ୍ଷକମାନେ ଆଶାବାଦୀ ଅଛନ୍ତି। ଏଥିପାଇଁ ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି। ଏହି କ୍ଲାସ ପିଲାଙ୍କ ପାଇଁ ଭିଟାମିନ୍‌ ଭଳି କାର୍ଯ୍ୟ କରିବ।
-ସଂଗ୍ରାମ କେଶରୀ ପୃଷ୍ଟି, ଶିକ୍ଷକ, କିଶୋରନଗର ହାଇସ୍କୁଲ
ପରୀକ୍ଷା ଭଲ ହେବା ନେଇ ଆଶାବାଦୀ
ସ୍କୁଲ ଖୋଲିବା ପରେ ପାଠରେ ଥିବା ସନ୍ଦେହ ଦୂର କରୁଛୁ। ସକାଳୁ ସ୍କୁଲରେ ଦୁଇ ଘଣ୍ଟା ଅଧିକ ପଢ଼ାଯାଉଛି। କିଭଳି ପରୀକ୍ଷାରେ ଓଏମ୍‌ଆର୍‌ସିଟ୍‌ରେ ଉତ୍ତର ଦିଆଯିବ ତାହା ମଧ୍ୟ ଶିଖାଯାଉଛି। ଏହି ଅତିରିକ୍ତ କ୍ଲାସରେ ଶିକ୍ଷକମାନେ ଭଲଭାବେ ଶିକ୍ଷାଦାନ କରୁଥିବାରୁ ପରୀକ୍ଷା ଭଲ ହେବ ବୋଲି ଆଶାବାଦୀ ଅଛି।
-ଆଶିଷ କୁମାର ଦାସ, ଲକ୍ଷ୍ମୀ ନାରାୟଣ ଉଚ୍ଚ ବିଦ୍ୟାପୀଠ, ଶଙ୍ଖମୁର
ଶିକ୍ଷକମାନେ ଭଲଭାବେ ବୁଝାଉଛନ୍ତି
ପରୀକ୍ଷାରେ ପିଲାମାନେ ଯେପରି ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେବେ ସେଥିପାଇଁ ଶିକ୍ଷକମାନେ ଉଦ୍ୟମ କରୁଛନ୍ତି। ପ୍ରତ୍ୟେକ ଦିନ ୭ଟାରୁ ୯ଟା ଯାଏ ଅତିରିକ୍ତ କ୍ଲାସ୍‌ କରାଯାଉଛି। ଖାସ୍‌କରି ଶିକ୍ଷା ଦର୍ପଣରେ ଥିବା ପାଠ୍ୟ ଖସଡ଼ାକୁ ଅଧିକ ଧ୍ୟାନ ଦେବାକୁ କୁହାଯାଉଛି। ତେଣୁ ଆଗାମୀ ବୋର୍ଡ ପରୀକ୍ଷାରେ ନିଶ୍ଚିତ ଭଲ ନମ୍ବର ରହିବ।
-ମହେନ୍ଦ୍ର କୁମାର ସାହୁ, ଛାତ୍ର, ବଣେଶ୍ୱର ଉଚ୍ଚ ବିଦ୍ୟାଳୟ, ଖମାର

ପଢ଼ାରେ ବହୁ ସୁବିଧା ହେଉଛି
ଘରେ ବସି ଅନ୍‌ଲାଇନ୍‌ରେ ପଢ଼ିବା ସହଜ ନ ଥିଲା। ସରକାର ସ୍କୁଲ ଖୋଲିବା ଓ ପ୍ରଶାସନ ଲୋ-ଆଚିଭର କ୍ଲାସ୍‌ ପାଇଁ ବ୍ୟବସ୍ଥା କରିବା ଦ୍ୱାରା ଛାତ୍ରୀଛାତ୍ରଙ୍କ ବହୁ ସୁବିଧା ହୋଇଛି। ଏକ୍ସଟ୍ରା କ୍ଲାସ୍‌ରେ ଆମମାନଙ୍କ ସମସ୍ୟା ସମ୍ପର୍କରେ ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ଭଲ ଭାବେ ଶୁଣୁଛନ୍ତି। ଏପରି ପାଠପଢ଼ା ନିଶ୍ଚିତ ଭାବେ ଆସନ୍ତା ବୋର୍ଡ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କୁ ଭଲ ଫଳାଫଳ ଦେବ।
-ସ୍ବାତୀ ସାଗରିକା ଆଚାର୍ଯ୍ୟ,
ପିଟିସି ନୋଡାଲ ହାଇସ୍କୁଲ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri