କରୋନା ଯୁଦ୍ଧରେ ଦୁର୍ବଳ ରଣନୀତି

ଓ୍ବାଶିଂଟନ,୨୪ା୭:ଆମେରିକା, ବ୍ରାଜିଲ, ବ୍ରିଟେନ ଓ ମେକ୍ସିକୋ। ଏହି ଦେଶଗୁଡ଼ିକର ନେତୃତ୍ୱ ଏପରି ନେତାମାନେ ନେଉଛନ୍ତି, ଯେଉଁମାନେ କି ପ୍ରାରମ୍ଭରେ କୋଭିଡ୍‌-୧୯କୁ ନୂ୍ୟନ ମନେକରିଥିଲେ। ସେମାନେ ଏହାର ନିରାକରଣ ପାଇଁ ବୈଜ୍ଞାନିକଙ୍କ ପରାମର୍ଶକୁ ନେଇ ସନ୍ଦିହାନ ଥିଲେ। ଏଭଳି ନେତାମାନଙ୍କ ଅପରିଣାମଦର୍ଶିତା ସ୍ଥିତିକୁ ସଙ୍ଗିନ କରିଛି।
ବିଶ୍ୱରେ କରୋନା ସଂକ୍ରମଣଜନିତ ମୃତ୍ୟୁରେ ସବା ଆଗରେ ଥିବା ଦେଶଗୁଡ଼ିକ ସବୁଠୁ ଗରିବ, ଧନୀ କିମ୍ବା ଜନସଂଖ୍ୟା ବହୁଳ ରାଷ୍ଟ୍ର ହୋଇଥିବେ ବୋଲି କିଛି ମାନେ ନାହିଁ। ତେବେ ଏହି ଦେଶଗୁଡ଼ିକ ମଧ୍ୟରେ ଗୋଟିଏ ସମାନତା ରହିଛି। ତାହା ହେଲା ସେମାନଙ୍କ ନେତା ହେଉଛନ୍ତି ସାଧାରଣ ଲୋକଙ୍କ ଚାହିଦାକୁ ପୂରଣ କରନ୍ତି ବୋଲି ଦାବି କରୁଥିବା ଜନାଦୃତ ଏବଂ ପାରମ୍ପରିକ ରୀତିନୀତିକୁ ଭଙ୍ଗକାରୀ। ରାଜନୀତିରେ ଲୋକପ୍ରିୟତା ହାସଲର ଆଧାରଶିଳା ହେଉଛି ସମ୍ଭ୍ରାନ୍ତ ଓ ବିଶେଷଜ୍ଞଙ୍କ ପରିବର୍ତ୍ତେ ସାଧାରଣରେ ଲୋକପ୍ରିୟ ନୀତିଗୁଡ଼ିକ ଉପରେ ଅଧିକ ଜୋର୍‌ ଦେବା।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌, ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ ଓ ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସୋନାରୋ ହୁଅନ୍ତୁ ଅଥବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ ମାନୁଏଲ୍‌ ଲୋପେଜ୍‌ ଓବ୍ରାଡୋର ଏମାନେ ସମସ୍ତେ ପୂର୍ବ ପ୍ରଚଳିତ ଧାରାକୁ ଚ୍ୟାଲେଞ୍ଜ କରିବା ସହିତ ଚିରାଚରିତ ଧାରାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହାସହ ଜନସାଧାରଣଙ୍କୁ ସାମାଜିକ ସୁବିଧା ପ୍ରଦାନର ପ୍ରତିଶ୍ରୁତି ଦେଇ ଏମାନେ କ୍ଷମତାସୀନ ହୋଇଥିଲେ। କିନ୍ତୁ କୋଭିଡ୍‌-୧୯ ଭଳି ନୂଆ ରୋଗ ବିରୋଧରେ ଲଢ଼ିବା କ୍ଷେତ୍ରରେ ଏହି ଲୋକପ୍ରିୟ ନେତାମାନଙ୍କ ବିଭ୍ରାନ୍ତିକର ନୀତି ୟୁରୋପର ଜର୍ମାନୀ, ଫ୍ରାନ୍ସ ଓ ଆଇସ୍‌ଲାଣ୍ଡ ଅଥବା ଏସୀୟ ରାଷ୍ଟ୍ର ଦକ୍ଷିଣ କୋରିଆ ଓ ଜାପାନ ଭଳି ଉଦାର ଗଣତାନ୍ତ୍ରିକ ମଡେଲ ତୁଳନାରେ ଦୁର୍ବଳ ପ୍ରତୀୟମାନ ହୋଇଛି। ତେଣୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଫାସିବାଦକୁ ପରାଜିତ କରିବାରେ ସହାୟକ ହୋଇଥିବା ଉଦାରବାଦୀ ଗଣତନ୍ତ୍ରିକ ପଦ୍ଧତିରେ ପ୍ରତିଷ୍ଠିତ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଭଳି ଅନ୍ତର୍ଜାତୀୟ ସଂସ୍ଥାର କାର୍ଯ୍ୟକାରିତା ସମ୍ପର୍କରେ ଗବେଷକମାନେ ବିଚାର କରୁଛନ୍ତି। ସେହିପରି ୩ ଦଶନ୍ଧି ପୂର୍ବେ ଶୀତଳ ଯୁଦ୍ଧ ଉପରେ ବିଜୟ ହାସଲ କରିଥିବା ଏପରି ରାଜନୈତିକ ବ୍ୟବସ୍ଥା ଦ୍ୱାରା ଏକବିଂଶ ଶତାବ୍ଦୀରେ ଜଟିଳ ଆହ୍ବାନଗୁଡ଼ିକୁ ସାମ୍‌ନା କରିବା କେତେ ଦୂର ସମ୍ଭବ ସେନେଇ ମଧ୍ୟ ପର୍ଯ୍ୟାଲୋଚନା ଚାଲିଛି। କୋଭିଡ୍‌-୧୯ ସେହି ଦ୍ୱନ୍ଦ୍ୱକୁ ଆହୁରି ଦୃଢ଼ୀଭୂତ କରିଛି।
ଓ୍ବାଶିଂଟନର ଥିଙ୍କଟ୍ୟାଙ୍କ ଇଣ୍ଟର-ଆମେରିକାନ୍‌ ଡାଇଲଗ୍‌ ଅଧ୍ୟକ୍ଷ ମାଇକେଲ ସିଫ୍ଟର କହିଛନ୍ତି, କୋଭିଡ୍‌-୧୯ ହେଉଛି ଏକ ଜନସ୍ବାସ୍ଥ୍ୟ ସମସ୍ୟା। ଏଥିରୁ ମୁକ୍ତି ପାଇବାକୁ ହେଲେ ଅଧିକ ବୈଜ୍ଞାନିକ ଗବେଷଣା ଜରୁରୀ। ବୈଜ୍ଞାନିକ ଉପାୟ ଓ ବିଶେଷଜ୍ଞଙ୍କ ପରାମର୍ଶକୁ ପ୍ରତ୍ୟାଖ୍ୟାନ କରିବା ସ୍ବଭାବ ଜନବାଦୀ ନେତାମାନଙ୍କର ରହିଆସିଛି। ମାଇକେଲ ସିଫ୍ଟର ବ୍ରାଜିଲ ସମ୍ପର୍କରେ ଅବତାରଣା କରିବାକୁ ଯାଇ ଏହି ଦେଶରେ କରୋନା ସଂକ୍ରମଣରେ ପ୍ରାୟ ୮୩,୦୦୦ ଲୋକ ପ୍ରାଣ ହରାଇଥିବା କହିଛନ୍ତି। ବ୍ରାଜିଲରେ ବିଶେଷଜ୍ଞଙ୍କ ଅଭାବ ନାହିଁ। ସେହିପରି ଆମେରିକାରେ ମଧ୍ୟ ବହୁ ବୈଜ୍ଞାନିକ ଓ ବିଶେଷଜ୍ଞ ରହିଛନ୍ତି। ତେବେ ସମସ୍ୟା ହେଉଛି ଯୁକ୍ତିଯୁକ୍ତ ନୀତିଗୁଡ଼ିକୁ କାର୍ଯ୍ୟକାରୀ କରାଇବା କ୍ଷେତ୍ରରେ ଲୋକଙ୍କୁ ସୁହାଇବା ଭଳି ରାଜନୀତି ପ୍ରତିବନ୍ଧକ ସାଜୁଛି। ବିଜ୍ଞାନ ସମ୍ମତ ଉପାୟଗୁଡ଼ିକୁ ଆପଣାଯାଇଥିଲେ କରୋନା ଭାଇରସ୍‌ ମୁକାବିଲା କ୍ଷେତ୍ରରେ ସଫଳତା ମିଳିପାରିଥାଆନ୍ତା କିମ୍ବା ଏହି ମହାମାରୀ ବିରୋଧରେ ଅନ୍ତତଃ ଅଧିକ ପ୍ରଭାବଶାଳୀ ଢଙ୍ଗରେ ଲଢ଼ାଯାଇ ପାରିଥାଆନ୍ତା।
ଆମେରିକା, ବ୍ରାଜିଲ, ବ୍ରିଟେନ ଓ ମେକ୍ସିକୋର ନେତାମାନେ ଆରମ୍ଭରୁ କରୋନା ମୁକାବିଲାରେ ବୈଜ୍ଞାନିକଙ୍କ ପରାମର୍ଶକୁ ଅଣଦେଖା କରିଛନ୍ତି। ଜନ୍ସ ହୋପ୍‌କିନ୍ସ ୟୁନିଭର୍ସିଟି ଅନୁସାରେ ସାରା ବିଶ୍ୱରେ କରୋନା ସଂକ୍ରମଣରେ ଅଦ୍ୟାବଧି ୬,୩୧,୦୦୦ ଜଣ ପ୍ରାଣ ହରାଇଲେଣି। ମୃତକଙ୍କ ମଧ୍ୟରୁ ଅଧା କେବଳ ଏହି ୪ ଦେଶରେ ରହିଛନ୍ତି। ଇତିମଧ୍ୟରେ ଭାରତରେ କରୋନା ମୃତ୍ୟୁସଂଖ୍ୟା ୩୦ ହଜାର ଟପିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୬୦ ହଜାରରୁ ଊର୍ଦ୍ଧ୍ୱ।
ଆମେରିକାରେ ଟ୍ରମ୍ପ୍‌ ଓ ବ୍ରାଜିଲରେ ବୋଲସୋନାରୋ ଏହି ରୋଗକୁ ନୂ୍ୟନ ମନେକରିଆସିଛନ୍ତି। ସେମାନେ ନିଜ ଦେଶର ଲୋକଙ୍କୁ ଆଧାରହୀନ ଉପାୟ ଆପଣାଇବା ପାଇଁ ପରାମର୍ଶ ଦେବା ସହ ବୈଜ୍ଞାନିକ ଓ ସ୍ବାସ୍ଥ୍ୟ ଅଧିକାରୀମାନଙ୍କ କଥାକୁ ଅଣାଦେଖା କରିଛନ୍ତି। ନିଜ ନିଜ ଦେଶ ପାଇଁ ଏକ ସ୍ଥିର କରୋନା ନିରୋଧୀ ରଣନୀତି ପ୍ରଣୟନ ଓ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ସେମାନେ ରାଜ୍ୟସ୍ତରୀୟ ଓ ସ୍ଥାନୀୟ ନେତାମାନଙ୍କ ଉପରେ ଲଢ଼େଇର ନେତୃତ୍ୱ ଛାଡ଼ିଦେଇଥିବା ଦେଖିବାକୁ ମିଳିଛି। ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ ଲକ୍‌ଡାଉନ୍‌ ନିଷ୍ପତ୍ତି ନେବାରେ ବିଳମ୍ବ କରିଥିଲେ ଯେତେବେଳେ କି ଏହି ମହାମାରୀ ୟୁରୋପୀୟ ମହାଦ୍ୱୀପକୁ ଦ୍ରୁତ ଭାବେ ମାଡ଼ିଚାଲିଥିଲା। ବୋରିସ୍‌ ନିଜେ କରୋନା ସଂକ୍ରମିତ ହେବା ପରେ ଏହା ବିରୋଧରେ ଅଭିଯାନକୁ ତ୍ୱରାନ୍ବିତ କରିବା ପାଇଁ ତତ୍ପର ହୋଇଥିଲେ।
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍‌ଡାଉନ୍‌ ଓ ଶଟଡାଉନ୍‌ ଘୋଷଣା କ୍ଷେତ୍ରରେ ଅନ୍ୟ ନେତାମାନଙ୍କଠାରୁ ଆଗରେ ରହିଛନ୍ତି। ଏହାସତ୍ତ୍ୱେ କେତେକ ଭୁଲ୍‌ ନୀତି ଯୋଗୁ ଦେଶରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଜର୍ଜଟାଉନ୍‌ ୟୁନିଭର୍ସିଟିର ଅର୍ଥନୀତି ପ୍ରଫେସର ଜିଷ୍ଣୁ ଦାସଙ୍କ ମତରେ କରୋନା ମୁକାବିଲା କ୍ଷେତ୍ରରେ ବିଶ୍ୱର ଦୁଇ ବୃହତ୍‌ ଗଣତନ୍ତ୍ର ଭାରତ ଓ ଆମେରିକା ମଧ୍ୟରେ ଅନେକ ସମାନତା ରହିଛି। ଉଭୟ ଦେଶରେ ବିଜ୍ଞାନ ଓ ତଥ୍ୟ ଉପରେ ଘୋର ଅନାସ୍ଥା ଭାବ ରହିଛି। ଏଥିଯୋଗୁ ଏହାର ନିରାକରଣ କ୍ଷେତ୍ରରେ କାର୍ଯ୍ୟରତ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ବିଶ୍ୱର ଷଷ୍ଠ ଜନସଂଖ୍ୟା ବିଶିଷ୍ଟ ଦେଶ ବ୍ରାଜିଲକୁ କରୋନା କବଳିତ କରିବା ପରେ ରାଷ୍ଟ୍ରପତି ବୋଲସୋନାରୋ କ୍ରମାଗତ ଭାବେ ଭୂତାଣୁକୁ ଏକ ‘ଛୋଟ ଫ୍ଲୁ’ ଆଖ୍ୟା ଦେଇ ଅଣଦେଖା କଲେ। ଶଟ୍‌ଡାଉନ ଜାରି କଲେ ଦେଶବାସୀଙ୍କୁ ରୋଗ ଅପେକ୍ଷା ଅଧିକ ମୂଲ୍ୟ ଦେବାକୁ ପଡ଼ିବ ବୋଲି ସେ ଯୁକ୍ତି ବାଢ଼ିଥିଲେ। ଶେଷରେ ବୋଲସୋନାରୋ ନିଜେ କରୋନା ସଂକ୍ରମିତ ହେଲେ। ଏହା ପରେ ତାଙ୍କ ସରକାର ଏହି କ୍ଷେତ୍ରରେ ୨୨ ବିଲିୟନ୍‌ ଡଲାର ପଇଠ କରି ଦେଶର ଅର୍ଦ୍ଧାଧିକ ଲୋକଙ୍କୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଲାଭାନ୍ବିତ କରିଛନ୍ତି। ମେକ୍ସିକୋରେ ଅଦ୍ୟାବଧି ୪୧,୧୯୦ ଜଣ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି। ଦେଶରେ ଭାଇରସ୍‌ ସଂକ୍ରମଣ ବଢ଼ିଚାଲିଥିବା ସତ୍ତ୍ୱେ ରାଷ୍ଟ୍ରପତି ଲୋପେଜ୍‌ ଓବ୍ରାଡୋର ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇ ଆଣିବା ପାଇଁ ଉଦ୍ୟମ କରୁଥିଲେ।
ଗତ ସପ୍ତାହରେ ୟୁରୋପିଆନ୍‌ ପାର୍ଲାମେଣ୍ଟରେ ଜର୍ମାନୀ ଚାନ୍ସଲର ଆଞ୍ଜେଲା ମର୍କେଲ ବକ୍ତବ୍ୟ ରଖି ନିରନ୍ତର ନେତୃତ୍ୱ, ସାମୁଦାୟିକ ଉତ୍ସାହ ଓ ଗଣତାନ୍ତ୍ରିକ ସମନ୍ବୟ ଉପରେ ଗୁରୁତ୍ୱାରୋପ କରିଥିଲେ। ଏକ ଗଣତନ୍ତ୍ରରେ ତଥ୍ୟ ଓ ସ୍ବଚ୍ଛତା ଜରୁରୀ ବୋଲି ମର୍କେଲ କହିଥିଲେ। ୮୪ ନିୟୁତ ଜନସଂଖ୍ୟା ବିଶିଷ୍ଟ ଜର୍ମାନୀ(ଆମେରିକାର ଏକଚତୁର୍ଥାଂଶ)ରେ ମାତ୍ର ୯,୧୮୨ ଲୋକଙ୍କ କୋଭିଡ୍‌-୧୯ ଯୋଗୁ ମୃତ୍ୟୁ ଘଟିଛି। ଏହା ତୁଳନାରେ ହିସାବ କଲେ ଆମେରିକାରେ ମୃତ୍ୟୁସଂଖ୍ୟା ୧୪୬,୧୯୮ ଟପିସାରିଛି ଏବଂ ଏହି ଧାରା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଆଉ ୭ ଦିନ ପରେ ଘଟିବାକୁ ଯାଉଛି ଏମିତି: ୪ ରାଶିଙ୍କ ଜୀବନରେ ପୁଣି ଫେରିବ ପୁରୁଣା ପ୍ରେମ! ଶୁକ୍ର କରିବେ…

୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ପ୍ରେମ ଓ ସମ୍ପର୍କର କାରକ ଶୁକ୍ରଙ୍କ ନିଜ ରାଶିରେ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ବିଶେଷ…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri