ଦୁର୍ବଳ ପୁଟିନ

ନିକଟ ଭବିଷ୍ୟତରେ ରୁଷିଆ-ୟୁକ୍ରେନ ଯୁଦ୍ଧର ଅବସାନ ଘଟିବା ଆଦୌ ସମ୍ଭାବନା ନ ଥିବାବେଳେ ରୁଷିଆର ୱାଗନର ଗ୍ରୁପ ନାମକ ଏକ ଘରୋଇ ସେନାବାହିନୀ ହଠାତ୍‌ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରି ଦକ୍ଷିଣାଞ୍ଚଳ ସହର ରୋଷ୍ଟଭଅନ-ଡନକୁ ଦଖଲ କରିବା ସହ ମସ୍କୋ ଦଖଲ ପାଇଁ ଅଗ୍ରସର ହେବା କେବଳ ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନଙ୍କ ନେତୃତ୍ୱ ପ୍ରତି ଶକ୍ତ ଧକ୍କା ହୋଇନାହିଁ, ଗତ ଦୁଇଦଶନ୍ଧି ଧରି ଅକ୍ଷୁଣ୍ଣ ରହିଥିବା ତାଙ୍କର ଶକ୍ତି ଓ କ୍ଷମତାର ସ୍ଥିତିକୁ ଦୁର୍ବଳ କରିଦେଇଛି ବୋଲି ନିଃସନ୍ଦେହରେ କୁହାଯାଇପାରିବ। ଦୀର୍ଘ ଦୁଇ ଦଶନ୍ଧିର ଶାସନ କାଳ ମଧ୍ୟରେ ରାଷ୍ଟ୍ରପତି ପୁଟିନ ୟୁକ୍ରେନଠାରୁ ବାହ୍ୟ ଆକ୍ରମଣର ସମ୍ମୁଖୀନ ହୋଇଥିବା ବେଳେ ପ୍ରଥମ ଥର ପାଇଁ ଦେଶ ଭିତରେ ଆଭ୍ୟନ୍ତରୀଣ ବିଦ୍ରୋହର ସମ୍ମୁଖୀନ ହୋଇଛନ୍ତି, ଯାହା କି ତାଙ୍କର ଦୁଇଦଶନ୍ଧିର ଅଖଣ୍ଡ କ୍ଷମତା, ରାଜନୈତିକ ପ୍ରଭାବ ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ଚାଲେଞ୍ଜ ସୃଷ୍ଟି କରିଛି ବୋଲି କହିଲେ ହୁଏତ ଅତିରଞ୍ଜିତ ହେବ ନାହିଁ। କହିବା ଉଚିତ ଯେ, ୨୦୧୨ରେ ପୁଟିନ ପ୍ରଥମ ଥର ପାଇଁ ରୁଷିଆ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବା ପରେ ଆଉ ପଛକୁ ହଟିନାହାନ୍ତି। ରାଷ୍ଟ୍ରପତି ଭାବେ ଲଗାତର ଅଖଣ୍ଡ କ୍ଷମତା ଉପଭୋଗ କରିଆସୁଛନ୍ତି। ଏବେ ରୁଷିଆର ସଂଶୋଧିତ ସମ୍ବିଧାନ ଅନୁଯାୟୀ ୨୦୩୬ ମସିହା ପର୍ଯ୍ୟନ୍ତ ନିଜର କ୍ଷମତା ବଜାୟ ରଖିବାରେ ସମର୍ଥ ହୋଇଛନ୍ତି। ଅନ୍ୟ ଅର୍ଥରେ କହିବାକୁ ଗଲେ ପୁଟିନ ରୁଷିଆର ଏକାଙ୍ଗବର୍ତ୍ତୀ ଏକଚ୍ଛତ୍ରବାଦୀ ଶାସକ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। କିନ୍ତୁ ଏହା ନିଶ୍ଚିତ ଯେ, ପଡ଼ୋଶୀ ୟୁକ୍ରେନ ସହ ଯୁଦ୍ଧ ଏବଂ ଏକଦା ନିଜର ଅନ୍ତରଙ୍ଗ ବନ୍ଧୁ ଭାବେ ପରିଚିତ ତଥା ପୁଟିନଙ୍କ ଛତ୍ରଛାୟା ତଳେ ଛୋଟମୋଟ ଅପରାଧରୁ କୋଟିପତି ବ୍ୟବସାୟୀ ପାଲଟିଥିବା ୱାଗନର ଗ୍ରୁପ ଘରୋଇ ଗୁଣ୍ଡା ତଥା ସେନା ବାହିନୀର ମୁଖ୍ୟ ୟୋଭଗେନି ପ୍ରିଗୋଝିନଙ୍କ ଠାରୁ ଯେପରି ଆଭ୍ୟନ୍ତରୀଣ ବିଦ୍ରୋହର ସମ୍ମୁଖୀନ ହେଲେ, ତାହା ତାଙ୍କୁ କିଛି ସମୟ ପାଇଁ ପୁରୁଷ ପୁଙ୍ଗବରୁ ଶୃଗାଳରେ ପରିଣତ କରିଦେବା ସହ ଭାବମୂର୍ତ୍ତିରେ ଯେଉଁ କ୍ଷତି ଘଟାଇଛି, ତାହା ବୋଧହୁଏ ଆଉ ପୂରଣ ହୋଇପାରିବ ନାହିଁ।
ପ୍ରିଗୋଝିନଙ୍କ ସମ୍ପର୍କରେ ଆମେ ଏଠାରେ କିଛି ସୂଚନା ଦେଉଛୁ, ଏଇଥିପାଇଁ ଯେ, ତାଙ୍କ ସମ୍ପର୍କରେ ଜନସାଧାରଣ କିଛି ଜାଣିବା ଦରକାର। ଅତି ଗରିବ ପରିବାରରେ ଜନ୍ମିତ ପ୍ରିଗୋଝିନ ତାଙ୍କ ଯୁବକ ଅବସ୍ଥାରେ ଛୋଟମୋଟ ଚୋରି, ଅପରାଧ କରି ଜେଲ ଯାଇଥିଲେ। ଜେଲରୁ ଫେରିବା ପରେ ଛୋଟ ହୋଟେଲ କରିଥିଲେ। ବର୍ତ୍ତମାନର ରାଷ୍ଟ୍ରପତି ପୁଟିନ ସେଣ୍ଟ ପିଟର୍ସବର୍ଗର ମେୟର ଥିବାବେଳେ ସେହି ହୋଟେଲର ଜଣେ ନିୟମିତ ଗ୍ରାହକ ଥିଲେ।
ସେହି ହୋଟେଲରୁ ହିଁ ତାଙ୍କର ବନ୍ଧୁତା ଆରମ୍ଭ ହୋଇଥିଲା। ପୁଟିନ ଦେଶର ସର୍ବୋଚ୍ଚ କର୍ତ୍ତା ହେବା ପରେ ତାଙ୍କର ଛତ୍ରଛାୟାତଳେ ରହି କ୍ୟାଟରିଂ ବ୍ୟବସାୟ କରିଥିଲେ। ଯେଉଁଥିରେ କି ରୁଷିଆର ଜଣେ କୋଟିପତି ବ୍ୟବସାୟୀ ଭାବେ ମାନ୍ୟତାପ୍ରାପ୍ତ ହୋଇଥିଲେ। ପରବର୍ତ୍ତୀ ସମୟରେ ପୁଟିନଙ୍କୁ ସହାୟତା ଦେବା ପାଇଁ ୱାଗନର ଗ୍ରୁପ ନାମରେ ଏକ ଘରୋଇ ସଶସ୍ତ୍ର ସେନା(ଗୁଣ୍ଡା) ବାହିନୀ ଗଠନ କରିଥିଲେ। ଏହି ଗୁଣ୍ଡା ବାହିନୀ ସହାୟତାରେ ପୁଟିନ ତାଙ୍କର ବିରୋଧୀଙ୍କୁ ଦମନ କରିଥିବା ଅଭିଯୋଗ ହୁଏ। ୱାଗନର ଗ୍ରୁପର ବିଦ୍ରୋହ ତଥା ମସ୍କୋ ଦଖଲ ଅଭିଯାନ ଏତେ ତୀବ୍ର ଥିଲା ଯେ, ଦୂରଦର୍ଶନରେ ଉଦ୍‌ବୋଧନ ଦେଇ ସର୍ବଶକ୍ତିମାନ ରାଷ୍ଟ୍ର୍ର୍ରପତି ପୁଟିନ ବିଦ୍ରୋହୀମାନଙ୍କୁ ଅଟକାଇବା ପାଇଁ ସେନାବାହିନୀକୁ ଅନୁରୋଧ କରିବା ଦେଖାଯାଇଥିଲା। ଅନ୍ୟପକ୍ଷରେ ପ୍ରିଗୋଝିନଙ୍କୁ ଜନସାଧାରଣ ବାଧା ଦେବା ପରିବର୍ତ୍ତେ ବିଭିନ୍ନ ସ୍ଥାନରେ ପୁଷ୍ପ ବୃଷ୍ଟି କରି ସ୍ବାଗତ କରିଥିବା ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି। ସେନାବାହିନୀ ୱାଗନର ଗ୍ରୁପ ଉପରେ ଗୁଳିଗୋଳା ବର୍ଷଣ କରିବା ପରିବର୍ତ୍ତେ ଯାତ୍ରା ପଥରେ ଥିବା ତୈଳଡିପୋଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ମାଡ଼ କରି ଧ୍ୱଂସ କରି ଦେଇଥିଲେ, ଯେପରି ବିଦ୍ରୋହୀମାନେ ଅଗ୍ରସର ହୋଇପାରିବେ ନାହିଁ। ଅନ୍ୟପକ୍ଷରେ ମସ୍କୋର ମେୟର ବିବତ୍ର ହୋଇ ଲୋକଙ୍କୁ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଲେ। ଏଥିରୁ ୱାଗନର ଗ୍ରୁପ କେତେ ଶକ୍ତିଶାଳୀ ତାହା ସ୍ପଷ୍ଟ ଅନୁମାନ କରାଯାଇପାରେ।
ରାଷ୍ଟ୍ରପତି ପୁଟିନ ବିଦ୍ରୋହୀଙ୍କୁ ବିଶ୍ୱାସଘାତକ କହିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାରମ୍ବାର ଘୋଷଣା କରିଥିବା ସତ୍ତ୍ୱେ ଶେଷରେ ପ୍ରିଗୋଝିନଙ୍କ ସହ ବୁଝାମଣା କରିବାକୁ ବାଧ୍ୟ ହୋଇଛନ୍ତି। ତେବେ ବିଦ୍ରୋହର କାରଣ ସ୍ପଷ୍ଟ ହୋଇନାହିଁ। କିନ୍ତୁ ପ୍ରିଗୋଝିନଙ୍କ ଲୋକପ୍ରିୟତା ଦେଶରେ ବୃଦ୍ଧି ପାଇଥିବାବେଳେ ପୁଟିନଙ୍କ ଲୋକପ୍ରିୟତା ହ୍ରାସ ପାଇଥିବା କୁହାଯାଏ। ଅତୀତ ଇତିହାସରୁ ଜଣାଯାଏ ଯେ, ଖଲିସ୍ତାନୀ ନେତା ଭିନ୍ଦ୍ରେନୱାଲାକୁ ଇନ୍ଦିରା ଗାନ୍ଧୀ ସୃଷ୍ଟି କରିଥିବା ବେଳେ ତାଙ୍କରି ଗୋଷ୍ଠୀ ଦ୍ୱାରା ନିହତ ହୋଇଥିଲେ। ସେହିପରି ଅଲକାଏଦା ଆତଙ୍କବାଦୀ ଓସାମାବିନ୍‌ ଲାଡେନକୁ ଆମେରିକା ସୃଷ୍ଟି କରିଥିବାବେଳେ ଆମେରିକାର ହିଁ ସେ କ୍ଷତ ସୃଷ୍ଟ କରିଛି। ଏବେ ପୁଟିନ ପ୍ରିଗୋଝିନକୁ ସୃଷ୍ଟି କରିଛନ୍ତି। ତାଙ୍କୁ ହିଁ ତା’ର ଆକ୍ରୋଶର ଶିକାର ହେବାକୁ ପଡ଼ିଲା। ଯାହା ଇତିହାସ କହେ।
ଗଙ୍ଗୋତ୍ରୀ ନଗର,
ରୋଡ୍‌ ନଂ.-୩, ଶିଶୁପାଳଗଡ
ମୋ: ୯୪୩୭୯୯୪୩୭୯


Enter your email to get our daily news in your inbox.

All Right Reserved By Dharitri.Com

ନୈତିକ ଦୁର୍ବଳତାର ପ୍ରତୀକ

ଚୌହାନ ଚଳଚ୍ଚିତ୍ରର ଟିଜର ହେଉଛି ସଂଖ୍ୟାବହୁଳବାଦ ସମ୍ପର୍କରେ ପ୍ରଚାର କରୁଥିବା ସିନେମାଗୁଡ଼ିକ ମଧ୍ୟରେ ଏକ ସଦ୍ୟତମ ଦୃଷ୍ଟାନ୍ତ। ଏଥିରେ କୁହାଯାଇଛି ଯେ, ଲୁହବୁହା ଗ୍ୟାସ୍‌ର ପ୍ରଭାବ ନାହିଁ।…

ପିଲା ଖୋଜୁଛନ୍ତି ସାର୍‌ଙ୍କୁ

ପ୍ରତି ଶିକ୍ଷା ବର୍ଷ ଆରମ୍ଭରେ ପିଲାମାନେ ସାର୍‌ଙ୍କୁ ଖୋଜନ୍ତି। କାହଁିକିନା ସେମାନଙ୍କର ପାଠପଢ଼ା ଆରମ୍ଭ ହେବ। ସାର୍‌ ନ ଥିଲେ ପାଠପଢ଼ା ସମ୍ଭବ ନୁହେଁ। ଅବଶ୍ୟ ଆଜିକାଲି…

ସବୁଜିମା ସୁରକ୍ଷାର ମହତ୍ତ୍ୱ

ସବୁଜିମା ସୃଷ୍ଟିର ଏକ ଅସାଧାରଣ ଦୃଷ୍ଟାନ୍ତର ଅବତାରଣା ଏଠାରେ ଅତ୍ୟନ୍ତ ପ୍ରଯୁଜ୍ୟ। ଦିବା ତାପମାତ୍ରା ୬୦ ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରୁଥିବା ଏବଂ ରାତିରେ ହଠାତ୍‌ ଶୀତଳ…

କାର୍ଯ୍ୟକାଳ ବୃଦ୍ଧିରେ ଦ୍ୱନ୍ଦ୍ୱ

ହରିୟାଣା ସରକାର ମୁଖ୍ୟ ଶାସନ ସଚିବ ଅନୁରାଗ ରସ୍ତୋଗୀଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ୧ ବର୍ଷ ପାଇଁ ବୃଦ୍ଧି କରିବା ସକାଶେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।…

ଏଆଇ ବନାମ ଓଡ଼ିଆ ସାହିତ୍ୟ

ସଭ୍ୟତାର ବିକାଶ କ୍ରମରେ ମଣିଷ ନିଜର ବୁଦ୍ଧିମତ୍ତାକୁ ବ୍ୟବହାରକରି ଅନେକ ଅସାଧ୍ୟକୁ ସାଧନ କରିଛି। ସେଇ ପରିପ୍ରେକ୍ଷୀରେ ଚଳନ୍ତି ସମୟରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା(ଏଆଇ)…

ନାଟୋ ଓ ପ୍ରତିରକ୍ଷା ବଜାର

୧୯୩୯ ମସିହାରେ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା, ସେତେବେଳେ କାନାଡ଼ା ପାଖରେ କୌଣସି ଆଖିଦୃଶିଆ ସାମରିକ ଶିଳ୍ପ ନ ଥିଲା। ହେଲେ ୬ ବର୍ଷ ପରେ,…

ମୁଇଁ ପାଠ ପଢ଼ିନି ଆଜ୍ଞା

ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ତୃତୀୟ ସ୍ବର୍ଣ୍ଣକ୍ଷେତ୍ର ଦିବସ ପାଳନ ଅବସରରେ ସମ୍ବର୍ଦ୍ଧିତ ହୋଇଥିଲେ ମାଣ୍ଡିଆ ରାଣୀ ନାମରେ ପରିଚିତା ଡ. ରାଇମତୀ ଘିଉରିଆ। କୋରାପୁଟ ଜିଲା କୁନ୍ଦୁରା…

ଏଇ ଭାରତରେ

ଏକତା ନହର ରହୁଛନ୍ତି ନଏଡାର ଏକ ଆପାର୍ଟମେଣ୍ଟରେ। ପେସାରେ ସେ ଜଣେ ଚିତ୍ରଶିଳ୍ପୀ। ଏବେ ତାଙ୍କୁ ବୟସ ୩୫। ବିଲୁପ୍ତିର ଦ୍ୱାର ଦେଶରେ ଥିବା କେତେକ ପ୍ରଜାତିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri