ଦୁର୍ବଳ ନଦୀବନ୍ଧ, ବିପଦରେ ୫ହଜାର ଲୋକ

ବାଲେଶ୍ୱର ଅଫିସ, ୧୪।୬-ବାଲେଶ୍ୱର ଜିଲା ଦେଇ ବହିଯାଇଥିବା ବୁଢ଼ାବଳଙ୍ଗ ନଦୀକୂଳରେ ଅବସ୍ଥିତ ପୁରୁଣା ବାଲେଶ୍ୱର ଅଞ୍ଚଳ। ଅଳ୍ପ ଦୂରରେ ଏହି ନଦୀ ବଙ୍ଗୋପସାଗରରେ ମିଶିଛି। କେବଳ ବର୍ଷାଦିନେ ନୁହେଁ ସମୁଦ୍ରରେ ଜୁଆର ଓ ଭଟ୍ଟା ପାଣିରେ ବର୍ଷତମାମ୍‌ ନଦୀ ପରିପୂର୍ଣ୍ଣ ଥାଏ। ନଦୀର ବାମପାର୍ଶ୍ୱ ପୋତି ହୋଇଆସୁଥିବା ବେଳେ ଦକ୍ଷିଣପାର୍ଶ୍ୱ କୂଳ ଖାଉଛି। ବର୍ଷାଦିନ ଆସିଲେ ନଦୀକୂଳରେ ବସବାସ କରୁଥିବା ପ୍ରାୟ ୫ହଜାର ଲୋକ ଆତଙ୍କିତ ଅବସ୍ଥାରେ ସମୟ ଅତିବାହିତ କରନ୍ତି। ନଦୀର କୂଳ ଖାଉଥିବା ଅଞ୍ଚଳରେ ଜଳସେଚନ ବିଭାଗ ବନ୍ଧ ଦେଇ ଧନଜୀବନ ରକ୍ଷା କରିବା ପରିବର୍ତ୍ତେ ବିଭାଗୀୟ ଅଧିକାରୀଙ୍କର ଖାମଖିଆଲି ମନୋଭାବ ଯୋଗୁ ନଦୀବନ୍ଧ ମରାମତି କିମ୍ବା ସୁଦୃଢ଼ୀକରଣ ହୋଇପାରୁନାହିଁ।
ନଦୀକୂଳଠାରୁ ଅନତି ଦୂରରେ ବସବାସ କରୁଥିବା ବାଲେଶ୍ୱର ପୌରପାଳିକା ଅଧୀନ ୧ନମ୍ବର ୱାର୍ଡ଼ ପୁରୁଣା ବାଲେଶ୍ୱର ଅଞ୍ଚଳର ଶହ ଶହ ପରିବାର ଏବେ ବନ୍ଧର ଜରାଜୀର୍ଣ୍ଣ ଅବସ୍ଥାକୁ ନେଇ ଆତଙ୍କିତ। କିଛିବର୍ଷ ତଳେ ନଦୀ ଡାହାଣପାର୍ଶ୍ୱରେ ଥିବା ଏକ ଦୁଇମହଲା କୋଠାଘର ସହ ପାଖାପାଖି ୧କି.ମି. ଲମ୍ବର ବନ୍ଧ ନଦୀ ଭିତରକୁ ଭୁଶୁଡ଼ିଯାଇଥିଲା। ଜଳସେଚନ ବିଭାଗ ସେଠାରେ ୪୦ଲକ୍ଷ ଟଙ୍କା ଖର୍ଚ୍ଚ କରି ବାଲିବସ୍ତା ପକାଇବା ସହ ପଥର ପ୍ୟାଚିଂ କରିଥିଲା। କିନ୍ତୁ ନଦୀ ଗତିପଥ ବଦଳୁଥିବାରୁ ଉକ୍ତ ପଥର ପ୍ୟାଚିଂ ମଧ୍ୟ ଧୀରେ ଧୀରେ ନଦୀଗର୍ଭରେ ଲୀନ ହେବାକୁ ବସିଛି। ୧ ନମ୍ବର ୱାର୍ଡ଼ରେ ପ୍ରାୟ ୫ହଜାର ଲୋକଙ୍କ ମଧ୍ୟରୁ ଅଧାଲୋକଙ୍କ ଘର ଉକ୍ତ ନଦୀବନ୍ଧ କୂଳରେ ରହିଛି। ନଦୀର ଗତିପଥ ପରିବର୍ତ୍ତନ ଯୋଗୁ ଡାହାଣ ପାର୍ଶ୍ୱରେ ପ୍ରଖର ସୁଅ ପିଟି ହେଉଛି। ଯେଉଁଥିପାଇଁ ନଦୀବନ୍ଧ ଦୁର୍ବଳ ହେଉଛି ବୋଲି ପାଟଣାସାହି, ମଲ୍ଲଡ଼ିହ, ତୁଳସୀପଦା, ଉଡ଼ାପଦା, ଗଙ୍ଗାରାମପାଟଣା, କାରଖାନାଗଡ଼ି, ମାହାନାପୁର, ପାତ୍ରସାହି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଅଞ୍ଚଳବାସୀ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ପ୍ରତିବର୍ଷ ବର୍ଷାଦିନ ଆସିଲେ ଜିଲା ପ୍ରଶାସନ ପକ୍ଷରୁ ବନ୍ୟା ମୁକାବିଲା ବୈଠକରେ ନଦୀବନ୍ଧଗୁଡ଼ିକର ସୁରକ୍ଷା ଓ ମରାମତି ବାବଦରେ ଆଲୋଚନା କରାଯାଇଥାଏ। ତେବେ ସ୍ଥାୟୀ ପ୍ରତିକାର ଦୂରେ ଥାଉ, ବର୍ଷାଋତୁ ପୂର୍ବରୁ ଏ କାମ କେବେ କରାଯାଏନାହିଁ। ଅନ୍ୟପକ୍ଷରେ ବୁଢ଼ାବଳଙ୍ଗ ନଦୀର ଏହି ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ପଥର ପ୍ୟାଚିଂ କରିବା ପାଇଁ ୨୦୧୬-୧୭ ଆଥିର୍ର୍କ ବର୍ଷରେ ୫କୋଟି ୮୩ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। କିନ୍ତୁ ଉକ୍ତ କାମ କେବଳ ଘୋଷଣାରେ ସୀମିତ ହୋଇ ରହିଗଲା। ୨୦୨୦ ବାଲେଶ୍ୱର ନିର୍ବାଚନମଣ୍ଡଳୀ ଉପନିର୍ବାଚନ ପୂର୍ବରୁ ପୁରୁଣା ବାଲେଶ୍ୱରବାସୀଙ୍କ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଥରପ୍ୟାଚିଂ ପାଇଁ ତୁରନ୍ତ ୫କୋଟି ଟଙ୍କା ଅନୁଦାନ ଦିଆଯିବ ବୋଲି କହିଥିଲେ। ନିର୍ବାଚନ ସରିବାର ୬ମାସ ବିତିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ୍‌। ବାରମ୍ବାର ଲଘୁଚାପଜନିତ ବାତ୍ୟା ଏବଂ ଆଗକୁ ବର୍ଷାଦିନ ଆସୁଥିବାରୁ ଏବେଠୁ ଲୋକଙ୍କ ଆଖିରୁ ନିଦ ହଜିଗଲାଣି। କେଉଁ ମୁହୂର୍ତ୍ତରେ ସମ୍ପୂର୍ଣ୍ଣ ଜନବସତି ନଦୀଗର୍ଭକୁ ଚାଲିଯିବ ସେ ଆଶଙ୍କାରେ ସଭିଏଁ ପ୍ରମାଦ ଗଣୁଛନ୍ତି। ଅଥଚ ବିଭାଗୀୟ ଅଧିକାରୀଙ୍କ ପାଇଁ ଏହା କିଛି ଫରକ ପଡୁନି। କୋଭିଡ୍‌ ଆଳରେ ବନ୍ଧ ମରାମତି ଭଳି ଜରୁରୀ କାମକୁ ଏଡ଼ାଇ ଚାଲିଛନ୍ତି।
ଏ ସମ୍ପର୍କରେ ବାଲେଶ୍ୱର ବିଧାୟକ ସ୍ବରୂପ ଦାସ କହନ୍ତି, ବୁଢ଼ାବଳଙ୍ଗ ନଦୀର ଦୁର୍ବଳବନ୍ଧ ସମ୍ପର୍କରେ ଅବଗତ ରହିଛି। ସରକାରଙ୍କ ପକ୍ଷରୁ ଆଡମିନିଷ୍ଟ୍ରେଟିଭ୍‌ ଓ ଟେକ୍ନିକାଲ କମିଟି ପକ୍ଷରୁ ମଞ୍ଜୁରୀ ହୋଇସାରିଛି। ଏବେ କେଉଁ ଫଣ୍ଡରୁ କରାଯିବ ତାହା ବାକି ରହିଛି। ଖୁବ୍‌ଶୀଘ୍ର ନଦୀବନ୍ଧ କାର୍ଯ୍ୟ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଟ୍ରମ୍ପଙ୍କ ପୁଅଙ୍କୁ ନେଇ ଇରାନର ଭୟଙ୍କର ଧମକ, ୯୫ କୋଟି ପୁରସ୍କାର…

ୱାଶିଂଟନ୍,୨୫ା୮: ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ବଢ଼ିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରିବାରକୁ ନେଇ ଏକ ଚାଞ୍ଚଲ୍ୟକର ଦାବି ସାମ୍ନାକୁ ଆସିଛି । ରିପୋର୍ଟ…

ଛାତ୍ରୀ ଗାଧୋଉଥିବାବେଳେ ସ୍କାଏ ଲାଇଟ୍‌ ପଟେ ଭିଡିଓ ଶୁଟିଂ କରୁଥିଲେ ନାବାଳକ: ଆଉ ତା’ପରେ…

ଭୁବନେଶ୍ୱର,୨୫।୮(ପ୍ରସନଜିତ୍‌ ସାହୁ): ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଶୁଟିଂ କରି ଜଣେ ନାବାଳକ ବନ୍ଧା ହୋଇଛନ୍ତି।…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଏହି ୪ ଔଷଧ ବିକ୍ରି ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୨୫ା୮: ଭାରତର ସର୍ବୋଚ୍ଚ ଔଷଧ ନିୟନ୍ତ୍ରକ ୪ଟି ଲୋକପ୍ରିୟ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ (ସିଏନ୍‌ଏସ୍‌) ଔଷଧ ବିକ୍ରି ଉପରେ ନିୟନ୍ତ୍ରଣକୁ କଡ଼ାକଡ଼ି କରିଛନ୍ତି । ଏହି ଔଷଧଗୁଡ଼ିକୁ…

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

‘ମୁଁ ରାଜନୀତିରୁ ସନ୍ନ୍ୟାସ…’, TMCରେ ବିଦ୍ରୋହ ମଧ୍ୟରେ ମମତା ବାନାର୍ଜୀଙ୍କ ବଡ଼ ଘୋଷଣାକୁ ନେଇ ହଇଚଇ

ନୂଆଦିଲ୍ଲୀ,୨୪।୮: TMC ମୁଖ୍ୟ ମମତା ବାନାର୍ଜୀ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ରାଜନୀତିରୁ ସନ୍ନ୍ୟାସ ନେବାର…

ସରକାର ବିରୋଧରେ CJPର ବଡ଼ ଘୋଷଣା: ୫ ସେପ୍ଟେମ୍ବରରେ…

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ନୂଆଦିଲ୍ଲୀରେ ବିରୋଧ ମାର୍ଚ୍ଚ କରିବାକୁ ଘୋଷଣା କରିଛି। ଦଳର ଅଭିଯୋଗ ଅନୁସାରେ, କେନ୍ଦ୍ର ସରକାର ୨୫ ଜୁଲାଇରେ ଦେଶର ଯୁବପିଢ଼ିଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri