‘ଠିକଣା ବେଳେ ଜବାବ ଦେବୁ’

ନବରଙ୍ଗପୁର,୧୩।୩(ବି.ପ୍ର.): ନିର୍ବାଚନ ଆସିଲେ ନେତା ଦେଇଥାନ୍ତି ପ୍ରତିଶ୍ରୁତି। ଜିତିଲା ପରେ ପୁଣି ତାହାକୁ ଭୁଲିଯାଆନ୍ତି। ସାହି ସମସ୍ୟା ଯୋଉଁଠି ଥିଲା ସେଇଠି। ତେଣୁ ଏଥର ଠିକଣାବେଳେ ଉଚିତ ଜବାବ ଦେବେ ବୋଲି ଚେତାବନୀ ଦେଇଛନ୍ତି ନବରଙ୍ଗପୁର ପୌର ପରିଷଦର ଓ୍ବାର୍ଡ ନଂ. ୧ ବାସିନ୍ଦ।
୧ନମ୍ବର ୱାର୍ଡ ଚାମୁରିଆଗୁଡ଼ା, ଓଏସ୍‌ଇବି କଲୋନି, ଜମାମାଲା କଲୋନି(ଦ୍ୱାରିକାନଗର), ଶ୍ରାମା ଶାମ ନଗର, ଅନ୍ନପୂର୍ଣ୍ଣା ନଗର, ମନୀଷା ଲଜ୍‌ରୁ ସଦାଶିବ ପାର୍କ ପର୍ଯ୍ୟନ୍ତ ସମସ୍ତ ଗଳିକୁ ନେଇ ଗଠିତ। ଏହି ୱାର୍ଡରେ ୧୯୨୭ ଭୋଟର ଅଛନ୍ତି। ୧ ନମ୍ବର ୱାର୍ଡ ଚାମୁରିଆଗୁଡ଼ା ହରିଜନସାହି ୱାର୍ଡର ଅତି ପୁରୁଣା ଅଞ୍ଚଳ। ଏହି ସାହିଗୁଡ଼ିକରେ ୩୦ବର୍ଷ ତଳେ ହୋଇଥିବା ଡ୍ରେନ୍‌ଗୁଡିକ ଏବେ ପୋତିହୋଇଯିବା ସହ ଭାଙ୍ଗିଗଲାଣି। ସାହିରେ ଘର ଆଉ ଲୋକ ସଂଖ୍ୟା ବଢୁଛି। ଏବେ ଆଉ ଡ୍ରେନ୍‌ ଓ ନୂତନ ରାସ୍ତା ନିର୍ମାଣ ହୋଇପାରିନାହିଁ। ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ଆବର୍ଜନା ପାଣି ଚାଲୁଛି। ଏବେ ମଧ୍ୟ ଡ୍ରେନ୍‌ ମାଧ୍ୟମରେ ପାଣି ନିଷ୍କାସନ ହୋଇପାରୁ ନାହିଁ। ଅନ୍ୟ ପକ୍ଷେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ସାତସପନ ପାଲଟିଛି। ରହିଥିବା ନଳକୂପଗୁଡିକ ଖରାଦିନେ ସାହି ବାସିନ୍ଦାକୁ ପାଣି ଯୋଗାଇ ପାରୁନାହିଁ। ନଳକୂପରୁ ଦୁର୍ଗନ୍ଧ ପାଣି ବାହାରୁଛି। ଆବାସ ଯୋଜନାରେ ଅନେକ ଲୋକଙ୍କୁ ଘର ମିଳିଛି। ତେବେ ଆଉ କେତେଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯିବ ବୋଲି କହିବା ପରେ ରହୁଥିବା ଘର ଭାଙ୍ଗି ଦିଆଯାଇଛି। ସେମାନେ ଏବେ ବାରଦୁଆରେ ରହୁଥିବାବେଳେ ଏଯାଏ କାର୍ଯ୍ୟାଦେଶ ମିଳିପାରି ନାହିଁ। ରାସ୍ତାକଡ଼ରେ କୁଢ଼ କୁଢ଼ ଆବର୍ଜନା ପଡ଼ି ରହିଛି। ତାହାକୁ ମଧ୍ୟ ହଟାଯାଉନାହିଁ। ୧ ନମ୍ବର ୱାର୍ଡର ଚାମୁରିଆଗୁଡ଼ା ଅଞ୍ଚଳରେ ପୌରସଂସ୍ଥା ପକ୍ଷରୁ ଡ୍ରେନେଜ ସଫା କରିବା, ଆବର୍ଜନା ଉଠାଇବା ଉପରେ ଗୁରୁତ୍ୱ ଦିଆଯାଉ ନାହିଁ। ନିର୍ବାଚନ ଆସିଲେ ଏହି ସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି ପ୍ରତିଶ୍ରୁତି ମିଳୁଛି। କିନ୍ତୁ ପରେ ସବୁ ଭୁଲିଯାଉଛନ୍ତି। ଜିଲାପାଳ ଓ ଉପଜିଲାପାଳଙ୍କୁ ଲେଖି ଜଣାଇଲେ କିଛି ସମସ୍ୟା ଦୂର ହେଉଛି। ଏହାର ପ୍ରଭାବ ପୌର ନିର୍ବାଚନରେ ପଡ଼ିବ ଓ ଭୋଟର ଏହାର ଜବାବ ଦେବେ ବୋଲି ସାହିବାସିନ୍ଦା କହିଛନ୍ତି। ଏହି ୱାର୍ଡରେ ବିଭିନ୍ନ ସାହିଗଳି କଲୋନି ଗଢ଼ିଉଠିଛି ା କେବଳ ଠିକାଦାର ଓ ଶାସକ ଦଳର ନେତା ନିଜର ପତିଆରା ଜମାଇ ଠିକା କାର୍ଯ୍ୟ ଓ ଲାଭ ଉପରେ ଗୁରୁତ୍ୱ ଦେଉଥିବାରୁ ଭୋଟର ଠିକଣା ଜବାବ ଦେବେ ବୋଲି ମତଦାନ ଦିନକୁ ଅପେକ୍ଷା କରିଛନ୍ତି। ସୂଚନାନୁଯାୟୀ, ଓ୍ବାର୍ଡ ନଂ. ୧ସାଧାରଣ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି। କଂଗ୍ରେସରୁ ଗୀତାଞ୍ଜଳି ଯାଦବ, ବିଜେଡିରୁ କାମିନୀ ପାଢ଼ୀ, ଭାଜପାରୁ ତୁଳସା ବେହେରା ପ୍ରାର୍ଥୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କୁ ଶୋଷଣ ଚଳିବ ନାହିଁ, ନଚେତ୍‌ ନିଆଁ ଜଳିବ: ପ୍ରଦୀପ ମାଝୀ

ଝରିଗାଁ, ୨୩।୧୨ (କିଶୋର ଚନ୍ଦ୍ର ମଣ୍ଡଳ):ନବରଙ୍ଗପୁର ଜିଲାର ଝରିଗାଁ, ଉମରକୋଟ ଓ ରାଇଘର, ଚନ୍ଦାହାଣ୍ଡି ବ୍ଲକ ଠାରେ ଚାଷୀ ମହାସଂଘ ପକ୍ଷରୁ ବ୍ଳକ ବନ୍ଦ କରାଯାଇଛି।...

ନବରଙ୍ଗପୁରରେ ବାଘ ଛେଳି ଛକାପଞ୍ଝା: ମନୋହର ରନ୍ଧାରିଙ୍କୁ ଗଣଣଶିକ୍ଷା ମନ୍ତ୍ରୀ କହିଲେ…

ନବରଙ୍ଗପୁର,୧୫।୧୨(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାସ୍ତରୀୟ ଲୋକ ମହୋତ୍ସବ ମଣ୍ଡେଇ -୨୦୨୫ ରବିବାର ଉଦ୍‌ଯାପିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତିରାଜ, ପାନୀୟଜଳ ଓ ଗ୍ରାମ୍ୟ...

ଚନ୍ଦାହାଣ୍ଡି ଧରିତ୍ରୀ ଖବରଦାତା ଦିଲୀପ ଦାସଙ୍କ ପରଲୋକ

ନବରଙ୍ଗପୁର,୧୧।୧୨(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ୍‌ ଧରିତ୍ରୀ ଖବରଦାତା ଦିଲୀପ ଦାସ (୫୪)ଙ୍କ ବୁଧବାର ସକାଳ ୯ଟାରେ ପରଲୋକ ଘଟିଛି। ସେ ୨୦୦୯ରୁ ଧରିତ୍ରୀ ଖବରଦାତାଭାବେ...

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ଅନ୍ତେବାସୀ ଛାତ୍ର ଗୁରୁତର ଘଟଣା: ରାତିଅଧରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନିଲମ୍ବିତ, ରୋଷେୟା ବହିଷ୍କୃତ

ନବରଙ୍ଗପୁର,୨୯।୧୧(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ୍‌ କୋକଡ଼ି ସେମଲା ଆଶ୍ରମ ବିଦ୍ୟାଳୟ ହଷ୍ଟେଲ ରୋଷେଇଘରେ ଗତ ୨୦ ତାରିଖରେ ପ୍ରେସରକୁକର ଫାଟି ସପ୍ତମ ଶ୍ରେଣୀ ଛାତ୍ର...

ପାଚେରି ଡେଇଁ ଗୁରୁତର ଛାତ୍ରଙ୍କୁ ଉଦ୍ଧାରକଲେ ପ୍ରଦୀପ ମାଝୀ: ଚିକିତ୍ସା ନ କରାଇ ୯ଦିନ ପର୍ଯ୍ୟନ୍ତ ହଷ୍ଟେଲରେ ତାଲା ପକାଇ ରଖିଥିଲେ

ନବରଙ୍ଗପୁର,୨୯।୧୧(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ୍‌ କୋକଡ଼ି ସେମଲା ଆଶ୍ରମ ବିଦ୍ୟାଳୟ ହଷ୍ଟେଲ ରୋଷେଇଘରେ ଗତ ୨୦ ତାରିଖରେ ପ୍ରେସରକୁକର ଫାଟି ସପ୍ତମ ଶ୍ରେଣୀ ଛାତ୍ର...

ଅନ୍ୟ ଜାତିରେ ବିବାହ କରିଥିଲେ ବାପା, ପୁଅର ମୃତଦେହ ଛୁଇଁଲେନି ସମାଜ ଲୋକେ

ଚନ୍ଦାହାଣ୍ଡି/ନବରଙ୍ଗପୁର,୨୯।୧୧(ଦିଲ୍ଲୀପ ଦାସ/ସଦଶିବ ପ୍ରହରାଜ): ଯେତେ ସଚେତନକଲେ ମଧ୍ୟ ଲୋକଙ୍କ ଭିତରେ ଏବେ ମଧ୍ୟ ଅନ୍ଧବିଶ୍ୱାସ, ଜାତିପ୍ରଥା ଭରି ରହିଛି। ଏହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି...

ବ୍ୟବସାୟୀଙ୍କ ଘରେ ସଶସ୍ତ୍ର ଡକାୟତି, ସ୍ତ୍ରୀଙ୍କୁ ଛୁରିରେ ଆକ୍ରମଣ କରି ଦୁର୍ବୃତ୍ତ ଲୁଟିନେଲେ…

ଝରିଗାଁ,୨୭ା୧୧(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ଅଞ୍ଚଳରେ ଦିନକୁ ଦିନ ଚୋରି ଡକାୟତି ବଢୁଥିବା ବେଳେ ଦୁର୍ବୃତ୍ତମାନେ କଳାକନା ବୁଲାଇ ନିର୍ଭୟରେ ବୁଲୁଛନ୍ତି। ଯାହାଫଳରେ ଅଞ୍ଚଳରେ ରହୁଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri