‘କୌଣସି ଜନ୍ମରେ ବର୍ଷାଙ୍କୁ ଗ୍ରହଣ କରିବୁନି’

କଟକ ଅଫିସ,୧୨। ୯: ଟୁଇଟର ପ୍ଲାଟ୍‌ଫର୍ମରେ ବଢୁଛି ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ। ଗୋଟିଏ ପରେ ଗୋଟିଏ ଟୁଇଟ୍‌ ଏହି ଘଟଣାକୁ ଅଧିକ ରୋମାଞ୍ଚକର ମୋଡ଼ ଦେଉଛି। ତେବେ ବର୍ଷାଙ୍କ ଏକ ଟୁଇଟ୍‌କୁ ଅନୁଭବ କାଉଣ୍ଟର କରି ଯାହା ଲେଖିଛନ୍ତି, ତାହା ଏବେ ସବୁଠାରୁ ଚର୍ଚ୍ଚାର ପ୍ରସଙ୍ଗ। ‘ଲ ବିଲିଭ୍ସ ଇନ୍‌ ଏଭିଡେନ୍ସ’। ଆଇନ ପ୍ରମାଣରେ ବିଶ୍ୱାସ କରେ ବୋଲି ବର୍ଷା ଏକ ଟୁଇଟ୍‌ରେ ଲେଖିଥିଲେ। ଯାହାର ଉତ୍ତରରେ ଅନୁଭବ ଲେଖିଛନ୍ତି, ‘୭ବର୍ଷ ହେବ ମୁଁ ଏବଂ ମୋ ପରିବାର ଯେଉଁ ଯନ୍ତ୍ରଣା ଭୋଗୁଛୁ, ତାହା ସବୁଦିନ ପାଇଁ ଦୂରେଇ ଯିବ’। ଏହାଛଡ଼ା ‘ଏ ଜନ୍ମ କିମ୍ବା କୌଣସି ଜନ୍ମରେ ବର୍ଷାଙ୍କୁ ଗ୍ରହଣ କରିବୁନି’ ବୋଲି ହୋଇଥିବା ଅନ୍ୟଏକ ଟୁଇଟ୍‌କୁ ମଧ୍ୟ ଅନୁଭବ ନିଜ ଆକାଉଣ୍ଟରେ ରିଟୁଇଟ୍‌ କରିଛନ୍ତି। କୋର୍ଟ କୌଣସି ରାୟ ଦେବା ପୂର୍ବରୁ ଏଭଳି ଟୁଇଟ୍‌ ଦୁଇ ସେଲିବ୍ରିଟିଙ୍କ ବିବାଦକୁ ଭିନ୍ନ ଜାଗାରେ ନେଇ ପହଞ୍ଚାଇଛି।
ଅନୁଭବ-ବର୍ଷାଙ୍କ ବିବାଦ କୋର୍ଟରେ ପହଞ୍ଚି ସାରିଛି। ଶୁଣାଣିର ତାରିଖ ମଧ୍ୟ ଆସନ୍ତା ମାସରେ ରହିଛି। ହେଲେ ଉଭୟଙ୍କ ଟୁଇଟ୍‌କୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା। ବର୍ଷା ଅପରାହ୍ନରେ ଏକ ଟୁଇଟ୍‌ କରିଥିଲେ। ଯେଉଁଥିରେ ସେ ସାଇବାବା ଓ ଏକ ଦୀପର ଫଟୋ ସଂଯୋଗ କରିଥିଲେ। ତାଙ୍କୁ ଓ ତାଙ୍କ ବୈବାହିକ ଜୀବନକୁ ଆଶୀର୍ବାଦ କରନ୍ତୁ ବୋଲି ପ୍ରାର୍ଥନା କରିଥିଲେ। ଏହା ପରଠାରୁ ହିଁ ଆରମ୍ଭ ହୋଇଥିଲା ଟୁଇଟ୍‌ ବିବାଦ। ଗୋଟିଏ ଘଣ୍ଟା ଭିତରେ ଅନୁଭବ ୭ଟି ଟୁଇଟ୍‌ କରିଥିଲେ। ଏକ ଟୁଇଟ୍‌ରେ ଅନୁଭବ ଲେଖିଛନ୍ତି, ‘ଆମର କେବଳ ଏକ ସାମାଜିକ ବିବାହ ଥିଲା। ମାନସିକ ଓ ଶାରୀରିକ ସ୍ତରରେ ଆମେ ବିବାହ କରିନାହୁଁ। କାରଣ ସେ ଏଭଳି କେବେ ଚାହିଁ ନ ଥିଲେ। ଏହା ହେଉଛି ସତ। ସର୍ବସାଧାରଣରେ ଏଭଳି ଲେଖୁଥିବାରୁ ମୁଁ ନିଜକୁ ଲଜ୍ଜିତ ଅନୁଭବ କରୁଛି। ମୋତେ କ୍ଷମା କରନ୍ତୁ ବୋଲି ଏମ୍‌ପି ଅନୁଭବ ଲେଖିଛନ୍ତି। ଏହାର କିଛି ସମୟ ପରେ ଅନୁଭବ ଏକ ରିଟୁଇଟ୍‌ କରିଥିଲେ, ଯେଉଁଥିରେ ବର୍ଷାଙ୍କୁ ମୁଁ କିମ୍ବା ମୋ ପରିବାର ଆଦୌ ଗ୍ରହଣ କରିବୁ ନାହିଁ। ଏ ଜନ୍ମ କିମ୍ବା କୌଣସି ଜନ୍ମରେ ବର୍ଷାଙ୍କୁ ଗ୍ରହଣ କରିବୁନି ବୋଲି ଏଥିରେ ଲେଖାଥିଲା। ଏହାକୁ ଏମ୍‌ପି ଅନୁଭବ ରିଟୁଇଟ୍‌ କରିଛନ୍ତି।
ମାନବାଧିକାର କର୍ମୀଙ୍କୁ ନେଇ ପ୍ରଶ୍ନ
ଅନ୍ତର୍ଜାତୀୟ ମାନବାଧିକାର କମିଶନ୍‌ର ରାଜ୍ୟ ମହିଳା ସଭାପତି ଗୀତାଶ୍ରୀ ଦାସଙ୍କ ନେତୃତ୍ୱରେ କେତେଜଣ ମାନବାଧିକାର କର୍ମୀ ଗୁରୁବାର ବର୍ଷା-ଅନୁଭବଙ୍କ ବିବାଦର ସମାଧାନ କରିବା ପାଇଁ ଆଗେଇ ଆସିଥିଲେ। କର୍ମୀମାନେ ଅନୁଭବଙ୍କ ଚୌଧୁରୀବଜାରସ୍ଥିତ ବାସଭବନକୁ ଯାଇ ଆପୋସ ବୁଝାମଣା ଦ୍ୱାରା ଏହି ବିବାଦର ସମାଧାନ କରିବାକୁ ଚେଷ୍ଟା କରିଥିଲେ ବୋଲି ଗଣମାଧ୍ୟମ ନିକଟରେ ପ୍ରକାଶ କରିଥିଲେ। ହେଲେ ବର୍ଷାଙ୍କ ସହ ଆଲୋଚନା ହୋଇଥିବାବେଳେ ଶୁକ୍ରବାର ଅନୁଭବ ନିଜ ମତ ଦେବେ ବୋଲି କହିଥିଲେ। ଏପରି କି ପୂର୍ବାହ୍ନ ୧୧ଟା ବେଳେ ଆସିବାକୁ ଅନୁଭବ ସମୟ ଦେଇଥିଲେ ବୋଲି ଗୀତାଶ୍ରୀ ସୂଚନା ଦେଇଛନ୍ତି। ହେଲେ ଶୁକ୍ରବାର ନିର୍ଦ୍ଧାରିତ ସମୟରେ ଗୀତାଶ୍ରୀ ପହଞ୍ଚିବା ବେଳକୁ ଅନୁଭବ ଅନୁପସ୍ଥିତ ଥିଲେ। ଅନୁଭବଙ୍କ ସାକ୍ଷାତ ହୋଇନି ବୋଲି ଗୀତାଶ୍ରୀ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ପରେ ଅନୁଭବ ଏକ ଟୁଇଟ୍‌ରେ ଗୀତାଶ୍ରୀଙ୍କ ହସ୍ତକ୍ଷେପକୁ ନେଇ ପ୍ରଶ୍ନ କରିଛନ୍ତି। ଗୀତାଶ୍ରୀ ହେଉଛନ୍ତି ବର୍ଷାଙ୍କ ‘ସମ୍ମାନିତା’ ସଂସ୍ଥାର ସଦସ୍ୟା। ଏପରି କି ମାନବାଧିକାର ସଦସ୍ୟା ତାଙ୍କୁ ଠକିଛନ୍ତି ବୋଲି ଅନୁଭବ ଏକ ଟୁଇଟ୍‌ରେ ଲେଖିଛନ୍ତି। ଏ ସମ୍ପର୍କରେ ଗୀତାଶ୍ରୀ କହିଛନ୍ତି, ଅନୁଭବଙ୍କ ଠାରୁ ଏଭଳି ମନ୍ତବ୍ୟ ଆଶା କରୁ ନ ଥିଲୁ। ଆମେ ଏହି ସମ୍ପର୍କକୁ ଯୋଡ଼ିବାକୁ ଚାହୁଁଛୁ। ସେ ଆମ ସହ ଆଲୋଚନା କରିବେ ବୋଲି ଆଶାବାଦୀ ରହିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଭାରୋତ୍ତଳନ ପ୍ରତିଯୋଗିତାରେ ଚମକିଲେ ଭଞ୍ଜନଗରର ଶିବା: ଜିତିଲେ ସ୍ବର୍ଣ୍ଣ

ଭଞ୍ଜନଗର, ୨୮।୭ (ବାବୁଲା ପ୍ରଧାନ): ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଗତ ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ୨ୟ ଓଡ଼ିଶା ଭାରୋତ୍ତଳନ ପ୍ରତିଯୋଗିତାରେ ଭଞ୍ଜନଗରର ଉଦୀୟମାନ…

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ, କୁମିଆ ପାଲିରେ ଆରମ୍ଭ ହେଲା ସର୍ଭେ

ବଲାଙ୍ଗୀର,୨୮।୭ ( ସୁନିଲ କୁମାର ମହାନ୍ତି) : ଲଗାଣ ବର୍ଷା ଯୋଗୁ ଲୋୟର ସୁକତେଲ ଜଳଭଣ୍ଡାର ଭିତରେ ଥିବା ବଲାଙ୍ଗୀର ଜିଲା କୁମିଆପାଲି ଗାଁରେ ରବିବାର ସାଂଘାତିକ…

ବିଚ୍‌ ରାସ୍ତାରେ ଯୁବତୀଙ୍କୁ ଅସଦାଚରଣ ଘଟଣା: ଅଭିଯୁକ୍ତ ରୋଡ଼ ରୋମିଓଙ୍କୁ ବାନ୍ଧିଲା ପୋଲିସ

ବରଗଡ଼,୨୮।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ କଲେଜ ରୋଡ଼ ନାକାଛକ ନିକଟରେ ବିଚ ରାସ୍ତା ଉପରେ ଜଣେ ଯୁବତୀ(ଛାତ୍ରୀ)ଙ୍କୁ ଅସଦାଚରଣ ପ୍ରଦର୍ଶନ ଘଟଣାର ଅଭିଯୁକ୍ତ ପୋଲିସ ହାତରେ ଧରାପଡ଼ିଛନ୍ତି। ସେ…

ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା , ବୈତରଣୀରେ ବଡ଼ ବନ୍ୟା: ପ୍ରଭାବିତ ହେବ ଏ ସବୁ ଅଞ୍ଚଳ, ସୂଚନା ଦେଲେ…

ଭୁବନେଶ୍ୱର, ୨୮।୭: ଉତ୍ତର ଓଡ଼ିଶାରେ ଗତ ୨୪ ଘଣ୍ଟାରେ ବାଦଲ ଫଟା ବର୍ଷା ହୋଇଛି। କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଥିବା ବେଳେ ଜନଜୀବନ…

ସର୍ପ ଦଂଶନରେ ଚାଲିଗଲା ବର୍ଷୀୟାନ ସଂଗଠକଙ୍କ ଜୀବନ: ଅଞ୍ଚଳ ଜଣେ ମୂରବୀଙ୍କୁ ହରାଇଲା ବୋଲି କହିଲେ…

  ପାଟଣା ୨୮।୭(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷା ଖରି ପଂଚାୟତ ମଲ୍ଲି ପୋଷି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ବେଜ (୮୫) ଙ୍କ…

ପରିବାର ନିୟୋଜନ ଅସ୍ତ୍ରୋପଚାର ବାଟବଣା: ଅସ୍ତ୍ରୋପଚାର ତ୍ରୁଟିରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ବରଗଡ଼,୨୮।୭(ପ୍ରେମାନନ୍ଦ ଖମାରୀ):ଛୋଟ ପରିବାର, ସୁଖୀ ପରିବାର। ଏହି ଶ୍ଲୋଗାନ ଦେଇ ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ପ୍ରୋତ୍ସାହିତ କରାଯାଉଛି। ଏହି ଅସ୍ତ୍ରୋପଚାର କେବଳ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ…

ଥରହର… ୭.୧ ତୀବ୍ରତାର ଭୂକମ୍ପ ଝଟକା, ସୁନାମି ଆଲର୍ଟ ଜାରି

ଟୋକିଓ,୨୮।୭: ଜାପାନର କ୍ୟୁଶୁ ଅଞ୍ଚଳରେ ବଡ଼ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରହିଥିବା ବେଳେ ୩.୨୮ ଫୁଟ ଉଚ୍ଚତା ପର୍ଯ୍ୟନ୍ତ…

ଥାନା ଭିତରେ ଜନ୍ମ ଦିନ, ବିବାହ ବାର୍ଷିକୀ କେକ୍‌ କଟା, ଫଟୋ ଭାଇରାଲ୍‌

ଗୋପ,୨୮।୭(ଭାରତୀ ଭୂଷଣ ଉପାଧ୍ୟାୟ): ଗୋପ ଥାନା ପରିସରରେ ଜନ୍ମ ଦିନ ଏବଂ ବିବାହ ବାର୍ଷିକୀ ଲାଗି କେକ କଟା ଘଟଣା ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri