‘କୌଣସି ଜନ୍ମରେ ବର୍ଷାଙ୍କୁ ଗ୍ରହଣ କରିବୁନି’

କଟକ ଅଫିସ,୧୨। ୯: ଟୁଇଟର ପ୍ଲାଟ୍‌ଫର୍ମରେ ବଢୁଛି ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ। ଗୋଟିଏ ପରେ ଗୋଟିଏ ଟୁଇଟ୍‌ ଏହି ଘଟଣାକୁ ଅଧିକ ରୋମାଞ୍ଚକର ମୋଡ଼ ଦେଉଛି। ତେବେ ବର୍ଷାଙ୍କ ଏକ ଟୁଇଟ୍‌କୁ ଅନୁଭବ କାଉଣ୍ଟର କରି ଯାହା ଲେଖିଛନ୍ତି, ତାହା ଏବେ ସବୁଠାରୁ ଚର୍ଚ୍ଚାର ପ୍ରସଙ୍ଗ। ‘ଲ ବିଲିଭ୍ସ ଇନ୍‌ ଏଭିଡେନ୍ସ’। ଆଇନ ପ୍ରମାଣରେ ବିଶ୍ୱାସ କରେ ବୋଲି ବର୍ଷା ଏକ ଟୁଇଟ୍‌ରେ ଲେଖିଥିଲେ। ଯାହାର ଉତ୍ତରରେ ଅନୁଭବ ଲେଖିଛନ୍ତି, ‘୭ବର୍ଷ ହେବ ମୁଁ ଏବଂ ମୋ ପରିବାର ଯେଉଁ ଯନ୍ତ୍ରଣା ଭୋଗୁଛୁ, ତାହା ସବୁଦିନ ପାଇଁ ଦୂରେଇ ଯିବ’। ଏହାଛଡ଼ା ‘ଏ ଜନ୍ମ କିମ୍ବା କୌଣସି ଜନ୍ମରେ ବର୍ଷାଙ୍କୁ ଗ୍ରହଣ କରିବୁନି’ ବୋଲି ହୋଇଥିବା ଅନ୍ୟଏକ ଟୁଇଟ୍‌କୁ ମଧ୍ୟ ଅନୁଭବ ନିଜ ଆକାଉଣ୍ଟରେ ରିଟୁଇଟ୍‌ କରିଛନ୍ତି। କୋର୍ଟ କୌଣସି ରାୟ ଦେବା ପୂର୍ବରୁ ଏଭଳି ଟୁଇଟ୍‌ ଦୁଇ ସେଲିବ୍ରିଟିଙ୍କ ବିବାଦକୁ ଭିନ୍ନ ଜାଗାରେ ନେଇ ପହଞ୍ଚାଇଛି।
ଅନୁଭବ-ବର୍ଷାଙ୍କ ବିବାଦ କୋର୍ଟରେ ପହଞ୍ଚି ସାରିଛି। ଶୁଣାଣିର ତାରିଖ ମଧ୍ୟ ଆସନ୍ତା ମାସରେ ରହିଛି। ହେଲେ ଉଭୟଙ୍କ ଟୁଇଟ୍‌କୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା। ବର୍ଷା ଅପରାହ୍ନରେ ଏକ ଟୁଇଟ୍‌ କରିଥିଲେ। ଯେଉଁଥିରେ ସେ ସାଇବାବା ଓ ଏକ ଦୀପର ଫଟୋ ସଂଯୋଗ କରିଥିଲେ। ତାଙ୍କୁ ଓ ତାଙ୍କ ବୈବାହିକ ଜୀବନକୁ ଆଶୀର୍ବାଦ କରନ୍ତୁ ବୋଲି ପ୍ରାର୍ଥନା କରିଥିଲେ। ଏହା ପରଠାରୁ ହିଁ ଆରମ୍ଭ ହୋଇଥିଲା ଟୁଇଟ୍‌ ବିବାଦ। ଗୋଟିଏ ଘଣ୍ଟା ଭିତରେ ଅନୁଭବ ୭ଟି ଟୁଇଟ୍‌ କରିଥିଲେ। ଏକ ଟୁଇଟ୍‌ରେ ଅନୁଭବ ଲେଖିଛନ୍ତି, ‘ଆମର କେବଳ ଏକ ସାମାଜିକ ବିବାହ ଥିଲା। ମାନସିକ ଓ ଶାରୀରିକ ସ୍ତରରେ ଆମେ ବିବାହ କରିନାହୁଁ। କାରଣ ସେ ଏଭଳି କେବେ ଚାହିଁ ନ ଥିଲେ। ଏହା ହେଉଛି ସତ। ସର୍ବସାଧାରଣରେ ଏଭଳି ଲେଖୁଥିବାରୁ ମୁଁ ନିଜକୁ ଲଜ୍ଜିତ ଅନୁଭବ କରୁଛି। ମୋତେ କ୍ଷମା କରନ୍ତୁ ବୋଲି ଏମ୍‌ପି ଅନୁଭବ ଲେଖିଛନ୍ତି। ଏହାର କିଛି ସମୟ ପରେ ଅନୁଭବ ଏକ ରିଟୁଇଟ୍‌ କରିଥିଲେ, ଯେଉଁଥିରେ ବର୍ଷାଙ୍କୁ ମୁଁ କିମ୍ବା ମୋ ପରିବାର ଆଦୌ ଗ୍ରହଣ କରିବୁ ନାହିଁ। ଏ ଜନ୍ମ କିମ୍ବା କୌଣସି ଜନ୍ମରେ ବର୍ଷାଙ୍କୁ ଗ୍ରହଣ କରିବୁନି ବୋଲି ଏଥିରେ ଲେଖାଥିଲା। ଏହାକୁ ଏମ୍‌ପି ଅନୁଭବ ରିଟୁଇଟ୍‌ କରିଛନ୍ତି।
ମାନବାଧିକାର କର୍ମୀଙ୍କୁ ନେଇ ପ୍ରଶ୍ନ
ଅନ୍ତର୍ଜାତୀୟ ମାନବାଧିକାର କମିଶନ୍‌ର ରାଜ୍ୟ ମହିଳା ସଭାପତି ଗୀତାଶ୍ରୀ ଦାସଙ୍କ ନେତୃତ୍ୱରେ କେତେଜଣ ମାନବାଧିକାର କର୍ମୀ ଗୁରୁବାର ବର୍ଷା-ଅନୁଭବଙ୍କ ବିବାଦର ସମାଧାନ କରିବା ପାଇଁ ଆଗେଇ ଆସିଥିଲେ। କର୍ମୀମାନେ ଅନୁଭବଙ୍କ ଚୌଧୁରୀବଜାରସ୍ଥିତ ବାସଭବନକୁ ଯାଇ ଆପୋସ ବୁଝାମଣା ଦ୍ୱାରା ଏହି ବିବାଦର ସମାଧାନ କରିବାକୁ ଚେଷ୍ଟା କରିଥିଲେ ବୋଲି ଗଣମାଧ୍ୟମ ନିକଟରେ ପ୍ରକାଶ କରିଥିଲେ। ହେଲେ ବର୍ଷାଙ୍କ ସହ ଆଲୋଚନା ହୋଇଥିବାବେଳେ ଶୁକ୍ରବାର ଅନୁଭବ ନିଜ ମତ ଦେବେ ବୋଲି କହିଥିଲେ। ଏପରି କି ପୂର୍ବାହ୍ନ ୧୧ଟା ବେଳେ ଆସିବାକୁ ଅନୁଭବ ସମୟ ଦେଇଥିଲେ ବୋଲି ଗୀତାଶ୍ରୀ ସୂଚନା ଦେଇଛନ୍ତି। ହେଲେ ଶୁକ୍ରବାର ନିର୍ଦ୍ଧାରିତ ସମୟରେ ଗୀତାଶ୍ରୀ ପହଞ୍ଚିବା ବେଳକୁ ଅନୁଭବ ଅନୁପସ୍ଥିତ ଥିଲେ। ଅନୁଭବଙ୍କ ସାକ୍ଷାତ ହୋଇନି ବୋଲି ଗୀତାଶ୍ରୀ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ପରେ ଅନୁଭବ ଏକ ଟୁଇଟ୍‌ରେ ଗୀତାଶ୍ରୀଙ୍କ ହସ୍ତକ୍ଷେପକୁ ନେଇ ପ୍ରଶ୍ନ କରିଛନ୍ତି। ଗୀତାଶ୍ରୀ ହେଉଛନ୍ତି ବର୍ଷାଙ୍କ ‘ସମ୍ମାନିତା’ ସଂସ୍ଥାର ସଦସ୍ୟା। ଏପରି କି ମାନବାଧିକାର ସଦସ୍ୟା ତାଙ୍କୁ ଠକିଛନ୍ତି ବୋଲି ଅନୁଭବ ଏକ ଟୁଇଟ୍‌ରେ ଲେଖିଛନ୍ତି। ଏ ସମ୍ପର୍କରେ ଗୀତାଶ୍ରୀ କହିଛନ୍ତି, ଅନୁଭବଙ୍କ ଠାରୁ ଏଭଳି ମନ୍ତବ୍ୟ ଆଶା କରୁ ନ ଥିଲୁ। ଆମେ ଏହି ସମ୍ପର୍କକୁ ଯୋଡ଼ିବାକୁ ଚାହୁଁଛୁ। ସେ ଆମ ସହ ଆଲୋଚନା କରିବେ ବୋଲି ଆଶାବାଦୀ ରହିଛୁ।


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ସିଦ୍ଧାନ୍ତ, କଡ଼ା ଭାଷାରେ ସମାଲୋଚନା କଲା ବିଜେଡି

ଭୁବନେଶ୍ୱର,୨୮।୩: ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି କଟକ ଏମପି ଭର୍ତ୍ତୃହରି ମହତାବ, ପୂର୍ବତ୍ତନ ଲୋକ ସଭା ଏମପି ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ...

ଭାଜପାରେ ଯୋଗ ଦେବା ପରେ ଭର୍ତ୍ତୃହରି ଦେଲେ ବଡ଼ ବୟାନ, କହିଲେ ଓଡ଼ିଶାରେ…

ନୂଆଦିଲ୍ଲୀ,୨୮।୩: ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବ ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି। କେବଳ ‘ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ଭାଜପା ଜରିଆରେ...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଭାଜପାରେ ଯୋଗଦେଲେ ଭର୍ତ୍ତୃହରି ମହତାବ, ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ

ଭୁବନେଶ୍ୱର,୨୮।୩: ନିକଟରେ ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଥିବା କଟକ ଲୋକ ସଭା ଏମପି ଭର୍ତ୍ତୃହରି ମହତାବ ଭାଜପାରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ଦୁଇଥର...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ଆଗାମୀ ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର,୨୮ା୩: ପାଗ ଶୁଖିଲା ରହୁଥିବାରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri