‘ଆମେ ଶେଷ ପର୍ଯ୍ୟନ୍ତ ଲଢ଼ିବୁ’

ବେଜିଂ,୧୨ା୬: ଆମେରିକାର ପ୍ରତିରକ୍ଷା ସଚିବ ଲାୟଡ ଅଷ୍ଟିନ୍‌ଙ୍କ ବିବୃତ୍ତିରେ ଚାଇନାର ବୈଦେଶିକ ମନ୍ତ୍ରୀ ଓ୍ବାଇ ଫେଙ୍ଗେ ପୁଣି ଥରେ କଡ଼ା ଜବାବ ଦେଇଛନ୍ତି। ଚାଇନାର ପ୍ରତିରକ୍ଷା ମନ୍ତ୍ରୀ ଓ୍ବାଇ ଫେଙ୍ଗେ ଏହାର ଆଭିମୁଖ୍ୟ ଉପରେ କହିଛନ୍ତି, ବେଜିଂ ଶେଷ ପର୍ଯ୍ୟନ୍ତ ଲଢ଼ିବ। ସେ ଏହା ମଧ୍ୟ କହିଛନ୍ତି, କ୍ଷେତ୍ରୀୟ ବା ଆଞ୍ଚଳିକ ଅଖଣ୍ଡତାକୁ ରକ୍ଷା କରିବା ପାଇଁ ଚାଇନାର ସଶସ୍ତ୍ର ବାହିନୀର ସଂକଳ୍ପ ଏବଂ ଏହି ସାମର୍ଥ୍ୟକୁ କେହି ଅବମାନନା ବା ହେୟ ମନେ କରିବା ଉଚିତ୍‌ ନୁହେଁ।

ଆମେରିକାର ପ୍ରତିରକ୍ଷା ସଚିବ ଅଷ୍ଟିନ୍‌ଙ୍କ ଦିନକ ପୂର୍ବରୁ ଦେଇଥିବା ଭାଷଣର ଉତ୍ତରରେ ଚାଇନା ନେତା ଏପରି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ବେଜିଂର ଆକ୍ରମଣାତ୍ମକ ତଥା ବିପଜ୍ଜନକ କାର୍ଯ୍ୟ ଏସିଆର ସ୍ଥିରତା ପାଇଁ ବିପଦ। ଏଥି ସହିତ ଚାଇନା ମନ୍ତ୍ରୀ ରବିବାର କହିଛନ୍ତି, ଯେଉଁମାନେ ଚାଇନା ବିଭାଜନ କରିବାକୁ ଚେଷ୍ଟା କରୁଛନ୍ତି ତାଇଓ୍ବାନର ସ୍ବାଧୀନତାକୁ ଦର୍ଶାଉଛନ୍ତି, ସେମାନଙ୍କର ଲକ୍ଷ୍ୟ ପୂରଣ ହେବ ନାହିଁ। ଫେଙ୍ଗେ ଆଜି କହିଛନ୍ତି ଯେ, ଆମେ ଯେ କୌଣସି ମୂଲରେ ଶେଷ ପର୍ଯ୍ୟନ୍ତ ଲଢ଼ିବୁ। ଏଥିରୁ ବିଚ୍ୟୁତ ହେବୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନର ଅଞ୍ଚଳ ରୁଷିଆରେ ମିଶିବା ନେଇ ଆଇନଗତ ପଦକ୍ଷେପ, ଉଚ୍ଚ ସଦନରେ ମାନ୍ୟତା…

ମସ୍କୋ/କ୍ୱିଭ,୪।୧୦ : ଜନମତ ସଂଗ୍ରହ ମାଧ୍ୟମରେ ୟୁକ୍ରେନର ଚାରୋଟି ଅଞ୍ଚଳର ରୁଷିଆରେ ମିଶ୍ରଣ ପରେ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ ଏହାକୁ ଆଇନଗତ ମାନ୍ୟତା ଦେବା ଆରମ୍ଭ...

ତୁର୍କୀରେ ୩ ମାସ ଏମର୍ଜେନ୍ସି

ଆଙ୍କାରା,୮।୨: ପ୍ରଳୟଙ୍କରୀ ଭୂକମ୍ପରେ ଧ୍ୱସ୍ତବିଧ୍ୱସ୍ତ ତୁର୍କୀର ୧୦ ପ୍ରଦେଶରେ ୩ ମାସ ପାଇଁ ଜରୁରୀ ସ୍ଥିତି ଜାରି କରାଯାଇଛି। ଉଦ୍ଧାର ଓ ପୁନଃନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ...

ପୁଟିନଙ୍କ ଜନ୍ମଦିନରେ ୟୁକ୍ରେନ୍ ଉଡାଇଲା ରୁଷିଆର ୧୮ ତୋପ, ୮ ଟ୍ୟାଙ୍କ

କ୍ୱିଭ,୮ ।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ସ୍ଥାନୀୟ ସମୟ ଅନୁଯାୟୀ ଯେତେବେଳେ ତାଙ୍କର ୭୦ ତମ ଜନ୍ମଦିନ ପାଳନ କରୁଥିଲେ ଠିକ୍ ସେତିକି ବେଳେ...

ନେଦରଲାଣ୍ଡସରେ ଟ୍ରେନ ଦୁର୍ଘଟଣା, ଜଣେ ମୃତ ୫୦ ଆହତ

ଆମଷ୍ଟରଡର୍ମ,୪।୪: ନେଦରଲାଣ୍ଡରେ ମଙ୍ଗଳବାର ହୋଇଥିବା ଏକ ରେଲ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି। ଏହି ଦୁର୍ଘଟଣା ମଙ୍ଗଳବାର...

ପାର୍ଲାମେଣ୍ଟରେ ମୁଥ ମରାମରି

ଅମ୍ମାନ, ୩୦ା୧୨: ଲିଙ୍ଗଗତ ସମାନତାକୁ ନେଇ ସମ୍ବିଧାନରେ ସଂଶୋଧନ ନିମନ୍ତେ ଏକ ବିଧେୟକ ଉପରେ ଆଲୋଚନାବେଳେ ମଙ୍ଗଳବାର ଜୋର୍ଡାନ ପାର୍ଲାମେଣ୍ଟରେ ଏମ୍‌ପିମାନେ ପରସ୍ପର ମଧ୍ୟରେ ମାରପିଟ...

ମୋଦିଙ୍କୁ ଆମେରିକାର ସର୍ବୋଚ୍ଚ ସମ୍ମାନ

ଓ୍ବାଶିଂଟନ,୨୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକାର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ହ୍ବାଇଟ୍‌ ହାଉସ୍‌ ଛାଡିବା ପୂର୍ବରୁ ମୋଦିଙ୍କୁ ସମ୍ମାନୀତ କରିଛନ୍ତିି।...

କରୋନା ଭାଇରସରେ ସଂକ୍ରମିତ ବ୍ରିଟେନ ସ୍ବାସ୍ଥ୍ୟମନ୍ତ୍ରୀ

ଲଣ୍ଡନ,୧୧।୩: ବ୍ରିଟେନର ସ୍ବାସ୍ଥ୍ୟମନ୍ତ୍ରୀ ନାଡିନେ ଡୋରିସ କରୋନା ଭାଇରସରେ ସଂକ୍ରମିତ ଥିବା ଜଣାପଡିଛି। ମଙ୍ଗଳବାର ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ନିଜ ଘରେ ତାଙ୍କୁ...

ଏନ୍‌ଏଫ୍‌ଟିରେ ଆତ୍ମା ବିକ୍ରି

ନେଦରଲାଣ୍ଡସ୍‌, ୨ା୪: ମିମ୍‌, ଜୋକ୍‌ ଏବଂ ମନୋରଞ୍ଜନ ଭିଡିଓ ଆଦି ନନ୍‌ ଫନ୍‌ଜିବଲ ଟୋକେନ (ଏନ୍‌ଏଫ୍‌ଟି) ଜରିଆରେ ବିକ୍ରି ହେଉଛି। ନେଦରଲାଣ୍ଡସ୍‌ସ୍ଥିତ ହେଗ୍‌ ଆର୍ଟ ଏକାଡେମୀର...

Advertisement
Archives

Model This Week