ଭୋକ ଉପାସରେ ଚାଲିଚାଲି ସୀମାପାର ହୋଇଥିଲୁ

ଜୁନାଗଡ଼,୧୫।୩(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ସହର ହଣ୍ଡାଖାଲପଡାର ଡାକ୍ତରୀ ଛାତ୍ର ଶାନ୍ତି କୁମାର ନାୟକ ୟୁକ୍ରେନରୁ ରବିବାର ଘରକୁ ଫେରିଛନ୍ତି। ଫଳରେ ଶାନ୍ତିଙ୍କ ମା, ବାପା ଓ ପରିବାରବର୍ଗଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଶାନ୍ତି ୟୁକ୍ରେନ୍‌ର ଖାରକିଭ୍‌ ନ୍ୟାଶନାଲ ମେଡିକାଲ ୟୁନିଭରସିଟିର ଦ୍ୱିତୀୟ ବର୍ଷର ଛାତ୍ର।

ସୋମବାର ଶାନ୍ତି ୟୁକ୍ରେନର ଅନୁଭୁତି ବିଷୟରେ କହିଛନ୍ତି। ତାଙ୍କ କହିବାନୁଯାୟୀ, ରୁଷିଆର ତୁହାକୁ ତୁହା ବୋମା, ମିସାଇଲ ମାଡ ବିଶେଷ କରି ଖାରକିଭ୍‌ରେ ପ୍ରଭାବ ଅଧିକ ଦେଖିବାକୁ ମିଳିଥିଲା। ରହୁଥିବା ଆପାର୍ଟମେଣ୍ଟ ନିକଟରେ ମିସାଇଲ ମାଡ ଯୋଗୁ ଭୟରେ ସେ ଓ ତାଙ୍କ ସାଙ୍ଗମାନେ ନିକଟ ମେଟ୍ରୋ ରେଲୱେ ଟନେଲକୁ ଚାଲିଆସିଥିଲେ। ଏହି ଘଟଣାରେ ପରେ ସେଠାରେ ଦୋକାନ, ବଜାରଗୁଡିକ ବନ୍ଦ ହୋଇଯିବାରୁ ସେମାନଙ୍କୁ ୯ ଦିନ ଭୋକରେ ରହିବାକୁ ପଡିଥିଲା। ଭୋକରେ ମରିବା ଅପେକ୍ଷା ସେ ଓ ତାଙ୍କ କେତେଜଣ ସାଙ୍ଗ ୟୁକ୍ରେନ୍‌ ସହ ଯୁଦ୍ଧରେ ସାମିଲ ହେବା ପାଇଁ ମନ ବଳାଇଥିଲେ। ତେବେ ପାଖରେ ଟଙ୍କା ନ ଥିବାରୁ ଉକ୍ତ ସ୍ଥାନକୁ ସେମାନେ ଯାଇ ନ ପାରିଥିଲେ। ଏପରିସ୍ଥଳେ ରାଜ୍ୟ ସରକାରଙ୍କ ଉଦ୍ୟମକ୍ରମେ ଗ୍ଲୋବାଲ ଫୋକସ୍‌ ଅରଗାନାଇଜେଶନ ପକ୍ଷରୁ ସେଠାରେ ରହୁଥିବା ଭାରତୀୟ ଛାତ୍ରଙ୍କୁ ରୁମାନିଆ ବୋର୍ଡର ପର୍ଯ୍ୟନ୍ତ ନେବା ପାଇଁ ଏକ ସ୍ବତନ୍ତ୍ର ବସ୍‌ ପୋଷାଚୀନରେ ରହିଥିଲା। ଫଳରେ ଶାନ୍ତି ଓ ତାଙ୍କ ସାଙ୍ଗମାନେ ଖାରକିଭ୍‌ରୁ ୨୫ କି.ମି. ଦୂର ପର୍ଯ୍ୟନ୍ତ ଚାଲି ଆସିଥିଲେ। ସେଠାରୁ ବସ୍‌ ଯୋଗେ ୨ ଦିନ ଯାତ୍ରା ପରେ ସେମାନେ ରୁମାନିଆ ବୋର୍ଡରରେ ପହଞ୍ଚତ୍ଥିଲେ। ପରେ ଭାରତ ସରକାରଙ୍କ ଅପ୍ରେଶନ ଗଙ୍ଗା ପକ୍ଷରୁ ଏକ ସ୍ବତନ୍ତ୍ର ବିମାନରେ ନୂଆଦିଲ୍ଲୀ ଆସିଥିଲେ। ସେଠାରୁ ସେ ରବିବାର ଘରେ ପହଞ୍ଚତ୍ଛନ୍ତି। ଶାନ୍ତି ଜୁନାଗଡ ସହର ହଣ୍ଡାଖାଲପଡାର ଶିକ୍ଷକ ପ୍ରବୀର କୁମାର ନାୟକ ଓ ମା’ ପ୍ରିୟତମାଙ୍କ ଏକମାତ୍ର ପୁଅ। ନିଜ ସାଙ୍ଗମାନଙ୍କ ସହ ସୁରକ୍ଷିତ ଭାବେ ସେ ଘରକୁ ଫେରିଥିବାରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀହୀନ ଶିଶୁ ଉଦ୍ୟାନ

ବାଲିଆପାଳ,୧୨।୧୦(ସ୍ବ.ପ୍ର.)- ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ସମ୍ମୁଖରେ ପ୍ରତିଷ୍ଠା ହୋଇଥିବା ଇନ୍ଦିରା ଶିଶୁ ଉଦ୍ୟାନ ଏବେ ସୌନ୍ଦର୍ଯ୍ୟ ହରାଇ ବସିଛି। ପୂର୍ବଭଳି ଆଉ ସେଠାରେ ଗହଳି...

ବଜ୍ରଘାତରେ ମନ୍ଦିରରେ ଫାଟ

ଭଦ୍ରକ ଅଫିସ,୩୦।୪: ଭଦ୍ରକ ବ୍ଲକ ଅର୍ନ୍ତଗତ ବେନ୍ତାଳ ପଞ୍ଚାୟତର ଗୋପାଳ ବିନ୍ଧା ଗ୍ରାମର ହନୁମାନ ମନ୍ଦିରରେ ଫାଟ ସୃଷ୍ଟି ହୋଇଛି। ବୁଧବାର ସନ୍ଧ୍ୟାରେ ହୋଇଥିବା କାଳବୈଶାଖୀ...

ଦୀର୍ଘ ୯ ମାସ ପରେ ଆଜି ଖୋଲିଲା ବାବା ଧବଳେଶ୍ୱରଙ୍କ ମନ୍ଦିର

କଟକ ଅଫିସ,୧୧।୧: ଦୀର୍ଘ ୯ ମାସ ପରେ କୋଭିଡ କଟକଣା ମଧ୍ୟରେ ସୋମବାର ଖୋଲିଛି ପ୍ରଭୁ ଧବଳେଶ୍ୱରଙ୍କ ମନ୍ଦିର। ଆଜି ଶ୍ରଦ୍ଧାଳୁମାନେ ବାବାଙ୍କୁ ଦର୍ଶନ କରି...

ମଦଭାଟି ବନ୍ଦ ପାଇଁ ମହିଳାଙ୍କ ଦାବି

ସୋନପୁର, ୩।୧୨(ନି.ପ୍ର.) ସୁବର୍ଣ୍ଣପୁର ଜିଲା ତରଭା ବ୍ଲକର ମରାଡୁଗୋଛା ମଦଭାଟି ବନ୍ଦ ପାଇଁ ପଞ୍ଚାୟତର ଲୋକପ୍ରତିନିଧି ଓ ମହିଳାମାନେ ସୋମବାର ଜିଲାପାଳ ମୋନିଷା ବାନାର୍ଜୀଙ୍କ ନିକଟରେ...

ମହିଳାଙ୍କୁ ଅସଦାଚରଣ, ପ୍ରତିବାଦ କରିବାରୁ ସ୍ବାମୀଙ୍କୁ ନିସ୍ତୁକ ମାଡ଼ ଅଭିଯୋଗ

ଦିଗପହଣ୍ଡି,୧୯ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମହିଳାଙ୍କୁ ପାରିବାରିକ ବିବାଦକୁ କେନ୍ଦ୍ରକରି ଆକ୍ରମଣ ଓ ଅସଦାଚରଣ କରାଯାଇଥିବା ଅଭିଯୋଗ...

୨ ରାଜନୈତିକ ଦଳର ଧାରଣା ପୂର୍ବରୁ ୧୪୪ ଧାରା ଲାଗୁ

ନାଉଗାଁ,୧।୨(ସ୍ବ.ପ୍ର.): ନାଉଗାଁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୨ ରାଜନୈତିକ ଦଳର କର୍ମୀ ଭିନ୍ନ ଭିନ୍ନ ସମସ୍ୟାକୁ ନେଇ ମଙ୍ଗଳବାର ଧାରଣା ଓ ଅନଶନ କରିବାକୁ ଲିଖିତ ଭାବେ...

ଅଚଳ ଇଭିଏମକୁ ବଦଳାଗଲା

ଚାନ୍ଦବାଲି,୨୯।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମଉସୁଧା ପଞ୍ଚାୟତର ମଉସୁଧା ସ୍କୁଲର ୧୨୬ନଂ ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଫଳରେ ମତଦାନ ବାଧାପ୍ରାପ୍ତ ହୋଇଛି।...

ଦାଦନ ଯାଇ ନାବାଲକ୍‌ ପୁଓ ନିଖୋଜ: ଫିରବାର ବାଟ୍‌କେ ଚାହିଁ ଛନ୍‌ ମା’ବାପ୍‌

ସିନାପାଲି,୨।୩ (ଡି.ଏନ୍‌.ଏ.)- ପରିବାରକେ ଦାନା ଯୁଗାବାର ଲାଗି ପୁଓ ଦାଦନ୍‌ ଖଟିଯାଇଛେ। ସେ ଘରୁ ଯିବାର ଆଏଜ୍‌କେ ୬ ମାସ୍‌ ବିତିଗଲାନ। ଯାଇଛେ ଯେ ଆର...

Advertisement
Archives

Model This Week