ଭୋକ ଉପାସରେ ଚାଲିଚାଲି ସୀମାପାର ହୋଇଥିଲୁ

ଜୁନାଗଡ଼,୧୫।୩(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ସହର ହଣ୍ଡାଖାଲପଡାର ଡାକ୍ତରୀ ଛାତ୍ର ଶାନ୍ତି କୁମାର ନାୟକ ୟୁକ୍ରେନରୁ ରବିବାର ଘରକୁ ଫେରିଛନ୍ତି। ଫଳରେ ଶାନ୍ତିଙ୍କ ମା, ବାପା ଓ ପରିବାରବର୍ଗଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଶାନ୍ତି ୟୁକ୍ରେନ୍‌ର ଖାରକିଭ୍‌ ନ୍ୟାଶନାଲ ମେଡିକାଲ ୟୁନିଭରସିଟିର ଦ୍ୱିତୀୟ ବର୍ଷର ଛାତ୍ର।

ସୋମବାର ଶାନ୍ତି ୟୁକ୍ରେନର ଅନୁଭୁତି ବିଷୟରେ କହିଛନ୍ତି। ତାଙ୍କ କହିବାନୁଯାୟୀ, ରୁଷିଆର ତୁହାକୁ ତୁହା ବୋମା, ମିସାଇଲ ମାଡ ବିଶେଷ କରି ଖାରକିଭ୍‌ରେ ପ୍ରଭାବ ଅଧିକ ଦେଖିବାକୁ ମିଳିଥିଲା। ରହୁଥିବା ଆପାର୍ଟମେଣ୍ଟ ନିକଟରେ ମିସାଇଲ ମାଡ ଯୋଗୁ ଭୟରେ ସେ ଓ ତାଙ୍କ ସାଙ୍ଗମାନେ ନିକଟ ମେଟ୍ରୋ ରେଲୱେ ଟନେଲକୁ ଚାଲିଆସିଥିଲେ। ଏହି ଘଟଣାରେ ପରେ ସେଠାରେ ଦୋକାନ, ବଜାରଗୁଡିକ ବନ୍ଦ ହୋଇଯିବାରୁ ସେମାନଙ୍କୁ ୯ ଦିନ ଭୋକରେ ରହିବାକୁ ପଡିଥିଲା। ଭୋକରେ ମରିବା ଅପେକ୍ଷା ସେ ଓ ତାଙ୍କ କେତେଜଣ ସାଙ୍ଗ ୟୁକ୍ରେନ୍‌ ସହ ଯୁଦ୍ଧରେ ସାମିଲ ହେବା ପାଇଁ ମନ ବଳାଇଥିଲେ। ତେବେ ପାଖରେ ଟଙ୍କା ନ ଥିବାରୁ ଉକ୍ତ ସ୍ଥାନକୁ ସେମାନେ ଯାଇ ନ ପାରିଥିଲେ। ଏପରିସ୍ଥଳେ ରାଜ୍ୟ ସରକାରଙ୍କ ଉଦ୍ୟମକ୍ରମେ ଗ୍ଲୋବାଲ ଫୋକସ୍‌ ଅରଗାନାଇଜେଶନ ପକ୍ଷରୁ ସେଠାରେ ରହୁଥିବା ଭାରତୀୟ ଛାତ୍ରଙ୍କୁ ରୁମାନିଆ ବୋର୍ଡର ପର୍ଯ୍ୟନ୍ତ ନେବା ପାଇଁ ଏକ ସ୍ବତନ୍ତ୍ର ବସ୍‌ ପୋଷାଚୀନରେ ରହିଥିଲା। ଫଳରେ ଶାନ୍ତି ଓ ତାଙ୍କ ସାଙ୍ଗମାନେ ଖାରକିଭ୍‌ରୁ ୨୫ କି.ମି. ଦୂର ପର୍ଯ୍ୟନ୍ତ ଚାଲି ଆସିଥିଲେ। ସେଠାରୁ ବସ୍‌ ଯୋଗେ ୨ ଦିନ ଯାତ୍ରା ପରେ ସେମାନେ ରୁମାନିଆ ବୋର୍ଡରରେ ପହଞ୍ଚତ୍ଥିଲେ। ପରେ ଭାରତ ସରକାରଙ୍କ ଅପ୍ରେଶନ ଗଙ୍ଗା ପକ୍ଷରୁ ଏକ ସ୍ବତନ୍ତ୍ର ବିମାନରେ ନୂଆଦିଲ୍ଲୀ ଆସିଥିଲେ। ସେଠାରୁ ସେ ରବିବାର ଘରେ ପହଞ୍ଚତ୍ଛନ୍ତି। ଶାନ୍ତି ଜୁନାଗଡ ସହର ହଣ୍ଡାଖାଲପଡାର ଶିକ୍ଷକ ପ୍ରବୀର କୁମାର ନାୟକ ଓ ମା’ ପ୍ରିୟତମାଙ୍କ ଏକମାତ୍ର ପୁଅ। ନିଜ ସାଙ୍ଗମାନଙ୍କ ସହ ସୁରକ୍ଷିତ ଭାବେ ସେ ଘରକୁ ଫେରିଥିବାରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଖରା ସହ କାଳବୈଶାଖୀ; ୧୫ ଯାଏ ସତର୍କ ରହିବାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ)- ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ…

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଗ୍ୟାସ୍ ସିଲିଣ୍ଡର ଲିକେଜ୍‌! କାଦୋବେଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩ ବଖରା ଘର, ସର୍ବସ୍ୱ ହରାଇଲା…

ଥୁଆମୂଳ ରାମପୁର, ୯।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲପାଟଣା ପଞ୍ଚାୟତର କାଦୋବେଡା ଗ୍ରାମରେ ସୋମବାର ସମୟରେ ଏକ ସଂଘାତିକ ଅଗ୍ନିକାଣ୍ଡ ଘଟିଯାଇଛି।…

କଙ୍କୋରଡ଼ା ପଞ୍ଚାୟତକୁ ଅବହେଳା ପ୍ରତିବାଦ: ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସରପଞ୍ଚ-ଗ୍ରାମବାସୀଙ୍କ ଧାରଣା

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡ଼ା ପଞ୍ଚାୟତକୁ ବ୍ଲକ ପ୍ରଶାସନ ପକ୍ଷରୁ ଦୀର୍ଘଦିନ ଧରି ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି।…

ଭାଜପା ପକ୍ଷରୁ ସହିଦ ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସ ପାଳିତ: ଯୋଗଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ମହୁରୀ କାଳୁଆ ମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ମହାନ ସ୍ୱାଧୀନତା…

ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି…

ଅସରପା ବି ଅଟନ୍ତି ବିୟରପ୍ରେମୀ, କାରଣ ଜାଣିଲେ ତାଜୁବ ହେବେ…

ଆଜିକାଲି ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ଦୁନିଆରେ କକ୍ରୋଚ (ଅସରପା) ନାମଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଏହି ଜୀବର ନାମ ଶୁଣିବା ମାତ୍ରେ ଲୋକଙ୍କ…

ଏମ୍‌କେସିଜି ଚିକିତ୍ସକଙ୍କୁ ସମ୍ବର୍ଦ୍ଧନା

ଦିଗପହଣ୍ଡି,୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜର ସ୍ନାୟୁ ଶଲ୍ୟ ବିଭାଗ ମୁଖ୍ୟ ଚିକିତ୍ସକଙ୍କ ସମେତ ଅନ୍ୟସମସ୍ତ ଚିକିତ୍ସକଙ୍କୁ ଖେମୁଣ୍ଡି ଓକିଲ ସଂଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri