Posted inଜାତୀୟ

ବିପର୍ଯ୍ୟୟ ସମୟରେ ତୁର୍କୀର ଲୋକଙ୍କ ସହିତ ଆମେ ଛିଡ଼ା ହୋଇଛୁ, ସମସ୍ତ ସହାୟତା ଯୋଗାଇ ଦିଆଯିବ,ଅନ୍ତର୍ଜାତୀୟସ୍ତରରେ ସହାୟତା ଆହ୍ବାନ…

ନୂଆଦିଲ୍ଲୀ,୬।୨ : ସୋମବାର ତୁର୍କୀରେ ୭.୮ ତୀବ୍ରତାଯୁକ୍ତ ଏକ ଭୂକମ୍ପ ଘଟିଛି ଯେଉଁଥିରେ ଏପର୍ଯ୍ୟନ୍ତ ୩୬୦ ଜଣଙ୍କର ମୃତ୍ୟୁ ଘଟିଛି। ହଜାର ହଜାର ଲୋକ ଆହତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ତୁର୍କୀରେ ହୋଇଥିବା ଏହି ଭୂକମ୍ପକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ତୁର୍କୀରେ ହୋଇଥିବା ଭୂକମ୍ପ ଯୋଗୁଁ ଜୀବନ ଓ ସମ୍ପତ୍ତି ନଷ୍ଟ ହୋଇଥିବାରୁ ମୁଁ ଗଭୀର ଦୁଃଖିତ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହିତ ଆହତମାନଙ୍କୁ ଶୀଘ୍ର ଆରୋଗ୍ୟ କାମନା କରୁଛି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ତୁର୍କୀବାସୀଙ୍କ ସହିତ ଏହି ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରେ ଠିଆ ହୋଇଛି ଏବଂ ଏହି ଦୁର୍ଘଟଣାର ମୁକାବିଲା ପାଇଁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛି। ଏହା ସହିତ ପ୍ରଧାନମନ୍ତ୍ରୀ ଅନ୍ତର୍ଜାତୀୟସ୍ତରର ସହାୟତା ଲାଗି ପୃଥିବୀର ସମସ୍ତ ଦେଶଙ୍କୁ ଆହ୍ବାନ ଦେଇଛନ୍ତି।

ବେଙ୍ଗାଲୁରୁରେ ଅନୁଷ୍ଠିତ ହେଉଥିବା ଭାରତ ଶକ୍ତି ସପ୍ତାହ ୨୦୨୩ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ତୁର୍କୀରେ ହୋଇଥିବା ଭୂକମ୍ପକୁ ନେଇ ଏଭଳି କହିଛନ୍ତି। ଭାରତରେ ୧୪୦କୋଟି ଲୋକଙ୍କ ସହାନୁଭୂତି ସମସ୍ତ ଭୂକମ୍ପ ପ୍ରଭାବିତ ଲୋକଙ୍କ ସହ ରହିଛି।

ସୂଚନାଯୋଗ୍ୟ,ଭୂମିକମ୍ପ ଯୋଗୁଁ ଦକ୍ଷିଣ ପୂର୍ବ ତୁର୍କୀ ସମେତ ସିରିଆରେ ଏକ ବଡ଼ କ୍ଷତି ହୋଇଛି ।
ଏହି ଭୂକମ୍ପର କେନ୍ଦ୍ର ସିରିଆ ସୀମାଠାରୁ ୯୦ କିଲୋମିଟର ଦୂରରେ ଥିବା ତୁର୍କୀ ଗାଡିଏଣ୍ଟେପେରେ ଥିଲା। ଏହି କାରଣରୁ, ସିରିଆର ଅନେକ ସହରରେ ମଧ୍ୟ ଭୂକମ୍ପରେ ପ୍ରବଳ କମ୍ପନ ଅନୁଭୂତ ହୋଇଥିଲା। ତୁର୍କୀରେ ଭୋର ୪ କ୍ଷା ୧୭ରେ ଭୂକମ୍ପ ଅନୁଭୂତ ହୋଇଥିଲା। ଭୃଗର୍ଭର ୧୭.୯ କିଲୋମିଟର ତଳେ ଭୂକମ୍ପର କେନ୍ଦ୍ର ଥିଲା। ଏହି ଭୟଙ୍କର ଭୂକମ୍ପ ଯୋଗୁଁ ଅନେକ ଅଟ୍ଟାଳିକା ଭୁଶୁଡି ପଡିଥିଲା ଏବଂ ଚାରିଆଡେ ଲୋକଙକ୍କ କାନ୍ଦ ବୋବାଳି ପଡ଼ିଥିଲା।

ଭୂକମ୍ପ ସମ୍ପର୍କରେ ସୂଚନା ଦେଇ ତୁର୍କୀ ରାଷ୍ଟ୍ରପତି ରାଜାବ ତାଇୟାବ ଏର୍ଦୋଗନ ଟୁଇଟ କରି କହିଛନ୍ତି ଯେ ପ୍ରଭାବିତ ଅଞ୍ଚଳରେ ଶୀଘ୍ର ଉଦ୍ଧାର କାର୍ଯ୍ୟ ଚାଲିଛି। ଏହି ଭୂକମ୍ପ ସମୟରେ ଲୋକମାନେ ପ୍ରାୟ ୬ ଥର କମ୍ପନ ଅନୁଭବ କରିଥିଲେ। ପ୍ରଭାବିତ ଅଞ୍ଚଳରେ ପ୍ରବେଶ ନ କରିବାକୁ ରାଷ୍ଟ୍ରପତି ଲୋକଙ୍କୁ ଅପିଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭା ନିର୍ବାଚନ ପୂର୍ବରୁ BJPର ବଡ଼ ଘୋଷଣା: ବିଭିନ୍ନ ରାଜ୍ୟରେ ୨୪ ନୂଆ ପଦାଧିକାରୀ ନିଯୁକ୍ତ

ନୂଆଦିଲ୍ଲୀ,୨୪।୯: ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବିଧାନସଭା ନିର୍ବାଚନ ପୂର୍ବରୁ BJP ନିଜର ସାଙ୍ଗଠନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଆରମ୍ଭ କରିଛି। ଏହି ପ୍ରକ୍ରିୟାର ଅଂଶବିଶେଷ…

ଗୁଡ଼ାରିରୁ OSRTC ବସ୍ ସେବା ଦାବି: ବିଧାନସଭାରେ ଉଠିଲା ପ୍ରଶ୍ନ, ମନ୍ତ୍ରୀ କହିଲେ….

ଗୁଡାରି,୨୪।୯(ପ୍ରମୋଦ କୁମାର ପତି ): ଗୁଡାରିରୁ ରାଜଧାନୀ ଭୁବନେଶ୍ୱରକୁ ସରକାରୀ ବସ ସେବା ପ୍ରଦାନ ନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ।…

୫୯ ନଂ ଜାତୀୟ ରାଜପଥ ଗାଜଲବାଡି ଘାଟି ସିଲ୍, ଗୋପାଳପୁର-ରାଇପୁର ଯାତାୟାତ ବନ୍ଦ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ ନଂ ଜାତୀୟ ରାଜପଥର ଗାଜଲବାଡି ଘାଟି ରାସ୍ତାକୁ ସିଲ୍ କଲା କନ୍ଧମାଳ ଜିଲା…

ବିଦାୟ ନେବାକୁ ପ୍ରସ୍ତୁତ ମୌସୁମୀ: ଆପଣଙ୍କ ରାଜ୍ୟରେ କେବେ ବର୍ଷା ବନ୍ଦ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୯: ପ୍ରବଳ ବର୍ଷା ପରେ, ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଚଳିତ ବର୍ଷ ମୌସୁମୀ ୫ଦିନ…

ଜ୍ଞାନେଶ କୁମାରଙ୍କୁ CJPର ଅଲ୍ଟିମେଟମ୍, ୪୮ ଘଣ୍ଟା ମଧ୍ୟରେ ଇସ୍ତଫା ଦାବି, ନଚେତ୍…

ନୂଆଦିଲ୍ଲୀ,୨୪।୯: ନିର୍ବାଚନ କମିଶନ ଓ ସ୍ବତନ୍ତ୍ର ଘନିଷ୍ଠ ସଂଶୋଧନ ପ୍ରକ୍ରିୟା (SIR)କୁ ନେଇ ବିବାଦ ମଧ୍ୟରେ କକରୋଚ୍ ଜନତା ପାର୍ଟି (CJP) ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅଷ୍ଟ୍ରେଲିଆ ଦିନିକିଆ ଅଧିନାୟକ ପଦରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କିଏ ନେଲା ପ୍ୟାଟ କମିନ୍ସଙ୍କ ସ୍ଥାନ

ନୂଆଦିଲ୍ଲୀ,୨୪।୯: ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ବର୍ତ୍ତମାନ ଡର୍ବାନରେ ଖେଳାଯାଉଛି। ଏହି ମ୍ୟାଚରେ ମିଚେଲ ମାର୍ଶ ଅଷ୍ଟ୍ରେଲୀୟ ଦଳର ଅଧିନାୟକତ୍ୱ କରୁଛନ୍ତି,…

କଳିଙ୍ଗା ଘାଟିରେ ଭୂସ୍ଖଳନ: ଯାତାୟାତ ବନ୍ଦ, ଘଟଣାସ୍ଥଳରେ ପ୍ରଶାସନ

ଜି.ଉଦୟଗିରି, ୨୪।୯ (ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସମ୍ଭାବ୍ୟ ବାତ୍ୟାର ପ୍ରଭାବ ସହ ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲାର କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ ଘଟିଛି।…

କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ: ଅନିର୍ଦ୍ଦିଷ୍ଟ କାଳ ପାଇଁ ଗମନାଗମନ ବନ୍ଦ ଆଶଙ୍କା

ଭଞ୍ଜନଗର, ୨୪।୯ (ବାବୁଲା ପ୍ରଧାନ):ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ପୁଣି ଭୂସ୍ଖଳନ ହୋଇଛି। ଏଥର ଅନ୍ଧାରୀକୋଟି ମନ୍ଦିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?