ଜନଗଣନା ପରମ୍ପରା ଭାଙ୍ଗିଛୁ

ଭାରତର ଜନଗଣନା ପୁନର୍ବାର ବିଳମ୍ବ ହୋଇଛି ଓ ଅନିଶ୍ଚୟତା ମଧ୍ୟରେ ରହିଛି। ଜନଗଣନାର ୧୫୦ ବର୍ଷ ଇତିହାସ ମଧ୍ୟରେ ପ୍ରଥମ ଥର ପାଇଁ ଏହା ଠିକ୍‌ ସମୟରେ ହୋଇପାରି ନାହିଁ। ତେବେ ଦେଖିବା ଏହା ପଛରେ କି କାରଣ ରହିଛି। ୧୮୮୧ରୁ, ଏପରି କି ଯୁଦ୍ଧ ସମୟରେ ଜନଗଣନା ବନ୍ଦ ହୋଇ ନାହିଁ। କାରଣ ଜନଗଣନା ହେଉଛି ଆମର ସର୍ବବୃହତ୍‌ ତଥ୍ୟ ସଂଗ୍ରହ ପ୍ରକ୍ରିୟା। ଏହା ଭାରତର ଜନସଂଖ୍ୟା ଗଣନା କରିବା ସହ ଲୋକମାନଙ୍କ ଶିକ୍ଷା, ପରିବାରର ସୁଖ ସାଧନ ଏବଂ ସେମାନଙ୍କ ରୋଜଗାରର ସ୍ଥିତି ସମ୍ପର୍କିତ ତଥ୍ୟ ଜଣାଏ। ଜନଗଣନା ବିଳମ୍ବ ହେଲେ ଆମେ ଏହିସବୁ ତଥ୍ୟ ଜାଣିପାରିବା ନାହିଁ। ଫଳରେ ଆକାଂକ୍ଷିତ ଲକ୍ଷ୍ୟ ହାସଲ ଅସ୍ପଷ୍ଟ ହେବ ଓ ଏଥିପାଇଁ ସରକାର ଠିକ୍‌ ନୀତି ନିର୍ଦ୍ଧାରଣ କରିପାରିବେ ନାହିଁ। କୋଭିଡ୍‌ ଯୋଗୁ ଜନଗଣନା ହୋଇ ପାରିବ ନାହିଁ ବୋଲି ମୋଦି ସରକାର କହୁଛନ୍ତି। ଏହା ବାସ୍ତବ କାରଣ ନୁହେଁ। ଅତୀତରେ ବି ଦୁଇଟି ବୃହତ୍‌ ସର୍ଭେ କ୍ଷେତ୍ରରେ ସମସ୍ୟା ଦେଖାଦେଇଥିଲା। ସେଥିମଧ୍ୟରୁ ଗୋଟିଏ ହେଉଛି କଞ୍ଜ୍ୟୁମର ଏକ୍ସପେଣ୍ଡିଚର ସର୍ଭେ। ଏହା ପ୍ରକାଶ କରିଥିଲା ଯେ, ୨୦୧୨ ତୁଳନାରେ ୨୦୧୮ରେ ଭାରତୀୟମାନେ ଖାଦ୍ୟ ସମେତ ଅନ୍ୟ ସବୁଥିରେ କମ୍‌ ବ୍ୟୟ କରୁଥିଲେ। ୨୦୧୯ରେ ଏହି ସଭେର୍ର୍ର ସବିଶେଷ ବିବରଣୀ ଏକ ଖବରକାଗଜରେ ପ୍ରକାଶ ପାଇବା ପରେ ସରକାରୀ ସ୍ତରରେ ତଥ୍ୟ ପ୍ରକାଶ କରିବାକୁ ସରକାର ମନା କରିଦେଲେ। ଉକ୍ତ ସର୍ଭେ ପ୍ରତି ୫ ବର୍ଷରେ ଥରେ ହୁଏ,ଏହା ଭାରତର ବୃହତ୍‌ ଅସଂଗଠିତ କ୍ଷେତ୍ରର ଅର୍ଥ ବ୍ୟବସ୍ଥା ସମ୍ପର୍କରେ ତଥ୍ୟ ପ୍ରଦାନ କରେ। ଏବେ ୧୦ ବର୍ଷ ହେଲା ଆମେ ଏ ବିଷୟରେ କୌଣସି ତଥ୍ୟ ପାଇନାହଁୁ। ଅର୍ଥମନ୍ତ୍ରୀଙ୍କ ପୂର୍ବତନ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟନ ସର୍ଭେ ତଥ୍ୟ ପ୍ରକାଶ କରିବାକୁ ମୋଦି ସରକାରଙ୍କୁ କହିଥିଲେ ମଧ୍ୟ ତାହା ହୋଇପାରିଲା ନାହିଁ। ବିଶେଷକରି ସରକାର ନିଜେ ଖବରର ଉତ୍ସ ହୋଇଥିବାରୁ ଖରାପ ଖବରରୁ ନଜର ହଟାଇବା ଲାଗି ଚେଷ୍ଟା କରିବା ଭାରତୀୟମାନଙ୍କ ପାଇଁ ନିଶ୍ଚିତ ଭାବେ ବିପଜ୍ଜନକ। କିନ୍ତୁ ଦୀର୍ଘଦିନ ହେଲା ସରକାର ଏହା କରିଆସୁଛନ୍ତି। ୨୦୧୯ରେ ସରକାରଙ୍କର ଆଉ ଏକ ସର୍ଭେରୁ ଜଣାପଡ଼ିଥିଲା ଯେ, ୨୦୧୮ରେ ବେରୋଜଗାର ରେକର୍ଡ ସ୍ତର ୬ %ରେ ରହିଥିଲା, ଏପରି କି ସ୍ବାଧୀନତା ପରେ ଯାହା ଥିଲା ଏହା ତା’ର ଦୁଇଗୁଣ ଅଧିକ। ଏହି ସର୍ଭେ ବିଜ୍‌ନେସ ଷ୍ଟାଣ୍ଡାର୍ଡ ଖବରକାଗଜରେ ପ୍ରକାଶ ପାଇଥିଲେ ବି ସରକାର ଏହାକୁ ଗୁରୁତ୍ୱ ଦେଇ ନ ଥିଲେ। ଅନ୍ୟପଟେ ତଥ୍ୟ ଭୁଲ୍‌ ବୋଲି କହିବା ପାଇଁ ନୀତି ଆୟୋଗକୁ ପ୍ରେରିତ କରାଯାଇଥିଲା। କିନ୍ତୁ ୨୦୧୯ରେ ନିର୍ବାଚନ ପରେ ସରକାର କୌଣସି ପରିବର୍ତ୍ତନ ନ କରି ସର୍ଭେ ରିପୋର୍ଟ ପ୍ରକାଶ କରିଥିଲେ। ତା’ପରଠାରୁ ବେରୋଜଗାର ହାର କମି ନାହିଁ, ବରଂ ୪ ବର୍ଷ ହେଲା ଅଧିକ ରହିଛି।
ଜାତୀୟ ନାଗରିକ ପଞ୍ଜୀକରଣର ପ୍ରଥମ ସେପାନ କୁହାଯାଉଥିବା ନ୍ୟାଶନାଲ ପପୁଲେଶନ ରେଜିଷ୍ଟର(ଏନ୍‌ପିଆର୍‌) ବା ଜାତୀୟ ଜନସଂଖ୍ୟା ପଞ୍ଜୀକରଣକୁ ମୋଦି ସରକାର ଜନଗଣନାରେ ସାମିଲ କରିଛନ୍ତି। ବୁଝାପଡ଼ୁଛି ଯେ,ଏହା ସରକାର ଏବଂ ତଳସ୍ତରର ଅମଲାତନ୍ତ୍ରୀଙ୍କୁ କ୍ଷମତା ଦେବ ଯେଉଁଥିରେ ସେମାନେ ପ୍ରତ୍ୟେକ ନାଗରିକଙ୍କୁ ସନ୍ଦିଗ୍ଧ ଭାବେ ଚିହ୍ନଟ କରିପାରିବେ। ଏହା ସେମାନଙ୍କ ଭୋଟ ଅଧିକାର ଛଡ଼ାଇନେବ ଏବଂ ଏହା ଏକ ପ୍ରକ୍ରିୟା ଆରମ୍ଭ କରିବ ଯାହା ଜାତୀୟ ନାଗରିକତ୍ୱ ପଞ୍ଜୀକରଣ ତାଲିକା, ଫରେନ୍‌ର ଟ୍ରିବୁନାଲ ଦେଇ ଡିଟେନସନ ସେଣ୍ଟରରେ ଶେଷ ହେବ। ଏହା ସହ ଗଣନକାର ଯଥା ସ୍କୁଲ ଶିକ୍ଷକମାନେ ଏସମ୍ପର୍କରେ ପ୍ରଶ୍ନ ପଚାରିବା ପରେ ବିରୋଧର ସମ୍ମୁଖୀନ ହୋଇପାରନ୍ତିି। ଭାରତର ପୂର୍ବତନ ମୁଖ୍ୟ ପରିସାଂଖିକୀବିତ ପ୍ରଣବ ସେନ୍‌ କହିଛନ୍ତି ଯେ, ଆମର ଏଭଳି କିଛି ସ୍ଥିତି ଥାଇପାରେ ଯେଉଁଥିରେ ତୁମେ ଠିକ୍‌ ଭାବେ ଜନଗଣନା କରିବାକୁ ଅକ୍ଷମ ହୋଇଛ। କିନ୍ତୁ ଯଦି ଜନଗଣନା ଠିକ୍‌ ଭାବେ କରା ନ ଯାଏ ତେବେ ଆଗାମୀ ୧୦ ବର୍ଷ ପାଇଁ ପରିବାର ସମ୍ପର୍କିତ ସର୍ଭେ ସହଜ ହେବ ନାହିଁ, କାରଣ ସବୁ ପରିବାର ସମ୍ପର୍କିତ ସର୍ଭେ ଜନଗଣନାରେ ଏକ ଢାଞ୍ଚା ଭାବେ ଜନଗଣନା ଉପରେ ନିର୍ଭରକରେ। ଯଦି ଏହା ସମସ୍ୟା ଭିତରକୁ ଚାଲିଯାଏ ତେବେ ଏଥିରେ ବିପଦ ରହିଛି, ଯେଉଁଥିରେ ତୁମେ ପରବର୍ତ୍ତୀ ୧୧ ବର୍ଷ ପାଇଁ ସମସ୍ୟାରେ ରହିବ। କେତେକ ରାଜ୍ୟ ଏନ୍‌ପିଆର୍‌କୁ ଲାଗୁ କରିବାକୁ ମନା କରି ଦେଇଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବାର ଆଶଙ୍କା ରହିଥିବା ଦର୍ଶାଇ କେରଳ ଏହାକୁ ଲାଗୁ କରିବ ନାହିଁ ବୋଲି କେନ୍ଦ୍ରକୁ କହିଛି। ଏହା ପୂର୍ବରୁ ମଧ୍ୟପ୍ରଦେଶ ଲାଗୁ କରିବ ନାହିଁ ବୋଲି କହିଥିଲା। ମହାରାଷ୍ଟ୍ର ଏହାକୁ ବିରୋଧ କରିଆସୁଛି। ଗଣନକାରଙ୍କୁ କୌଣସି କାଗଜପତ୍ର ନ ଦେଖାଇବା ଲାଗି ପଶ୍ଚିମବଙ୍ଗ ଏହାର ନାଗରିକମାନଙ୍କୁ ପ୍ରେରିତ କରିଥିଲା। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ଯେ, ସେମାନେ ତାଙ୍କ ଲୋକଙ୍କୁ ଜେଲରେ ରଖିବାକୁ ଅନୁମତି ଦେବେ ନାହିଁ, ବରଂ ଏହା ପରିବର୍ତ୍ତେ ସେମାନେ ନିଜେ ଜେଲ ଯିବେ। ଏହା ସ୍ପଷ୍ଟ ଯେ, ସଂଘୀୟ ସ୍ତରରେ ପ୍ରାପ୍ତ ତଥ୍ୟଗୁଡ଼ିକୁ ଏକାଠି କଲେ ମଧ୍ୟ ତାହା ଅସମ୍ପୂର୍ଣ୍ଣ ରହିବ। ଏହା ସମ୍ଭବତଃ ଜନଗଣନା ବିଳମ୍ବ ହେବାର ସବୁଠୁ ସମ୍ଭାବ୍ୟ କାରଣ। ସରକାର ଆଉ ଏକ ଗଣ ଆନ୍ଦୋଳନ ସୃଷ୍ଟି ହେବାକୁ ଚାହଁୁ ନାହାନ୍ତି କି ଏନ୍‌ପିଆର୍‌ ଓ ଏନ୍‌ଆର୍‌ସି ଫାଶରେ ପଶିିବାକୁ ଚାହଁୁନାହାନ୍ତି। ଯଦି ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାବେ କହିବେ ଯେ, ଏନ୍‌ଆର୍‌ସି ଲାଗୁ ହେବାକୁ ଯାଉନାହିଁ ଏବଂ ଜନଗଣନା ପ୍ରକ୍ରିୟାରେ ଏନ୍‌ଆର୍‌ସି ପ୍ରଶ୍ନଗୁଡ଼ିକ ବନ୍ଦ ହେବ, ତେବେ ଏହା ଆଗେଇଚାଲିିବ। ହେଲେ ସେ ଏହା କହିବେ ନାହିଁ।
ଏକ ଦଶନ୍ଧି ପାଇଁ ବିଶ୍ୱସନୀୟ ତଥ୍ୟ ହରାଇବା ହିଁ ଆମ ପାଇଁ ବିପଦ। କିନ୍ତୁ ଅର୍ଥ ବ୍ୟବସ୍ଥା ଏବଂ ଭାରତୀୟମାନଙ୍କ ସ୍ଥିତିି ସମ୍ପର୍କରେ କୌଣସି ତଥ୍ୟ ନ ଥାଇ ମଧ୍ୟ ସରକାର ଆରାମରେ ରହିଛନ୍ତି। ବିଶେଷକରି ତଥ୍ୟ ସକାରାମତ୍କ ହେଉନାହିଁ। ଏହି କାରଣରୁ ୧୮୮୧ରୁ ଠିକ୍‌ ଭାବେ ଚାଲି ଆସୁଥିବା ଓ ଭାରତର ସ୍ଥିତି ସମ୍ପର୍କରେ ଅବଗତ କରୁଥିବା ଏକ ଜନଗଣନା ପରମ୍ପରାକୁ ଆମେ ଭାଙ୍ଗିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri