Posted inଜାତୀୟ

ଅଜିତ ପାୱାରଙ୍କ ଦାବି ମହାରାଷ୍ଟ୍ରରେ ମହା ବିକାଶ ଅଘାଡି ନିକଟରେ ରହିଛି ବହୁମତ

ମୁମ୍ବାଇ,୨୪ ।୬: ମହାରାଷ୍ଟ୍ରରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ମଧ୍ୟରେ ଏବେ ଶିବସେନା ମେଣ୍ଟ ସରକାର ଏକ ପ୍ରକାର ଭାଙ୍ଗିବାକୁ ଯାଉଛି କହଲେ ଚଳେ । ହେଲେ ଏହାରି ଭିତରେ ସାମନ୍ୟ ଆଶା ସଂଚାର କରିଛନ୍ତି ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର । ପାୱାର କହିଛନ୍ତି ଏକନାଥ ସିନ୍ଦେ କହୁଛନ୍ତି ଯେ ସେ ଶିବସେନା । ତେଣୁ ଶିବସେନା, ଏନସିପି ଓ କଂଗ୍ରେସ ମିଶି ଥିବାରୁ ଆମ ନିକଟରେ ବହୁମତ ରହିଛି । ଆମେ ଶାସନରେ ଅଛୁ ଓ ଆମ ନିକଟରେ ବହୁମତ ରହିଛି । ଆମେ ଶାସକ ଦଳ ଭାବେ ନିର୍ଣ୍ଣୟ ନେଉଛୁ । ସରକାରଙ୍କୁ ଏଭଳି ନିର୍ଣ୍ଣୟ ନେବାର ଅଧିକାର ରହିଛି ବୋଲି ପାୱାର କହିଛନ୍ତି । ମନ୍ତ୍ରୀ ଓ ଅଧିକାରୀ ମିଶି ନିର୍ଣ୍ଣୟ ନେଉଛନ୍ତି । ଶାସକ ଦଳର ନେତାମାନେ ଶୁକ୍ରବାର ସନ୍ଧ୍ୟାରେ ଅର୍ଥାତ୍ ୬ଟା ୩୦ ମିନିଟରେ ମାତୋଶ୍ରୀ(ଠାକରେ ନିବାସ)ରେ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ । ଷ୍ଟାଣ୍ଡ କଲ ଭଳି ଆମେ ସରାରକଙ୍କୁ ସ୍ଥିର ରଖିବାକୁ ପ୍ରୟାସ କରିବୁ ବୋଲି ଅଜିତ ପାୱାର କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କଶ୍ମୀରରେ ବଡ଼ ଦୁର୍ଘଟଣା: ନଦୀରେ ବୁଡିଲା ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଡଙ୍ଗା

ଶ୍ରୀନଗର,୧୬।୪: ଜମ୍ମୁ-କଶ୍ମୀରରେ ବଡ଼ ଦୁର୍ଘଟଣା ଘଟିଛି। ଯାତ୍ରୀ ଏବଂ ସ୍କୁଲ ପିଲାଙ୍କୁ ନେଇଯାଉଥିବା ଏକ ଡଙ୍ଗା ଶ୍ରୀନଗରର ବଟୱାରର ଝେଲମରେ ଭାରସାମ୍ୟ ହରାଇ ଓଲଟି ପଡିଛି।...

ଶତ୍ରୁତା ଯୋଗୁ ସ୍ବାହା ହେଲା ୧ କୋଟି ଟଙ୍କାର ମହଙ୍ଗା ଗାଡ଼ି: ଦେଖନ୍ତୁ ଭିଡିଓ

ହାଇଦ୍ରାବାଦ,୧୬।୪: ଲମ୍ବୋର୍ଗିନି ବିଶ୍ୱର ଦ୍ରୁତତମ ଏବଂ ମହଙ୍ଗା କାର ଭାବରେ ଜଣାଶୁଣା । ଅବଶ୍ୟ, ନିକଟରେ ଲମ୍ବୋର୍ଗିନି ଏହାର ଗତି ବ୍ୟତୀତ ଅନ୍ୟ କୌଣସି କାରଣରୁ...

୧୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଏସପି

ଲକ୍ଷ୍ନୌ,୧୬।୪: ଲୋକ ସଭା ନିର୍ବାଚନ ପାଇଁ ଉତ୍ତରପ୍ରଦେଶରେ ୧୧ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବହୁଜନ ସମାଜ ପାର୍ଟି। ଦଳ ମେନପୁରୀରେ ନିଜର ପ୍ରାର୍ଥୀ...

ଅବତରଣ ବେଳକୁ ଇଣ୍ଡିଗୋ ବିମାନରେ ୨ ମିନିଟ୍‌ର ତେଲ ଥିଲା

ନୂଆଦିଲ୍ଲୀ,୧୬ା୪:ଅଯୋଧ୍ୟାରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନକୁ ଶନିବାର ଖରାପ ପାଗ କାରଣରୁ ଚଣ୍ଡିଗଡ଼ରେ ଅବତରଣ କରିବାକୁ ପଡ଼ିଥିଲା। ଅବତରଣ ବେଳକୁ ବିମାନରେ ମାତ୍ର...

ଭାଜପା କ୍ଷମତାକୁ ଆସିଲେ ସତରେ କ’ଣ ବଦଳିଯିବ ସମ୍ବିଧାନ: ଜାଣନ୍ତୁ ଏନେଇ କ’ଣ କହିଲେ ମୋଦି

ନୂଆଦିଲ୍ଲୀ, ୧୬।୪:୨୦୪୭ ସୁଦ୍ଧା ଭାରତକୁ ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥନୀତିରେ ପରିଣତ କରିବା ଦିଗରେ କେନ୍ଦ୍ରର ଭାଜପା ସରକାର କାର୍ଯ୍ୟ କରିଚାଲିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

୪,୬୫୦ କୋଟି ଜବତ କଲାଣି ଇସି

ନୂଆଦିଲ୍ଲୀ,୧୬ା୪: ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନକୁ ଆଉ ୪ ଦିନ ବାକି ଥିବାବେଳେ ବର୍ତ୍ତମାନ ସୁଦ୍ଧା ଆଇନ ପ୍ରବର୍ତ୍ତନକାରୀ କର୍ତ୍ତୃପକ୍ଷ ବିଭିନ୍ନ ଅଞ୍ଚଳରୁ ୪,୬୫୦...

ଜବତ ଜାହାଜର ୧୭ କର୍ମଚାରୀଙ୍କୁ ଭେଟିପାରିବେ ଭାରତୀୟ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ,୧୬ା୪(ପି.ଟି.): ଇରାନ ସେନା କବ୍‌ଜା କରିଥିବା ଇସ୍ରାଏଲୀ ମାଲ୍‌ବାହୀ ଜାହାଜର ୧୭ କର୍ମଚାରୀଙ୍କୁ ଭାରତୀୟ କର୍ତ୍ତୃପକ୍ଷ ଭେଟିପାରିବେ। ଏଥିପାଇଁ ଇରାନ ଅନୁମତି ଦେବ ବୋଲି ଏହାର ବହିର୍ବ୍ୟାପାର...

୨୦୦ କୋଟିର ସମ୍ପତ୍ତି ଦାନ କରି ସନ୍ନ୍ୟାସୀ ହେବେ ଏହି ଦମ୍ପତି

ସୁରଟ, ୧୬ା୪:ଗୁଜରାଟର ଜଣେ ବ୍ୟବସାୟୀ ନିଜର ୨୦୦ କୋଟି ଟଙ୍କାର ସମ୍ପତ୍ତି ଦାନ କରି ସ୍ତ୍ରୀଙ୍କ ସହ ସନ୍ନ୍ୟାସୀ ହେବାକୁ ନିଷ୍ପତ୍ତି ନେଇଛନ୍ତି। ସାବରକାନ୍ଥା ଜିଲାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri