Advertisement

ଚାଇନା ସହିତ ଆମେ ବିବାଦ ଚାହୁଁନାହୁଁ: ବାଇଡେନ

ନ୍ୟୁୟର୍କ,୨୭।୧୦: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଦେଶର ବରିଷ୍ଠ ସାମରିକ ପରାମର୍ଶଦାତାଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଚାଇନା ସହିତ ଆମେରିକା କଦାପି ବିବାଦ ଚାହୁଁ ନାହିଁ। ଚାଇନା ସହ ଥିବା ସମ୍ପର୍କକୁ ଆଦୌ ନଷ୍ଟ କରିବାକୁ ମଧ୍ୟ ଚାହୁଁନାହିଁ। ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ଏହା ଜାଣିଛନ୍ତି। ୟୁକ୍ରେନରେ ରୁଷିଆର ଆକ୍ରମଣ ଠାରୁ ଆରମ୍ଭ କରି ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପର୍ଯ୍ୟନ୍ତ ଆମେରିକା ଅନେକ ପ୍ରସଙ୍ଗରେ ନେତୃତ୍ୱ ନେବା ଜାରି ରଖିବ।
ନିକଟରେ ଆମେରିକାର ସାମରିକ ଶକ୍ତି ବିଷୟରେ ଏକ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି। ଏହା ସ୍ପଷ୍ଟ ଭାବେ ଦର୍ଶାଉଛି ଯେ, ଯଦିଓ ଆମେରିକା ବିଶ୍ୱ ସ୍ତରରେ ସବୁଠାରୁ ଅର୍ଥନୈତିକ ଶକ୍ତିଶାଳୀ ଦେଶ ଭାବରେ ଗଣାଯାଏ, ତଥାପି ଏହାର ସେନା ପ୍ରତିରକ୍ଷା ଦୃଷ୍ଟିରୁ ଯୁଦ୍ଧ ଜିତିବାକୁ ସକ୍ଷମ ନୁହେଁ। ଚାଇନା ଏବଂ ରୁଷିଆର ସମ୍ଭାବ୍ୟ ବିପଦକୁ ମୁକାବିଲା କରିବାରେ ଆମେରିକାର ସୈନିକମାନେ ଦୁର୍ବଳ। ଏହି ରିପୋର୍ଟ ପରେ ଜୋ ବାଇଡେନ ବରିଷ୍ଠ ସାମରିକ ପରାମର୍ଶଦାତାଙ୍କୁ ଭେଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ବର୍ଷ ମଧ୍ୟରେ ଶେଷ ହୋଇଯିବ କରୋନା ଭାଇରସ: ଡବ୍ଲୁଏଚ୍‌ଓ !

ଜେନେଭା,୨୨।୮: ଏବେ କରୋନାକୁ ହରାଇବା ପାଇଁ ସବୁ ବିକାଶଶୀଳ ଦେଶ ଏହାର ଭ୍ୟାକ୍ସିନ ବା ଟିକା ଉପରେ ଗୁରୁତ୍ୱ ଦେଉଛନ୍ତି। ଏପଟେ କିନ୍ତୁ ବିଶ୍ୱ ସ୍ବାସ୍ଥ୍ୟ...

କରୋନା ନା ନେଲେ ହେବ ଜେଲଦଣ୍ଡ !

ଆଶଗାବାଟ,୨।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ତେବେ କରୋନା ନା ନେଲେ ଜେଲଦଣ୍ଡ ଘୋଷଣା କରାଯିବା କଥା ଶୁଣିଲେ ଯେ...

ରୁଷିଆ ପାଇଁ ଲଢ଼ିବେ ବିଦେଶୀ ଯୋଦ୍ଧା

ମସ୍କୋ/କ୍ୱିଭ୍‌/ଓ୍ବାଶିଂଟନ,୧୨ା୩: ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ୧୬ ଦିନ ବିତିଛି। ରୁଷୀୟ ସୈନ୍ୟଙ୍କ ଘନ ଘନ ରକେଟ ମାଡ଼ରେ ରାଜଧାନୀ କ୍ୱିଭ୍‌ ସମେତ ଅନେକ ସହର ଛିନ୍‌ଛତ୍ର...

ଆଇସଲ୍ୟାଣ୍ଡ କହୁଛି ଧାର୍ମିକ ବିଶ୍ୱାସ ଭ୍ରମ ଓ ହାନିକାରକ

ରେକ୍ୟାଭିକ ଆଇସଲ୍ୟାଣ୍ଡ,୨୮।୧: ଉତ୍ତର ଆଣ୍ଟଲାଣ୍ଟିକର ଛୋଟ ଦ୍ୱୀପଦେଶ ଆଇସଲ୍ୟାଣ୍ଡ ବହୁ ବିବାଦରେ ଛନ୍ଦି ହୋଇଛି। ୨୦୧୭ରେ ଏହି ଦେଶର ପାର୍ଲାମେଣ୍ଟରେ ସବୁ ବାଇବେଲକୁ ନେଇ ଥିବା...

ଚାଇନାକୁ ଫେରିଲା ଲକ୍‌ଡାଉନ

ବେଜିଂ,୧୩।୩: ଚାଇନାର ଅନ୍ୟତମ ସର୍ବବୃହତ ସହର ଶେନ୍‌ଝେନ୍‌ରେ ରବିବାର ୬୬ କୋଭିଡ୍‌ ମାମଲା ଚିହ୍ନଟ ହେବା ସହ ଦେଶରେ ମାମଲା ସଂଖ୍ୟା ୩,୪୦୦କୁ ବୃଦ୍ଧି ପାଇଛି।...

୨୫ ୟୁକ୍ରେନ୍‌ ଯୁବତୀଙ୍କୁ ବନ୍ଧକ ରଖି ବଳାତ୍କାର କରାଯାଇଛି, ମାନବାଧିକାର କମିଶନ ରିପୋର୍ଟ…

କ୍ୱିଭ୍‌ , ୧୨।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଇତିମଧ୍ୟରେ ୪୭ ଦିନ ବିିତିଛି। ରୁଷିଆ ସୈନ୍ୟ କ୍ୱିଭ୍‌ ଦଖଲ କରିବା...

‘ସିନେଟ୍‌ରେ ଦେଖିନେବି’

ଓ୍ବାଶିଂଟନ,୧୫ା୧:୨୦୨୦ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ରିପବ୍ଲିକାନ୍‌ ପାର୍ଟିରେ ଏକଚ୍ଛତ୍ରବାଦୀ ନେତା ଥିଲେ। ହ୍ବାଇଟ୍‌ ହାଉସ୍‌କୁ ଦ୍ୱିତୀୟ ଥର ଯିବା ପାଇଁ ଦଳରେ ସେ ଏକମାତ୍ର...

ଦୈନିକ ସଂକ୍ରମଣରେ ରେକର୍ଡ କଲା ଆମେରିକା, ଗୋଟିଏ ଦିନରେ ୧୧ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ…

ଓ୍ବାଶିଂଟନ, ୧୧।୧ : ଆମେରିକାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ନୂତନ ବିଶ୍ୱ ରେକର୍ଡ ସ୍ତରରେ ପହଞ୍ଚିଛି। ସୋମବାର ଦେଶରେ ୧୧ ଲକ୍ଷରୁ ଅଧିକ...

Advertisement
Archives

Model This Week