ଯନ୍ତାରେ ପଡ଼ିଛୁ

ଭାରତୀୟ କ୍ରିକେଟ୍‌ର ଏଲ୍‌. ଶିବରାମକ୍ରିଷ୍ଣନ୍‌ ବର୍ଣ୍ଣବୈଷମ୍ୟର ଶିକାର ହୋଇ ଆସୁଛନ୍ତି ଏବଂ ବିଦେଶ ନୁହେଁ, ବରଂ ନିଜ ଦେଶରେ ଏଭଳି ଦୁର୍ଭାଗ୍ୟଜନକ ସ୍ଥିତିକୁ ବାରମ୍ବାର ସାମ୍‌ନା କରିଥିବା ଅଭିଯୋଗ କରିଛନ୍ତି। ପୂର୍ବରୁ ମଧ୍ୟ ଭାରତୀୟ କ୍ରକ୍ରେଟର ଅଭିନବ ମୁକୁନ୍ଦ ଏପରି ଅଭିଯୋଗ ଆଣିଥିଲେ। ସମ୍ପ୍ରତି ଇଂଲଣ୍ଡ କାଉଣ୍ଟି କ୍ଲବ୍‌ ୟାର୍କସାୟାରର ପୂର୍ବତନ ଖେଳାଳି ଅଜିମ ରଫିକ୍‌ ବର୍ଣ୍ଣବୈଷମ୍ୟ କଥା ଉଠାଇବା ପରେ ଶିବରାମକ୍ରିଷ୍ଣନ୍‌ ତାଙ୍କ ତିକ୍ତ ଅନୁଭବ ପ୍ରକାଶ କରିଛନ୍ତି। ବହୁ ସମୟରେ ଦକ୍ଷିଣ ଆଫ୍ରିକା ଟିମ୍‌ରେ ବର୍ଣ୍ଣଭେଦ ସାମ୍ନାକୁ ଆସେ। କ୍ରିକେଟ ଭଳି ଖେଳରେ ଏଭଳି ମାନସିକତା ଜୋର ଧରିଛି। ହେଲେ ବର୍ଣ୍ଣବୈଷମ୍ୟ କ୍ରିକେଟରେ ସୀମିତ ନୁହେଁ, ଏହା ମଣିଷ ଜାତିର ବିବର୍ତ୍ତନରୁ ରହି ଆସିଛି। କିନ୍ତୁ ଏହାର ଉଗ୍ର ରୂପ ହୁଏତ ଉପନିବେଶବାଦରୁ ଆରମ୍ଭ ହୋଇଛି। ପୂର୍ବରୁ ସବୁ ଆଦିବାସୀ ଗୋଷ୍ଠୀ ଭିନ୍ନ ଭିନ୍ନ ସ୍ଥାନରେ ରହୁଥିଲେ। ସେମାନଙ୍କ ଗୋଷ୍ଠୀ ମଧ୍ୟରେ ବର୍ଣ୍ଣବୈଷମ୍ୟ ମାନସିକତା ସୃଷ୍ଟି ହୋଇଥିବ ବୋଲି ବିଶ୍ୱାସ କରିବା କଷ୍ଟକର। ସେତେବେଳେ ସମସ୍ତେ ଏକ ପ୍ରକାର ଥିଲେ। ଯେତେବେଳେ ବିଦେଶୀ ଆସିଲେ ଓ ଶାସନ କରିବାକୁ ଚାହିଁଲେ ସେତେବେଳେ ସେହି ଛୋଟ ବଡ଼ ଗୋଷ୍ଠୀକୁ ଏକାଠି କରି ଶାସନ କଲେ। ସେତେବେଳେ ହୁଏତ ନିଜର ଶାସନକୁ ଦୃଢ଼ୀଭୂତ କରିବା ପାଇଁ ଗୋରା ବିଦେଶୀମାନେ ସ୍ଥାନୀୟ ଲୋକଙ୍କୁ ନୀଚ ଦର୍ଶାଇବା ଲାଗି ଚମଡ଼ାର ରଙ୍ଗକୁ ଏକ ଅସ୍ତ୍ର ଭାବେ ବ୍ୟବହାର କଲେ। ସମ୍ଭବତଃ ସେଥିରୁ ଜନ୍ମିତ ବର୍ଣ୍ଣବୈଷମ୍ୟ କ୍ରମଶଃ ଆମ ସମସ୍ତଙ୍କ ମାନସିକତାରେ ପ୍ରବେଶ କଲା। ଆଜି ମଧ୍ୟ ଶିକ୍ଷିତ ଏବଂ ଶୃଙ୍ଖଳିତ ବ୍ୟକ୍ତିମାନେ ଏହି ରୋଗ ଦ୍ୱାରା ଆକ୍ରାନ୍ତ। ଭାରତରେ ଏହାର ଆବିର୍ଭାବ ବହୁ ଆଗରୁ ହୋଇଆସିଛି ବୋଲି ଧାରଣା ସୃଷ୍ଟି ହୁଏ। ଉତ୍ତରଭାରତର ତଥାକଥିତ ଗୋରା ଲୋକ ଭାବନ୍ତି ଯେ, ସବୁ କଳା ଲୋକ ହେଉଛନ୍ତି ମାଡ୍ରାସୀ। କାଳିଆ ଭୁଷୁଣ୍ଡା ପୁତ୍ରକୁ ବାହା କଲାବେଳକୁ ଗୋରୀ ଝିଅଟିଏ ମାତାପିତାଙ୍କ ଦ୍ୱାରା ଖୋଜାଯାଏ। ଏପରି କି ‘ଫେୟାର ଆଣ୍ଡ୍‌ ଲଭ୍‌ଲି’ ନାମକ କ୍ରିମ୍‌ ଖୋଲାଖୋଲି ବଜାରରେ ମିଳେ, ଯାହାକୁ ପରିବାର ଲୋକ ଅବିବାହିତ ଝିଅଙ୍କ ମୁହଁରେ ବୋଳି ଦିଅନ୍ତି। ଭାବନ୍ତି ଗୋରାହେଲେ ବାହା କରିବା ସହଜ ହୋଇଯିବ। ମନେପଡ଼େ ଏକ ଲୋକପ୍ରିୟ ହିନ୍ଦୀ ଗୀତ-‘ରାଧା କ୍ୟୁଁ ଗୋରୀ ମେ କ୍ୟୁଁ କାଲା..’। ଏହି ପ୍ରଶ୍ନ କୃଷ୍ଣ ତାଙ୍କ ମାତା ଯଶୋଦାଙ୍କୁ ପଚାରିଥିଲେ ବୋଲି ଆମକୁ କୁହାଯାଉଛି। କିନ୍ତୁ କୃଷ୍ଣଙ୍କର ସବୁ ଛବିରେ ତାଙ୍କର ବର୍ଣ୍ଣ କଳା। ସେହିଭଳି ଜଗନ୍ନାଥ ମହାପ୍ରଭୁ କଳା ରୂପରେ ବିଦ୍ୟମାନ। ଏପରିକି ଅଯୋଧ୍ୟାରେ ମୁଖ୍ୟ ରାମମନ୍ଦିର ମୂର୍ତ୍ତିରେ ରାମଙ୍କର ବର୍ଣ୍ଣ କିଟିକିଟି କଳା। ଏବେକାର ଛବିରେ ହିନ୍ଦୁ ଦେବଦେବୀଙ୍କର ବର୍ଣ୍ଣ ବଦଳାଇ ଦିଆଯାଉଛି, କାରଣ ଉତ୍ତର ଭାରତୀୟଙ୍କର ମାନସିକତାରେ ଏହି ହିନ୍ଦୁଧର୍ମର ପ୍ରତୀକମାନେ କଳା ହୋଇପାରିବେ ନାହିଁ। ଚିତ୍ରକର ରାଜା ରବି ବର୍ମା ସେହି ମାନସିକତା ଦ୍ୱାରା ପ୍ରଭାବିତ ହୋଇ ବିଭିନ୍ନ ହିନ୍ଦୁ ଠାକୁରାଣୀଠାକୁରଙ୍କର ପୂର୍ବ ଛବିଠାରୁ ଭିନ୍ନ ଆଙ୍କିଥିଲେ। ଏହି ମାନସିକତା ଆମର ଅସ୍ଥିମଜ୍ଜାଗତ ହୋଇଯାଇଛି। ଏଭଳି ଯନ୍ତାରୁ ବାହାରିବା ଅତ୍ୟନ୍ତ କଷ୍ଟକର।


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

ସୁନାପିଲା

ପିଲାଦିନେ ଭାରି ଭଲ ଲାଗୁଥିଲା ଶୁଣିବାକୁ। ସୁନାପିଲା ବୋଲି ମୋତେ କେହି କହିଦେଲେ ଛାତି ଭିତରଟା କୁରୁଳି ଉଠେ। ମୋତେ ଆଙ୍ଗୁଠି ଦେଖାଇ ଆମ ଘରକୁ ବୁଲି…

ବିଲୁପ୍ତି ପଥେ ପୂର୍ବଜଙ୍କ ସମ୍ପଦ

ପ୍ରାୟ ଆମେ ସମସ୍ତେ ଆମ ପୂର୍ବପୁରୁଷଙ୍କ ସମ୍ପଦକୁ ନେଇ ବର୍ତ୍ତମାନର ଜୀବନ ବଞ୍ଚୁଛେ। ପୂର୍ବପୁରୁଷ ରହୁଥିବା ଘର, ସେମାନଙ୍କ ଦ୍ୱାରା ଅର୍ଜିତ କୃଷିକ୍ଷେତ୍ର, ଜାଗାବାଡ଼ି ଏପରିକି ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri