ପଛରେ ରହିଛୁ

୧୯୯୦ରେ, ଅର୍ଥାତ୍‌ ୩୩ ବର୍ଷ ପୂର୍ବେ ଭାରତର ମୁଣ୍ଡ ପିଛା ଆୟ ୩୬୭ ଆମେରିକୀୟ ଡଲାର ଥିଲାବେଳେ ଚାଇନାର ଏହା ଥିଲା ୩୧୭ ଡଲାର। ସେ ସମୟରେ ଭାରତ ଶେଷଥର ପାଇଁ ଚାଇନା ଆଗରେ ରହିଥିଲା। ଲକ୍ଷ୍ୟ କରନ୍ତୁ, ଚାଇନା ଭାରତଠାରୁ ସାମାନ୍ୟ ପଛରେ ରହିଥିଲା ଏବଂ ସେହି ସମୟରେ ଉଭୟ ଦେଶ ଉଦାରୀକରଣ ଦେଇ ଗତି କରୁଥିଲେ। କିନ୍ତୁ ଉଦାରୀକରଣ ଆମକୁ ସେହି ସ୍ଥିତିର ପୁନରାବୃତ୍ତି କରିବାରେ ସାହାଯ୍ୟ କରିନାହିଁ । କିନ୍ତୁ ଚାଇନାକୁ ତାହା ସୁହାଇଛି। ୧୯୯୦ ଦଶକରେ ଚାଇନାର ଅଭିବୃଦ୍ଧି ଥିଲା ୧୧.୭% (ଏହି ସମୟରେ ଆମର ଥିଲା ୫.୬%)। ୨୦୦୦ ଦଶନ୍ଧିରେ ଚାଇନାର ଅଭିବୃଦ୍ଧି ୧୬.୫% ଥିଲାବେଳେ ଆମର ଥିଲା ୬.୫% ଏବଂ ୨୦୧୦ ଦଶନ୍ଧିରେ ଚାଇନାର ୮.୮% ଓ ଭାରତର ଏହା ଥିଲା ୫.୧%। ଚାଇନା ଗୋଟିଏ ସମୟରେ ଆମ ଭଳି ଗରିବ ଥିଲା। ବିଶ୍ୱବ୍ୟାଙ୍କର ତଥ୍ୟରୁ ଜଣାପଡ଼ିଛି ଯେ, ୧୯୬୦ରେ ଭାରତର ମୁଣ୍ଡ ପିଛା ଆୟ ୮୨ ଡଲାର ଓ ଚାଇନାର ୮୯ ଡଲାର ଥିଲା। ୧୯୭୦ରେ ଭାରତର ଥିଲା ୧୧୨ ଡଲାର ଓ ଚାଇନାର ୧୧୩ ଡଲାର। ୧୯୮୦ରେ ଭାରତର ୨୬୬ ଡଲାର ଥିଲାବେଳେ ଚାଇନା ଏହାଠାରୁ ବହୁତ କମ୍‌ ୧୯୪ ଡଲାର ଥିଲା। ୨୦୦୦ରେ ଭାରତର ମୁଣ୍ଡ ପିଛା ଆୟ ୧୩୫୭ ଡଲାର ଓ ଚାଇନାର ୪୪୫୦ ଡଲାର, ୨୦୨୨ରେ ଭାରତର ୨୩୮୮ ଡଲାର ଓ ଚାଇନାର ୧୨,୭୨୦ ଡଲାର ଥିଲା। ଚାଇନାର ବାର୍ଷିକ ୧୫% ହାରରେ ଅଭିବୃଦ୍ଧି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଯାହା ଆମେ କେବେ କି ହାସଲ କରିପାରିନାହୁଁ। ୧୯୬୦ ଦଶକରେ ଜାପାନ ୧୩.୭% ଅଭିବୃଦ୍ଧି ହାସଲକରି ୧୯୭୦ରେ ଆମର ଏବକାର ସ୍ତର (୨୦୫୬ ଡଲାର)ରେ ପହଞ୍ଚିଥିଲା। ୧୯୮୦ ସୁଦ୍ଧା ଗୋଟିଏ ଦଶନ୍ଧି ମଧ୍ୟରେ ପ୍ରତିବର୍ଷ ୧୬% ଅଭିବୃଦ୍ଧି ହାସଲ କରି ମୁଣ୍ଡ ପିଛା ଆୟ ୯୪୬୩ ଡଲାରରେ ପହଞ୍ଚିଥିଲା। ଏହାପର ୪ ଦଶନ୍ଧିରେ ହାରାହାରି ଅଭିବୃଦ୍ଧି ୩.୫%ରେ ୩୯,୦୦୦ ଡଲାର ଉପରେ ପହଞ୍ଚିଥିଲା। ଆଉ ଏକ ସଫଳତାର କାହାଣୀ ରହିଛି ଦକ୍ଷିଣ କୋରିଆର। ୧୯୬୦ରୁ ୧୯୭୦ ଏକ ଦଶନ୍ଧି ମଧ୍ୟରେ ଏହା ହାରାହାରି ୫.୮% ଅଭିବୃଦ୍ଧି ହାସଲ କରିଥିଲା। କିନ୍ତୁ ୧୯୭୦ରୁ ୧୯୮୦ ମଧ୍ୟରେ ଏହାର ବାର୍ଷିକ ଅଭିବୃଦ୍ଧି ଥିଲା ୨୦%। ପରବର୍ତ୍ତୀ ଦଶନ୍ଧିରେ ଏହାର ବାର୍ଷିକ ଅଭିବୃଦ୍ଧି ଥିଲା୧୪.୪%। ପରେ ୧୯୯୦ରୁ ୨୦୦୦ ମଧ୍ୟରେ ଏହାର ହାରାହାରି ଅଭିବୃଦ୍ଧି ଥିଲା ୬.୩%। ପୁନର୍ବାର ୨୦୦୦ରୁ ୨୦୧୦ ମଧ୍ୟରେ ଏହା ୬.୫% ଏବଂ ବିଗତ ଦଶନ୍ଧିର ୨୦୨୦ ସୁଦ୍ଧା ୩% ଥିଲା। ୧୯୭୦ରେ କୋରିଆର ମୁଣ୍ଡ ପିଛା ମୋଟ ଘରୋଇ ଉତ୍ପାଦ ବା ପର୍‌ କ୍ୟାପିଟା ଜିଡିପି ଡଲାର ମୂଲ୍ୟରେ ଭାରତଠାରୁ ୨ଗୁଣରୁ ଅଧିକ ରହିଥିଲା। ଏବେ ଏହା ଭାରତ ତୁଳନାରେ ୧୫ ଗୁଣ ଅଧିକ।
ଇତିହାସର ଗୋଟିଏ ସମୟରେ ଏମାନଙ୍କ ମୁଣ୍ଡ ପିଛା ଜିଡିପି ଆମର ଏବକାର ମୁଣ୍ଡ ପିଛା ଜିଡିପି ସହ ସମାନ ଥିଲା। ପ୍ରତିବର୍ଷ ସେମାନେ ୨ଅଙ୍କ ଅଭିବୃଦ୍ଧି ହାସଲ କରୁଥିଲେ। ଆମେ ଏଭଳି କେବେ ବି ହାସଲ କରିନାହୁଁ, ଯେଉଁଥିପାଇଁ ଆମେ ଅନ୍ୟ ୩ ଦେଶ ସହ ସମକକ୍ଷ ହୋଇପାରିଲୁ ନାହିଁ। ତେବେ ଆମ ସ୍ଥାନ କେଉଁଠି ତାହା ଦେଖିବା। ମୁଣ୍ଡ ପିଛା ମୋଟ ଘରୋଇ ଉତ୍ପାଦ ୧,୦୩୬ରୁ ୪,୦୪୫ ଡଲାର ମଧ୍ୟରେ ଥିଲେ ସେହି ଦେଶଗୁଡ଼ିକୁ ନିମ୍ନ ଆୟ ବର୍ଗର ଦେଶଭାବେ ବିଶ୍ୱବ୍ୟାଙ୍କ ସୂଚିତ କରିଛି। ଆମର ଏହା ୨୨୦୦ ଡଲାର ଓ ଆମେ ନିମ୍ନ ଆୟ ବର୍ଗର ଦେଶ ଭାବେ ୨୦୦୮ରୁ ରହିଛି, ଯେତେବେଳେ ମୁଣ୍ଡ ପିଛା ଆୟ ୧,୦୦୦ ଡଲାରକୁ ଟପିଥିଲା। ମୁଣ୍ଡ ପିଛା ଜାତୀୟ ଆୟ ୪,୦୦୦ ଏବଂ ୧୨,୩୦୦ ଡଲାର ମଧ୍ୟରେ ରହିଲେ ସେହି ଅର୍ଥ ବ୍ୟବସ୍ଥାଗୁଡ଼ିକ ହେଉଛନ୍ତି ଉଚ୍ଚ ମଧ୍ୟମ ଆୟବର୍ଗର ଦେଶ। କିନ୍ତୁ ଚାଇନା ତାହାକୁ ଟପି ୨୦୨୧ରେ ୧୨,୫୫୬ ଡଲାରରେ ପହଞ୍ଚିଛି। ଏହା ହେଉଛି ଉଚ୍ଚ ଆୟ ବର୍ଗର। କିନ୍ତୁ ବିଗତ ୬ ଦଶନ୍ଧି ଧରି ଆମର ହାରାହାରି ଅଭିବୃଦ୍ଧି ୫.୦୨% ରହିଛି। ବିଶେଷକରି ୨୦୧୪ ପରେ ଅଭିବୃଦ୍ଧି ହାରାହାରି ୫.୦୫% ରହିଆସିଛି। ଆମେ ଅସଙ୍ଗଠିତ ଭାବେ ଭୁଲ୍‌ କରିଛୁ ଓ କିଛି ହାସଲ କରିନାହୁଁ । କିନ୍ତୁ ବାଂଲାଦେଶ ଏବେ ଖରାପ ଅର୍ଥ ବ୍ୟବସ୍ଥାରୁ ବାହାରି ଆସିଛି। ମୁଣ୍ଡ ପିଛା ଜିଡିପିରେ ବାଂଲାଦେଶଠାରୁ ସାମାନ୍ୟ ପଛରେ ଅଛି ଭାରତ। ୧୯୭୧ ଏବଂ ୧୯୮୦ ମଧ୍ୟରେ ବାଂଲାଦେଶର ଜିଡିପି ଅଭିବୃଦ୍ଧିର ବାର୍ଷିକ ହାର ଥିଲା ମାତ୍ର ୧.୦୪%। ସେହି ୧୦ବର୍ଷ ମଧ୍ୟରୁ ୩ଟି ବର୍ଷରେ ଏହାର ଅଭିବୃଦ୍ଧି ନକାରାମତ୍କ ଥିଲେ ବି ଏବେ ଭାରତ ସହ ସମକକ୍ଷ ହୋଇଛି। ଗତ ଦଶନ୍ଧିରେ ବାଂଲାଦେଶର ହାରାହାରି ଅଭିବୃଦ୍ଧି ୬.୪% ଥିଲା। ଅନ୍ୟପକ୍ଷରେ ପଡ଼ୋଶୀ ପାକିସ୍ତାନ ୧୯୬୦ ଦଶକରେ ଭାରତଠାରୁ ଭଲ ପ୍ରଦର୍ଶନ କରିଥିଲା। ୧୯୬୧ ଏବଂ ୧୯୭୦ ମଧ୍ୟରେ ଏହାର ଅର୍ଥ ବ୍ୟବସ୍ଥାରେ ବାର୍ଷିକ ହାରାହାରି ୭.୨୫% ଅଭିବୃଦ୍ଧି ହେଉଥିଲା। ୧୯୬୫ ଏବଂ ୧୯୭୦ ଏହି ୨ ବର୍ଷରେ ଅଭିବୃଦ୍ଧି ଥିଲା ୧୦%। ସେହି ସମୟରେ ଆମେରିକାର ରାଜନୈତିକ ବିଶେଷଜ୍ଞ ସାମୁଏଲ ପାକିସ୍ତାନର ରାଷ୍ଟ୍ରପତି ଆୟୁବ ଖାନ୍‌ଙ୍କୁ ଗ୍ରୀକ୍‌ ଆଇନ ନିର୍ମାତା ସୋଲୋନ ଏବଂ ଲିକୁରଗୁସ୍‌ଙ୍କ ସହ ତୁଳନା କରିଥିଲେ। କିନ୍ତୁ ପାକିସ୍ତାନ ଏବେ ମୁଣ୍ଡ ପିଛା ଜିଡିପିରେ ବାଂଲାଦେଶ ପଛରେ ରହିଯାଇଛି। ବିଶ୍ୱର ସବୁଠୁ ଗରିବ ଆଫ୍ରିକୀୟ ଦେଶଗୁଡ଼ିକ ତୁଳନାରେ ଏହା ଅଧିକ ଆଗରେ ନାହିଁ। ୨୦୧୧ରୁ ୨୦୨୦ ମଧ୍ୟରେ ପାକିସ୍ତାନର ଜିଡିପି ଅଭିବୃଦ୍ଧି ହାରାହାରି ୩.୭% ଯାହା ବୈଶ୍ୱିକ ହାରାହାରି ୨.୩୮%ରୁ ଅଧିକ।
ବିଶ୍ୱର ବାର୍ଷିକ ହାରାହାରି ମୁଣ୍ଡ ପିଛା ଜିଡିପି ହେଉଛି ୧୨,୨୬୨ ଡଲାର। ଚାଇନା ଏବେ ବୈଶ୍ୱିକ ହାରାହାରିଠାରୁ ସାମାନ୍ୟ ଆଗରେ ଅଛି ଏବଂ ବାଂଲାଦେଶ, ପାକିସ୍ତାନ ଓ ଭାରତରେ ଏହାର ଏକପଞ୍ଚମାଂଶ। ୧୯୬୦ ଦଶକରେ ବୈଶ୍ୱିକ ହାରାହାରିଠାରୁ ଆମର ୫ଗୁଣ କମ୍‌ ଥିଲା। ସେ ସମୟରେ ବିଶ୍ୱର ମୁଣ୍ଡ ପିଛା ଜିଡିପି ୪୫୯ ଡଲାର ଥିଲାବେଳେ ଭାରତର ଥିଲା ୮୨ ଡଲାର। ଉଲ୍ଲେଖନୀୟ, ଏହା ହେଉଛି ମୁଣ୍ଡ ପିଛା ଆୟ ଏବଂ ତାହା ବିଶ୍ୱର ୭୦୭ କୋଟି ଲୋକଙ୍କର। ଏଥିରେ ଦକ୍ଷିଣ ଏସିଆର ଯୋଗଦାନ ୨୩%। ଅର୍ଥାତ୍‌ ଆମେ ବିଶ୍ୱ ଅର୍ଥ ବ୍ୟବସ୍ଥା ଏବଂ ଉତ୍ପାଦକତାର ପଛରେ ରହିଛୁ ଏବଂ ୬୦ ବର୍ଷ ହେଲା କମ୍‌ କିମ୍ବା ବେଶି ହେଉ ସମାନ ହାରରେ ରହିଆସିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜନ୍ମରୁ ଯେଉଁ ଶିଶୁମାନେ କମ୍‌ ଶୁଣିପାରୁଛନ୍ତି ସେମାନଙ୍କ ଶ୍ରବଣ ଶକ୍ତି ଫେରାଇ ଆଣିବାରେ ‘ଦି ହାନ୍ସ ଫାଉଣ୍ଡେଶନ’ (ଟିଏଚ୍‌ଏଫ୍‌) ସହଯୋଗର ହାତ ବଢ଼ାଇଛି। ଏବେ ସୁଦ୍ଧା...

ହଜି ଯାଉଥିବା ସୁରଝଙ୍କାର

ଦୁର୍ଗାପ୍ରସାଦ ଆଚାର୍ଯ୍ୟ ଆମର ଜୀବନବୀଣାକୁ ଦିନେ ଝଙ୍କୃତ କରୁଥିବା ଅନେକ ସ୍ବର କାହିଁ କେବେଠାରୁ ହଜିଗଲେଣି। ଯେଉଁ କେତୋଟି ସ୍ବର ନାନା ପ୍ରତିକୂଳତା ସତ୍ତ୍ୱେ ଏବେ...

ଶ୍ରମଜୀବୀ ଓ ସେମାନଙ୍କ ପିଲା

ମିନତୀ ପ୍ରଧାନ ନିର୍ମାଣାଧୀନ ମେଟ୍ରୋ ରେଲୱେ ଲାଇନ ପାଇଁ ରାସ୍ତାରେ ଯାନ ବାହନର ନାହିଁ ନ ଥିବା ଭିଡ଼, ବିଶେଷ କରି ଦିନର ଅଧିକାଂଶ ସମୟ,...

ବେରୋଜଗାର ଯୁବକ

ଭାରତରେ ୩୫ ବର୍ଷ ବୟସରୁ କମ୍‌ ଯୁବବର୍ଗଙ୍କ ସଂଖ୍ୟା ଏହାର ମୋଟ ଜନସଂଖ୍ୟାର ୬୦ ପ୍ରତିଶତରୁ ଅଧିକ। ଏହି ଯୁବ ଶ୍ରମଶକ୍ତି ଉପରେ ଭାରତର ଆର୍ଥିକ...

ଏଇ ଭାରତରେ

ରାକେଶ ପଞ୍ଚାଲ। ବୟସ ୪୪। ସେ ଏବେ ଅସହାୟ ବରିଷ୍ଠ ନାଗରିକଙ୍କୁ ମାଗଣାରେ ଖାଦ୍ୟ ଯୋଗାଉଛନ୍ତି। ଗୁଜରାଟର ଭାସୋ ବ୍ଲକରେ ରାକେଶ ଏବେ ୫୦୦ରୁ ଅଧିକ...

ଆତ୍ମଜୀବନୀର ଆତ୍ମକଥା

ରାଧାଶ୍ୟାମ ରାଉଳ   ‘ଆତ୍ମଜୀବନୀର ଆତ୍ମକଥା’ ଶୀର୍ଷକ ଏକ ସାହିତ୍ୟ ଚର୍ଚ୍ଚାରେ ସମ୍ମାନିତ ବକ୍ତା ଭାବରେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍‌ ପ୍ରଫେସର ସୌଭାଗ୍ୟ ସାହୁ, ଆତ୍ମଜୀବନୀ...

ଭଲ ସ୍ଵପ୍ନ ଦେଖ

ମାୟାଧର ନାୟକ   ପୃଥିବୀରେ ରାତି କ’ଣ ପାଇଁ ଆସେ, କ’ଣ ଅନ୍ଧାର ଓଜାଡି ଦେବାପାଇଁ-ନା-ଅନ୍ଧାରକୁ ବତି ଦେଖାଇବା ପାଇଁ। ପୃଥିବୀକୁ ରାତି ଆସେ ବଛା...

ଅଙ୍କୁଶ ଲାଗୁ

ମଣିପୁର ହିଂସାକୁ ପାଖାପାଖି ବର୍ଷେ ହେବାକୁ ଯାଉଛି। ଏହା ପଛରେ ସେଠାକାର ହାଇକୋର୍ଟଙ୍କ ନିଷ୍ପତ୍ତି ଥିଲା ଅନ୍ୟତମ କାରଣ। ୨୭ ମାର୍ଚ୍ଚ ୨୦୨୩ରେ ମଣିପୁର ହାଇକୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri