ମହାମାରୀ ରୋକିବାର ବାଟ

ଜୋସେ ମାନୁଏଲ୍‌ ବାରୋସୋ

ଶତାବ୍ଦୀର ସବୁଠୁ ଘାତକ କୋଭିଡ୍‌-୧୯ ମହାମାରୀ ଦୁଇ ବର୍ଷ ହେବ ସାରା ବିଶ୍ୱକୁ କଲବଲ କରୁଛି। ଏହା ଯୋଗୁ ବିଶ୍ୱ ଏକ ସଙ୍କଟଜନକ ସ୍ଥିତିକୁ ଠେଲି ହୋଇଯାଇଛି। ମହାମାରୀରେ ଏବେ ସୁଦ୍ଧା ୫.୫ ମିଲିୟନରୁ ଊଦ୍ଧ୍ୱର୍ର୍ ଲୋକଙ୍କ ମୃତ୍ୟୁ ଘଟିଛି ଓ ଅଗଣିତ ଲୋକ ଜୀବିକା ହରାଇଛନ୍ତି । କୋଟି କୋଟି ଲୋକ ଗରିବ ହୋଇଯାଇଛନ୍ତି। ବିଶ୍ୱ ଏଭଳି ଏକ ମାରାମତ୍କ ମହାମାରୀକୁ ରୋକିବାରେ ବିଫଳ ହୋଇଛି। କିନ୍ତୁ ଏହା ସତ ଯେ, ଭାକ୍ସିନ ଗ୍ଲୋବାଲ ଆସେସ୍‌ (କୋଭାକ୍ସ) ଯାହା ବିଶ୍ୱରେ ଟିକାର ସମ ଉପଲବ୍ଧତା ଉପରେ କାମ କରେ, ତାହା ବିଶ୍ୱ ସମୁଦାୟର ସମର୍ଥନ ପାଇବା ପରଠାରୁ ଏ କ୍ଷେତ୍ରରେ ବହୁତ କିଛି ପରିବର୍ତ୍ତନ ଆସିଛି ।
ମହାମାରୀ ପ୍ରକାଶ ପାଇବା ପରେ ଏହାର ମୁକାବିଲା କରିବା ଲାଗି ବୈଜ୍ଞାନିକମାନେ ଏକ ସୁରକ୍ଷିତ ଓ ପ୍ରଭାବୀ ଟିିକା ବିକାଶ କରିବା ପାଇଁ ସକ୍ଷମ ହେବେ ବୋଲି ଆମେ ଜାଣିନଥିଲୁ। କିନ୍ତୁ ସେପ୍ଟେମ୍ବର ୨୦୨୦ରେ ଏଥିରେ ସଫଳତା ମଳିିଲା ଓ ଏବେ ଆମ ପାଖରେ ବହୁ ପ୍ରକାର କୋଭିଡ୍‌ ଟିକା ରହିଛି। ଟିକା ଉପତ୍ାଦନ ଶିଳ୍ପଗୁଡ଼ିକ ଅଧିକ ଟିକା ଉପତ୍ାଦନ କରିବାରେ ସଫଳ ହେବେ ବୋଲି ପୂର୍ବରୁ ଆମେ ମଧ୍ୟ ଜାଣି ନ ଥିଲେ। ହେଲେ ତାହା ସମ୍ଭବ ହୋଇପାରିଲା। ଘଟଣାକ୍ରମରେ ଗତବର୍ଷ ୧୧ ବିଲିୟନ ବା ୧୧ ଶହ କୋଟି ଡୋଜ୍‌ ଉପତ୍ାଦନ କରାଯାଇଥିଲା। ତେବେ ଦୁଃଖର ବିଷୟ, ଏତେସବୁ ସଫଳତା ପାଇଥିବାବେଳେ ମହାମାରୀ ଉପରେ ସମ୍ପୂର୍ଣ୍ଣ ବିଜୟ ହାସଲ କରାଯାଇପାରୁନାହିଁ। ସାରା ବିଶ୍ୱ ଏହା ବିରୋଧରେ ଲଢ଼େଇ ଜାରି ରଖିଥିଲେ ବି ସ୍ପଷ୍ଟତଃ ବିଫଳ ହୋଇଛି। ୨୦୨୧ରେ ପୃଥିବୀରେ ଅତ୍ୟଧିକ ଟିକା ଉପତ୍ାଦନ ହୋଇଥିଲା। ଏହା ୩ ଶହ କୋଟିରୁ ଊର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଟିକା ଦେବା ଲାଗି ଯଥେଷ୍ଟ। ଏମାନଙ୍କ ମଧ୍ୟରୁ ଅଧିକାଂଶ ନିମ୍ନ ଆୟବର୍ଗ ବା ଗରିବ ଦେଶଗୁଡ଼ିକରେ ରହୁଛନ୍ତି, ଯେଉଁମାନେ ଏଯାବତ୍‌ ପ୍ରଥମ ଡୋଜ୍‌ ଟିକା ପାଇପାରିନାହାନ୍ତି। ଧନୀ ଦେଶଗୁଡ଼ିକରେ ହାରାହାରି ଟିକାକରଣର ହାର ୭୫%ରୁ ଅଧିକ ଏବଂ ସେମାନେ ଏବେ ବୁଷ୍ଟର ଡୋଜ୍‌ ଉପରେ ଧ୍ୟାନ ଦେଉଛନ୍ତି। ଅପରପଟେ ଆଫ୍ରିକାରେ ପାଖାପାଖି ୧୦% ଲୋକ ସମ୍ପୂର୍ଣ୍ଣ ଡୋଜ୍‌ ନେଇ ସାରିଛନ୍ତି ଏବଂ ସ୍ବାସ୍ଥ୍ୟ ବ୍ୟବସ୍ଥା ପ୍ରାଥମିକ ଟିକାକରଣ ସ୍ଥିତିରେ ପହଞ୍ଚିବାକୁ ବାକି ରହିଛି।
ନିିକଟରେ କୋଭାକ୍ସ ବିଶ୍ୱର ବିଭିନ୍ନ ଦେଶକୁ ୧୦୦ କୋଟି ଟିକା ଯୋଗାଇ ଦେଇଛି। ଏହା ଟିକା ଯୋଗାଣ ବୃଦ୍ଧି,ସମଉପଲବ୍ଧତାର ନିଶ୍ଚିତତାକୁ ପ୍ରତିପାଦିତ କରୁଛି। କୋଭାକ୍ସ ମଧ୍ୟ ବିଶ୍ୱରେ ଦେଖାଦେଇଥିବା ଭୟଙ୍କର ପକ୍ଷପାତକୁ ସୁଧାରିଛି। ଏଭଳି ସଫଳତାରୁ ଜଣାପଡ଼ୁଛି ଯେ, କୋଭିଡ୍‌ ଟିକାର ଗଚ୍ଛିତ, ରପତ୍ାନୀ କିମ୍ବା ଏହାର ଚିକିତ୍ସା ଉପକରଣ ଉପରେ କେତେକ ଦେଶ ପ୍ରତିବନ୍ଧକ ଲଗାଇବା ସତ୍ତ୍ୱେ କୋଭାକ୍ସ ଏବଂ ଅନେକ ଦେଶର ସମ୍ମିଳିତ ଉଦ୍ୟମ ଏ କ୍ଷେତ୍ରରେ ଭଲ କାମ କରିପାରଛି ଓ ଆଗକୁ କରିବ। ଏଭଳି ଗତିକୁ ଲକ୍ଷ୍ୟକଲେ ଜଣାଯାଏ, କୋଆଲିଏଶନ ଫର୍‌ ଏପିଡେମିକ ପ୍ରିପାଏର୍ଡନେସ ଇନୋଭେଶନ ବା ମହାମାରୀ ରୋକିବାକୁ ଟିକା ବିକାଶ କରିବା ପାଇଁ ଆରମ୍ଭ କରାଯାଇଥିବା ବୈଶ୍ୱିକ ସମାବେଶୀ ବ୍ୟବସ୍ଥା, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ, ୟୁନିସେଫ୍‌ ଏବଂ ଭାକ୍ସିନ ଓ ଇମୁନାଇଜେଶନ ପାଇଁ ବିଶ୍ୱସ୍ତରୀୟ ମେଣ୍ଟ(ଜିଏଭିଆଇ)ର ଭାଗୀଦାରିରେ ପ୍ରତିଷ୍ଠା କରାଯାଇଥିବା କୋଭାକ୍ସ ଲଗାତର ବିଶ୍ୱର ସମର୍ଥନ ପାଉଛି। ହେଲେ କରୋନାର ନୂଆ ରୂପ ଓମିକ୍ରନ୍‌କୁ ଦୃଷ୍ଟିରେ ରଖି ପ୍ରଥମ ବୁଷ୍ଟର ଡୋଜ୍‌ ଆରମ୍ଭ କରିବାକୁ ଧନୀଦେଶଗୁଡ଼ିକ ଆଗକୁ ବଢୁଥିବାରୁ ନିମ୍ନ ଆୟବର୍ଗର ଦେଶଗୁଡ଼ିକ ବିପଦ ଯେଭଳି ହ୍ରାସ କରିବାକୁ ଚେଷ୍ଟା କରାଯାଉଥିଲା ତାହା ଆଉ ସମ୍ଭବ ହୋଇପାରିବ ନାହଁି। ଏଭଳି ପରିଣାମ କେବଳ ଏକ ବଡ଼ ବିଫଳତାକୁ ପ୍ରତିପାଦିତ କରିବ ତାହା ନୁହେଁ, ବରଂ ସାଧାରଣ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ଘୋର ବିପର୍ଯ୍ୟୟ ଘଟାଇବ। ଆମେ ସମସ୍ତେ ଜାଣୁ ଯେ, ଯେ ପର୍ଯ୍ୟନ୍ତ ସମସ୍ତେ ସୁରକ୍ଷିତ ହୋଇ ରହିନାହାନ୍ତି ସେ ଯାଏ ପୃଥିବୀରେ କେହି ଜଣେ ହେଲେ ବି ସୁରକ୍ଷିତ ନୁହନ୍ତି। ଯେ ପର୍ଯ୍ୟନ୍ତ ପୃଥିବୀର ସବୁ ଅଞ୍ଚଳରେ ସବୁ ଲୋକଙ୍କୁ ଟିକାକରଣ ନ କରିଛେ, ସେ ପର୍ଯ୍ୟନ୍ତ କରୋନା ଭାଇରସ୍‌ ଲଗାତର ରୂପ ବଦଳାଇ ଚାଲିବ। ଫଳରେ ଆଗକୁ କରୋନାର ଅଧିକ ବିପଜ୍ଜନକ ନୂଆ ଏବଂ ଶକ୍ତିଶାଳୀ ରୂପ ଆବିର୍ଭାବ ହେବ। ଏହା ଯୋଗୁ ଏକ ବଡ଼ ବିପଦ ଦେଖାଦେବ। କୋଭିଡ୍‌-୧୯ ଉପରେ ବିଜୟ ଲାଭ କରିବା ପରିବର୍ତ୍ତେ କେବଳ ତାକୁ ସାମ୍ନା କରିବା ପାଇଁ ଆମକୁ ଅସଂଖ୍ୟ ବୁଷ୍ଟର ଟିକା ନେବାକୁ ପଡ଼ିବ। ବିକଳ୍ପ ଭାବେ, ବିଶ୍ୱର ସବୁ ଦେଶରେ ଲୋକମାନଙ୍କୁ ସୁରକ୍ଷିତ ରଖି ଆମେ ବୈଶ୍ୱିକ ଅର୍ଥବ୍ୟବସ୍ଥାକୁ ମଜଭୁତ କରିବା ସହ ସମ୍ପୂର୍ଣ୍ଣ ଭାବେ ବ୍ୟବସାୟ,ବାଣିଜ୍ୟ ଏବଂ ଯାତ୍ରା ଆରମ୍ଭ କରିପାରିବା। ଏଥିପାଇଁ ଧନୀ ଦେଶଗୁଡ଼ିକର ନୂଆ ପ୍ରତିବଦ୍ଧତା ଆବଶ୍ୟକ ଏବଂ ପ୍ରାଥମିକତାଭିତ୍ତିରେ ଯେଉଁ ଦେଶଗୁଡ଼ିକରେ ଟିକାର ସବୁଠୁ ଅଧିକ ଆବଶ୍ୟକତା ରହିଛି, ଟିକା ଉପତ୍ାଦନକାରୀମାନେ ସେମାନଙ୍କ ଅର୍ଡର ରଖିବାକୁ ପଡ଼ିବ। ଗରିବ ଦେଶଗୁଡ଼ିକ କିଭଳି ସମାନ ଭାବେ ଟିକା ପାଇବେ ବ୍ୟବସ୍ଥା କରିବାକୁ ହେବ। ବୁଷ୍ଟର କାର୍ଯ୍ୟକ୍ରମ , ନୂଆ ଟିକା ଗ୍ରହଣ କରିବା କିମ୍ବା ଅତିରିକ୍ତ ଡୋଜ ସମ୍ପର୍କିତ ଭବିଷ୍ୟତର ଆବଶ୍ୟକତାକୁ ଲକ୍ଷ୍ୟ କରି କାର୍ଯ୍ୟଧାରା ବୃଦ୍ଧି କରି ସ୍ଥିତିରେ ପରିବର୍ତ୍ତନ ଆଣିବାର ଦକ୍ଷତାକୁ ନିଶ୍ଚିତ କରିବାକୁ ପଡ଼ିବ। ଜିଏଭିଆଇର ଅଧ୍ୟକ୍ଷ ଭାବେ ମୁଁ ଏବଂ ଅନ୍ୟମାନେ କୋଭାକ୍ସରେ ସାମିିଲ ହୋଇ ମଧ୍ୟ ଗତ ବର୍ଷ ମହାମାରୀ ବିରୋଧୀ ଲଢେଇରେ ପ୍ରଗତି ହୋଇପାରିନାହିଁ। ଏଥିରେ ଶିଥିତ୍ଳତା ପରିଲକ୍ଷିତ ହୋଇ ଆସିଛି।
ଓମିକ୍ରନ ସଂକ୍ରମଣ ବ୍ୟାପକ ହେଉଛି। ଏହା ସତ୍ତ୍ୱେ ପୂୂର୍ବରୁ ପ୍ରକାଶ ପାଇଥିବା କରୋନା ଭାଇରସ୍‌ଠାରୁ ଏହା କମ୍‌ ବିପଜ୍ଜନକ ବୋଲି ଧାରଣା ସୃଷ୍ଟି ହୋଇଛି। ଏହି କାରଣରୁ ଆମେ ସମସ୍ତେ ଏବେ ମଧ୍ୟ ଏକ ବୈଶ୍ୱିକ ସଙ୍କଟ ମଧ୍ୟରେ ରହିଛୁ। କିନ୍ତୁ ଯୋଗାଣ ଓ ଚାହିଦା କ୍ଷେତ୍ରରେ ରହିଥିବା ଆହ୍ନାନଗୁଡ଼ିକ ୨୦୨୨ରେ ବୃଦ୍ଧି ପାଇବ। ବାସ୍ତବରେ ଆମେ କୋଭିଡ୍‌-୧୯ ମହାମାରୀର ପଞ୍ଝାରୁ ମୁକ୍ତ ହେବା ଭଳି ସମ୍ଭାବ୍ୟ ସ୍ଥିତିରେ ରହିଛୁ। ଏଣୁ ‘ଶୀଘ୍ର’ ହିଁ କାର୍ଯ୍ୟଧାରାର ମନ୍ତ୍ର ହେବା ଦରକାର। ଯେତେ ଶୀଘ୍ର ଭାଇରସ୍‌ ସଂକ୍ରମଣକୁ ଆୟତ୍ତ କରିବା, ସେତେ ଶୀଘ୍ର ସମାଜ ଓ ଅର୍ଥନୀତି କ୍ଷେତ୍ରରେ ଘଟାଇଥିବା ବିପର୍ଯ୍ୟୟ ଚକ୍ରକୁ ନଷ୍ଟ କରିବାରେ ସକ୍ଷମ ହୋଇପାରିବା। ଏଥିପାଇଁ ସବୁ ଦେଶର ଲୋକଙ୍କୁ କୋଭିଡ୍‌-୧୯ ଟିକାର ତ୍ୱରିତ, ସ୍ପଷ୍ଟ ଏବଂ ସମ ଉପଲବ୍ଧତା ନିଶ୍ଚିତ କରିବା ଦରକାର।
କୋଭାକ୍ସ ବିଶ୍ୱର ବିଭିନ୍ନ ଦେଶକୁ ୧୦୦ କୋଟି ଟିକା ଯୋଗାଇ ସାରିଛି। ଏହା ପ୍ରମାଣିତ କରୁଛି ଯେ, କୌଣସି କାର୍ଯ୍ୟରେ ପ୍ରତିବଦ୍ଧତା ବଳରେ ଆମେ ବିଶ୍ୱସ୍ତରୀୟ ଆହ୍ବାନଗୁଡ଼ିକୁ ସମ୍ମିଳିତ ଭାବେ ପ୍ରଭାବୀ ଢଙ୍ଗରେ ନିଶ୍ଚିତ ନିୟନ୍ତ୍ରଣ କରିପାରିବା। କିନ୍ତୁ ଏହି ଉପଲବ୍ଧି ମଧ୍ୟ ସୂଚାଇ ଦେଇଛି ଯେ, ଆଗକୁ ଆମକୁ ଆହୁରି ଅନେକ କିଛି କରିବାକୁ ବାକି ଅଛି। ସେଥିପାଇଁ ସରକାର, ଶିଳ୍ପ ଏବଂ ସିଭିଲ୍‌ ସୋସାଇଟିର ସାହାଯ୍ୟ ଲୋଡ଼ା। ଏମାନଙ୍କ ବିନା ସାହାଯ୍ୟରେ ଟିକାର ନିଷ୍ପକ୍ଷ ବଣ୍ଟନ କ୍ଷେତ୍ରରେ କୋଭାକ୍ସ ଏବଂ ଅନ୍ୟ ଅନ୍ତର୍ଜାତୀୟ ସଙ୍ଗଠନଗୁଡ଼ିକର ପ୍ରତିବଦ୍ଧତା କେବଳ ମହାମାରୀକୁ ଶେଷ କରିବ ପାରିବ ନାହଁି। ବରଂ, ସମସ୍ତେ ଏକାଠି କାମ କଲେ କୋଭିଡ୍‌ ପଞ୍ଝାରୁ ସବୁଦିନ ପାଇଁ ମୁକୁଳିପାରିବା। ଏହି ବାଟରେ ଆମେ ଅଧିକ ଲାଭ ଉଠାଇପାରିବା।
ପୂର୍ବତନ ପ୍ରଧାନମନ୍ତ୍ରୀ ପତ୍ତୁର୍ର୍ଗାଲ,
ପୂର୍ବତନ ପ୍ରେସିଡେଣ୍ଟ, ୟୁରୋପିଆନ କମିଶନ;
ଭାକ୍ସିନ ଆଲାଏନ୍ସ ( ଜିଏଭିଆଇ)ର ଅଧ୍ୟକ୍ଷ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri