ମହମରେ ୧ ଇଞ୍ଚର ଜଗନ୍ନାଥ

କଟକ ଅଫିସ,୨୦ା୧: ଅଦରକାରୀ ସାମଗ୍ରୀରେ ଭିନ୍ନ କଳାକୃତି ଅଙ୍କନ କରି ଜାତୀୟ ସ୍ତରରେ ରେକର୍ଡ ସୃଷ୍ଟି କରିଛନ୍ତି କଟକ ରାଜାବଗିଚା ସର୍ବୋଦୟପୁର ଅଞ୍ଚଳର ଜଣେ ଯୁବକ। ସୁବାସ ମହାନ୍ତି ଓ ଅଳକା ମହାନ୍ତିଙ୍କ ପୁଅ ସ୍ମୃତି ରଞ୍ଜନ ମହାନ୍ତି ମହମରେ ୧ ଇଞ୍ଚର ଜଗନ୍ନାଥ ମୂର୍ତ୍ତି ନିର୍ମାଣ କରି ଇଣ୍ଡିଆ ବୁକ୍‌ ଓ ଏସିଆ ବୁକ୍‌ରେ ସ୍ଥାନ ପାଇଛନ୍ତି। ଏହା ବ୍ୟତୀତ ଅଦରକାରୀ କାର୍ଡ ବୋର୍ଡ, ଦିଆସିଲି କାଠି, ଟିସୁ ପେପର ଓ ସୋଲ ବ୍ୟବହାର କରି ୨୭ ସେଣ୍ଟିମିଟରର କେଦାରନାଥ ମନ୍ଦିରର କଳାକୃତି ନିର୍ମାଣ କରିଛନ୍ତି। ଦିଆସିଲ କାଠିରେ ୨ଇଞ୍ଚର ରଥ, ରବରରେ ୨ ସେମିର ଜଗନ୍ନାଥ ମୂର୍ତ୍ତି ଓ ସୋଲରେ ଦଶାବତାର ତିଆରି କରିଛନ୍ତି। କଟକସ୍ଥିତ ଜାତୀୟକବି ବୀରକିଶୋର ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ଯୁକ୍ତ ୨ର ଦ୍ୱିତୀୟ ବର୍ଷର ଛାତ୍ର ସ୍ମୃତି। ପିଲାଟି ଦିନରୁ ତାଙ୍କର ଚିତ୍ରକଳା ପ୍ରତି ବେଶ୍‌ ଆଗ୍ରହ ଥିଲା। ଏଥିପ୍ରତି ତାଙ୍କୁ ପରିବାର ଲୋକେ ସହଯୋଗ କରିଥିଲେ। ଲକ୍‌ଡାଉନ ଓ ଶଟ୍‌ଡାଉନ ସମୟରେ ଅନ୍‌ଲାଇନ୍‌ ମାଧ୍ୟମରେ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗନେଇ ଅଦରକାରୀ ସାମଗ୍ରୀରେ କଳାକୃତି ତିଆରି କରି ପୁରସ୍କୃତ ହୋଇଥିଲେ। ଏହାପରେ କଳାକୃତି ଅଙ୍କନ ପ୍ରତି ତାଙ୍କର ଆଗ୍ରହ ବଢିଥିଲା। ଏନେଇ ସ୍ମୃତି କହିଛନ୍ତି, ଆମେ ଅଦରକାରୀ ସାମଗ୍ରୀକୁ ଫିଙ୍ଗି ଦେଇଥାଉ। ହେଲେ ସେହି ସାମଗ୍ରୀକୁ ବ୍ୟବହାର କରି କିପରି ନୂତନ କଳାକୃତି ପ୍ରସ୍ତୁତ କରାଯାଇପାରିବ ତାହାହିଁ ମୋର ଲକ୍ଷ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ପରେ ନିଜ ବେକ କାଟି ଆତ୍ମହତ୍ୟା ଉଦ୍ୟମ କଲେ ପୁଅ

ବାରିପଦା,୨୪।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ରାଶନ ଚାଉଳ ଭାଗବଣ୍ଟାକୁ ନେଇ ନୃଶଂସ ପୁଅ ଏକ ଦାଆରେ ମା’ ବେକକୁ କାଟି ହତ୍ୟା କରିବା ପରେ ନିଜ ବେକ...

ଆକାଶିଆ ଜଙ୍ଗଲରେ ନିଆଁ ଲଗାଇ ଦେଲେ

ପାଟଣା,୨୩ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇପଶି ରାସ୍ତା ପାର୍ଶ୍ୱ ହନୁମାନ ଛକ ନିକଟ ଖୁଣ୍ଟାପଡା ଗ୍ରାମ ନିକଟରେ ଥିବା ଏକର ଏକର ପରିମିତ...

କ୍ଷେତରେ ଧାନ ରୋଇଲେ ଛାତ୍ରୀଛାତ୍ର

ବରଗଡ଼,୨୨।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ାସ୍ଥିତ କ୍ରୀଷ୍ଣା ବିକାଶ ଗ୍ରୁପ ଅଧୀନ ବିକାଶ ଆବାସିକ ବିଦ୍ୟାଳୟର ଦ୍ୱିତୀୟରୁ ପଞ୍ଚମ ଶ୍ରେଣୀ ଛାତ୍ରୀଛାତ୍ର ଜାତୀୟ ଶିକ୍ଷାନୀତି(ଏନଇପି)-୨୦୨୦କୁ...

ମାଘରେ ବଢୁଛି ତାତି: ପାରଳାଖେମୁଣ୍ଡିରେ ସର୍ବାଧିକ ୩୪.୨ ଡିଗ୍ରୀ

ଭୁବନେଶ୍ୱର,୨୩ା୧: ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ଦିନ ତାପମାତ୍ରା ୩୫ ଡିଗ୍ରୀ ପାଖାପାଖି ଛୁଇଁଲାଣି। ରାତିରେ କୁହୁଡି ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଥିବା...

କ୍ଲାସ୍‌ରୁମ୍‌ରେ ଛାତ୍ରୀଙ୍କ ବଳାତ୍କାର ଉଦ୍ୟମ ମାମଲା: ଅଧ୍ୟକ୍ଷ, ଅଧ୍ୟାପକ ନିଲମ୍ବିତ

ଯାଜପୁର,୨୩।୧(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ଜିଲା ବରୀ ଥାନା ଅଧୀନ ଅଭିମନ୍ୟୁ ସାମନ୍ତସିଂହାର ଡିଗ୍ରୀ କଲେଜର ଜଣେ ଛାତ୍ରୀଙ୍କୁ କ୍ଲାସ୍‌ରୁମ୍‌ରେ ବଳାତ୍କାର ଉଦ୍ୟମ ହୋଇଥିବା ଅଭିଯୋଗ...

ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ: ରବି ଋତୁରେ ୨୦୦୦ ହେକ୍ଟର ଜମିକୁ ଯିବ ପାଣି

ବରଗଡ଼ ,୨୩।୧: ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ,ଜଳସମ୍ପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗ ଆଜି ସମ୍ବଲପୁର ଓ ବରଗଡ଼ ଜିଲା...

ମଣ୍ଡିରୁ ଧାନ ଉଠାଇବାରେ ଅବହେଳା: ୧୧ ମିଲରଙ୍କୁ ତାଗିଦ୍‌

ଛତ୍ରପୁର,୨୩।୧(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାରେ ମଣ୍ଡିରୁ ଧାନ ଉଠାଇବାରେ ବିଳମ୍ବ ଓ ଅବହେଳା କରାଯାଇଥିବାରୁ ଜିଲା ପ୍ରଶାସନ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।...

ଲେମ୍ବୁ ବଗିଚା କେନାଲରୁ ଏକ ବିଲୁପ୍ତପ୍ରାୟ ଉଦ୍ଧାର ହେଲା ଫିସିଂ କ୍ୟାଟ୍

ବାରିପଦା,୨୩।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଧିନ ଦେଉଳି ରେଞ୍ଜ କୁଳିଅଣା ସେକ୍ସନ କନିଆଁଲୁକା ଗ୍ରାମର ଲେମ୍ବୁ ବଗିଚା କେନାଲରୁ ଏକ ବିଲୁପ୍ତପ୍ରାୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri