୧୧ମାସର ଶିଶୁଙ୍କୁ କଚାଡ଼ିଦେଲେ ପଡ଼ୋଶୀ

ନିମାପଡ଼ା,୨0।୧(ଡି.ଏନ୍‌.ଏ.): ନିମାପଡ଼ା ଥାନା ଅନ୍ତର୍ଗତ ଭଗବାନସୁଳରା ଗ୍ରାମର ଏକ ବିଲରେ ଗାଈ ଚରାଇ ଫସଲ ନଷ୍ଟ କରିବା ଘଟଣାକୁ ନେଇ ଜଣେ ପଡ଼ୋଶୀ ଗ୍ରାମର ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ମାଡ଼ ମାରିବା ସହ ତାଙ୍କ ୧୧ମାସର ଶିଶୁପୁତ୍ରଙ୍କୁ କଚାଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ପୋଲିସ ବୁଧବାର ଏକ ମାମଲା(ନଂ.୨୯/୨୨) ରୁଜୁ କରି ତଦନ୍ତ ଚଳାଇଛି। ସୂଚନାଯୋଗ୍ୟ, ଭଗବାନସୁଲରା ଗ୍ରାମର ଦିବ୍ୟାଙ୍ଗ ନାରାୟଣ ଭୋଳଙ୍କ ବିଲରେ ଉକ୍ତ ଗ୍ରାମର ଛବିନ୍ଦ୍ର ଭୋଳଙ୍କ ଗାଈ ପଶି ଫସଲ ନଷ୍ଟ କରିଥିଲା। ନାରାୟଣ ଏହି କଥାକୁ ନେଇ ଛବିନ୍ଦ୍ରଙ୍କୁ କହିବାରୁ କଥା କଟାକଟି ସହ ପାଟିତୁଣ୍ଡ ହୋଇଥିଲା। ଏଥିରେ ଛବିନ୍ଦ୍ର ଉତ୍ତ୍ୟକ୍ତ ହୋଇ ନାରାୟଣଙ୍କୁ ମାଡ଼ ମାରିବା ସହ ସେ ଧରିଥିବା ତାଙ୍କ ୧୧ମାସ ଶିଶୁପୁତ୍ରକୁ ତଳେ କଚାଡ଼ି ଦେଇଥିଲେ। ଶିଶୁପୁତ୍ରଟି ତଳେ ପଡ଼ି ଗୁରୁତର ହେବାରୁ ପରିବାର ଲୋକେ ନିମାପଡ଼ା ମେଡିକାଲ ନେଇଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ଶିଶୁପୁତ୍ରକୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ପରେ ଏ ନେଇ ନାରାୟଣ ଆକ୍ରମଣକାରୀ ଛବିନ୍ଦ୍ରଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକ୍ରମେ ପୋଲିସ ତଦନ୍ତ କରୁଥିବାବେଳେ ଛବିନ୍ଦ୍ର ଫେରାର ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ରାଉରକେଲା ଅଫିସ,୪।୮: ରାଉରକେଲା ରେଲଓ୍ବେ ଷ୍ଟେଶନ ଡାଉନ୍‌ ଲାଇନରେ ଟ୍ରେନ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ହେଲେ ମୃତ ଯୁବକଙ୍କ ପରିଚୟ ମିଳିନାହିଁ। ଏ...

‘ସାମାଜିକ ଗଣମାଧ୍ୟମରେ କ୍ଷୟ ହେଉଛି ସତ୍ୟ’

କଟକ ଅଫିସ,୧୨।୨: ଓଡ଼ିଶା ହାଇକୋର୍ଟ ପକ୍ଷରୁ ୨ ଦିନିଆ ଜିଲା ଜଜ୍‌ ସମ୍ମିଳନୀ କଟକସ୍ଥିତ ଓଡ଼ିଶା ଜୁଡିସିଆଲ ଏକାଡେମୀଠାରେ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ସୁପ୍ରିମକୋର୍ଟ ବିଚାରପତି...

୧୭ ଚୋରା ବାଇକ ଜବତ, ୨ ଗିରଫ

ଆର.ଉଦୟଗିରି,୧୩ା୫(ଡି.ଏନ.ଏ.)- ଅଡବା ପୋଲିସ ଏକ ବାଇକ ଚୋର ରାକେଟ୍‌ର ପର୍ଦ୍ଧାଫାଶ କରିବା ସହ ୧୭ ଚୋରା ବାଇକ ଜବତ କରି ୨ଜଣଙ୍କୁ ଗିରଫ କରିଛି। ସେମାନେ...

ସରକାରୀ ଯୋଜନାରୁ ବାଦ୍‌ ପଡ଼ିଛନ୍ତି ପୂଜକ ସମାଜ, ଆନ୍ଦୋଳନ ଡାକରା

ଭାପୁର,୧୮ା୬(ଡି.ଏନ୍‌.ଏ.)-ବର୍ଷସାରା ଠାକୁର ଠାକୁରାଣୀଙ୍କ ପୂଜାନୀତି କରି ଜୀବିକା ନିର୍ବାହ କରୁଥିବା ହଜାର ହଜାର ପୂଜକ ସମାଜ ସମସ୍ତ ସରକାରୀ ଯୋଜନାରୁ ବାଦ୍‌ ପଡ଼ିଚାଲିଛନ୍ତି। ଏପରିକି ସେମାନଙ୍କ...

ବରଗଡ଼ରେ ମାତିଲେ ଲୁଟେରା: ମହିଳାଙ୍କ ସୁନାଚେନ ଲୁଟି ୨ ଦୁର୍ବୃତ୍ତ ଫେରାର୍‌

ବରଗଡ଼ ଅଫିସ,୧୪।୯: ବରଗଡ଼ ସହରରେ ଅପରାଧୀ ସକ୍ରିୟ ହୋଇ ପଡିଛନ୍ତି। କେତେବେଳେ ଦାମି ଗାଡ଼ି ଏଠାରେ ଚୋରି ହେଉଛି ତ ଆଉ କେବେ ଦିନ ଦ୍ବିପ୍ରହରରେ...

କୁମ୍ଭୀର ବଂଶ ବୃଦ୍ଧିକୁ ନେଇ ଚିନ୍ତା

କେନ୍ଦ୍ରାପଡ଼ା ଅଫିସ,୨୯ା୮: ବେଲୁନରେ ଅତ୍ୟଧିକ ପବନ ଭରିଲେ ଫାଟିଯାଏ। ଏହି ପରିସ୍ଥିତି ଜାତୀୟଉଦ୍ୟାନ ଭିତରକନିକା ଅଞ୍ଚଳରେ କୁମ୍ଭୀର ବଂଶ ବୃଦ୍ଧି କ୍ଷେତ୍ରରେ ଦେଖାଯାଇଛି। ଭିତରକନିକାର ସୀମିତ...

ପୌରାଧ୍ୟକ୍ଷା-ନିର୍ବାହୀ ଅଧିକାରୀ ମତଭେଦ

ଯାଜପୁର ରୋଡ,୩ା୯(ଡି.ଏନ.ଏ.): ବ୍ୟାସନଗର ପୌର ପରିଷଦରେ ପରିମଳ ବ୍ୟବସ୍ଥାରେ ବ୍ୟାପକ ଅନିୟମିତତାର ପର୍ଦ୍ଦାଫାଶ ହୋଇଛି। ଏହାବାଦ୍‌ ବିନା ଟେଣ୍ଡରରେ ପରିମଳ ବ୍ୟବସ୍ଥାରେ ନିୟୋଜିତ ଠିକାସଂସ୍ଥାକୁ ୧...

ଧାନ ରଖି ଚାଷୀଙ୍କ ରାସ୍ତାରୋକୋ

ଜଳେଶ୍ୱର,୨୪।୧(ଡି.ଏନ.ଏ.)-ମଣ୍ଡିରେ ଧାନକ୍ରୟରେ ଅନିୟମିତତା ବିରୋଧରେ ଶୁକ୍ରବାର ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ଡେମୁରିଆଠାରେ ଚାଷୀମାନେ ରାସ୍ତା ଉପରେ ଧାନ ବସ୍ତା ରଖି ଅବରୋଧ କରିଛନ୍ତି। ଏପରିକି ଉତ୍ତ୍ୟକ୍ତ ଚାଷୀମାନେ...

Advertisement
Archives

Model This Week