ଜୀବଜନ୍ତୁଙ୍କ ବାସସ୍ଥଳୀ ଉପରେ ପାଣି ଛିଞ୍ଚାଯିବ

ବାରଙ୍ଗ,୨୩ା୨(ଡି.ଏନ୍‌.ଏ.): ଏବେଠୁ ଧୀରେ ଧୀରେ ଗ୍ରୀଷ୍ମପ୍ରବାହ ଆରମ୍ଭ ହେଲାଣି। ଏହାକୁ ଦୃଷ୍ଟିରେ ରଖି ନନ୍ଦନ କାନନରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରାଣୀ ଉଦ୍ୟାନର ୨୧୩ ଖୁଆଡ଼ରେ ରହୁଥିବା ୧୬୨ ପ୍ରଜାତିର ୩୮୭୨ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ କର୍ତ୍ତୃପକ୍ଷ ଆଗୁଆ ଉଦ୍ୟମ ଆରମ୍ଭ କରିଛନ୍ତି। ଗ୍ରୀଷ୍ମତାପରେ ଯେମିତି ବନ୍ୟପ୍ରାଣୀ ପ୍ରଭାବିତ ନ ହୁଅନ୍ତି, ସେଥିପାଇଁ ଜୀବଜନ୍ତୁମାନେ ରହୁଥିବା ବାସସ୍ଥଳୀକୁ ବାଉଁଶତାଟ ଓ ନଡ଼ାଛପର କରାଯିବା ସହିତ ନିୟମିତ ବ୍ୟବଧାନରେ ପାଣି ଛିଞ୍ଚାଯିବ। ବିଭିନ୍ନ ଜୀବଜନ୍ତୁଙ୍କୁ ପିଇବାକୁ ଦିଆଯାଉଥିବା ପାଣିରେ ବରଫ ମିଶାଇବାର ବ୍ୟବସ୍ଥା ହେଉଛି। ସିମ୍ପାଞ୍ଜି ଓ ମାଙ୍କଡ଼ମାନଙ୍କୁ ପଇଡ଼ ପାଣି, ଭାଲୁ, ହାତୀ, ଜଳହସ୍ତୀ ଆଦି ଜନ୍ତୁଙ୍କ ପାଇଁ ତରଭୁଜ, ଆଖୁ ଆଦି ଶରୀରକୁ ଥଣ୍ଡା ରଖୁଥିବା ଫଳ ସମେତ ଖାଦ୍ୟ ପାନୀୟ ଦିଆଯିବାର ଯୋଜନା କରାଯାଉଛି। ଖୋଲା ଆକାଶ ତଳେ ରହୁଥିବା ଚଢ଼େଇ ଏନକ୍ଲୋଜରଗୁଡ଼ିିକୁ ଗ୍ରୀଷ୍ମ ପ୍ରକୋପରୁ ସୁରକ୍ଷା ପାଇଁ ଏନ୍‌କ୍ଲୋଜରରେ ଆଗ୍ରୋନେଟ୍‌ ବ୍ୟବସ୍ଥା କରାଯିବ। ଜୀବଜନ୍ତୁ ଗାଧୋଇବା ପାଇଁ ଉବ୍ଦିଷ୍ଟ ପାଣି ବାରମ୍ବାର ବଦଳାଯିବ। ଏହାସତ୍ତ୍ବେ ଯେଉଁ ଜୀବଜନ୍ତୁମାନେ କୌଣସି ସମୟରେ ହାଲିଆ ତଥା ଦୁର୍ବଳ ଅନୁଭବ କରିବେ ସେମାନଙ୍କ ଲାଗି ଇଲେକ୍ଟ୍ରୋରାଲ, ମଲ୍ଟି ଭିଟାମିନ ଟାବଲେଟ୍‌ ଆଦି ଦେବାର ବ୍ୟବସ୍ଥା କରାଯିବ। ଆବଶ୍ୟକ ପଡ଼ିିଲେ ଜନ୍ତୁ ଏନକ୍ଲୋଜରରେ ଏସି ଲଗାଯିବ। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଜୀବଜନ୍ତୁଙ୍କ ସୁରକ୍ଷା ଓ ସେମାନଙ୍କ ଦେଖାଶୁଣା ନିମନ୍ତେ ଜଣେ ବରିଷ୍ଠ ଚିକିତ୍ସକ, ଜଣେ ରେଞ୍ଜରଙ୍କ ସମେତ ୬ଜଣିଆ କର୍ମଚାରୀଙ୍କୁ ନେଇ ଏକଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ଦିନ ତମାମ ସମସ୍ତ ଏନକ୍ଲୋଜର ବୁଲି ତଦାରଖ କରିବେ ବୋଲି ଜଣାପଡ଼ିଛି। ଆସନ୍ତା ମାର୍ଚ୍ଚ ପହିଲାରୁ ଏହା କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ମିିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

ସାନଖେମୁଣ୍ଡିରେ ବ୍ୟାପିଲା ଝାଡ଼ାବାନ୍ତି, ଜଣଙ୍କ ମୃତ୍ୟୁ, ୪ ଗୁରୁତର; ବ୍ରହ୍ମପୁର MKCGରେ…

ଦିଗପହଣ୍ଡି,୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର ଗାଁରେ ଗତ ୪ ଦିନ ହେଲା ଝାଡ଼ାବାନ୍ତି କାୟା ବିସ୍ତାର କରିବାରେ ଲାଗିଛି।…

ଅନଲାଇନ୍ ଗେମିଂ-ବେଟିଂ ନାଁରେ କୋଟି କୋଟି ଟଙ୍କାର ସାଇବର ଠକେଇ! ଗଞ୍ଜାମରେ ଗିରଫ ହେଲେ ଆଉ ଜଣେ ଅଭିଯୁକ୍ତ

ଛତ୍ରପୁର,୩୦।୯(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : ଅନଲାଇନ୍ ଗେମିଂ, ବେଟିଂ ଓ ଇନଭେଷ୍ଟମେଣ୍ଟ ଆପ୍ ମାଧ୍ୟମରେ ଅଧିକ ଲାଭର ପ୍ରଲୋଭନ ଦେଖାଇ ଠକେଇ କରୁଥିବା ଏକ ସାଇବର ନେଟୱର୍କକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?