ଜୀବଜନ୍ତୁଙ୍କ ବାସସ୍ଥଳୀ ଉପରେ ପାଣି ଛିଞ୍ଚାଯିବ

ବାରଙ୍ଗ,୨୩ା୨(ଡି.ଏନ୍‌.ଏ.): ଏବେଠୁ ଧୀରେ ଧୀରେ ଗ୍ରୀଷ୍ମପ୍ରବାହ ଆରମ୍ଭ ହେଲାଣି। ଏହାକୁ ଦୃଷ୍ଟିରେ ରଖି ନନ୍ଦନ କାନନରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରାଣୀ ଉଦ୍ୟାନର ୨୧୩ ଖୁଆଡ଼ରେ ରହୁଥିବା ୧୬୨ ପ୍ରଜାତିର ୩୮୭୨ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ କର୍ତ୍ତୃପକ୍ଷ ଆଗୁଆ ଉଦ୍ୟମ ଆରମ୍ଭ କରିଛନ୍ତି। ଗ୍ରୀଷ୍ମତାପରେ ଯେମିତି ବନ୍ୟପ୍ରାଣୀ ପ୍ରଭାବିତ ନ ହୁଅନ୍ତି, ସେଥିପାଇଁ ଜୀବଜନ୍ତୁମାନେ ରହୁଥିବା ବାସସ୍ଥଳୀକୁ ବାଉଁଶତାଟ ଓ ନଡ଼ାଛପର କରାଯିବା ସହିତ ନିୟମିତ ବ୍ୟବଧାନରେ ପାଣି ଛିଞ୍ଚାଯିବ। ବିଭିନ୍ନ ଜୀବଜନ୍ତୁଙ୍କୁ ପିଇବାକୁ ଦିଆଯାଉଥିବା ପାଣିରେ ବରଫ ମିଶାଇବାର ବ୍ୟବସ୍ଥା ହେଉଛି। ସିମ୍ପାଞ୍ଜି ଓ ମାଙ୍କଡ଼ମାନଙ୍କୁ ପଇଡ଼ ପାଣି, ଭାଲୁ, ହାତୀ, ଜଳହସ୍ତୀ ଆଦି ଜନ୍ତୁଙ୍କ ପାଇଁ ତରଭୁଜ, ଆଖୁ ଆଦି ଶରୀରକୁ ଥଣ୍ଡା ରଖୁଥିବା ଫଳ ସମେତ ଖାଦ୍ୟ ପାନୀୟ ଦିଆଯିବାର ଯୋଜନା କରାଯାଉଛି। ଖୋଲା ଆକାଶ ତଳେ ରହୁଥିବା ଚଢ଼େଇ ଏନକ୍ଲୋଜରଗୁଡ଼ିିକୁ ଗ୍ରୀଷ୍ମ ପ୍ରକୋପରୁ ସୁରକ୍ଷା ପାଇଁ ଏନ୍‌କ୍ଲୋଜରରେ ଆଗ୍ରୋନେଟ୍‌ ବ୍ୟବସ୍ଥା କରାଯିବ। ଜୀବଜନ୍ତୁ ଗାଧୋଇବା ପାଇଁ ଉବ୍ଦିଷ୍ଟ ପାଣି ବାରମ୍ବାର ବଦଳାଯିବ। ଏହାସତ୍ତ୍ବେ ଯେଉଁ ଜୀବଜନ୍ତୁମାନେ କୌଣସି ସମୟରେ ହାଲିଆ ତଥା ଦୁର୍ବଳ ଅନୁଭବ କରିବେ ସେମାନଙ୍କ ଲାଗି ଇଲେକ୍ଟ୍ରୋରାଲ, ମଲ୍ଟି ଭିଟାମିନ ଟାବଲେଟ୍‌ ଆଦି ଦେବାର ବ୍ୟବସ୍ଥା କରାଯିବ। ଆବଶ୍ୟକ ପଡ଼ିିଲେ ଜନ୍ତୁ ଏନକ୍ଲୋଜରରେ ଏସି ଲଗାଯିବ। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଜୀବଜନ୍ତୁଙ୍କ ସୁରକ୍ଷା ଓ ସେମାନଙ୍କ ଦେଖାଶୁଣା ନିମନ୍ତେ ଜଣେ ବରିଷ୍ଠ ଚିକିତ୍ସକ, ଜଣେ ରେଞ୍ଜରଙ୍କ ସମେତ ୬ଜଣିଆ କର୍ମଚାରୀଙ୍କୁ ନେଇ ଏକଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ଦିନ ତମାମ ସମସ୍ତ ଏନକ୍ଲୋଜର ବୁଲି ତଦାରଖ କରିବେ ବୋଲି ଜଣାପଡ଼ିଛି। ଆସନ୍ତା ମାର୍ଚ୍ଚ ପହିଲାରୁ ଏହା କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ମିିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ମାଲକାନଗିରି,୨୪।୪(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ନେଇ ସୀମାରେ ହାଇଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୋଲିସ ଯାଞ୍ଚ...

ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri