କପିଳାସରେ ଜଳକଷ୍ଟ ସବୁଦିନିଆ

ଢେଙ୍କାନାଳ ଅଫିସ, ୨୪।୭ – ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ବିଭାଗୀୟ ଅଧିକାରୀ ଏବଂ ଜିଲା ପ୍ରଶାସନର ଇଚ୍ଛା ଶକ୍ତିର ଅଭାବ ଯୋଗୁ ୨୦୧୭-୧୮ ଆର୍ଥିକ ବର୍ଷରେ ଏଠାରେ ଆରମ୍ଭ ହୋଇଥିବା ବୃହତ୍‌ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ପ୍ରଥମେ ଅମ୍ଫନ ଏବଂ ଏବେ କରୋନା ପାଇଁ ପ୍ରଶାସନିକକଳର କାର୍ଯ୍ୟସୂଚୀ ବ୍ୟସ୍ତବହୁଳ ହୋଇଯାଇଥିବାବେଳେ ଏହି ଜଳଯୋଗାଣ ପ୍ରକଳ୍ପର ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। କପିଳାସ ପୀଠରେ ପାନୀୟ ଜଳ ସମସ୍ୟାର ସ୍ଥାୟୀ ପ୍ରତିକାର କରିବା ଲାଗି ଗ୍ରାମ୍ୟ ଜଳ ଯୋଗାଣ ଏବଂ ପରିମଳ ବିଭାଗ ପକ୍ଷରୁ ୨୦୧୬-୧୭ ଆର୍ଥତ୍କ ବର୍ଷରେ ୫୩ଲକ୍ଷ ଟଙ୍କା ବ୍ୟୟରେ କପିଳାସ ପାଦଦେଶରୁ ୧୩୫୨ ପାହାଚ ରାସ୍ତାଦେଇ ମନ୍ଦିରକୁ ଜଳ ଯୋଗାଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ପ୍ରସ୍ତାବ ପାରିତ ହେବାପରେ ୨୦୧୭-୧୮ ଆର୍ଥତ୍କ ବର୍ଷରେ ଆରମ୍ଭ ହୋଇଥିଲା ପ୍ରକଳ୍ପ କାର୍ଯ୍ୟ। ଯୋଜନା ଅନୁଯାୟୀ, କପିଳାସ ପାଦ ଦେଶରେ ୪ ବୋରୱେଲ ଏବଂ ଏକ ସମ୍ପ୍‌ ନିର୍ମାଣ ହୋଇଛି। ଏଥିସହ ପାହାଚ ରାସ୍ତାଦେଇ ପାଇପ୍‌ ମଧ୍ୟ ବିଛା କାର୍ଯ୍ୟ ସରିଛି। ପାହାଚ ରାସ୍ତା ଦେଇ ପୀଠରେ ସୁବିଧାରେ ପାଣି ପହଞ୍ଚାଇବା ଲାଗି ଦୁଇଟି ସ୍ଥାନରେ ମେଶିନ ବସାଯାଇଛି। ତେବେ ମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ହାତରେ ଥିବାରୁ ନିଷିଦ୍ଧାଞ୍ଚଳ ଭାବେ ଘୋଷିତ ଏହି ପ୍ରାଚୀନ ପୀଠରେ ଉନ୍ନୟନମୂଳକ କାର୍ଯ୍ୟ କରାଯିବାକୁ ନେଇ ପ୍ରଶ୍ନ ଉଠାଇଥିଲା ଏଏସ୍‌ଆଇ। ଏହାପରେ ବିଭାଗ କାର୍ଯ୍ୟ ବନ୍ଦ କରିବାକୁ ବାଧ୍ୟ ହୋଇଥିଲା। ତେବେ ୨୦୧୯ରେ ତତ୍କାଳୀନ ଜିଲାପାଳ ଏଏସ୍‌ଆଇ ଅଧିକାରୀଙ୍କ ଆଲୋଚନା କରିବା ପରେ ପ୍ରକଳ୍ପ କାମ ତ୍ୱରାନ୍ବିତ କରିବାକୁ ସବୁଜ ସଙ୍କେତ ମିଳିଥିଲା। ତେବେ କିଛି ଦିନ ପ୍ରକଳ୍ପ କାମ ଚାଲିବା ପରେ ପୁଣି ବନ୍ଦ ରହିଛି। ଏହାକୁ ନେଇ ଶ୍ରଦ୍ଧାଳୁ ଏବଂ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ନିର୍ବାହୀଯନ୍ତ୍ରୀ ସୁରେନ୍ଦ୍ର କୁମାର ବେହେରା କୁହନ୍ତି, ପ୍ରକଳ୍ପ କାମ ସାରିବା ପାଇଁ ବିଭାଗ ଆଗ୍ରହୀ ରହିଛି। କରୋନା କଟକଣା ଯୋଗୁ ଏଥିରେ ସାମୟିକ ସମସ୍ୟା ଦେଖାଦେଇଛି। ଖୁବ୍‌ଶୀଘ୍ର ସହକାରୀ ଓ କନିଷ୍ଠଯନ୍ତ୍ରୀଙ୍କୁ ନେଇ ପୁଣି ଏକ ଡ୍ରଇଂ ପ୍ରସ୍ତୁତ କରାଯିବ। ପ୍ରକଳ୍ପ କାମ ଯେପରି ଶୀଘ୍ର ସରିବ ସେଥିଲାଗି ଉଦ୍ୟମ କରାଯିବ।

ରାଜ୍ୟ ସରକାର ହସ୍ତକ୍ଷେପ କରନ୍ତୁ
ପାନୀୟ ଜଳ ପ୍ରକଳ୍ପ ପାଇଁ ଅନୁଦାନ ମଞ୍ଜୁର ହୋଇଛି। ଏଏସ୍‌ଆଇ ସହ କଥାବାର୍ତ୍ତା ପରେ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାରେ ସମସ୍ୟା ନାହିଁ। ବିଭାଗୀୟ ଅଧିକାରୀଙ୍କ ଇଛାଶକ୍ତିର ଅଭାବରୁ ଏପରି କୃତ୍ରିମ ସମସ୍ୟା ସୃଷ୍ଟି ହୋଇଛି। ରାଜ୍ୟର ଏହି ପ୍ରମୁଖ ଶୈବପୀଠର ବିକାଶ ଲାଗି ରାଜ୍ୟ ସରକାର ହସ୍ତକ୍ଷେପ କରିବା ଜରୁରୀ।
-ନବୀନଚନ୍ଦ୍ର ନାରାୟଣ ଦାସ,
ପୂର୍ବତନ ମନ୍ତ୍ରୀ
ଲୋକଙ୍କୁ ନେଇ ଯୋଜନା ପ୍ରସ୍ତୁତ ହେଉ
ଜନସାଧାରଣଙ୍କୁ ନେଇ ଯୋଜନା ପ୍ରସ୍ତୁତ ହେବା ଦରକାର। ଅଧିକାରୀମାନେ ଏହା କରୁ ନ ଥିବାରୁ ବିଭ୍ରାଟ ହେଉଛି। ଟଙ୍କା ମିଳିବା ସତ୍ତ୍ୱେ ପ୍ରକଳ୍ପ ଶେଷ ନ ହେବା ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଛଡା ଆଉ କିଛି ନୁହେଁ। କପିଳାସ ପୀଠକୁ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ନ ପାରିବା ପରିତାପର ବିଷୟ।
-ସୁକାନ୍ତ ମିଶ୍ର, ବରିଷ୍ଠ ନାଗରିକ


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri