କପିଳାସରେ ଜଳକଷ୍ଟ ସବୁଦିନିଆ

ଢେଙ୍କାନାଳ ଅଫିସ, ୨୪।୭ – ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ବିଭାଗୀୟ ଅଧିକାରୀ ଏବଂ ଜିଲା ପ୍ରଶାସନର ଇଚ୍ଛା ଶକ୍ତିର ଅଭାବ ଯୋଗୁ ୨୦୧୭-୧୮ ଆର୍ଥିକ ବର୍ଷରେ ଏଠାରେ ଆରମ୍ଭ ହୋଇଥିବା ବୃହତ୍‌ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ପ୍ରଥମେ ଅମ୍ଫନ ଏବଂ ଏବେ କରୋନା ପାଇଁ ପ୍ରଶାସନିକକଳର କାର୍ଯ୍ୟସୂଚୀ ବ୍ୟସ୍ତବହୁଳ ହୋଇଯାଇଥିବାବେଳେ ଏହି ଜଳଯୋଗାଣ ପ୍ରକଳ୍ପର ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। କପିଳାସ ପୀଠରେ ପାନୀୟ ଜଳ ସମସ୍ୟାର ସ୍ଥାୟୀ ପ୍ରତିକାର କରିବା ଲାଗି ଗ୍ରାମ୍ୟ ଜଳ ଯୋଗାଣ ଏବଂ ପରିମଳ ବିଭାଗ ପକ୍ଷରୁ ୨୦୧୬-୧୭ ଆର୍ଥତ୍କ ବର୍ଷରେ ୫୩ଲକ୍ଷ ଟଙ୍କା ବ୍ୟୟରେ କପିଳାସ ପାଦଦେଶରୁ ୧୩୫୨ ପାହାଚ ରାସ୍ତାଦେଇ ମନ୍ଦିରକୁ ଜଳ ଯୋଗାଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ପ୍ରସ୍ତାବ ପାରିତ ହେବାପରେ ୨୦୧୭-୧୮ ଆର୍ଥତ୍କ ବର୍ଷରେ ଆରମ୍ଭ ହୋଇଥିଲା ପ୍ରକଳ୍ପ କାର୍ଯ୍ୟ। ଯୋଜନା ଅନୁଯାୟୀ, କପିଳାସ ପାଦ ଦେଶରେ ୪ ବୋରୱେଲ ଏବଂ ଏକ ସମ୍ପ୍‌ ନିର୍ମାଣ ହୋଇଛି। ଏଥିସହ ପାହାଚ ରାସ୍ତାଦେଇ ପାଇପ୍‌ ମଧ୍ୟ ବିଛା କାର୍ଯ୍ୟ ସରିଛି। ପାହାଚ ରାସ୍ତା ଦେଇ ପୀଠରେ ସୁବିଧାରେ ପାଣି ପହଞ୍ଚାଇବା ଲାଗି ଦୁଇଟି ସ୍ଥାନରେ ମେଶିନ ବସାଯାଇଛି। ତେବେ ମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ହାତରେ ଥିବାରୁ ନିଷିଦ୍ଧାଞ୍ଚଳ ଭାବେ ଘୋଷିତ ଏହି ପ୍ରାଚୀନ ପୀଠରେ ଉନ୍ନୟନମୂଳକ କାର୍ଯ୍ୟ କରାଯିବାକୁ ନେଇ ପ୍ରଶ୍ନ ଉଠାଇଥିଲା ଏଏସ୍‌ଆଇ। ଏହାପରେ ବିଭାଗ କାର୍ଯ୍ୟ ବନ୍ଦ କରିବାକୁ ବାଧ୍ୟ ହୋଇଥିଲା। ତେବେ ୨୦୧୯ରେ ତତ୍କାଳୀନ ଜିଲାପାଳ ଏଏସ୍‌ଆଇ ଅଧିକାରୀଙ୍କ ଆଲୋଚନା କରିବା ପରେ ପ୍ରକଳ୍ପ କାମ ତ୍ୱରାନ୍ବିତ କରିବାକୁ ସବୁଜ ସଙ୍କେତ ମିଳିଥିଲା। ତେବେ କିଛି ଦିନ ପ୍ରକଳ୍ପ କାମ ଚାଲିବା ପରେ ପୁଣି ବନ୍ଦ ରହିଛି। ଏହାକୁ ନେଇ ଶ୍ରଦ୍ଧାଳୁ ଏବଂ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ନିର୍ବାହୀଯନ୍ତ୍ରୀ ସୁରେନ୍ଦ୍ର କୁମାର ବେହେରା କୁହନ୍ତି, ପ୍ରକଳ୍ପ କାମ ସାରିବା ପାଇଁ ବିଭାଗ ଆଗ୍ରହୀ ରହିଛି। କରୋନା କଟକଣା ଯୋଗୁ ଏଥିରେ ସାମୟିକ ସମସ୍ୟା ଦେଖାଦେଇଛି। ଖୁବ୍‌ଶୀଘ୍ର ସହକାରୀ ଓ କନିଷ୍ଠଯନ୍ତ୍ରୀଙ୍କୁ ନେଇ ପୁଣି ଏକ ଡ୍ରଇଂ ପ୍ରସ୍ତୁତ କରାଯିବ। ପ୍ରକଳ୍ପ କାମ ଯେପରି ଶୀଘ୍ର ସରିବ ସେଥିଲାଗି ଉଦ୍ୟମ କରାଯିବ।

ରାଜ୍ୟ ସରକାର ହସ୍ତକ୍ଷେପ କରନ୍ତୁ
ପାନୀୟ ଜଳ ପ୍ରକଳ୍ପ ପାଇଁ ଅନୁଦାନ ମଞ୍ଜୁର ହୋଇଛି। ଏଏସ୍‌ଆଇ ସହ କଥାବାର୍ତ୍ତା ପରେ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାରେ ସମସ୍ୟା ନାହିଁ। ବିଭାଗୀୟ ଅଧିକାରୀଙ୍କ ଇଛାଶକ୍ତିର ଅଭାବରୁ ଏପରି କୃତ୍ରିମ ସମସ୍ୟା ସୃଷ୍ଟି ହୋଇଛି। ରାଜ୍ୟର ଏହି ପ୍ରମୁଖ ଶୈବପୀଠର ବିକାଶ ଲାଗି ରାଜ୍ୟ ସରକାର ହସ୍ତକ୍ଷେପ କରିବା ଜରୁରୀ।
-ନବୀନଚନ୍ଦ୍ର ନାରାୟଣ ଦାସ,
ପୂର୍ବତନ ମନ୍ତ୍ରୀ
ଲୋକଙ୍କୁ ନେଇ ଯୋଜନା ପ୍ରସ୍ତୁତ ହେଉ
ଜନସାଧାରଣଙ୍କୁ ନେଇ ଯୋଜନା ପ୍ରସ୍ତୁତ ହେବା ଦରକାର। ଅଧିକାରୀମାନେ ଏହା କରୁ ନ ଥିବାରୁ ବିଭ୍ରାଟ ହେଉଛି। ଟଙ୍କା ମିଳିବା ସତ୍ତ୍ୱେ ପ୍ରକଳ୍ପ ଶେଷ ନ ହେବା ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଛଡା ଆଉ କିଛି ନୁହେଁ। କପିଳାସ ପୀଠକୁ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ନ ପାରିବା ପରିତାପର ବିଷୟ।
-ସୁକାନ୍ତ ମିଶ୍ର, ବରିଷ୍ଠ ନାଗରିକ


Enter your email to get our daily news in your inbox.

All Right Reserved By Dharitri.Com

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୨ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri