ଜଳ ସୁରକ୍ଷା ଓ ଆଧୁନିକ ଅର୍ଥ ବ୍ୟବସ୍ଥା

ଗ୍ୟୁଲିଓ ବୋକାଲେଟି

ୟୁରୋପର ବିସ୍ତୀର୍ଣ୍ଣ ଅଞ୍ଚଳ ବନ୍ୟା ଏବଂ ପଶ୍ଚିମ ଆମେରିକା ସମ୍ପୂର୍ଣ୍ଣ ନିଅଁା ଓ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ପରିବର୍ତ୍ତିତ ଜଳବାୟ ଓ ଜଳ ନିୟନ୍ତ୍ରଣରେ ବିଫଳତା ଯୋଗୁ ପରିସ୍ଥିତି ଅସହନୀୟ ହୋଇଥାଏ। ଏଭଳି ସମସ୍ୟାକୁ ବିକାଶଶୀଳ ଦେଶଗୁଡ଼ିକ ସବୁବେଳେ ସାମ୍ନା କରନ୍ତି ଓ ଏ ସମ୍ପର୍କରେ ଭଲ ଭାବେ ଜାଣନ୍ତି। ଏବେ କିନ୍ତୁ ଏହି ସମସ୍ୟାକୁ ଧନୀ ଦେଶଗୁଡ଼ିକ ଅନୁଭବ କରୁଛନ୍ତି। ଗ୍ରୀଷ୍ମର ଘୋର ବିପର୍ଯ୍ୟୟ ପରେ ଜର୍ମାନୀ ଚାନ୍‌ସେଲର ଆଞ୍ଜେଲା ମର୍କେଲଙ୍କ ଠାରୁ ଆରମ୍ଭ କରି ଓରୋଗାଁଓ ଗଭର୍ନର କାଟେ ବ୍ରାଉନଙ୍କ ପର୍ଯ୍ୟନ୍ତ ବହୁ ରାଜନେତା ଜଳବାୟୁ ପରିବର୍ତ୍ତନ ବିରୋଧରେ ଏକ ବୈଶ୍ୱିକ ଯୁଦ୍ଧକୁ ତୀବ୍ର କରିବା ଲାଗି ଡାକରା ଦେଇଛନ୍ତି। ସାମ୍ପ୍ରତିକ ପରିସ୍ଥିତିରେ ଜଳବାୟୁ ପରିବର୍ତ୍ତନ ରୋକିବାକୁ ସବୁଜଗୃହ ବାଷ୍ପ ନିର୍ଗମନ ହ୍ରାସ କରିବା ଲାଗି ଜରୁରିକାଳୀନ ପଦକ୍ଷେପ ନିଆଯାଉଛି। ହେଲେ ଏହା ଯଥେଷ୍ଟ ନୁହେଁ। ଏବେ ଧନୀ ଦେଶ ସମୂହର ଜଳ ସୁରକ୍ଷାର ଅଭାବ ଜଳବାୟୁ ପରିବର୍ତ୍ତନକୁ ନୁହେଁ, ବରଂ ବ୍ୟାପକ ରାଜନୈତିକ ବିଫଳତାର ପ୍ରମାଣ ଦେଉଛି।
ବିଂଶଶତାବ୍ଦୀର ପ୍ରାରମ୍ଭରେ ସମସ୍ତେ ଏକ କଠିନ ଜଳବାୟୁ ପରିସ୍ଥିତିର ସାମ୍ନା କରୁଥିଲେ। ଏହାଦ୍ୱାରା ପ୍ରଭାବିତ ମଧ୍ୟ ହେଉଥିଲେ। ଦୃଷ୍ଟାନ୍ତ ସ୍ବରୂପ, ଆମେରିକାର ପଶ୍ଚିମ ଭାଗରେ ଯେଉଁମାନେ ମଧ୍ୟମ ଜଳବାୟୁ ସହ ଅଭ୍ୟସ୍ତ ଥିଲେ ସେମାନଙ୍କ ପାଇଁ ମଧ୍ୟ ସେହି ଅଞ୍ଚଳ ବାସ ଅନୁପଯୋଗୀ ହୋଇଗଲା। କାଲିଫର୍ନିଆ ଇମ୍ପେରିଆଲ ଭ୍ୟାଲିର ଫଳବଗିଚା ଏବେ ସୁଦ୍ଧା ତା’ ପୂର୍ବ ସ୍ଥିତିକୁ ଆସିପାରିନାହିଁ। ଭ୍ୟାଲିର ଉର୍ବର ମାଟି ଶୁଖି କଠିନ ହେବା ସହ ଏହା ଚାଷ ପାଇଁ ଅନୁପପଯୋଗୀ ହୋଇଗଲା। ସାଂସ୍କୃତିକ ତଥା ବୌଦ୍ଧିକ କ୍ଷେତ୍ରରେ ସ୍ବତନ୍ତ୍ର ସ୍ଥାନ ଅଧିତ୍କାର କରୁଥିବା ସାନ ଡିଏଗୋ, ଲସ୍‌ ଏଞ୍ଜେଲ୍ସ, ଲାସ୍‌ ଭେଗାସ, ଫୋଏନିକ୍ସ ସହରରେ ଜଳାଭାବ ଯୋଗୁ ଆଧୁନିକ ଜୀବନଶୈଳୀରେ ଜୀବନ ବିତାଉଥିତ୍ବା ଲୋକମାନଙ୍କୁ କିଛି ସହଯୋଗ କରିପାରିଲେ ନ ଥିଲେ। ସେହିପରି ପଞ୍ଚମ ଶତାବ୍ଦୀରେ ପାଶ୍ଚାତ୍ୟ ରୋମ ସାମ୍ରାଜ୍ୟର ପତନ ପର୍ଯ୍ୟନ୍ତ ୟୁରୋପୀୟ ଅଞ୍ଚଳ ଉନ୍ନତ ପ୍ରାକୃତିକ ପରିବେଶରେ ପରିପୂର୍ଣ୍ଣ ରହିଥିଲା, ଜଙ୍ଗଲମୟ ଥିଲା । ଆମେ ଏବେ ଏହି ମହାଦେଶର ଜଙ୍ଗଲକୁ ଅତ୍ୟନ୍ତ ରୋମାଞ୍ଚକ ବୋଲି କହିପାରିବା। ଶତାବ୍ଦୀ ଶତାବ୍ଦୀ ଧରି ଜର୍ମାନୀର ଇଞ୍ଜିନିୟରମାନେ ସମ୍ପୂର୍ଣ୍ଣ ମହାଦେଶରେ ଏହି ସବୁ ଜଙ୍ଗଲିଆ ଅଞ୍ଚଳକୁ ତା’ ପୂର୍ବ ସ୍ଥିତିକୁ ଫେରାଇ ଆଣିବା ଲାଗି ପ୍ରୟାସ କରିଥିଲେ ମଧ୍ୟ ବିଫଳ ହୋଇଥିଲେ ଓ ଏହାର ସ୍ଥାୟୀ ସୁରକ୍ଷା କରିପାରି ନ ଥିଲେ। ସେ ସମୟରେ ଚାଇନାର ଓ୍ବିିଙ୍ଗ୍‌ ରାଜବଂଶ ବିଶ୍ୱରେ ଖ୍ୟାତି ଲାଭ କରିଥିଲା। ଏସିଆର ବୃହତ୍‌ ନଦୀଗୁଡ଼ିକର ଜଳ ନିୟନ୍ତ୍ରଣ କରିବାର ସାମର୍ଥ୍ୟ ଯୋଗୁ ଏହା ସମ୍ଭବ ହୋଇଥିଲା। ତଥାପି ଲଗାତର ପ୍ରାକୃତିକ ବିପର୍ଯ୍ୟୟକୁ ଏହା ଦୂରେଇପାରି ନ ଥିଲା। ବିଂଶ ଶତାବ୍ଦୀର ପ୍ରାରମ୍ଭରେ ବି ଜଳବାୟ ସ୍ଥିତି ସେହି ଚାଇନାକୁ ପ୍ରଭାବିତ କରି ରଖିଲା। ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ମୁକାବିଲା କରିବା ଲାଗି ସେତେବେଳେ ବିଶ୍ୱସ୍ତରରେ କେବଳ ଗୋଟିଏ ଢାଞ୍ଚାରେ ପଦକ୍ଷେପ ନିଆଯାଉଥିଲା। କିନ୍ତୁ ପରେ ସବୁକିଛି ପରିବର୍ତ୍ତନ ହୋଇଗଲା। ଦୁଇଟି ବିଶ୍ୱଯୁଦ୍ଧ ଏବଂ ବର୍ଦ୍ଧିତ ରାଜନୈତିକ ସ୍ବାଧୀନତା ତଥା ମତାଧିକାର ବୈଶ୍ୱିକ କଲ୍ୟାଣ ଲାଗି ଦାବିକୁ ଜୋର୍‌ଦାର କଲା। ଆଉ ମଧ୍ୟ ଉନବିଂଶ ଶତାବ୍ଦୀରେ ବିଶିଷ୍ଟ ବ୍ୟକ୍ତି ତଥା ରାଜାନେତାମାନେ ଆର୍ଥିକ ଅଭିବୃଦ୍ଧି ପ୍ରତି ଆଗ୍ରହ ପ୍ରକାଶ କରୁ ନ ଥିଲେ। ଏଥିରେ ପୁଞ୍ଜି ଶେୟାର କରାଯାଉ ନ ଥିଲା। ପରେ ବେରୋଜଗାରୀ ଓ ଅସୁରକ୍ଷା ବୃଦ୍ଧି ଯୋଗୁ ରାଜନେତାମାନେ ଉତ୍ତରଦାୟୀ ରହିଲେ ଏବଂ ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ସେମାନେ ଅଧିକ ଚିନ୍ତା କଲେ। ଏହି କ୍ରମରେ ଆର୍ଥିକ ବ୍ୟବସ୍ଥାରେ ସହଜରେ ପାଣି ଉପଲବ୍ଧ କରାଇବା ଏକ ରାଜନୈତିତିକ ଅନିବାର୍ଯ୍ୟତା ହେଲା ଏବଂ ଏହା ଦେଶ ଗଠନରେ ଏକ ପ୍ରମୁଖ କାରକ ପାଲଟିଲା।
ଏହି ଧାରାରେ ଚାଲିଥିବା ଅଧିକାଂଶ ଦେଶ ସେମାନଙ୍କ ଜଳଉତ୍ସକୁ କଞ୍ଜ୍ୟୁମର ଇକୋନୋମି ବା ଉପଭୋକ୍ତା ଅର୍ଥବ୍ୟବସ୍ଥାର ସେବାରେ ପରିବର୍ତ୍ତନ କରିବା ଆରମ୍ଭ କଲେ। ସେମାନେ ମଧ୍ୟ ଏକ ବିସ୍ତାରିତ ରାଜନୈତିକ କ୍ଷେତ୍ରକୁ ପ୍ରବେଶ କଲେ। ସୁଧାର ଯୋଜନାଗୁଡ଼ିକରେ ଚାଷଜମି ବଢ଼ାଇଲେ ଏବଂ ବ୍ୟାପକ ଆର୍ଥିକ ସୁଯୋଗ ସୃଷ୍ଟି କଲେ। ପରେ ସାମ୍ନାକୁ ଆସିଲା ଜଳବିଦ୍ୟୁତ ପ୍ରକଳ୍ପ। ଏହା ଶିଳ୍ପକରଣ ଏବଂ ଗଣ ରୋଜଗାରକୁ ସମର୍ଥନ କରିବା ସହ ଆଗକୁ ବଢ଼ାଇବାରେ ସାହାଯ୍ୟ କଲା। କ୍ରମଶଃ ନଦୀଗୁଡ଼ିକ ବିକାଶର ରୂପରେଖ ପାଲଟିଗଲା। ସହରଗୁଡ଼ିକ ବୃଦ୍ଧିପାଇଲା ଓ ସେଠାରେ ବନ୍ୟା ରାଜନୈତିକ ଦୃଷ୍ଟିକୋଣରୁ ଅସହନୀୟ ହେଲା। ସ୍ବଚ୍ଛ ଜଳ ଯୋଗାଣ ଦ୍ୱାରା ଅସ୍ବାସ୍ଥ୍ୟକର ପରିସ୍ଥିତି ଦୂର କରାଗଲା। ନଦୀପାର୍ଶ୍ୱ ସୁରକ୍ଷା ବନ୍ଧ, ବନ୍ୟା ପ୍ରତିାରୋଧୀ ବ୍ୟବସ୍ଥା, କେନାଲ ଏବଂ ଜଳଭଣ୍ଡାର ଅଧିକ କରାଯିବା ଯୋଗୁ ଧୀରେ ଧୀରେ ସ୍ଥିତିରେ ପରିବର୍ତ୍ତନ ଆସିଲା। ଦେଶର ଅର୍ଥବ୍ୟବସ୍ଥାରେ ଏ ସବୁ ନିର୍ମାଣ କରିବା ଲାଗି ସବୁବେଳେ ଅର୍ଥ ବରାଦ କରାଗଲା ଏବଂ ମତଦାତାଙ୍କ ମହତ୍ୱାକାଂକ୍ଷାକୁ ଲକ୍ଷ୍ୟ କରି ଏହାକୁ ସମର୍ଥନ କରାଗଲା। ବିଂଶ ଶତାବ୍ଦୀରେ ସବୁଠୁ ବୃହତ୍‌ ଜଳ ପରିଯୋଜନା ହାତକୁ ନେଇ ଆମେରିକା ଏ କ୍ଷେତ୍ରରେ ସବୁଠୁ ଆଗରେ ରହିଲା।
ଆଧୁନିକ ଜଳ ଭିତ୍ତିଭୂମି କ୍ଷେତ୍ରରେ ନିବେଶ କରିବାର ଧାରା ବିଶ୍ୱରେ ବ୍ୟାପିଲା ଓ ବଢିଚାଲିଲା। ଏକ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ମଧ୍ୟ ଲକ୍ଷ୍ୟ କରାଗଲା। ବିଂଶ ଶତାବ୍ଦୀର ପ୍ରାରମ୍ଭରେ ମଣିଷ ପାଖରେ କୌଣସି ଜଳଭଣ୍ଡାର କିମ୍ବା ବଡ଼ ଡ୍ୟାମ୍‌ ନ ଥିଲା। ତେବେ ୧୯୭୦ ଦଶକ ସୁଦ୍ଧା ପୃଥିବୀରୁ ସମୁଦ୍ରକୁ ବହିଯାଉଥିବା ଜଳର ପ୍ରାୟ ୫ ଭାଗରୁ ୧ ଭାଗ ଧରି ରଖା ଯାଇପାରିଲା। ଲୋକମାନେ ପରିବେଶଗତ ପ୍ରଭାବକୁ ଦୂରେଇ ଦେଇ ସ୍ଥିତିରେ କିଛି ପରିବର୍ତ୍ତନ ଆଣିଲେ । ଏହି ଉଦ୍ୟମ ଆଧୁନିକ ଯୋଜନା କରିବାରେ ସାହାଯ୍ୟ କଲା। ଶେଷରେ ଲୋକମାନେ ଏକ କଷ୍ଟଦାୟକ ଜଳବାୟୁର ପ୍ରଭାବରୁ ବଞ୍ଚିପାରିଲେ। କିନ୍ତୁ ବହୁ ସମୟ ପର୍ଯ୍ୟନ୍ତ ବିକଶିତ ଦେଶଗୁଡ଼ିକରେ ରହୁଥିତ୍ବା ଲୋକମାନେ ନଦୀବନ୍ଧ ଓ ଅନିକଟରୁ ବହିଯାଉଥିବା ଜଳ କଥା ଚିନ୍ତା କରି ନ ଥିତ୍ଲେ। ପରେ ଏଥିରେ ପରିବର୍ତ୍ତନ କରାଗଲା। ଉପଭୋକ୍ତା ଅର୍ଥ ବ୍ୟବସ୍ଥାରେ ପରିବର୍ତ୍ତନ ମଧ୍ୟ ଆସିଲା। ଏସବୁ ବାଦ୍‌ ଚଳିତ ବର୍ଷ କାଲିଫର୍ନିଆ ଓ ଜର୍ମାନୀର ଲୋକମାନେ ପ୍ରକୃତିର କରାଳ ରୂପ ଦେଖି ସ୍ତବ୍ଧ ହୋଇଯାଇଛନ୍ତି। ଏକ ପ୍ରଳୟଙ୍କରୀ ସ୍ଥିତି ସେମାନେ ଦେଖିତ୍ଲେ ଯାହା ଚିନ୍ତା ବାହାରେ। ବନ୍ୟା ଓ ମରୁଡ଼ି ଲଗାତର ବିଶ୍ୱର କୋଟି କୋଟି ଗରିବଙ୍କୁ ପ୍ରଭାବିତ କରି ଆସିଥିଲେ ମଧ୍ୟ ଏଭଳି ଘଟଣାଗୁଡ଼ିକ କ୍ୱଚିତ ଚର୍ଚ୍ଚାକୁ ଆସୁଛି। ମାଲଥୁସିଆନଙ୍କ ବିଶ୍ୱାସରେ ଦାରିଦ୍ର୍ୟକୁ ନୈତିକ ବିଫଳତାର ଏକ ଲକ୍ଷଣ ଭାବେ ବିଚାର କରାଯିବା ଭଳି ଅବିକଶିତର ଏକ ଅପରିହାର୍ଯ୍ୟ ପରିଣାମ ରୂପେ ବିକାଶଶୀଳ ଦେଶଗୁଡ଼ିକରେ ଘଟୁଥିବା ବିପର୍ଯ୍ୟୟକୁ ଅସ୍ବୀକାର କରାଯାଉଛି।
ବିକାଶ ଓ ସ୍ଥାୟୀ ରାଜନୈତିକ ବ୍ୟବସ୍ଥା ଯୋଗୁ ଜଳ ସୁରକ୍ଷା ହେଉଛି ତାହା ନୁହେଁ, ବରଂ ଏହାର ଉଭୟ କ୍ଷେତ୍ରକୁ ଯଥେଷ୍ଟ ଅବଦାନ ରହିଛି। ଆଧୁନିକ ଅର୍ଥ ବ୍ୟବସ୍ଥାଗୁଡ଼ିକ ଏବଂ ସ୍ଥାୟୀ ରାଜନୈିତିକ ବ୍ୟବସ୍ଥା ଜଳ ସୁରକ୍ଷା ଓ ଏହାଦ୍ୱାରା ସୃଷ୍ଟି ସୁଯୋଗର ପ୍ରତିଶ୍ରୁତିରୁ ହିଁ ଗଢି ଉଠିଥିତ୍ଲା। କିନ୍ତୁ ଏହି ପ୍ରତିଶ୍ରୁତି ପୂରଣ କରିବାରେ ଏମାନେ ବିଫଳ ହୋଇଛନ୍ତି। ଏହା ନାଗରିକ ଓ ଦେଶ ମଧ୍ୟରେ ଥିବା ଦୃଢ ବନ୍ଧନ ଉପରେ ସିଧାସଳଖ ବିପଦ ଠିଆ କରିଦେଇଛି। ସମ୍ଭବତଃ ବିଂଶଶତାବ୍ଦୀର ଜଳ ସୁରକ୍ଷାର ସ୍ଥାୟୀ ସମାଧାନ ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନିଆଯାଇନାହିଁ ବୋଲି ପ୍ରମାଣିତ ହେଉଛି। ଏହି ଶତାବ୍ଦୀରେ ପରିବେଶ ସହ ଆମର ନୂଆ ସମ୍ପର୍କ ଯୋଡ଼ିବାରେ ଜଳବାୟୁଜନିତ ବିପର୍ଯ୍ୟୟଗୁଡ଼ିକ ଅଗ୍ରଦୂତ ଭାବେ ରହିଛନ୍ତି ଏବଂ ପିଢି ପିଢି ଧରି ଆମେ ଉପସ୍ଥାପନ କରି ନ ଥିବା ପ୍ରଶ୍ନଗୁଡ଼ିକୁ ପୁଣି ଉଖାରିଛନ୍ତିି। ଆମେ ପରିବେଶ ଓ ଆମ ଅଞ୍ଚଳକୁ କେମିତି ଦେଖିବାକୁ ଚାହଁୁ। କେଉଁ ବିପଦଗୁଡ଼ିକ ଆମେ ସହିବାକୁ ସକ୍ଷମ। ପରିବେଶଗତ ସୁରକ୍ଷା ଦୃଷ୍ଟିକୋଣରୁ ଆମେ ଦେଶଠାରୁ କ’ଣ ଆଶା କରିବା ଉଚିତ ଏବଂ ଏଥିରେ ଆମର କ’ଣ ଅଧିକାର ନିହିତ ରହିଛି। ଏସବୁ ରାଜନେତିକ ପ୍ରଶ୍ନଗୁଡ଼ିକୁ ବୁଝିବା କଷ୍ଟକର। ଏ ପ୍ରଶ୍ନଗୁଡ଼ିକ ମଧ୍ୟ ଏକବିଂଶ ଶତାବ୍ଦୀର ପ୍ରମୁଖ କେନ୍ଦ୍ର ପାଲଟିବ।
ଅନରାରି ରିସର୍ଚ୍ଚ ଆସୋସିଏଟ୍‌, ସ୍ମିଥ୍‌ ସ୍କୁଲ ଅଫ୍‌ ଏଣ୍ଟରପ୍ରାଇସ ଆଣ୍ଡ୍‌ ଏନଭାଇରନ୍‌ମେଣ୍ଟ,
ୟୁନିଭର୍ସିଟି ଅଫ୍‌ ଅକ୍ସଫୋର୍ଡ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri