Posted inରାଜ୍ୟ

ବାଚସ୍ପତିଙ୍କୁ ଗୃହକୁ ଛାଡ଼ିଲେନି

ଭୁବନେଶ୍ୱର,୯।୯(ବ୍ୟୁରୋ): ଖଣି ଦୁର୍ନୀତି ପ୍ରସଙ୍ଗ ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କଲେ ନାହିଁ। ଏହାକୁ ନେଇ ବିରୋଧୀ ଭାଜପା ଓ କଂଗ୍ରେସ ସଦସ୍ୟମାନେ ବିଧାନସଭାରେ ହୁଲସ୍ଥୂଲ କରିଛନ୍ତି। ମୁଲତବୀ ଗ୍ରହଣ କର, ନଚେତ୍‌ ଗୃହ ଚଳାଇ ଦେବୁନାହିଁ। ଏଭଳି ଜିଦ୍‌ରେ ଅଡ଼ିବସି ବିରୋଧୀ ଦଳ ସଦସ୍ୟମାନେ ବିଧାନସଭାକୁ ସମ୍ପୂର୍ଣ୍ଣ ଅଚଳ କରି ଦେଇଛନ୍ତି। ଏଭଳି ହଟ୍ଟଗୋଳ ତରବରିଆ ଭାବେ ବିନା ଆଲୋଚନାରେ ୪ଟି ବିଲ୍‌ ପାରିତ ହୋଇଛି।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ବୁଧବାର ୧୦ଟା ୩୦ ମିନିଟ୍‌ରେ ସଭାକାର୍ଯ୍ୟ ଚଳାଇବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ପ୍ରବେଶ କରିଥିଲେ। ପ୍ରଶ୍ନୋତ୍ତର ଆରମ୍ଭ କରିବା ମାତ୍ରେ ଭାଜପା ଓ କଂଗ୍ରେସ ସଦସ୍ୟମାନେ ବିଧାନସଭା ମଧ୍ୟଭାଗକୁ ମାଡ଼ି ଆସିଥିଲେ। ଖଣି ଦୁର୍ନୀତି ସମ୍ପର୍କରେ ଆଲୋଚନା କରିବା ପାଇଁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବକୁ କାହିଁକି ଗ୍ରହଣ କରାଯିବ ନାହିଁ ବୋଲି ବାଚସ୍ପତିଙ୍କୁ ପ୍ରଶ୍ନ କରିଥିଲେ। ବାଚସ୍ପତି ବିରୋଧୀଙ୍କ ଦାବିକୁ କର୍ଣ୍ଣପାତ ନ କରି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ଚେଷ୍ଟା କରିଥିଲେ। ପ୍ରଥମ ପ୍ରଶ୍ନ ୧୮୧ ନମ୍ବରର ପ୍ରଶ୍ନକର୍ତ୍ତା କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି ଅନୁପସ୍ଥିତ ଥିବାରୁ ବିଜେଡି ସଭ୍ୟ ଭୂପିନ୍ଦର ସିଂ ପଚାରିଥିବା ୧୮୨ ନମ୍ବର ପ୍ରଶ୍ନର ଉତ୍ତର ଦେବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ସେ କହିଥିଲେ। ମନ୍ତ୍ରୀ ଉତ୍ତର ପଢ଼ିବା ଆରମ୍ଭ କରିବା ମାତ୍ରେ ବିରୋଧୀ ଦଳ ନିଜର ନାରାବାଜିକୁ ଆହୁରି ଶାଣିତ କରିଥିତ୍ଲେ। ପ୍ରବଳ ହଟ୍ଟଗୋଳକୁ ଦେଖି ବାଚସ୍ପତି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ମାତ୍ର ୧ ମିନିଟ୍‌ ପରେ ଅର୍ଥାତ୍‌ ୧୦ଟା ୩୧ ମିନିଟ୍‌ରେ ଗୃହକୁ ପୂର୍ବାହ୍ନ ୧୧ଟା ୩୦ ମିନିଟ୍‌ ଯାଏ ମୁଲତବୀ ଘୋଷଣା କରିଥିଲେ। ଏହାପରେ ବାଚସ୍ପତି ବିଧାନସଭା ପରିସରରେ ଥିବା ନିଜ ଚାମ୍ବରକୁ ଚାଲିଯାଇଥିଲେ। କିନ୍ତୁ ଭାଜପା, କଂଗ୍ରେସ ଓ ସିପିଏମ୍‌ ସଦସ୍ୟମାନେ ବାଚସ୍ପତିଙ୍କ ଚାମ୍ବର ଆଗରେ ବସି ବାଟ ଓଗାଳିଥିଲେ। ଫଳରେ ବାଚସ୍ପତି ନିଜ ଚାମ୍ବରରୁ ବାହାରି ପାରି ନ ଥିଲେ। ୧୧ଟା ୩୦ ମିନିଟ୍‌ରେ ବାଚସ୍ପତି ଆଉ ଗୃହକୁ ଯାଇପାରି ନ ଥିଲେ। ଉପବାଚସ୍ପତି ରଜନୀକାନ୍ତ ସିଂ ଗୃହକୁ ଆସି ଅପରାହ୍ନ ୪ଟା ଯାଏ ବିଧାନସଭାକୁ ମୁଲତବୀ ଘୋଷଣା କରିଥିଲେ। ସ୍ବାସ୍ଥ୍ୟଗତ କାରଣ ଯୋଗୁ ବାଚସ୍ପତିଙ୍କୁ ପୂର୍ବାହ୍ନରେ କିଛି ସମୟ ପାଇଁ ଛାଡ଼ିଥିଲେ। ବାଚସ୍ପତି ଅପରାହ୍ନରେ ଚାମ୍ବରକୁ ଫେରିବା ପରେ ବିରୋଧୀ ସଦସ୍ୟମାନେ ପୁଣିଥରେ ଘେରାଉ କରିଥିଲେ। ବାଚସ୍ପତି ଗୃହ ଚଳାଇବାକୁ ଆସିପାରି ନ ଥିଲେ। ଉପବାଚସ୍ପତି ହଟ୍ଟଗୋଳ ମଧ୍ୟରେ ୪ଟି ବିଲ୍‌କୁ ବିନା ଆଲୋଚନାରେ ପାରିତ କରିଥିଲେ। ବିଲ୍‌ ପାରିତ ହେବା ପରେ ଉପବାଚସ୍ପତି ଗୃହକୁ ଗୁରୁବାର ପୂର୍ବାହ୍ନ ୧୦ଟା ଯାଏ ବିଧାନସଭାକୁ ମୁଲତବୀ ଘୋଷଣା କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ବେଦାନ୍ତ ପରିଚାଳିତ ଫେକର ଓସ୍ତପାଳ ଖଣିର ଅନିୟମିତତାକୁ କିଭଳି ପ୍ରଶାସନ ସହାୟତାରେ ଘୋଡ଼ାଯାଉଥିଲା ତାହା ବେଦାନ୍ତର ଏକ ଆଭ୍ୟନ୍ତରୀଣ ଇ-ମେଲ୍‌ରୁ ଜଣାପଡ଼ିଥିଲା। ଏହି ଖବର ଧରିତ୍ରୀରେ ଜୁଲାଇ ୨୯ ତାରିଖରେ ପ୍ରକାଶ ପାଇଥିଲା। ଏହାକୁ ନେଇ ବିରୋଧୀ ଦଳ ବିଧାନସଭାରେ ଖଣି ଦୁର୍ନୀତି ସମ୍ପର୍କରେ ଆଲୋଚନା କରିବାକୁ ଚାହୁଁଥିଲେ। ଏନେଇ ମୁଲତବୀ ପ୍ରସ୍ତାବ ଦିଆଯାଇଥିଲା। ତେବେ ବାଚସ୍ପତି ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଥିଲେ। ଖଣି ଦୁର୍ନୀତି ପ୍ରସଙ୍ଗ ଆଲୋଚନା ପାଇଁ ସରକାର ରାଜି ହେଉ ନ ଥିବା ଜାଣି ବିରୋଧୀ ଦଳ ଗୃହକୁ ଅଚଳ କରି ଦେଇଥିଲେ।
ଗୃହ ଅଚଳ ହେବା ପରେ ଶାସକ ଓ ବିରୋଧୀ ପରସ୍ପରକୁ ଦୋଷାରୋପ କରିଛନ୍ତି। ବିଧାନସଭା ବାହାରେ ଗଣମାଧ୍ୟମକୁ ସୂଚନା ଦେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଧରିତ୍ରୀରେ ଖଣି ଦୁର୍ନୀତିକୁ ନେଇ ବାହାରିଥିବା ଷ୍ଟୋରି ଆଧାରରେ ମୁଲତବୀ ପ୍ରସ୍ତାବ ଦିଆଯାଇଥିଲା। ବାଚସ୍ପତି ଏହାକୁ ଗ୍ରହଣ କଲେ ନାହିଁ। ଏହାକୁ କ’ଣ ପାଇଁ ଗ୍ରହଣ କଲେ ନାହିଁ ତାହାକୁ ବାଚସ୍ପତି କହିଲେ ନାହିଁ। ପୂର୍ବରୁ ଅନେକ ସମୟରେ ସମାନ ଭାଷା ଓ ସମାନ ଦାବି ଉପରେ ଗୃହରେ ଆଲୋଚନା ହୋଇଛି। ଏହା ଅଗଣତାନ୍ତ୍ରିକ। ବିରୋଧୀ ଦଳଙ୍କ ଅଧିକାରକୁ ବାଚସ୍ପତି ସଙ୍କୁଚିତ କରିବାକୁ ଚାହୁଁଛନ୍ତି। ଖଣି ଦୁର୍ନୀତି ପାଇଁ ସରକାର ଏତେ ଭୟଭୀତ ଯେ ବିରୋଧୀ ଦଳକୁ ସମ୍ମୁଖୀନ ହେବାକୁ ଡରୁଛନ୍ତି ଏବଂ ପଛଘୁଞ୍ଚା ଦେଉଛନ୍ତି। ଭାରତ ଇତିହାସରେ ଏହା ହେଉଛି ପ୍ରଥମ ଘଟଣା, ଯାହାକି ବାଚସ୍ପତିଙ୍କୁ ତାଙ୍କ ଚାମ୍ବରରେ ଘେରାଉ କରି ରଖାଗଲ। ବାଚସ୍ପତିଙ୍କର ଜରୁରୀ ଚିକିତ୍ସା ଦରକାର ପଡ଼ିବାରୁ ତାଙ୍କୁ କିଛି ସମୟ ପାଇଁ ଛଡ଼ା ଯାଇଥିଲା। ହସ୍ପିଟାଲରୁ ଆସିବା ପରେ ଅପରାହ୍ନ ୩ଟା ୪୦ରେ ପୁଣି ତାଙ୍କୁ ତାଙ୍କ ଚାମ୍ବରରେ ଘେରାଉ କରି ରଖାଯାଇଥିଲା। ଏଭଳି ଘଟଣା ବିଧାନସଭା ଇତିହାସରେ କେବେ ହୋଇ ନ ଥିଲା ବୋଲି ନରସିଂହ କହିଛନ୍ତି।
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି, ରାଜ୍ୟ ସରକାର ଖଣି ଦୁର୍ନୀତି ଆଲୋଚନାକୁ ଡରୁଛନ୍ତି। ଖଣି ଦୁର୍ନୀତିରେ ରାଜ୍ୟ ସରକାର ଓ ଖଣି ମାଲିକଙ୍କ ସହ ସଲାସୁତରା ରହିଛି। ଆମେ ଯେତେବେଳେ ଏହି ପ୍ରସଙ୍ଗ ପ୍ରଶ୍ନୋତ୍ତର ସମୟରେ ଆଲୋଚନା କରିବାକୁ ଚାହୁଁଛୁ ବାଚସ୍ପତି ଗୃହକୁ ମୁଲତବୀ କରି ଦେଉଛନ୍ତି। ଏହାର ପ୍ରତିବାଦରେ ଆମେ ବାଚସ୍ପତିଙ୍କୁ ଘେରାଉ କରିଥିଲୁ ବୋଲି ସେ କହିଛନ୍ତି।
ବିଜେଡି ସଦସ୍ୟ ପ୍ରତାପ ଦେବ ବିରୋଧୀ ଦଳଙ୍କ ଏଭଳି ଆଚରଣକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ବିରୋଧୀଙ୍କ ଆଚରଣ ରାଜନୀତିରେ ଗୋଲ୍‌ପୋଷ୍ଟ ଶିଫ୍ଟ କରିବା ଭଳି ହୋଇଛି। ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା ପାଇଁ ସେମାନେ ଦାବି କରିଥିଲେ। ଆଲୋଚନା ହେଲା, କିନ୍ତୁ ସାର ଅଭାବ, ବୀମା ସମସ୍ୟା ଆଦିକୁ ବିରୋଧୀ ଭୁଲିଗଲେ। ବଡ଼ ପ୍ରସଙ୍ଗକୁ ଛାଡ଼ି ଅନ୍ୟ ଆଲୋଚନା ଚାହୁଁଛନ୍ତି। କାରଣ ଚାଷୀ ପ୍ରସଙ୍ଗରେ ଆଲୋଚନା ହେଲେ କେନ୍ଦ୍ରର ମୁଖା ଖୋଲିଯିବ। ଅନ୍ୟପକ୍ଷରେ ବାଚସ୍ପତି କହିଛନ୍ତି, ବିଜେଡି, ଭାଜପା ଓ କଂଗ୍ରେସ ବିଧାୟକଙ୍କ ସହିତ ସେ ଆଲୋଚନା କରିଛନ୍ତି। କାହିଁକି ମୁଲତବୀ ପ୍ରସ୍ତାବ ଗ୍ରହଣ ହେଲାନି, ତା’ର ଉତ୍ତର ମୁଁ ଦେଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ରାହୁଲଙ୍କ ନାକରୁ ବାହାରିଲା ରକ୍ତ: ଅଟକରୁ ମୁକ୍ତ ହେବା ପରେ ପିଏମ ମୋଦିଙ୍କୁ ଏମିତି ମେସେଜ୍‌ ଦେଲେ ରାହୁଲ

ନୂଆଦିଲ୍ଲୀ,୨୨।୭: ପ୍ରଧାନମନ୍ତ୍ରୀ ବାସବଭନ ବାହାରେ ଛାତ୍ରୀଛାତ୍ରଙ୍କ ବିଭିନ୍ନ ପ୍ରସଙ୍ଗକୁ ନେଇ ହୋଇଥିବା ପ୍ରତିବାଦ ପ୍ରଦର୍ଶନ ପରେ ହାଜତକୁ ନିଆଯାଇଥିବା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri