ଜଳ ପରିମଳ: ଓଡ଼ିଶା ପାଇବ ୫୨୮୦ କୋଟି

ନୂଆଦିଲ୍ଲୀ/ଭୁବନେଶ୍ୱର,୩୦ା୮(ବ୍ୟୁରୋ): ଆର୍ଥିକ ବର୍ଷ ୨୦୨୧-୨୨ଠାରୁ ୨୦୨୫-୨୬ ଯାଏ ଦେଶର ଗ୍ରାମ ପଞ୍ଚାୟତଗୁଡିକୁ ୧.୪୨ ଲକ୍ଷ କୋଟି ଟଙ୍କାର ଅନୁଦାନ କେନ୍ଦ୍ର ସରକାର ଯୋଗାଇ ଦେବେ। ପାନୀୟ ଜଳ ଯୋଗାଣ ଏବଂ ପରିମଳ ବ୍ୟବସ୍ଥା ସୁଧାରିବା ଲାଗି ଏହା ଖର୍ଚ୍ଚ ହେବ। ଏହି ରାଶି ପ୍ରଦାନ ଲାଗି ପଞ୍ଚଦଶ ଅର୍ଥ କମିଶନ ସୁପାରିସ କରିଥିବା ଜଣାପଡ଼ିଛି। ଉକ୍ତ ଯୋଜନାରେ ଓଡ଼ିଶାକୁ ଚଳିତ ଆର୍ଥିକ ବର୍ଷ ୧,୦୦୨ କୋଟି ଟଙ୍କା ଅନୁଦାନ ମିଳିବ। ସେହିଭଳି ଆଗାମୀ ୪ ଆର୍ଥିକ ବର୍ଷରେ ଯଥାକ୍ରମେ- ୧୦୩୬ କୋଟି, ୧୦୪୮ କୋଟି, ୧,୧୧୦ କୋଟି ଏବଂ ୧,୦୮୪ କୋଟି ଟଙ୍କା ମିଳିବ। ଏହି ବର୍ଷଗୁଡିକରେ ଓଡ଼ିଶା ମୋଟ ୫,୨୮୦ କୋଟି ଟଙ୍କା ପାଇବ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଜୀବନ ଧାରଣ ମାନରେ ଉନ୍ନତି ଏବଂ ସ୍ବାସ୍ଥ୍ୟାବସ୍ଥା କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି। ଅର୍ଥ ମନ୍ତ୍ରଣାଳୟ ଅଧୀନ ବ୍ୟୟ ବିଭାଗ ପକ୍ଷରୁ ଏ ନେଇ ଗାଇଡ୍‌ଲାଇନ ଜାରି କରାଯାଇଛି। କେଉଁ ବର୍ଷ କେତେ ଅର୍ଥ ପ୍ରଦାନ କରାଯିବ ଏବଂ ଏହା କେଉଁ ଉପାୟରେ ଖର୍ଚ୍ଚ ହେବ ସେ ନେଇ ଏଥିରେ ଉଲ୍ଲେଖ ରହିଛି। ଏହି ଯୋଜନା ଲାଗି କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟର ପାନୀୟ ଜଳ ଏବଂ ପରିମଳ ବିଭାଗ ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିବ ବୋଲି ଜଣାପଡିଛି।
ଗ୍ରାଣ୍ଟ ଭାବେ ଏହି ଅର୍ଥ ପ୍ରଦାନ କରାଯିବ। ପ୍ରଥମ କିସ୍ତିରେ ୨୫ ରାଜ୍ୟକୁ ଉକ୍ତ ରାଶି ଯୋଗାଣ କରାଯିବ ବୋଲି ଜଣାପଡିଛି। ଚଳିତବର୍ଷ ବଜେଟରେ ୫୦ ହଜାର କୋଟିର ସହାୟତା, ଜଳ ଜୀବନ ମିଶନରେ ୩୦ ହଜାର କୋଟି ରାଜ୍ୟଗୁଡିକର ଅଂଶ, ଟାଏଡ୍‌ ଗ୍ରାଣ୍ଟ ଭାବେ ୨୮ ହଜାର କୋଟି ବ୍ୟୟ ବରାଦ କରାଯାଇଛି। ଏହା ଗ୍ରାମ୍ୟ ଅର୍ଥନୀତି ସୁଦୃଢ କରିବା ଆଶା କରାଯାଉଛି। ଚଳିତ ଆର୍ଥିକ ବର୍ଷରେ ପାନୀୟ ଜଳ ଏବଂ ପରିମଳ ଲାଗି ୨୬,୯୪୦ କୋଟି ଅନୁଦାନ ସରକାର ଦେବେ। ସେହିଭଳି ଆଗାମୀ ୪ ଆର୍ଥତ୍କ ବର୍ଷରେ ଯଥାକ୍ରମେ ୨୭,୯୦୮ କୋଟି, ୨୮,୨୧୨ କୋଟି, ୨୯,୮୮୦ କୋଟି ଏବଂ ୨୯,୧୪୪ କୋଟି ଟଙ୍କା ପ୍ରଦାନ କରିବା ନେଇ ଯୋଜନା କରିଛନ୍ତି। କେନ୍ଦ୍ର ସରକାର ଲୋକଙ୍କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଯୋଜନା କରିଛନ୍ତି। ରାଜ୍ୟଗୁଡିକର ସହଯୋଗରେ ୨୦୧୯ ଅଗଷ୍ଟରୁ ଜଳଜୀବନ ମିଶନ କାର୍ଯ୍ୟକାରୀ ହେଉଛି। ଏଥିରେ ୩.୬୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ଯୋଜନା ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri