ଗୁରୁଜୀଙ୍କ ନାଁରେ ଅଭିଯୋଗ ଲମ୍ବୁଛି

ଖୋର୍ଦ୍ଧା ଅଫିସ,୩୦ା୮: ମାନବବାଦ ସଙ୍ଗଠନ ନାଁରେ ତାଲିବାନୀ ଶାସନ ଚଳାଇଥିବା ତଥାକଥିତ ଗୁରୁଜୀ ମାନସ ଦାସଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ଲମ୍ବିବାରେ ଲାଗିଛି। ମାନସଙ୍କ ବିରୋଧରେ ଜଣକ ପରେ ଜଣେ ମୁହଁ ଖୋଲିବା ଆରମ୍ଭ କରିଛନ୍ତି। କଡ଼ବ ଗ୍ରାମର ମାଗୁଣି ନାୟକ ଓ ତାଙ୍କ ପୁଅ ଆନନ୍ଦଙ୍କୁ ବନ୍ଦ କୋଠରିରେ ମାଡ଼ ମରାଯିବା ଘଟଣାର ଭିଡିଓ ଭାଇରାଲ ପରେ ଏଭଳି ଘଟଣା ଲୋକଲୋଚନକୁ ଆସିଛି। ଏ ନେଇ ମାଗୁଣି ଶୁକ୍ରବାର ବେଗୁନିଆ ଥାନାରେ ଲିଖିତ ଅଭିଯୋଗ କରିଥିବାବେଳେ ରବିବାର ତାଙ୍କ ପୁଅ ଆନନ୍ଦ ଥାନାରେ ମାନସ ଓ ତାଙ୍କ ପୁଅ ମନୋରଞ୍ଜନଙ୍କ ନାମରେ ଏତଲା ଦେଇଛନ୍ତି। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବାକୁ ସେ ଦାବି କରିଛନ୍ତି।
ଦର୍ଶାଯାଇଛି ଯେ, ଜୁଲାଇ ୨୫ତାରିଖ ପୂର୍ବାହ୍ନ ୧୦ଟାରେ ଅଭିମାନପୁର ଗ୍ରାମର ସ୍ବପ୍ନେଶ୍ୱର ନାୟକ, ତାଳତୁମ୍ବ ଗ୍ରାମର ମୀନକେତନ ନାୟକ, କରଡ଼ ଗାଡିଆର ଟୁଲୁ ବେହେରା, ହଳଦୀପଦାର ବିଜୟ ନାୟକ ପ୍ରମୁଖ ଆନନ୍ଦଙ୍କ ଘରକୁ ଆସିଥିଲେ। ବୈଠକ ଅଛି, ଗୁରୁଜୀ (ମାନସ ଦାସ) ତାଙ୍କୁ ଓ ତାଙ୍କ ବାପା ମାଗୁଣିଙ୍କୁ ଡାକୁଛନ୍ତି ବୋଲି କହିଥିଲେ। ଆନନ୍ଦ ଓ ମାଗୁଣି କରଡ଼ଗାଡ଼ିିଆରେ ପହଞ୍ଚିଥିଲେ। ସେଠାରେ ପୂର୍ବରୁ ମାନସ, ତାଙ୍କ ପୁଅ ମନୋରଞ୍ଜନ, ନିମାପଡ଼ାର ବାଲାଜୀ ନାୟକ, ଶ୍ୟାମଘନ ନାୟକ, ବୈକୁଣ୍ଠ ନାୟକ, କରଡ଼ଗାଡିଆର ଭୋଲା ନାୟକ, ରଘୁ ନାୟକ, ଦିଲୀପ ନାୟକ, ନିରୁ ନାୟକ, ଯୋଗେଶ ନାୟକ ଏବଂ ଅନୁଗୋଳ ଜିଲା ତାଳଚେରର ସଦାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସେଠାରେ ମାଗୁଣି ଓ ଆନନ୍ଦ ପହଞ୍ଚିବା ପରେ ସେମାନେ ଉଭୟଙ୍କ ଦେହରୁ ଜାମା ଖୋଲିଦେଇ ଆଣ୍ଠେଇ ଦେଇଥିଲେ। କାହିଁକି ସଙ୍ଗଠନକୁ ଆସୁନାହଁ ପଚାରି ମାଡ଼ ମାରିବା ପରେ ଏକ କୋଠଘରକୁ ନେଇଯାଇ ଲାଠି, ରଡ୍‌ରେ ନିସ୍ତୁକ ପିଟିଥିଲେ। ବାପ ପୁଅ ଦୁହେଁ ରକ୍ତାକ୍ତ ଅବସ୍ଥାରେ ପଡ଼ିରହି ପାଣି ପାଇଁ ଡହଳବିକଳ ହେଉଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଫଳରେ ଉଭୟ ଚେତାଶୂନ୍ୟ ହୋଇପଡ଼ିଥିଲେ। ଆନନ୍ଦ ଓ ମାଗୁଣି ମରିଯାଇଥିବା ଭାବି ସେମାନେ ଛାଡ଼ି ଚାଲିଯାଇଥିଲେ। ପରଦିନ ଉଭୟଙ୍କ ଚେତା ଫେରିବା ପରେ କୌଶଳ କ୍ରମେ ଖସି ଆସିଥିଲେ। ତେବେ ଅଭିଯୋଗ ନେଇ ଏପର୍ଯ୍ୟନ୍ତ ଥାନାରେ ମାମଲା ରୁଜୁ ହୋଇ ନ ଥିବା ଜଣାପଡ଼ିଛି। ଏପର୍ଯ୍ୟନ୍ତ ତାଙ୍କ ଶରୀରରେ ସେଦିନର ମାଡ଼ର ଦାଗ ରହିଥିବା ଆନନ୍ଦ କହିଛନ୍ତି।
ଅଭିମାନପୁର ଗ୍ରାମର ବସନ୍ତ ନାୟକ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଦାଦା ସତ୍ୟବାନ ନାୟକଙ୍କୁ ଅଗଷ୍ଟ ୨ତାରିଖରେ ମାନବବାଦ ସଙ୍ଗଠନର କେତେଜଣ କର୍ମକର୍ତ୍ତା ଘରୁ ଉଠାଇ ଆଣିଥିଲେ। ସଙ୍ଗଠନରେ କାହିଁକି କାମ କରୁନାହଁ ବୋଲି ପଚାରି କରଡ଼ଗାଡ଼ିଆରେ ଏକ ବନ୍ଦ କୋଠରିରେ ରାତିସାରା ମାଡ଼ ମାରିଥିଲେ। ପରେ ତାଙ୍କୁ ହତ୍ୟା କରି ନିକଟସ୍ଥ ଜଙ୍ଗଲରେ ମୃତଦେହକୁ ଜୁଇରେ ଶୁଆଇ ବସନ୍ତଙ୍କୁ ଡାକି ଜୋରଜବଦସ୍ତ ଶବଦାହ କରାଇଥିଲେ। ସତ୍ୟବାନଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଛି ବୋଲି ସମସ୍ତଙ୍କୁ କହିବାକୁ ଧମକଚମକ ଦେଇଥିଲେ। ବସନ୍ତ ଏନେଇ ଥାନାରେ ଏତଲା ଦେଇଥିଲେ। ଉକ୍ତ ଘଟଣାରେ ପୋଲିସ ୬ଜଣଙ୍କୁ ଗିରଫ କରିଥିଲା। ସେତେବେଳେ ଏତଲାରେ ମାନସ ଓ ମନୋରଞ୍ଜନଙ୍କ ନାମ ଥିଲେ ମଧ୍ୟ ପୋଲିସ ଫେରାର ଦର୍ଶାଇଥିଲା।
ନିର୍ଯାତିତ ବାପ,
ପୁଅଙ୍କୁ ପୁଣି ଧମକ
ଆନନ୍ଦ କହିଛନ୍ତି, ଏହି ଘଟଣା ପରେ ମାନସ ଧମକଚମକ ଦେଉଛନ୍ତି। ତୁମ ବାପ, ପୁଅଙ୍କ ନାମରେ ଥାନାରେ ଭଙ୍ଗାରୁଜା କେସ୍‌ ରହିଛି। ଭାଇରାଲ ଭିଡିଓ ନେଇ ମୋ’ ବିରୋଧରେ ଅଭିଯୋଗ କଲେ ତୁମ ବିରୋଧରେ ପୁଣି ସେହି ଘଟଣାର ପୁନରାବୃତ୍ତି ଘଟିପାରେ ବୋଲି ଧମକ ଦେଇଥିବା ଆନନ୍ଦ ଗଣମାଧ୍ୟମ ଆଗରେ କହିଛନ୍ତି।
କଠୋର କାର୍ଯ୍ୟାନୁଷ୍ଠାନ ହେଉ
ମାଗୁଣି କହିଛନ୍ତି, ମାନସଙ୍କ ଭୟରେ ମୋ’ ଅଭିଯୋଗପତ୍ରରେ ତାଙ୍କ ନାଁ ଉଲ୍ଲେଖ କରି ନ ଥିଲି। ମାତ୍ର ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଚାହୁଁଛି। ମୋ ଭଳି ଅନେକ ନିରୀହ ଆଦିବାସୀ ତାଙ୍କ ନିର୍ଯାତନାର ଶିକାର ହୋଇଛନ୍ତି। ତାଙ୍କ ଦୌରାତ୍ମ୍ୟ ଏବଂ ଆତଙ୍କ ଆଗରେ କେହି ମୁହଁ ଖୋଲିବାକୁ ସାହସ କରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶକ୍ତିଶାଳୀ ମଣିଷକୁ ଭିତରୁ ଭାଙ୍ଗିଦିଏ ଏହି ୫ଟି ଜିନିଷ, ଆଚାର୍ଯ୍ୟ ଚାଣକ୍ୟଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସାବଧାନ

ମଣିଷ ଜୀବନରେ ଏମିତି ଅନେକ ପରିସ୍ଥିତି ଆସିଥାଏ, ଯାହା ଯୋଗୁଁ ତାକୁ ନିରାଶ ଏବଂ ହତାଶ ହେବାକୁ ପଡ଼ିଥାଏ। ଜୀବନର ଏହି କଠିନ ସମୟ ଏବଂ ସମସ୍ୟା…

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ…

୨ କୋଠରିରେ ପଢ଼ୁଛନ୍ତି ୧୦୪ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଲାବାଣ୍ୟଗଡ଼ ପଞ୍ଚାୟତ ଅନ୍ତର୍ଗତ ମାରିଙ୍ଗିସ୍ଥିତ ସରକାରୀ ପ୍ରାଥମିକ ଆବାସିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ୧୯୯୯ ମସିହାରେ ପ୍ରତିଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri