ଗୁରୁଜୀଙ୍କ ନାଁରେ ଅଭିଯୋଗ ଲମ୍ବୁଛି

ଖୋର୍ଦ୍ଧା ଅଫିସ,୩୦ା୮: ମାନବବାଦ ସଙ୍ଗଠନ ନାଁରେ ତାଲିବାନୀ ଶାସନ ଚଳାଇଥିବା ତଥାକଥିତ ଗୁରୁଜୀ ମାନସ ଦାସଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ଲମ୍ବିବାରେ ଲାଗିଛି। ମାନସଙ୍କ ବିରୋଧରେ ଜଣକ ପରେ ଜଣେ ମୁହଁ ଖୋଲିବା ଆରମ୍ଭ କରିଛନ୍ତି। କଡ଼ବ ଗ୍ରାମର ମାଗୁଣି ନାୟକ ଓ ତାଙ୍କ ପୁଅ ଆନନ୍ଦଙ୍କୁ ବନ୍ଦ କୋଠରିରେ ମାଡ଼ ମରାଯିବା ଘଟଣାର ଭିଡିଓ ଭାଇରାଲ ପରେ ଏଭଳି ଘଟଣା ଲୋକଲୋଚନକୁ ଆସିଛି। ଏ ନେଇ ମାଗୁଣି ଶୁକ୍ରବାର ବେଗୁନିଆ ଥାନାରେ ଲିଖିତ ଅଭିଯୋଗ କରିଥିବାବେଳେ ରବିବାର ତାଙ୍କ ପୁଅ ଆନନ୍ଦ ଥାନାରେ ମାନସ ଓ ତାଙ୍କ ପୁଅ ମନୋରଞ୍ଜନଙ୍କ ନାମରେ ଏତଲା ଦେଇଛନ୍ତି। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବାକୁ ସେ ଦାବି କରିଛନ୍ତି।
ଦର୍ଶାଯାଇଛି ଯେ, ଜୁଲାଇ ୨୫ତାରିଖ ପୂର୍ବାହ୍ନ ୧୦ଟାରେ ଅଭିମାନପୁର ଗ୍ରାମର ସ୍ବପ୍ନେଶ୍ୱର ନାୟକ, ତାଳତୁମ୍ବ ଗ୍ରାମର ମୀନକେତନ ନାୟକ, କରଡ଼ ଗାଡିଆର ଟୁଲୁ ବେହେରା, ହଳଦୀପଦାର ବିଜୟ ନାୟକ ପ୍ରମୁଖ ଆନନ୍ଦଙ୍କ ଘରକୁ ଆସିଥିଲେ। ବୈଠକ ଅଛି, ଗୁରୁଜୀ (ମାନସ ଦାସ) ତାଙ୍କୁ ଓ ତାଙ୍କ ବାପା ମାଗୁଣିଙ୍କୁ ଡାକୁଛନ୍ତି ବୋଲି କହିଥିଲେ। ଆନନ୍ଦ ଓ ମାଗୁଣି କରଡ଼ଗାଡ଼ିିଆରେ ପହଞ୍ଚିଥିଲେ। ସେଠାରେ ପୂର୍ବରୁ ମାନସ, ତାଙ୍କ ପୁଅ ମନୋରଞ୍ଜନ, ନିମାପଡ଼ାର ବାଲାଜୀ ନାୟକ, ଶ୍ୟାମଘନ ନାୟକ, ବୈକୁଣ୍ଠ ନାୟକ, କରଡ଼ଗାଡିଆର ଭୋଲା ନାୟକ, ରଘୁ ନାୟକ, ଦିଲୀପ ନାୟକ, ନିରୁ ନାୟକ, ଯୋଗେଶ ନାୟକ ଏବଂ ଅନୁଗୋଳ ଜିଲା ତାଳଚେରର ସଦାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସେଠାରେ ମାଗୁଣି ଓ ଆନନ୍ଦ ପହଞ୍ଚିବା ପରେ ସେମାନେ ଉଭୟଙ୍କ ଦେହରୁ ଜାମା ଖୋଲିଦେଇ ଆଣ୍ଠେଇ ଦେଇଥିଲେ। କାହିଁକି ସଙ୍ଗଠନକୁ ଆସୁନାହଁ ପଚାରି ମାଡ଼ ମାରିବା ପରେ ଏକ କୋଠଘରକୁ ନେଇଯାଇ ଲାଠି, ରଡ୍‌ରେ ନିସ୍ତୁକ ପିଟିଥିଲେ। ବାପ ପୁଅ ଦୁହେଁ ରକ୍ତାକ୍ତ ଅବସ୍ଥାରେ ପଡ଼ିରହି ପାଣି ପାଇଁ ଡହଳବିକଳ ହେଉଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଫଳରେ ଉଭୟ ଚେତାଶୂନ୍ୟ ହୋଇପଡ଼ିଥିଲେ। ଆନନ୍ଦ ଓ ମାଗୁଣି ମରିଯାଇଥିବା ଭାବି ସେମାନେ ଛାଡ଼ି ଚାଲିଯାଇଥିଲେ। ପରଦିନ ଉଭୟଙ୍କ ଚେତା ଫେରିବା ପରେ କୌଶଳ କ୍ରମେ ଖସି ଆସିଥିଲେ। ତେବେ ଅଭିଯୋଗ ନେଇ ଏପର୍ଯ୍ୟନ୍ତ ଥାନାରେ ମାମଲା ରୁଜୁ ହୋଇ ନ ଥିବା ଜଣାପଡ଼ିଛି। ଏପର୍ଯ୍ୟନ୍ତ ତାଙ୍କ ଶରୀରରେ ସେଦିନର ମାଡ଼ର ଦାଗ ରହିଥିବା ଆନନ୍ଦ କହିଛନ୍ତି।
ଅଭିମାନପୁର ଗ୍ରାମର ବସନ୍ତ ନାୟକ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଦାଦା ସତ୍ୟବାନ ନାୟକଙ୍କୁ ଅଗଷ୍ଟ ୨ତାରିଖରେ ମାନବବାଦ ସଙ୍ଗଠନର କେତେଜଣ କର୍ମକର୍ତ୍ତା ଘରୁ ଉଠାଇ ଆଣିଥିଲେ। ସଙ୍ଗଠନରେ କାହିଁକି କାମ କରୁନାହଁ ବୋଲି ପଚାରି କରଡ଼ଗାଡ଼ିଆରେ ଏକ ବନ୍ଦ କୋଠରିରେ ରାତିସାରା ମାଡ଼ ମାରିଥିଲେ। ପରେ ତାଙ୍କୁ ହତ୍ୟା କରି ନିକଟସ୍ଥ ଜଙ୍ଗଲରେ ମୃତଦେହକୁ ଜୁଇରେ ଶୁଆଇ ବସନ୍ତଙ୍କୁ ଡାକି ଜୋରଜବଦସ୍ତ ଶବଦାହ କରାଇଥିଲେ। ସତ୍ୟବାନଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଛି ବୋଲି ସମସ୍ତଙ୍କୁ କହିବାକୁ ଧମକଚମକ ଦେଇଥିଲେ। ବସନ୍ତ ଏନେଇ ଥାନାରେ ଏତଲା ଦେଇଥିଲେ। ଉକ୍ତ ଘଟଣାରେ ପୋଲିସ ୬ଜଣଙ୍କୁ ଗିରଫ କରିଥିଲା। ସେତେବେଳେ ଏତଲାରେ ମାନସ ଓ ମନୋରଞ୍ଜନଙ୍କ ନାମ ଥିଲେ ମଧ୍ୟ ପୋଲିସ ଫେରାର ଦର୍ଶାଇଥିଲା।
ନିର୍ଯାତିତ ବାପ,
ପୁଅଙ୍କୁ ପୁଣି ଧମକ
ଆନନ୍ଦ କହିଛନ୍ତି, ଏହି ଘଟଣା ପରେ ମାନସ ଧମକଚମକ ଦେଉଛନ୍ତି। ତୁମ ବାପ, ପୁଅଙ୍କ ନାମରେ ଥାନାରେ ଭଙ୍ଗାରୁଜା କେସ୍‌ ରହିଛି। ଭାଇରାଲ ଭିଡିଓ ନେଇ ମୋ’ ବିରୋଧରେ ଅଭିଯୋଗ କଲେ ତୁମ ବିରୋଧରେ ପୁଣି ସେହି ଘଟଣାର ପୁନରାବୃତ୍ତି ଘଟିପାରେ ବୋଲି ଧମକ ଦେଇଥିବା ଆନନ୍ଦ ଗଣମାଧ୍ୟମ ଆଗରେ କହିଛନ୍ତି।
କଠୋର କାର୍ଯ୍ୟାନୁଷ୍ଠାନ ହେଉ
ମାଗୁଣି କହିଛନ୍ତି, ମାନସଙ୍କ ଭୟରେ ମୋ’ ଅଭିଯୋଗପତ୍ରରେ ତାଙ୍କ ନାଁ ଉଲ୍ଲେଖ କରି ନ ଥିଲି। ମାତ୍ର ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଚାହୁଁଛି। ମୋ ଭଳି ଅନେକ ନିରୀହ ଆଦିବାସୀ ତାଙ୍କ ନିର୍ଯାତନାର ଶିକାର ହୋଇଛନ୍ତି। ତାଙ୍କ ଦୌରାତ୍ମ୍ୟ ଏବଂ ଆତଙ୍କ ଆଗରେ କେହି ମୁହଁ ଖୋଲିବାକୁ ସାହସ କରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?