‘ଜଳ ଉତ୍ସ ଅଛି, ସଂରକ୍ଷଣ ପାଇଁ ଚିନ୍ତା ନାହିଁ’

ଜଳ ସଂରକ୍ଷଣ ବ୍ୟବସ୍ଥା ହେଉ
କଣ୍ଟିଲୋ-ଭୁବନେଶ୍ୱର ରାଜପଥର କାଳିଗିରି ପୋଲଠାରୁ ମାତ୍ର ୨ କି.ମି. ଦୂର ଭାପୁର ବ୍ଲକ୍‌ ଅଧୀନ ମହାନଦୀ କୂଳରେ ରହିଛି ମଣିପୁର ଗାଁ। ମହାନଦୀରେ ସାମାନ୍ୟ ବନ୍ୟା ଆସିଲେ ମଣିପୁର ଗାଁ ପାଣି ଘେରରେ ରୁହେ। ଏହି ବନ୍ୟା ପାଣି ପ୍ରଭାବରେ ମଣିପୁର ଗ୍ରାମରେ ଥିବା୧୩୩ ଏକର ପରିମିତ କାଚେରା ପାଟରେ ପାଣି ଭର୍ତ୍ତି ହୋଇଯାଏ। ସେହି ପାଟରେ ଜଳ ସଂରକ୍ଷଣ ପାଇଁ ସରକାରୀସ୍ତରରେ ବ୍ୟବସ୍ଥା କରାଗଲେ ଏହାର ଚାରିପାଖରେ ଥିବା ପ୍ରାୟ ୧୧ଶହ ଏକର ଜମିରେ ସବୁଦିନିଆ ଫସଲ କରିହେବ। ଏ କାର୍ଯ୍ୟରେ ସ୍ଥାନୀୟ ଲୋକେ ସହଯୋଗ କରିବେ ବୋଲି ପ୍ରସ୍ତୁତ ଅଛନ୍ତି।
-ଗଣେଶ୍ୱର ଖଟେଇ, ମଣିପୁର
ସିଂହଭାଗ ଜଳ ସମୁଦ୍ରକୁ ଯାଉଛି
ଜଳକୁ ନେଇ ଦିନେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି। କାରଣ ତମାମ୍‌ ପୃଥିବୀରେ ଏବେ ଜଳ ସଙ୍କଟ ତୀବ୍ର ହେବାରେ ଲାଗିଛି। ମାତ୍ର ପରିତାପର ବିଷୟ, ଯେତିକି ଜଳ ମହାନଦୀର ତଳ ମୁଣ୍ଡରେ ପ୍ରବାହିତ ହେଉଛି, ସେଥିରୁ ସିଂହ ଭାଗ ଜଳ ସମୁଦ୍ରକୁ ବହିଯାଉଛି। ଓଡ଼ିଶାରେ ୯୫,୫୪୦ ନିୟୁତ ଘନମିଟର ଭୂପୃଷ୍ଠ ଜଳରୁ ୫୦,୬୪୦ ନିୟୁତ ଘନମିଟର ଜଳ ସମୁଦ୍ରରେ ମିଶୁଛି। ଜଳ ସମ୍ପଦର ସଂରକ୍ଷଣ ଅଭାବରୁ ଓଡ଼ିଶାରେ ଜଳ ସଙ୍କଟ ଦେଖାଦେଇଛି। ବିଡମ୍ବନା ଯେ, ମହାନଦୀ ହେଉଛି ଓଡ଼ିଶାର ଜୀବନ ରେଖା। କିନ୍ତୁ ତାକୁ ନେଇ ରାଜନୀତି ଚାଲିଛି। ରାଜନୀତି ପରିବର୍ତ୍ତେ ଜଳନୀତି ପ୍ରବର୍ତ୍ତନ କରି ବହିଯାଉଥିବା ନଦୀ ଜଳର ସଂରକ୍ଷଣକୁ ପ୍ରାଥମିକତା ଦିଆଯାଉ। ଚେକ୍‌ଡ୍ୟାମ ନିର୍ମାଣ କରାଯାଇ ଜଳସେଚନର ବ୍ୟବସ୍ଥା ହେଉ। ବେଳ ଥାଉ ଥାଉ ବନ୍ଧ ବାନ୍ଧିବା ବିଜ୍ଞତାର ପରିଚୟ।
-ଡ.ପବିତ୍ର କୁମାର ସୁବୁଦ୍ଧି,
ଶିକ୍ଷାବିତ୍‌, ପଦ୍ମାବତୀ
ସରକାର ସଜାଗ ଅଛନ୍ତି
ପ୍ରବାହିତ ନଦୀ, ନାଳ ଜଳ ଉତ୍ସକୁ ସଂରକ୍ଷଣ କରାଯାଇ ଜଳସେଚନର ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି। ତେବେ ମହାନଦୀ ସହିତ ବିଭିନ୍ନ ଶାଖା ନଦୀର ପ୍ରବାହିତ ଜଳ ଉତ୍ସକୁ କିପରି ସଂରକ୍ଷଣ କରାଯାଇ ଉପଯୁକ୍ତ ବିନିଯୋଗ କରାଯାଇପାରିବ ସେ ଦିଗରେ ରାଜ୍ୟ ସରକାର ସଜାଗ ଅଛନ୍ତି।
-ରମେଶ ବେହେରା,
ବିଧାୟକ, ଦଶପଲ୍ଲା
ନିର୍ମାଣ ପ୍ରସ୍ତାବରେ ସୀମିତ
ପଦ୍ମାବତୀ-କରବର ମଧ୍ୟରେ ଏକ ବ୍ୟାରେଜ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ଯଦି ଏହା ଗ୍ରହଣୀୟ ହୁଏ ତେବେ ସମ୍ପୂର୍ଣ୍ଣ ଭାପୁର ବ୍ଲକର ଚାଷୀ ଓ କୃଷିର ଉନ୍ନତି ହୋଇପାରିବ। ଅପରପକ୍ଷେ ପଦ୍ମାବତୀ ପଞ୍ଚାୟତ ହନୁମନ୍ତିଆ ପାହାଡ଼ଠାରୁ ମହାନଦୀର ଅପରପାର୍ଶ୍ୱର ଦୂରତ୍ୱ କମ ଥିବାରୁ ଏଠାରେ ଏକ ବନ୍ଧ ନିର୍ମାଣ କରିବାର ମଧ୍ୟ ପ୍ରସ୍ତାବ ରହିଛି। ଏହାକୁ କାର୍ଯ୍ୟକାରୀ କରାଗଲେ ଜଳସେଚନର ସୁବିଧା ସହ ଜଳ ସଂରକ୍ଷଣ ହୋଇପାରନ୍ତା। ଯଦି ମହାନଦୀର ବିଭିନ୍ନ ସ୍ଥାନରେ ୫ରୁ ୬ଟି ବ୍ୟାରେଜ ନିର୍ମାଣ କରାଯାଆନ୍ତା ତେବେ ମହାନଦୀର ଜଳ ସମୁଦ୍ରକୁ ଯାଇପାରନ୍ତା ନାହିଁଃ
-ଅନୁଭବ ପଟ୍ଟନାୟକ, ପୂର୍ବତନ ବିଧାୟକ, ଖଣ୍ଡପଡ଼ା
ଫାଇଲରେ ପ୍ରସ୍ତାବିତ ବ୍ୟାରେଜ୍‌
ଟିକରପଡା, ମଣିଭଦ୍ରା ଓ ପଦ୍ମାବତୀଠାରେ ବ୍ୟାରେଜ ନିର୍ମାଣ ପାଇଁ ବିଭିନ୍ନ ସମୟରେ ସର୍ଭେ କରାଯାଇ ପ୍ରସ୍ତାବିତ ବ୍ୟାରେଜ ଫାଇଲରେ ଲୁଚିଯାଇଛି। ଗତ କିଛିବର୍ଷ ତଳେ ବୃତ୍ତଙ୍ଗ ସେତୁ ପାଇଁ ବିବାଦ ଘନେଇଥିବା ବେଳେ ଏହି ପ୍ରକଳ୍ପର କାର୍ଯ୍ୟ କାଗଜପତ୍ରରେ ସୀମିତ ରହିଛିଃ ଅପରପକ୍ଷେ ମହାନଦୀର ଛାମୁଣ୍ଡିଆଠାରୁ ପଦ୍ମାବତୀ, କରବର ମଧ୍ୟରେ ବନ୍ଧ ନିର୍ମାଣ କରାଯାଇ ଜଳ ସଂରକ୍ଷଣ କରାଯାଇଥିଲେ ନଦୀର ଜଳ ସମୁଦ୍ରକୁ ବୋହି ନ ଯାଇ ସଂରକ୍ଷିତ ରହିଥାନ୍ତା ଏହାଦ୍ୱାରା ଜଳସେଚନର ସୁବିଧା ସହ ବହୁ ଚାଷୀ ଉପକୃତ ହୋଇପାରିଥାନ୍ତେ। ମାତ୍ର ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ନ ଦେଇ ଛତିଶଗଡ଼କୁ ଦୋଷ ଦେବା ଶିଖିଛନ୍ତି। ଇତିମଧ୍ୟରେ ମହାନଦୀରେ ଗୋଟିଏ ହେଲେ ବ୍ୟାରେଜ ନିର୍ମାଣ ହୋଇନାହିଁ।
-ରଣଜିତ ଦାଶ, ଜିଲା କଂଗ୍ରେସ ସଭାପତି
ସରକାରଙ୍କ ଅପାରଗତା
ମହାନଦୀ ଜଳ ବିବାଦ କେବଳ ରାଜ୍ୟ ସରକାରଙ୍କ ଅପାରଗତାକୁ ଘୋଡ଼ାଇବାର ପ୍ରୟାସ। ମହାନଦୀ ସବୁ ସମୟରେ ଶୁଖିଲା ପଡୁନି। ଯେତେବେଳେ ପାଣି ରହୁଛି ସେ ପାଣିକୁ ସଂରକ୍ଷଣ କରି ଅନେକ କାର୍ଯ୍ୟ ସମ୍ପାଦନ ହୋଇପାରନ୍ତା। ଛତିଶଗଡ଼ ବନ୍ଧ ନିର୍ମାଣ କଲାବେଳେ ରାଜ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିଲେ। ତେବେ ଆଉ ବିବାଦ ନ କରି ମହାନଦୀର ବିଭିନ୍ନ ସ୍ଥାନରେ ବନ୍ଧ କିମ୍ବା ବ୍ୟାରେଜ ନିର୍ମାଣ ପାଇଁ ଯନତ୍ବାନ ହେଲେ ଜଳ ସଂରକ୍ଷଣ ହେବା ସହ କୃଷି ଓ କୃଷକର ଉନ୍ନତି ହୋଇପାରନ୍ତା।
-ଇଂ.ଅର୍ଚ୍ଚନା ଦାଶ,ଜିଲା ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ
ଉପସ୍ଥାପନା-ଅଜୟ କୁମାର ମହାରଣା,ଖଣ୍ଡପଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମୀଣ ଗୃହ ଯୋଜନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଇକିଆ ବ୍ଲକ ପୁରସ୍କୃତ

ରାଇକିଆ,୧୬ା୮(ପ୍ରଦୀପ ବେହେରା): ଗ୍ରାମୀଣ ଗୃହ ଯୋଜନା-୨୦୨୫/୨୬ରେ ସମଗ୍ର କନ୍ଧମାଳ ଜିଲାରେ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ଜିଲା ପ୍ରଶାସନ ତରଫରୁ ରାଇକିଆ ବ୍ଲକ ପୁରସ୍କୃତ ହୋଇଛି। ଫୁଲବାଣୀଠାରେ ଜିଲାସ୍ତରୀୟ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ନିଷ୍ପତ୍ତି ଚାଷୀ ସଙ୍ଗଠନ ନେଇ…

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଶ୍ରୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଚାଷୀ ସଙ୍ଗଠନ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଆଲୋଚନା…

Video: ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ମୋଦି, କହିଲେ…

ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ସକାଳର ଏକ ବିଶେଷ ମୁହୂର୍ତ୍ତ ସେୟାର କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri