Posted inଜାତୀୟ

ରହସ୍ୟ ହୋଇ ରହିଛି ଆନ୍ଧ୍ରପ୍ରଦେଶର ଏଲୁରୁରେ ଅଜଣା ରୋଗ

ଏଲୁରୁ, ୭।୧୨- ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲାର ଏଲୁରୁ ଅଞ୍ଚଳରେ ବ୍ୟାପିଥିବା ଅଜଣା ରୋଗ ରହସ୍ୟ ହୋଇ ରହିଛି। ଅଜଣା ରୋଗରେ ୩୪୦ ଜଣ ପୀଡ଼ିତ ହୋଇଥିବାବେଳେ ଏବେ ୧୫୭ ଜଣ ରୋଗୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଶନିବାର ରାତିରୁ ବିଭିନ୍ନ ଲକ୍ଷଣ ଦେଖାଯାଉଥିବାରୁ ଶହ ଶହ ଲୋକେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏହି ରୋଗର କାରଣ ଖୋଜି ପାରୁ ନାହଁାନ୍ତି ଡାକ୍ତରୀ ଦଳ।

ଏଲୁରୁ କଲେକ୍ଟରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଅଜଣା ରୋଗରେ ଜଣେଙ୍କ ମୃତ୍ୟୁ ହୋଇଥିବାବେଳେ ୧୬୮ ଲୋକଙ୍କୁ ଡିସ୍‌ଚାର୍ଜ କରାଯାଇଛି। ସ୍ପେସାଲିଷ୍ଟଙ୍କ ସମେତ ୫୬ ଜଣିଆ ଡାକ୍ତରୀ ଦଳ ରୋଗୀଙ୍କ ଚିକିତ୍ସା କରୁଛନ୍ତି। ରୋଗୀଙ୍କ ଠାରେ ବାତ, ବାନ୍ତି, ମୁଣ୍ଡବିନ୍ଧା, ଅଣ୍ଟା ବିନ୍ଧା, ହାଲିଆ ଲାଗିବା ଭଳି ଲକ୍ଷଣ ଦେଖାଯାଉଛି। କିନ୍ତୁ ଏହି ରୋଗ ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ଡେଉଁ ନାହିଁ। ଏଲୁରୁ ମୁନିସିପାଲ ପାଣି ପହଞ୍ଚୁ ନ ଥିବା ସ୍ଥାନରୁ ମଧ୍ୟ ରୋଗୀ ଚିହ୍ନଟ ହୋଇଛନ୍ତି। ଏପରି କି ଯେଉଁମାନେ କେବଳ ମିନେରାଲ ପାଣି ପିଅନ୍ତି, ସେମାନେ ମଧ୍ୟ ଅସୁସ୍ଥ ହୋଇ ପଡ଼ିଛନ୍ତି ବୋଲି କଲେକ୍ଟର କହିଛନ୍ତି।

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ. ଏସ୍‌. ଜଗନ ମୋହନ ରେଡ୍ଡୀ ସୋମବାର ଏଲୁରୁ ସରକାରୀ ମେଡିକାଲ ଭ୍ରମଣ କରି ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଡାକ୍ତରଙ୍କଠାରୁ ବୁଝିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେଜରିଓ୍ବାଲଙ୍କ ହାତରେ ତ୍ରିରଙ୍ଗା: ହମ୍‌ ହୈ ଟିମ୍‌ ଇଣ୍ଡିଆ ଓ୍ବାଲେ, ‘ଜିତେଗା ଭାରତ’ ଟ୍ୟାଗଲାଇନ ଚୟନ…

ନୂଆଦିଲ୍ଲୀ,୧୯।୭ : ବେଙ୍ଗାଲୁରୁରେ ବିରୋଧୀଙ୍କ ବୈଠକ ପରେ ଗ୍ରାଣ୍ଡ ଆଲାଇନ୍ସର ନାମ ଇଣ୍ଡିଆ ଘୋଷଣା କରାଯାଇଛି। ଏହି ମର୍ମରେ ବୁଧବାର ଆମ ଆଦମୀ ପାର୍ଟି ଦ୍ୱାରା...

ଗୁରୁଗ୍ରାମରୁ ବିହାର ପର୍ଯ୍ୟନ୍ତ ସାଇକେଲରେ ଯାତ୍ରା କରିଥିବା ଜ୍ୟୋତିଙ୍କ ସମ୍ମାନରେ ଡାକ ଟିକେଟ ଜାରି

ପାଟନା,୨୫।୫: ଲକ୍‌ଡାଉନ ଯୋଗୁ ବାହାରେ ଫସିରହିଥିବା ଜ୍ୟୋତି ଓ ତାଙ୍କ ପିତାଙ୍କୁ ନେଇ ଏବେ ଚର୍ଚ୍ଚା ଚାରିଆଡେ। ପିତାଙ୍କୁ ସାଇକେଲରେ ବସାଇ ଗୁରୁଗ୍ରାମରୁ ବିହାର ଦରଭଙ୍ଗା...

ଦେଶର ପ୍ରଥମ ଟ୍ରାନ୍ସଜେଣ୍ଡର ପାଇଲଟଙ୍କ ପ୍ରଶିକ୍ଷଣ ଖର୍ଚ୍ଚ ବହନ କରିବେ କେରଳ ସରକାର

ଥିରୁଭାନନ୍ତପୁରମ,୧୩।୧୦: କେରଳର ୨୦ ବର୍ଷୀୟ ଆଦମ ହ୍ୟାରୀ ଜଣେ ତୃତୀୟ ଲିଙ୍ଗ ବ୍ୟକ୍ତି ବା ଟ୍ରାନ୍ସଜେଣ୍ଡର। ସେ ଏବେ ଦେଶର ପ୍ରଥମ ଟ୍ରାନ୍ସଜେଣ୍ଡର ପାଇଲଟ ହେବାକୁ...

ଯଜ୍ଞ ସମାରୋହ ଭିତରେ ପଶି ୩ ଜଣଙ୍କୁ ଦଳିଦେଲା ହାତୀ

ଗୋରଖପୁର,୧୬।୨: ଗୋରଖପୁର ଜିଲାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ତିୱାରୀପୁର ଅଞ୍ଚଳର ଜଗତ୍‌ବେଲାସ୍ଥିତ ମହମ୍ମଦପୁର ମାଫି ଗ୍ରାମରେ ଆୟୋଜିତ ଯଜ୍ଞ ସମାରୋହରେ ଏଠାରେ ଏକ ହାତୀ...

କମ୍ପାନୀ ଟଙ୍କାରେ ନିଜର ବିୟୁଟି ଚିକିତ୍ସା କରାଉଥିଲେ

ନୂଆଦିଲ୍ଲୀ,୨୩।୨: ଫିନଟେକ୍‌ ଫାର୍ମ ଭାରତପେ’ ଏହାର ମ୍ୟାନେଜିଂ ଡିରେକ୍ଟର ଅଶନୀର ଗ୍ରୋଭରଙ୍କ ସ୍ତ୍ରୀ ମାଧୁରୀ ଜୈନଙ୍କୁ ବିଦା କରିଛି। ଏକ୍ସଟରନାଲ ଅଡିଟ୍‌ ପରେ ଆର୍ଥିକ ଅନିୟମିତତା...

କରୋନା କଲା ରେକର୍ଡ: ୨୮ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୨୦।୮: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ଦେଶରେ କରୋନା...

ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ଦିଲ୍ଲୀ ପହଞ୍ଚିଲେ ଇଟାଲୀ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୮।୯: ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇଯାଇଛି। ଏହି ସମ୍ମିଳନୀ ଦିଲ୍ଲୀରେ ୯ ଓ ୧୦ ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ...

ପ୍ରେମିକାଙ୍କୁ କାର୍‌ ଚଲାଇବାକୁ ଦେବା ପଡିଲା ମହଙ୍ଗା

ବିଳାଶପୁର,୭।୮: ଛତିଶଗଡର ବିଳାଶପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କୁ କାର ଚଳାଇବାକୁ ଦେବା ମହଙ୍ଗା ପଡିଛି। ଯୁବତୀ...

Advertisement
Archives

Model This Week