ଏତେ ଟଙ୍କା ବକେୟା ପଡିଛି ବିଦ୍ୟୁତ୍‌ ବିଲ: ବନ୍ଦ ହେଲା ପାଣି ପମ୍ପ, ସମସ୍ୟାର ସମାଧାନ ନ ହେଲେ…

ମୋହନା, ୨୯।୭( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନାରେ ପାନୀୟ ଜଳ ସଙ୍କଟ ଆଶଙ୍କା। ବକେୟା ବିଦ୍ୟୁତ୍‌ ବିଲ ପୈଠ ନହେବାରୁ ପଞ୍ଚାୟତର ପାନୀୟ ଜଳ ଯୋଗାଣ ପମ୍ପ ହାଉସର ବିଦ୍ୟୁତ ସଂଯୋଗ କାଟି ଦେଇଛି ବିଦ୍ୟୁତ ବିଭାଗ। ଗତ ୬ ମାସ ହେବ ପଞ୍ଚାୟତ ତରଫରୁ କୌଣସି ଟଙ୍କା ପୈଠ କରାଯାଇନଥିବା ହେତୁ ବିଦ୍ୟୁତ ବିଭାଗ ତରଫରୁ ଏକ ପ୍ରିପେ ମିଟର ପରିବର୍ତ୍ତନ କରିଥିଲେ । ଯାହାକି ସମ୍ପୂର୍ଣ ବକେୟା ପୈଠ କରାଗଲେ ମିଟରଟି କାର୍ଯ୍ୟକ୍ଷମ ହେବ । ମଙ୍ଗଳବାର ୬ ଲକ୍ଷ ୧୧ ହଜାର ୩୧୪ ଟଙ୍କାରୁ ଅଧିକ ବିଲ ବକେୟା ଥିବାରୁ ବିଦ୍ୟୁତ ବିଚ୍ଛିନ୍ନ ହୋଇଯାଇଛି । ଫଳରେ ମୋହନା ସହର ସମେତ ଅନେକ ସାହି ଓ ଗାଁରେ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି।ଗଜପତି ଜିଲା ମୋହନା ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ପାନୀୟ ଜଳ ଯୋଗାଣ ପମ୍ପ ହାଉସ ମାଧ୍ୟମରେ ଦୀର୍ଘଦିନ ଧରି ମୋହନା ସହର ଓ ଆଖପାଖ ଅଞ୍ଚଳକୁ ପାଣି ଯୋଗାଣ କରାଯାଉଥିଲା। କିନ୍ତୁ ବିଦ୍ୟୁତ ବିଲ ବକେୟା ରହିଥିବାରୁ ବିଦ୍ୟୁତ ବିଭାଗ ପକ୍ଷରୁ ପମ୍ପ ହାଉସର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଛି। ପମ୍ପ ହାଉସ ନାମରେ ୬ ଲକ୍ଷ ୧୧ ହଜାର ୩୧୪ ଟଙ୍କାରୁ ଅଧିକ ବିଦ୍ୟୁତ ବିଲ ବକେୟା ରହିଛି। ବିଦ୍ୟୁତ କଟିଯିବା ପରେ ପାତ୍ର ସାହି, ତେଲି ସାହି, ବାରି ସାହି, ମାଣିକେଶ୍ୱରୀ ସାହି, କଣ୍ଟେଇକୋଳି, ରଙ୍ଗମାଟିଆ, ଆନନ୍ଦପୁର ସମେତ ବିଭିନ୍ନ ସାହି ଓ ଗାଁରେ ପାନୀୟ ଜଳ ସଙ୍କଟ ଦେଖାଦେବା ଆଶଙ୍କା କରାଯାଉଛି।ବିଦ୍ୟୁତ ବିଲ ବକେୟା ରହିବାରୁ ପାଣି ଯୋଗାଣ ବନ୍ଦ ହେବା ଘଟଣାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ତୁରନ୍ତ ବକେୟା ବିଲ ପୈଠ କରି ପାନୀୟ ଜଳ ଯୋଗାଣ ସ୍ବାଭାବିକ କରିବାକୁ ଦାବି କରିଛନ୍ତି ଲୋକେ। ଯଦି ଶୀଘ୍ର ସମସ୍ୟାର ସମାଧାନ ନହୁଏ, ତେବେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ସହର ବାସିନ୍ଦା ଚେତାବନୀ ଦେଇଛନ୍ତି। ଅପରପକ୍ଷେ ମୋହନା ସରପଞ୍ଚ ସୁନିତା ମଲିକଙ୍କୁ ଯୋଗାଯୋଗ କରାଯିବାରୁ ଅତିଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ର୍ରୁତି ଦେଇଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜାପାନରେ ଭୟଙ୍କର ଭୂମିକମ୍ପ: ୧୩ ମୃତ ଅନେକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଟୋକିଓ,୨୯।୭: ମଙ୍ଗଳବାର, ଜୁଲାଇ ୨୮ରେ ଜାପାନର ଦକ୍ଷିଣ-ପଶ୍ଚିମ ଭାଗରେ ବଡ଼ଧରଣର ଭୂମିକମ୍ପ ଅନୁଭୂତ ହୋଇଥିଲା। ରଏଟର୍ସ ଅନୁଯାୟୀ, ଶକ୍ତିଶାଳୀ ଭୂମିକମ୍ପ ପରେ ପ୍ରଥମେ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ…

ଜିଲାପାଳଙ୍କ ବଡ଼ ସୂଚନା: ଗଞ୍ଜାମ ଲକ୍ଷ୍ୟ ନିକେତନ ଭଳି ପ୍ରଶିକ୍ଷଣ ଏବେ ପଞ୍ଚାୟତସ୍ତରରେ, ଛାତ୍ରୀଛାତ୍ରଙ୍କୁ…

ଛତ୍ରପୁର, ୨୯।୭ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ) : ଭାରତବର୍ଷରେ ପ୍ରଶାସନିକ ସେବା ଗୌରବମୟ ଏବଂ ଉଚ୍ଚକୋଟୀ ଚାକିରି ଭାବେ ପରିଚିତ ଅଟେ। ଏହାକୁ ପାଇବାକୁ ହେଲେ ଆଶାୟୀ…

ମୋଦି ସରକାରଙ୍କୁ ଚେତାବନୀ: ସାବଧାନ ହୋଇଯାଅ ନଚେତ୍‌…

ନୂଆଦିଲ୍ଲୀ,୨୯।୭: ଅଲ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ ମୁସଲିମିନ (AIMIM) ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସି ପେପର ଲିକ ବିରୋଧୀ ବିଲ ସମ୍ପର୍କରେ ସରକାରଙ୍କୁ କଡ଼ା ଟାର୍ଗେଟ୍‌ କରିଛନ୍ତି। ସେ ସରକାରଙ୍କୁ…

ଭିତରେ ଶୋଇଥିଲେ ପରିବାର, ପ୍ରବଳ ବର୍ଷାରେ ଭୁଶୁଡ଼ି ପଡ଼ିଲା ଘର

ପଦ୍ମପୁର,୨୯।୭ (ପ୍ରଦୀପ୍ତ ଦାଶ) : ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ପଦ୍ମପୁର ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳରେ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଅବିରତ ବର୍ଷା…

ଭାରତ ଉପରେ ଲାଗୁ ହେବ ୧୦୦% ଶୁଳ୍କ? ଆମେରିକାର ନୂଆ ବିଲ କାହିଁକି ଚିନ୍ତା ସୃଷ୍ଟି କରିଛି? ଜାଣନ୍ତୁ…

ଓ୍ବାଶିଂଟନ,୨୯।୭: ଆମେରିକାର ସିନେଟ ରୁଷିଆ ଉପରେ ଆର୍ଥିକ ଚାପ ବୃଦ୍ଧି କରିବା ପାଇଁ ଏକ ବିଲ ପାସ କରିଛି – ଏହା ଭାରତ ସମେତ ଅନେକ ଦେଶକୁ…

ଭାରତରେ ନିଶା କବଳରେ ଏକ ପଞ୍ଚମାଂଶ କିଶୋରୀକିଶୋର

ନୂଆଦିଲ୍ଲୀ,୨୯ା୭: ସମ୍ପ୍ରତି କିଶୋରୀକିଶୋରଙ୍କ ମଧ୍ୟରେ ନିଶା ସେବନର ପ୍ରବଣତା ବୃଦ୍ଧି ପାଇବାରେ ଲାଗିଛି। ଅଧିକାଂଶ ନିଶା ସେବନ କରି ଏକ ଖୁସ୍‌ମିଜାସ୍‌ ସ୍ଥିତିରେ ରହିବାକୁ ଚାହୁଁଛନ୍ତି। ନିକଟରେ…

ଆମେରିକା ସହ ଯୁଦ୍ଧକୁ ଡେଇଁଲା ସାଉଦି ଆରବ, ଇରାନ ଉପରେ କଲା ବୋମା ବର୍ଷା

ତେହରାନ,୨୯।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱର ଅନେକ ଦେଶକୁ ପ୍ରଭାବିତ କରୁଛି। ଏହି ଦୁଇଟି ଦେଶ ସହିତ, ଅନ୍ୟ ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟ…

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି: ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ,୨୯ା୭(ଅଜିତ୍‌ କୁମାର ମହାନ୍ତି): ଆଷାଢ଼ ଶୁକ୍ଳ (ବ୍ୟାସ ପୂର୍ଣ୍ଣିମା) ତିଥି ବୁଧବାର ଶ୍ରୀବିଗ୍ରହଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଦ୍ୱିତୀୟ ଭୋଗମଣ୍ଡପ ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri