ପାଣି ଦର ୧୦% ମହଙ୍ଗା

ଭୁବନେଶ୍ୱର,୧୨।୪(ବ୍ୟୁରୋ): ରାଜ୍ୟରେ ପାଣି ବ୍ୟବହାରକାରୀଙ୍କୁ ଚଳିତ ମାସଠାରୁ ଅଧିକ ଟିକସ ଦେବାକୁ ପଡ଼ିବ। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ୧୦% ଜଳକର ବୃଦ୍ଧି କରିଛନ୍ତି। ଓଡ଼ିଶା ଜଳସେଚନ(ସଂଶୋଧନ) ରୁଲ୍‌ସ-୨୦୧୬ ଅନୁସାରେ ଜଳକର, ଜଳ ଉଠାଣ ଓ ବ୍ୟବହାର ନିମନ୍ତେ ଲାଇସେନ୍ସ ଫି’କୁ ବାର୍ଷିକ ୧୦ପ୍ରତିଶତ ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ଜଳକର ଚଳିତ ମାସ ୧ତାରିଖରୁ ଲାଗୁ କରାଯାଇଛି। ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଯେଉଁ ଶିଳ୍ପସଂସ୍ଥା ୫କ୍ୟୁସେକରୁ କମ୍‌ ଜଳ ବ୍ୟବହାର କରୁଛନ୍ତି, ସେମାନଙ୍କୁ ପ୍ରତି ହଜାରେ ଲିଟର ଜଳ ପିଛା ଏବେ ୬ଟଙ୍କା୩୦ ପଇସା ଦେବାକୁ ପଡ଼ିବ। ପୂର୍ବରୁ ଏହା ୫ଟଙ୍କା ୮୮ ପଇସା ରହିଥିଲା। ୫କ୍ୟୁସେକ୍‌ କିମ୍ବା ଏହାଠାରୁ ଅଧିକ ଜଳ ବ୍ୟବହାର କରୁଥିବା ସଂସ୍ଥା ପ୍ରତି ହଜାର ଲିଟର ଜଳ ପିଛା ୭ଟଙ୍କା ୮୪ପଇସା ପରିବର୍ତ୍ତେ ୮ଟଙ୍କା ୪୦ପଇସା ଦେବେ। ଏଥିସହ ସରକାର ଜଳ ବିଦ୍ୟୁତ୍‌ ପ୍ରକଳ୍ପ କ୍ଷେତ୍ରରେ ପ୍ର୍ରତ୍ୟେକ କିଲୋଓ୍ବାଟ ଆଓ୍ବାର(କେଡବ୍ଲ୍ୟୁଏଚ୍‌) ଜଳ ଉତ୍ପନ୍ନ ନିମନ୍ତେ ୧ପଇସାରୁ ଦେଢ଼ ପଇସାକୁ ବୃଦ୍ଧି କରାଯାଇଛି। ମ୍ୟୁନିସିପାଲିଟି, ଏନ୍‌ଏସି ଏବଂ ଗ୍ରାମ୍ୟ କ୍ଲଷ୍ଟରରେ ବ୍ୟବହାର କରାଯାଉଥିବା ପାନୀୟ ଜଳ ପାଇଁ ଏବେ ପ୍ରତି ହଜାର ଲିଟର ଜଳପିଛା ୩୭.୫ପଇସା ଦେବାକୁ ପଡ଼ିବ ଯାହାକି, ପୂର୍ବରୁ ୩୫ ପଇସା ରହିଥିଲା।
ଅପରପକ୍ଷରେ ବାଣିଜି୍ୟକ ପ୍ରତିଷ୍ଠାନ ନିର୍ମାଣ ପାଇଁ ବ୍ୟବହାର ହେଉଥିବା ଜଳ ଉପରେ ମଧ୍ୟ ଅଧିକ ଟିକସ ଲାଗିଛି। ଏହି ନିର୍ମାଣ କ୍ଷେତ୍ରରେ ପ୍ରତି ହଜାର ଲିଟର ପିଛା ୯ଟଙ୍କା ୯୪ପଇସା ପରିବର୍ତ୍ତେ ଏବେ ୧୦ଟଙ୍କା ୬୫ପଇସା ଦେବାକୁ ପଡ଼ିବ। ସେହିପରି ପାଣି ଟାଙ୍କିକୁ ଜଳ ଯୋଗାଣ ନିମନ୍ତେ ୧୪ପଇସା ବଦଳରେ ୧୫ପଇସା ଦିଆଯିବ। ପିଇବା ପାଇଁ ଟାଙ୍କି କ୍ଷେତ୍ରରେ ୭.୫ପଇସା ଦେବାକୁ ପଡ଼ିବ। ଏପରି କି ଇଟା ନିର୍ମାଣ ଏବଂ ଟାଇଲ୍‌ ପ୍ରସ୍ତୁତି ପାଇଁ ବ୍ୟବହାର ହେଉଥିବା ଜଳ ନିମନ୍ତେ ପ୍ରତି ହଜାର ଇଟାକୁ ଜଳକର ବାବଦକୁ ୪୨ ପଇସା ପରିବର୍ତ୍ତେ ଏଥର ୪୫ ପଇସା ଦେବାକୁ ପଡ଼ିବ।

ଏତଦ୍‌ବ୍ୟତୀତ ଜଳ ବ୍ୟବହାର ପାଇଁ ଲାଇସେନ୍ସ ଫି’କୁ ପୂର୍ବ ଆର୍ଥତ୍କ ବର୍ଷ ଅପେକ୍ଷା ୧୦% ବୃଦ୍ଧି କରାଯାଇଛି। ପ୍ରତି ହଜାରେ ଇଟା ପାଇଁ ଲାଇସେନ୍ସ ବାବଦ ୩୭ଟଙ୍କା ୫୦ପଇସା ଦେବାକୁ କୁହଯାଯାଇଥିବାବେଳେ ୫କ୍ୟୁସେକରୁ କମ୍‌ ଜଳ ବ୍ୟବହାର କରୁଥିବା ଶିଳ୍ପ ଓ ବାଣିଜି୍ୟକ ପ୍ରତିଷ୍ଠାନରେ ବ୍ୟବହାର ହେଉଥିବା ପ୍ରତି ହଜାର ଲିଟର ପାଣି ପିଛା ୫ଟଙ୍କା ୧୦ ପଇସା ଦେବାକୁ ନିଷ୍ପତ୍ତି ହୋଇଛି। ସେହିପରି ୫କ୍ୟୁସେକ୍‌ରୁ ଅଧିକ ଜଳ ବ୍ୟବହାର କ୍ଷେତ୍ରରେ ୬ଟଙ୍କା ୭୫ପଇସା ଦେବାକୁ ପଡ଼ିବ। ସେହିପରି ଶିଳ୍ପ ଏବଂ ବାଣିଜି୍ୟକ ପ୍ରତିଷ୍ଠାନରେ ପ୍ରତି ହଜାର ଲିଟର ଜଳ ବ୍ୟବହାର ପାଇଁ ଲାଇସେନ୍ସ ଫି’ ବାବଦକୁ ଏବେ ୧୦ଟଙ୍କା ୨୦ପଇସା ଦେବାକୁ ପଡ଼ିବ। ପୂର୍ବରୁ ଏହା ୯ଟଙ୍କା ୫୨ପଇସା ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?