ପାଣି ଦର ୧୦% ମହଙ୍ଗା

ଭୁବନେଶ୍ୱର,୧୨।୪(ବ୍ୟୁରୋ): ରାଜ୍ୟରେ ପାଣି ବ୍ୟବହାରକାରୀଙ୍କୁ ଚଳିତ ମାସଠାରୁ ଅଧିକ ଟିକସ ଦେବାକୁ ପଡ଼ିବ। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ୧୦% ଜଳକର ବୃଦ୍ଧି କରିଛନ୍ତି। ଓଡ଼ିଶା ଜଳସେଚନ(ସଂଶୋଧନ) ରୁଲ୍‌ସ-୨୦୧୬ ଅନୁସାରେ ଜଳକର, ଜଳ ଉଠାଣ ଓ ବ୍ୟବହାର ନିମନ୍ତେ ଲାଇସେନ୍ସ ଫି’କୁ ବାର୍ଷିକ ୧୦ପ୍ରତିଶତ ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ଜଳକର ଚଳିତ ମାସ ୧ତାରିଖରୁ ଲାଗୁ କରାଯାଇଛି। ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଯେଉଁ ଶିଳ୍ପସଂସ୍ଥା ୫କ୍ୟୁସେକରୁ କମ୍‌ ଜଳ ବ୍ୟବହାର କରୁଛନ୍ତି, ସେମାନଙ୍କୁ ପ୍ରତି ହଜାରେ ଲିଟର ଜଳ ପିଛା ଏବେ ୬ଟଙ୍କା୩୦ ପଇସା ଦେବାକୁ ପଡ଼ିବ। ପୂର୍ବରୁ ଏହା ୫ଟଙ୍କା ୮୮ ପଇସା ରହିଥିଲା। ୫କ୍ୟୁସେକ୍‌ କିମ୍ବା ଏହାଠାରୁ ଅଧିକ ଜଳ ବ୍ୟବହାର କରୁଥିବା ସଂସ୍ଥା ପ୍ରତି ହଜାର ଲିଟର ଜଳ ପିଛା ୭ଟଙ୍କା ୮୪ପଇସା ପରିବର୍ତ୍ତେ ୮ଟଙ୍କା ୪୦ପଇସା ଦେବେ। ଏଥିସହ ସରକାର ଜଳ ବିଦ୍ୟୁତ୍‌ ପ୍ରକଳ୍ପ କ୍ଷେତ୍ରରେ ପ୍ର୍ରତ୍ୟେକ କିଲୋଓ୍ବାଟ ଆଓ୍ବାର(କେଡବ୍ଲ୍ୟୁଏଚ୍‌) ଜଳ ଉତ୍ପନ୍ନ ନିମନ୍ତେ ୧ପଇସାରୁ ଦେଢ଼ ପଇସାକୁ ବୃଦ୍ଧି କରାଯାଇଛି। ମ୍ୟୁନିସିପାଲିଟି, ଏନ୍‌ଏସି ଏବଂ ଗ୍ରାମ୍ୟ କ୍ଲଷ୍ଟରରେ ବ୍ୟବହାର କରାଯାଉଥିବା ପାନୀୟ ଜଳ ପାଇଁ ଏବେ ପ୍ରତି ହଜାର ଲିଟର ଜଳପିଛା ୩୭.୫ପଇସା ଦେବାକୁ ପଡ଼ିବ ଯାହାକି, ପୂର୍ବରୁ ୩୫ ପଇସା ରହିଥିଲା।
ଅପରପକ୍ଷରେ ବାଣିଜି୍ୟକ ପ୍ରତିଷ୍ଠାନ ନିର୍ମାଣ ପାଇଁ ବ୍ୟବହାର ହେଉଥିବା ଜଳ ଉପରେ ମଧ୍ୟ ଅଧିକ ଟିକସ ଲାଗିଛି। ଏହି ନିର୍ମାଣ କ୍ଷେତ୍ରରେ ପ୍ରତି ହଜାର ଲିଟର ପିଛା ୯ଟଙ୍କା ୯୪ପଇସା ପରିବର୍ତ୍ତେ ଏବେ ୧୦ଟଙ୍କା ୬୫ପଇସା ଦେବାକୁ ପଡ଼ିବ। ସେହିପରି ପାଣି ଟାଙ୍କିକୁ ଜଳ ଯୋଗାଣ ନିମନ୍ତେ ୧୪ପଇସା ବଦଳରେ ୧୫ପଇସା ଦିଆଯିବ। ପିଇବା ପାଇଁ ଟାଙ୍କି କ୍ଷେତ୍ରରେ ୭.୫ପଇସା ଦେବାକୁ ପଡ଼ିବ। ଏପରି କି ଇଟା ନିର୍ମାଣ ଏବଂ ଟାଇଲ୍‌ ପ୍ରସ୍ତୁତି ପାଇଁ ବ୍ୟବହାର ହେଉଥିବା ଜଳ ନିମନ୍ତେ ପ୍ରତି ହଜାର ଇଟାକୁ ଜଳକର ବାବଦକୁ ୪୨ ପଇସା ପରିବର୍ତ୍ତେ ଏଥର ୪୫ ପଇସା ଦେବାକୁ ପଡ଼ିବ।

ଏତଦ୍‌ବ୍ୟତୀତ ଜଳ ବ୍ୟବହାର ପାଇଁ ଲାଇସେନ୍ସ ଫି’କୁ ପୂର୍ବ ଆର୍ଥତ୍କ ବର୍ଷ ଅପେକ୍ଷା ୧୦% ବୃଦ୍ଧି କରାଯାଇଛି। ପ୍ରତି ହଜାରେ ଇଟା ପାଇଁ ଲାଇସେନ୍ସ ବାବଦ ୩୭ଟଙ୍କା ୫୦ପଇସା ଦେବାକୁ କୁହଯାଯାଇଥିବାବେଳେ ୫କ୍ୟୁସେକରୁ କମ୍‌ ଜଳ ବ୍ୟବହାର କରୁଥିବା ଶିଳ୍ପ ଓ ବାଣିଜି୍ୟକ ପ୍ରତିଷ୍ଠାନରେ ବ୍ୟବହାର ହେଉଥିବା ପ୍ରତି ହଜାର ଲିଟର ପାଣି ପିଛା ୫ଟଙ୍କା ୧୦ ପଇସା ଦେବାକୁ ନିଷ୍ପତ୍ତି ହୋଇଛି। ସେହିପରି ୫କ୍ୟୁସେକ୍‌ରୁ ଅଧିକ ଜଳ ବ୍ୟବହାର କ୍ଷେତ୍ରରେ ୬ଟଙ୍କା ୭୫ପଇସା ଦେବାକୁ ପଡ଼ିବ। ସେହିପରି ଶିଳ୍ପ ଏବଂ ବାଣିଜି୍ୟକ ପ୍ରତିଷ୍ଠାନରେ ପ୍ରତି ହଜାର ଲିଟର ଜଳ ବ୍ୟବହାର ପାଇଁ ଲାଇସେନ୍ସ ଫି’ ବାବଦକୁ ଏବେ ୧୦ଟଙ୍କା ୨୦ପଇସା ଦେବାକୁ ପଡ଼ିବ। ପୂର୍ବରୁ ଏହା ୯ଟଙ୍କା ୫୨ପଇସା ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri