ଭିସା ଷ୍ଟିଲ୍‌କୁ କାରଣଦର୍ଶାଅ ନୋଟିସ

ଯାଜପୁର,୨୧।୮(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଜଳ ଓ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କାରଖାନାଗୁଡିକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ପକ୍ଷରୁ ବାରମ୍ବାର କାରଣଦର୍ଶାଅ ନୋଟିସ ଜାରି ହେଉଛି। ହେଲେ ଆବଶ୍ୟକ ପ୍ରତିକାର ବ୍ୟବସ୍ଥା ହେଉ ନ ଥିବାରୁ ସେହି ଅଞ୍ଚଳରେ ପରିବେଶ ପ୍ରଦୂଷଣ ହେବା ସହିତ ଚାଷଜମି କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହୋଇଛି। ଇତିମଧ୍ୟରେ ଏସ୍‌ପିସିବିର ସଦସ୍ୟ ସଚିବ ୧୨ ଦିନ ମଧ୍ୟରେ ଭିସା ଷ୍ଟିଲ କାରଖାନାର ନିର୍ଦ୍ଦେଶକଙ୍କୁ ୨ ଥର କାରଣଦର୍ଶାଅ ନୋଟିସ ଜାରି କରିଛନ୍ତି। ପୂର୍ବରୁ ବାୟୁ ପ୍ରଦୂଷଣକୁ ନେଇ ୮ା୮ା୨୦୨୪ରେ ଏବଂ ମଙ୍ଗଳବାର ଜଳ ପ୍ରଦୂଷଣ ଅଭିଯୋଗ ଉପରେ ଏସ୍‌ପିସିବି କାରଣ ଦର୍ଶାଅ ନୋଟିସ ଜାରି କରିଛି। ଏହି କାରଣଦର୍ଶାଅ ନୋଟିସରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୋକଲୋଚନକୁ ଆସିଛି। ଭିସା ଷ୍ଟିଲ କାରଖାନା ନୂତନ ସର୍ଫେସ ରନ୍‌ ଅଫ୍‌ ଟ୍ରିଟ୍‌ମେଣ୍ଟ ସିଷ୍ଟମ(ଏସ୍‌ଆର୍‌ଟିଏସ୍‌) ସ୍ଥାପନ ନ କରି କଳିଙ୍ଗନଗର ଭିସା ଷ୍ଟିଲ ଲିଃ, ଭିସା ସ୍ପେଶିଆଲ ଷ୍ଟିଲ୍‌ ଲିଃ, ଭିସା କୋକ୍‌ ଲିଃ ଆଦି ଚାଲିଥିବା ଉକ୍ତ କାରଣଦର୍ଶାଅ ନୋଟିସରେ ସୂଚନା ମିଳିଛି। ଫଳରେ ଏହି କାରଖାନାର ବିଷାକ୍ତ ପାଣି ପ୍ରତିବର୍ଷ ଚାଷ ଜମିରେ ମାଡୁଛି। ସେହି ପାଣି ପୁଣି ଗଣ୍ଡନାଳା ଦେଇ ପ୍ରବାହିତ ହୋଇ ଖରସ୍ରୋତା ଓ ବ୍ରାହ୍ମଣୀ ନଦୀ ଜଳକୁ ଜହର କରୁଛି। ଅଞ୍ଚଳବାସୀ ଏହାର ପ୍ରତିକାର ପାଇଁ ଜିଲା ପ୍ରଶାସନ ଓ ଏସ୍‌ପିସିବିର ଦୃଷ୍ଟି ଆକର୍ଷଣ କରୁଥିଲେ ବି କୌଣସି ସୁଫଳ ମିଳୁନାହିଁ । ଏହି କ୍ରମରେ ଭିସା ଷ୍ଟିଲକୁ ଏସ୍‌ପିସିବିର ପତ୍ରସଂଖ୍ୟା ୧୩୧୭୦/୨୦ା୮ା୨୦୨୪ରେ ୧୫ ଦିନ ମଧ୍ୟରେ ୯ଟି ନିର୍ଦ୍ଦିଷ୍ଟ ସମସ୍ୟା ଓ ଅବ୍ୟବସ୍ଥାର ସମାଧାନ କରିବାକୁ ପରାମର୍ଶ ଦିଆଯାଇଛି। ନଚେତ୍‌ କାରଖାନାକୁ କୌଣସି ସୁଯୋଗ ପ୍ରଦାନ ନ କରି ଆଇନ ଅନୁସାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।
କଳିଙ୍ଗନଗର ପରିବେଶ ସୁରକ୍ଷା ସମିତି ପକ୍ଷରୁ ଜୁଲାଇ ଶେଷ ସପ୍ତାହରେ ଭିସା ଷ୍ଟିଲ କାରଖାନାର ବାୟୁ ଓ ଜଳ ପ୍ରଦୂଷଣ ସଂକ୍ରାନ୍ତରେ ଏସ୍‌ପିସିବି ଓ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତି କରି ୬ା୮ା୨୦୨୪ରେ ସେଣ୍ଟ୍ରାଲ ଲାବରେଟୋରୀ, ଏସ୍‌ପିସିବିର ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ଏବଂ କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟର ଅଧିକାରୀମାନେ ଭିସା ଷ୍ଟିଲ୍‌ କାରଖାନା ପରିସରରେ ନିରୀକ୍ଷଣ କରିଥିଲେ। ଏଥିରେ ୦.୪ କି.ମି. ମାଟି ଡ୍ରେନ ସମ୍ପୂର୍ଣ୍ଣ ନ ହେବା, କଞ୍ଚାମାଲ ଫାଟକ ନିକଟସ୍ଥ ରାସ୍ତା କଂକ୍ରିଟୀକରଣ ନ ହେବା, ନୂତନ ଟ୍ରକ ପାର୍କିଂ ଅଞ୍ଚଳରେ ଡ୍ରାଇଭରମାନେ ଗାଧୁଆ ଓ କପଡ଼ା ସଫା କରୁଥିବା ପାଣି ବାହାରକୁ ଛାଡିବା ଫଳରେ ସେଥିରେ ବାୟୋ ମେଡିକାଲ ଅକ୍ସିଜେନ ଡିମାଣ୍ଡ(ବିଓଡି) ନିର୍ଦ୍ଧାରିତଠାରୁ ଲିଟର ପିଛା ୩୦ ମିଲିଗ୍ରାମ ଅଧିକ ରହିଥିବା ଜଣାପଡିଛି। ଏହାବାଦ୍‌ ୨୩ା୯ା୨୦୧୯ରେ କାରଖାନା ପରିସରରେ ନୂତନ ଏସ୍‌ଆରଟିଏସ୍‌ ପ୍ରତିଷ୍ଠା କରିବାକୁ ଭିସା ଷ୍ଟିଲ କର୍ତ୍ତୃପକ୍ଷଙ୍କୁ ଏସ୍‌ପିସିବି ପକ୍ଷରୁ ନିର୍ଦ୍ଦେଶ ହୋଇଥିଲା। ହେଲେ ଆଜକୁ ପ୍ରାୟ ୫ ବର୍ଷ ଅତିକ୍ରାନ୍ତ ହୋଇସାରିଥିଲେ ହେଁ ତାହା ଏଯାଏ ପ୍ରତିଷ୍ଠା ହୋଇପାରିନାହିଁ। ଫଳରେ କାରଖାନା ପରିସର ବର୍ଷାପାଣି ବିନା ଉପଚାରରେ ବାହାରକୁ ଛଡାଯାଇ ତାହା ବିଭିନ୍ନ ଅଞ୍ଚଳକୁ ବିଷାକ୍ତ କରୁଥିବା ଅଭିଯୋଗ ହେଉଛି। କାରଖାନା ପ୍ରତିଷ୍ଠାର ଚୁକ୍ତି ଅନୁସାରେ ଏଭଳି ଅନେକ ସମସ୍ୟା ଅଞ୍ଚଳବାସୀ ଭୋଗୁଥିବା ମତପ୍ରକାଶ ପାଇଛି। ତେଣୁ ତୁରନ୍ତ ଅନ୍ୟାନ୍ୟ ସମସ୍ୟାଗୁଡିକର ସମାଧାନ କରିବା ସହ ଦୈନିକ ୨ ହଜାର ଘନମିଟର କ୍ଷମତା ବିଶିଷ୍ଟ ଏସ୍‌ଆରଟିଏସ୍‌ ପ୍ରତିଷ୍ଠା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପ୍ରଦୂଷଣ ନିୟନ୍ତ୍ରଣ ଅଭାବରୁ କଳିଙ୍ଗନଗର ଶିଳ୍ପାଞ୍ଚଳ ସମେତ ସୁକିନ୍ଦା ଖଣି ଅଞ୍ଚଳରେ ପ୍ରାୟ ୧ ଲକ୍ଷ ଲୋକ ବାୟୁ, ଜଳ ଓ ଧୂଳି ଧୂଆଁଜନିତ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏଥିରେ ଶିଳ୍ପ ଓ ଖଣି ସଂସ୍ଥାମାନେ ମାଲାମାଲ ହେଉଥିବାବେଳେ ଫଳ ଭୋଗୁଛନ୍ତି କଳିଙ୍ଗନଗରବାସୀ।ଏସ୍‌ପିସିବିର ଆଞ୍ଚଳିକ ଅଧିକାରୀଙ୍କ ତଦନ୍ତ ରିପୋର୍ଟ ଆଧାରରେ ବିଭିନ୍ନ ସମୟରେ ସଦସ୍ୟ ସଚିବ କାରଣଦର୍ଶାଅ ନୋଟିସ ଜାରି କରୁଛନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ କେଉଁ ଉଦ୍ଦେଶ୍ୟ ରଖି କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏ ସଂକ୍ରାନ୍ତରେ ଏସ୍‌ପିସିବିର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, କାରଣଦର୍ଶାଅ ନୋଟିସ ଅନୁଯାୟୀ ଭିସା ଷ୍ଟିଲ ଉପଯୁକ୍ତ ଭାବେ ପ୍ରତିକାର ବ୍ୟବସ୍ଥା ନ କଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?