ଜଳଉତ୍ସରେ ପ୍ରଦୂଷଣ ବଢ଼ୁଛି

କେନ୍ଦ୍ରାପଡ଼ା ଅଫିସ,୧୫ା୧୧: ରାଜ୍ୟର ୨୩ ଜିଲାରେ ୫୫ଟି ଜଳ ଉତ୍ସ ପ୍ରଦୂଷିତ। ତାହା ସାଧାରଣ ଲୋକଙ୍କ ପାଇଁ ବ୍ୟବହାର ଉପଯୋଗୀ ନୁହେଁ। ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି) ପକ୍ଷରୁ ଜଳଉତ୍ସ ବିଶୋଧନ ପାଇଁ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଏନେଇ ଚେତିଛନ୍ତି। ଜଳ ସମ୍ପଦ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ ସମ୍ପୃକ୍ତ ୨୩ ଜିଲାର ଜିଲାପାଳଙ୍କୁ ଆସନ୍ତା ୧୫ ତାରିଖ ମଧ୍ୟରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଉପରୋକ୍ତ ୨୩ ଜିଲା ମଧ୍ୟରେ କେନ୍ଦ୍ରାପଡ଼ା ଅଛି। ନିକଟରେ ଗରଦପୁର ବ୍ଲକ ଅଞ୍ଚଳରେ ଭୂଗର୍ଭ ଜଳ ଦ୍ରୁତଗତିରେ ହ୍ରାସ ପାଇଥିବା ନେଇ ରାଜ୍ୟ ଭୂତଳ ଜଳ ବିଶେଷଜ୍ଞ ସୂଚନା ଦେଇଥିଲେ। ଓଡ଼ିଶାର ଏକମାତ୍ର ଜଳ ସଙ୍କଟ ଜିଲା ଭାବେ କେନ୍ଦ୍ରାପଡ଼ାକୁ କେନ୍ଦ୍ର ସରକାର ଚିହ୍ନଟ କରି ୨୦୧୯ରୁ ଜଳ ଶକ୍ତି ସଂରକ୍ଷଣ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ଏବେ କାଗଜପତ୍ରରେ ସୀମିତ ରହିଛି। ଜଳଉତ୍ସ ପ୍ରଦୂଷଣ ରୋକିବା ପାଇଁ ଆସନ୍ତା କାର୍ତ୍ତିକ ପୂର୍ଣ୍ଣିମାକୁ ରାଜ୍ୟ ସରକାର ଜଳଉତ୍ସ ସଂରକ୍ଷଣ ଦିବସ ଭାବେ ଘୋଷଣା କରନ୍ତୁ ବୋଲି ଜିଲା ଜନ ସୁରକ୍ଷା ମଞ୍ଚ ଦାବି କରିଛି। ଏହାକୁ ଜିଲାର ବହୁ ବୁଦ୍ଧିଜୀବୀ ସ୍ବାଗତ କରିଛନ୍ତି।
ଏ ସମ୍ପର୍କରେ ମଞ୍ଚର ସଭାପତି ଗଣେଶ ଚନ୍ଦ୍ର ସାମଲ କହିଛନ୍ତି, ଜଳ ହିଁ ଜୀବନ। ଏହାର ସୁରକ୍ଷା ଆବଶ୍ୟକ। ହିନ୍ଦୁ ସଂସ୍କୃତିରେ ସାଧାରଣ ଚଳଣିଠାରୁ ପୂଜା ପାର୍ବଣରେ ଜଳର ଗୁରୁତ୍ୱ ଅଧିକ। ଦ୍ରୁତ ଜନସଂଖ୍ୟା ବୃଦ୍ଧି ଜଳ ଉତ୍ସର ପରିସମାପ୍ତି ଘଟାଉଛି। ପୂର୍ବରୁ ଥିବା ଜଳ ପଥ ଓ ଉତ୍ସକୁ ପୋତା ଯାଇ ଏବେ ଗୃହ ନିର୍ମାଣ ହେଉଛି। ସେହିପରି ପୂଜା ପାର୍ବଣରେ ମୂର୍ତ୍ତି ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ ଜଳ ଉତ୍ସକୁ ପ୍ରଦୂଷିତ କରୁଛି। ଏହାବ୍ୟତୀତ ଅତ୍ୟାଧୁନିକ ଜୀବନ ଯାପନ ପାଇଁ ଦ୍ରୁତ ଶିଳ୍ପାୟନ ଯୋଗୁ ବର୍ଜ୍ୟବସ୍ତୁ ଜଳଉତ୍ସକୁ ନଷ୍ଟ କରୁଛି। ସହରରେ ଥିବା ୨୪ଟି ବଡ଼ ପୋଖରୀ ମଧ୍ୟରୁ ପ୍ରାୟ ୧୮ଟି ଏବେ ପୋତି ଦିଆଯାଇଛି। ଆଗାମୀ କାର୍ତ୍ତିକ ପୂର୍ଣ୍ଣିମାରେ ବହୁ ପ୍ରଚଳିତ ଡଙ୍ଗାଭସା କାର୍ଯ୍ୟକ୍ରମ ପାଇଁ ଜଳଉତ୍ସ ଦେଖିବାକୁ ମିଳୁନାହିଁ। ଜଳଉତ୍ସର ସଂରକ୍ଷଣ ପାଇଁ ଆସନ୍ତା କାର୍ତ୍ତିକ ପୂର୍ଣ୍ଣମୀକୁ ଜଳଉତ୍ସ ଦିବସ ଭାବେ ପାଳନ କଲେ ସଚେତନତା ବୃଦ୍ଧି ପାଇବ। ବୁଦ୍ଧିଜୀବୀ ପ୍ରଶାନ୍ତ କୁମାର ନାୟକ କହିଛନ୍ତି, ଏହି ଜିଲାରେ କୌଣସି ଖଣି ଅଥବା ଶିଳ୍ପ ନାହିଁ। ତେବେ ଜିଲାର ୭ ନଦୀ ଓ ୨୭ ଶାଖା ନାଳରେ ଏବେ ପ୍ରଦୂଷିତ ଜଳ ପ୍ରବାହିତ ହେଉଛି। ଏପରି କି ଏହି ଜଳ ସାମୁଦ୍ରିକ ଜୀବ ଉପରେ ପ୍ରଭାବ ପକାଇଛି। ପଡ଼ୋଶୀ ଜଗତ୍‌ସିଂହପୁର, ଯାଜପୁର ଓ ଭଦ୍ରକ ଜିଲାର ଶିଳ୍ପ ଅନୁଷ୍ଠାନ ବର୍ଜ୍ୟ ପରିଚାଳନାକୁ ଗୁରୁତ୍ୱ ଦେଉନାହାନ୍ତି। ଶିଳ୍ପ ବର୍ଜ୍ୟ ସାମଗ୍ରୀକୁ ନଦୀ ଜଳକୁ ଛାଡୁଛନ୍ତି। ସେହିପରି କେନ୍ଦ୍ରାପଡ଼ା ଜିଲାରେ ଚିଙ୍ଗୁଡି ଚାଷ ଉପାନ୍ତ ଅଞ୍ଚଳରେ କୁଟୀର ଶିଳ୍ପ ପାଲଟିଛି। ଚିଙ୍ଗୁଡି ଘେରିରୁ ନିର୍ଗତ ବର୍ଜ୍ୟ ରାସାୟନିକ ସାମଗ୍ରୀ ନାଳ, କେନାଲ ଓ ନଦୀ ମାଧ୍ୟମରେ ଛଡ଼ାଯିବା ଫଳରେ ସମୁଦ୍ରାଞ୍ଚଳ ପ୍ରଦୂଷିତ ହେଉଛି। ପୂଜା ପାର୍ବଣ ସମୟରେ ଏକ ସ୍ବତନ୍ତ୍ର ପୋଖରୀରେ ମୂର୍ତ୍ତି ଓ ପୂଜା ସାମଗ୍ରୀକୁ ପକାଯାଉ। ସେହିପରି ମୂର୍ତ୍ତି ଗଠନରେ ରାସାୟନିକ ଦ୍ରବ୍ୟ ବଦଳରେ ପରିବେଶ ଅନୁକୂଳ ଉପାଦାନ ବ୍ୟବହାର ହେଉ ବୋଲି ସେ ମତ ଦେଇଛନ୍ତି। ସାମାଜିକ କର୍ମୀ ପ୍ରତାପ କୁମାର ମହାନ୍ତି କହିଛନ୍ତି, ଜଳଉତ୍ସ ସଂରକ୍ଷଣ ଜରୁରୀ। ଏଥିପାଇଁ ଜିଲାର ଜଳ ସଙ୍କଟ ଦୂର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜଳ ଶକ୍ତି ସଂରକ୍ଷଣ ଅଭିଯାନ ଆରମ୍ଭ ହୋଇଛି। ଏଥିରେ ପୁରୁଣା ଜଳଉତ୍ସର ପୁନରୁଦ୍ଧାର, ଭୂଗର୍ଭକୁ ବର୍ଷା ଓ ଉଦ୍‌ବୃତ୍ତ ଜଳ ପ୍ରେରଣ ସହିତ ବ୍ୟାପକ ଭାବେ ବୃକ୍ଷରୋପଣକୁ ଗୁରୁତ୍ୱ ଦିଆଯାଇଛି। ଏହି ଅଭିଯାନ କେନ୍ଦ୍ରାପଡ଼ା ଜିଲାରେ କେବଳ କାଗଜପତ୍ରରେ ସୀମିତ ହୋଇଛି। ଅଭିଯାନର ଉଦ୍‌ଘାଟନ ପରେ ଏନେଇ ସଚେତନତା ସୃଷ୍ଟି ହୋଇପାରିନାହିଁ। ସହରଠାରୁ ଗ୍ରାମ ପର୍ଯ୍ୟନ୍ତ ଜଳଉତ୍ସଗୁଡିକ ନଷ୍ଟ ହୋଇଛି ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ଦୁର୍ଗା ପ୍ରସାଦ ମହାରଣା କହିଛନ୍ତି, ଜଳଉତ୍ସ ପ୍ରଦୂଷଣ ମୁକ୍ତ ପାଇଁ ଜିଲା ପ୍ରଶାସନ ଗୁରୁତ୍ୱ ଦେଇଛନ୍ତି। ଚିଙ୍ଗୁଡି ଘେରି ଉଚ୍ଛେଦ ସହ ବିଭିନ୍ନ ଯୋଜନାରେ ବନୀକରଣ ଓ ପୋଖରୀର ପୁନରୁଦ୍ଧାର କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri