ତଳମୁଣ୍ଡରେ ପହଞ୍ଚତ୍ପାରୁନି ପାଣି: ଦିନରେ ଖୋଲା ରାତିରେ ବନ୍ଦ

ତିହିଡ଼ି,୩୧।୭ (ସଞ୍ଜିତ ବଳ): ଦଶମୌଜା କେନାଲରେ ୫ ଦିନ ହେଲା ପାଣି ଛଡ଼ା ଗଲାଣି। କିନ୍ତୁ ଏଯାଏ ତଳମୁଣ୍ଡରେ ଟୋପାଏ ବ ପାଣି ପହଞ୍ଚି ପାରିଲାନି। ଏହାର ମୁଖ୍ୟ କାରଣ ହେଉଛି ଉପରମୁଣ୍ଡରେ ଥିବା କେନାଲ ଫାଟକ ଦିନରେ ଖୋଲା ହେଉଥିବା ବେଳେ ରାତିରେ ବ ନ୍ଦ କରି ଦିଆଯାଉଛି। ବର୍ଷା ଅଭାବ ସାଙ୍ଗକୁ କେନାଲରେ ପାଣି ପହଞ୍ଚୁ ନ ତିହିଡ଼ି ବ୍ଲକର କେତେକ ପଞ୍ଚାୟତରେ ଚାଷ କାମ ଆଗେଇ ପାରୁନାହିଁ। ଏହି ସମସ୍ୟାକୁ ନେଇ ମାନସିକ ଭାବେ ଭାଙ୍ଗି ପଡ଼ିଥିବା ୪ ଚାଷୀ ଚଳିତ ବର୍ଷଠାରୁ ଜଳକର ଦେବେ ନାହିଁ ଏବଂ ଆବଶ୍ୟକ ପଡ଼ିଲେ କୋର୍ଟର ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି। ସେମାନେ ଏ ମଙ୍ଗଳବାର ତହସିଲଦାରଙ୍କୁ ମ ଅବଗତ କରିଥିବା ଜଣାଯାଇଛି।
ପୂର୍ବରୁ ଅସନ୍ତୁଷ୍ଟ ଚାଷୀମାନେ ଗ ତହସିିଲଦାରଙ୍କୁ ଭେଟି ଅଭିଯୋଗ କରିବା ସ ତୁରନ୍ତ କେନାଲରେ ପାଣି ଯୋଗାଇ ଦେବାକୁ ଦାବି କରିଥିଲେ। ଶୁକ୍ରବାର ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ସାଳନ୍ଦୀ ଜଳସେଚନ ବିଭାଗ ଏସ୍‌ଡିଓ ରାଇକେନ ବେଶ୍ରା କେନାଲର ଉପରମୁଣ୍ଡକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ସେମାନଙ୍କ ସହ ଚାଷୀନେତା ଗୋବର୍ଦ୍ଧନ ନାୟକ ଓ ଚାଷୀ ପ୍ରକାଶ ଜେନା ଉପସ୍ଥିତ ଥିଲେ। ଉପରମୁଣ୍ଡ କେନାଲର ତେମୁହଁାଣୀଠାରୁ କିଛି ବ୍ୟବଧାନରେ ୩ଟି ଫାଟକ ଥିବାବେଳେ ପଦ୍ମପୁରଠାରେ ଥିବା ଫାଟକ ବନ୍ଦ କରାଯାଇଥିବାରୁ ତଳ ମୁଣ୍ଡକୁ ପାଣି ଆସିବା ସମ୍ଭବ ହେଉ ନ ଥିବା ଜଣାପଡ଼ିଥିଲା। ସେହିଦିନ ଅପରାହ୍ନରେ ପଦ୍ମପୁର ଫାଟକ ଖୋଲା ଯାଇଥିବା ଏବଂ କେନାଲରେ ସୁରୁଖୁରରେ ପାଣି ଯୋଗାଣ ପାଇଁ ଦଳ ଓ ଘାସ ସଫେଇର ବ୍ୟବସ୍ଥା କରାଯାଇଥିବା ଏସ୍‌ଡିଓ ସୂଚନା ଦେଇଥିଲେ। ହେଲେ ଶୁକ୍ରବାର ଅପରାହ୍ନରୁ ମଙ୍ଗଳବାର ଅପରାହ୍ନ ଯାଏ ତଳମୁଣ୍ଡରେ ପାଣି ନ ପହଞ୍ଚତ୍ବା ପରିତାପର ବିଷୟ। କେନାଲରେ ଯେମିତି ଘାସ ଓ ଦଳ ଭର୍ତ୍ତି ଥିଲା, ସେମିତି ରହିଛି। ତେବେ ଉପରମୁଣ୍ଡରେ ଫାଟକ ଦିନରେ ଖୋଲା ରହୁଥିବା ବେଳେ ରାତିରେ ବନ୍ଦ କରି ଦିଆଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହାବ୍ୟତୀତ କେତେକ ଫାଟକ ବନ୍ଦ କରି ଜାଲ ବସାଇ ମାଛ ଧରୁଥିବା ମଧ୍ୟ କୁହାଯାଇଛି। ସାଳନ୍ଦୀ ଜଳସେଚନ ବିଭାଗର ତଦାରଖ ଅଭାବରୁ କାହା ପାଇଁ ପୁଷ ମାସ ତ କାହା ପାଇଁ ସର୍ବନାଶ ସଦୃଶ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି।
ବିଗତ ୨୦ ବର୍ଷରୁ ଊଦ୍ଧର୍‌ବ ହେବ କେନାଲରେ ପାଣି ଦିଆ ଯାଉ ନ ଥିଲେ ମଧ୍ୟ ଜଳକର ଆଦାୟ କରାଯାଉଥିବା ଅଭିଯୋଗ କରି ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଆନ୍ଦୋଳନର ଦାନା ବାନ୍ଧିଛି। ବିଶେଷ କରି ୪ ପଞ୍ଚାୟତ ସିନ୍ଦୋଳ, ମଙ୍ଗଳପୁର, କୋହ୍ଲ ଓ ଫତେପୁରରେ ସ୍ଥିତି ଜଟିଳ ହୋଇଥିବାରୁ ଚଳିତବର୍ଷ ଜଳକର ଦେବେ ନାହିଁ ବୋଲି ଚାଷୀ ବାଙ୍କବିହାରୀ ମଲ୍ଲିକ, ପରମାନନ୍ଦ ନାୟକ, ଉମାକାନ୍ତ ବଳ, ଶରତ ନାୟକ, କାଳନ୍ଦୀ ନାୟକ, ରଣଜିତ ଭୋଇ, ବିମ୍ବାଧର ପରିଡ଼ା, ସୁବାସ ସାହୁ, ଗୌତମ ମୁଦୁଲି ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ସେମାନେ ତହସିଲଦାରଙ୍କୁ ଅବଗତ କରାଇଛନ୍ତି। ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସଙ୍କୁ ମଧ୍ୟ ଏ ବାବଦରେ ଅବଗତ କରାଇ ବିଧାନସଭାରେ ଏହି ପ୍ରସଙ୍ଗ ଉପସ୍ଥାପନ କରିବାକୁ ଦାବି କରିଛନ୍ତି। ସାଳନ୍ଦୀ ଜଳସେଚନ ବିଭାଗ ଏସ୍‌ଡିଓଙ୍କ ସହ ଯୋଗାଯୋଗ ହୋଇପାରି ନ ଥିବାବେଳେ ତହସିଲଦାର ଆଚାର୍ଯ୍ୟ ପୁଣିଥରେ କେନାଲର ଉପରମୁଣ୍ଡକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?