ଲଟେରି ଉଠିଲେ ମିଳୁଛି ପାଣି

ଛତ୍ରପୁର,୧୬।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ସହରରେ ପାନୀୟ ଜଳ ଅଭାବ ଦେଖାଦେଇଛି। ବିଶୁଦ୍ଧ ପାଣି ଟୋପାଏ ପାଇଁ ଏଠାରେ ଲଟେରି ପକାଇବାକୁ ପଡୁଛି। ଭାଗ୍ୟ ସାଥ୍‌ ଦେଲେ ଲଟେରି ଉଠିଲେ ଶୋଷ ମେଣ୍ଟାଇବାକୁ ପାଣି ମିଳୁଛି। ଏପରି ଦେଖିବାକୁ ମିଳିଛି ଛତ୍ରପୁର ଷ୍ଟେଶନରୋଡ ସାହିରେ। ଦିନକୁ ଥରେ ମାତ୍ର ଷ୍ଟାଣ୍ଡପୋଷ୍ଟରେ ଆସୁଥିବା ପାଣି ନେବାକୁ ମହିଳାମାନଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଥିବାରୁ ଏପରି କରାଯାଇଛି। ଲଟେରି ସିରିୟଲ ନମ୍ବର ଅନୁସାରେ ମହିଳାମାନେ ପାଣି ନେଉଛନ୍ତି। ଷ୍ଟାଣ୍ଡପୋଷ୍ଟରେ ପାଣି ଆସିବା ବନ୍ଦ ହୋଇଗଲେ ପାଖରେ ନମ୍ବର ଥାଇ ବି ନିରାଶରେ ଫେରିବାକୁ ପଡ଼ୁଛି।
ଷ୍ଟେଶନରୋଡ ସାହିରେ ୨୦ରୁ ୨୫ ପରିବାର ରହୁଛନ୍ତି। ଏଥିସହ ଦୈନିଦିନ ବଡ଼ଷ୍ଟେଶନ ନିକଟକୁ ମଧ୍ୟ ଯାତ୍ରୀ ଆସିଥାନ୍ତି। ହେଲେ ଏଠାରେ ପାନୀୟ ଜଳ ସଙ୍କଟ ଲାଗିରହିଛି। ସାହି ବାସିନ୍ଦା ବାରମ୍ବାର ଏ ନେଇ ପ୍ରଶାସନକୁ ଜଣାଉଥିଲେ ବି ସୁଫଳ ମିଳୁନି। ଚଳିତବର୍ଷ ଏବେଠୁ ଗ୍ରୀଷ୍ମ ପ୍ରବାହ ନାକେଦମ୍‌ କଲାଣି। ଏଭଳି ସ୍ଥିତିରେ ପାଣିର ଆବଶ୍ୟକତା ବଢିଯାଇଛି। ଷ୍ଟାଣ୍ଡପୋଷ୍ଟରେ ମାତ୍ର ୧୫ ମିନିଟ ପାଇଁ ପାଣି ଆସୁଛି। ଏହି କମ୍‌ ସମୟ ମଧ୍ୟରେ ପାଣି ନେବାକୁ ମହିଳାମାନଙ୍କ ମଧ୍ୟରେ ହେଉଥିବା ଗଣ୍ଡଗୋଳକୁ ଏଡାଇବା ପାଇଁ ସ୍ଥାନୀୟ ଲୋକଙ୍କ ଦ୍ୱାରା ପ୍ରତିଦିନ ଲଟେରି ଉଠାଣ କରାଯାଉଛି। ଯାହାର ୧ ନମ୍ବର ସେ ପ୍ରଥମେ ନେବା ପରେ ସିରିୟଲ ଅନୁସାରେ ଅନ୍ୟମାନେ ଷ୍ଟାଣ୍ଡପୋଷ୍ଟକୁ ଆସୁଛନ୍ତି। ସ୍ଥାନୀୟ ବାସିନ୍ଦା ସୁଷମା ପାଢ଼ୀ କହିଛନ୍ତି, ୨ ବର୍ଷ ପୂର୍ବେ ଘରକୁ ପାଣି ପାଇପ ସଂଯୋଗ ପାଇଁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରସିଦ କଟାଯାଇଥିଲା। ହେଲେ ଏ ପର୍ଯ୍ୟନ୍ତ ପାଇପ୍‌ ସଂଯୋଗ ହୋଇନି। ଏ ନେଇ ବାରମ୍ବାର ଜେଇଙ୍କ ଦୃଷ୍ଟିଆକର୍ଷଣ କରିଛୁ। ମାତ୍ର ସମସ୍ୟା ସମାଧାନ କରାଯାଉନାହିଁ। ସେହିପରି ବାସିନ୍ଦା ଆର. ଲଛମି କହିଛନ୍ତି, ଜଣଙ୍କୁ ୨ ହାଣ୍ଡି ପାଣି ମିଳୁନି। ପ୍ରଶାସନକୁ ଅଭିଯୋଗ କରୁଛୁ, କେହି ଆସୁନାହାନ୍ତି। ଏ ସମ୍ପର୍କରେ ଏନ୍‌ଏସି ନିର୍ବାହୀ ଅଧିକାରୀ ଏନ. ଗଣେଶ ବାବୁଙ୍କୁ ପଚାରିବାରେ ଷ୍ଟେଶନରୋଡ୍‌ ଅଞ୍ଚଳର ପାନୀୟ ଜଳ ସମସ୍ୟା ବିଷୟ ଜନସ୍ବାସ୍ଥ୍ୟ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟିକୁ ଆଣିଥିବା କହିଛନ୍ତି। ଖୁବଶୀଘ୍ର ସମସ୍ୟା ସମାଧାନ କରାଯିବ ବୋଲି ସେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ରେଳ ଷ୍ଟେଶନରୁ ନାବାଳକ ଚାଲାଣ ବେଳେ ଧରିଲା ପ୍ରଶାସନ: ୪ ଉଦ୍ଧାର, ୨ ଦଲାଲ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ରେଳ ଷ୍ଟେଶନ ପରିସରରୁ ଏକ ବଡ଼ ଧରଣର ନାବାଳକ ଚାଲାଣ ଉଦ୍ୟମକୁ ପଣ୍ଡ କରିଛି ପ୍ରଶାସନ। ଜିଲା…

ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରିଂ ରୋଡ୍‌: କାମ ନସରୁଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ

ବରଗଡ଼, ୭।୭ (ପ୍ରେମାନନ୍ଦ ଖମାରୀ): ପ୍ରଥମ ବର୍ଷାରେ ହିଁ ଖୋଲିଯାଇଛି ବିକାଶର ଅସଲ ଚେହେରା। ବରଗଡ଼ ସହର ଉପକଣ୍ଠ ଜୀରା ନଦୀ ପାର୍ଶ୍ୱରେ ଚାଲିଥିବା ବହୁ ପ୍ରତୀକ୍ଷିତ…

ଋଷିମାଳ ମହାବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ମା’ଙ୍କ ପାଇଁ ଗଛଟିଏ ସକାଶେ …

ଦାରିଙ୍ଗବାଡି, ୭।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ…

ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ

ବରଗଡ଼, ୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ୍ ସ୍ଥିତ ‘ଘେଁସ୍ କଲେଜ’ର ନାମ ସୋମବାରଠାରୁ ଆନୁଷ୍ଠାନିକ ଭାବେ ବଦଳିଛି। ଏହି ଅଞ୍ଚଳର ମହାନ…

ପ୍ରଧାନଶିକ୍ଷକ ମାଗିଲେ ଫେବର, DWOଙ୍କୁ ଗୁହାରି କଲେ ୩ ମହିଳା କର୍ମଚାରୀ

ଭବାନୀପାଟଣା, ୭।୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି  ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାମରେ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ସ୍କୁଲର…

ବିରଳ ମୃତ୍ତିକା ସନ୍ଧାନରେ ବୃକ୍ଷହୀନ ହେଉଛି ତାମ୍ପରା-ବଙ୍ଗୋପସାଗର ମଧ୍ୟସ୍ଥ ଅରଣ୍ୟ, ଛତ୍ରପୁର ସହର ପ୍ରତି…

ଛତ୍ରପୁର,୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ବଙ୍ଗୋପସାଗର କୂଳ ଲଙ୍ଘିବା ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏବେ ଛତ୍ରପୁର ପୌରପରିଷଦର ପ୍ରାଣବିନ୍ଦୁ କୁହାଯାଉଥିବା ପ୍ରସିଦ୍ଧ…

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ସିର୍କାବର୍ଗ ରାସ୍ତା ମରାମତି ହେଲାନି, ଲଗାଣ ବର୍ଷାରେ ବେହାଲ: ପ୍ରଶାସନ ପ୍ରତିଶ୍ରୁତି ଖିଲାପ କରିଥିବା…

ଦାରିଙ୍ଗବାଡି, ୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକର ସବୁଠାରୁ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ସିର୍କାବର୍ଗକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ଏବେ ଲଗାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri