କଡ଼ମାରେ ଜଳ ସଙ୍କଟ ଉତ୍କଟ

କୋରେଇ,୫।୩(ଡି.ଏନ୍‌.ଏ): ଗ୍ରୀଷ୍ମ ପ୍ରବାହ ବଢ଼ିବା ସହ କୋରେଇ ବ୍ଲକ ଅଧୀନ ଏକାଧିକ ପଞ୍ଚାୟତରେ ଜଳ ସମସ୍ୟା ଚିନ୍ତା ବଢ଼ାଇଛି। ୨୦ ବର୍ଷ ପଛ ତଥା ପୂର୍ବଭଳି ଖୋଲା କୂପ ଉପରେ ଲୋକେ ଭରସା କରିଛନ୍ତି। ଏହି ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତର ୮ଟି ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ ବନ୍ଦ ରହିଥିବାବେଳେ ଏହାର ମରାମତି ତଥା ପୁନଃ ଜଳଯୋଗାଣ ପାଇଁ ବ୍ଲକ କର୍ତ୍ତୃପକ୍ଷ କିମ୍ବା ଗ୍ରାମ ଜଳ ଯୋଗାଣ ଏବଂ ପରିମଳ ବିଭାଗ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ଚେଇଁ ଶୋଇଛି। ଅନ୍ୟପକ୍ଷରେ ବ୍ଲକର ତଳଗଡ଼ ପଞ୍ଚାୟତର ଉପୁଳେଇ ଗ୍ରାମ ଓ ମକୁନ୍ଦୁପୁର ପଞ୍ଚାୟତ ତଥା ମକୁନ୍ଦୁପୁର ଗ୍ରାମର ଓଭରହେଡ୍‌ ପାଣିଟାଙ୍କି ବିଦ୍ୟୁତ୍‌ ବିଲ୍‌ ପୈଠ ହୋଇ ନ ଥିବା କାରଣରୁ ବିଜୁଳି ବିଚ୍ଛିନ୍ନ ହୋଇ ଜଳଯୋଗାଣ ବନ୍ଦ ରହିଛି। ଜହ୍ନା ଓ ମୂଳାପାଳ ପଞ୍ଚାୟତର ଧନତ୍ରୀ ଗ୍ରାମରେ ଟ୍ରାନ୍ସଫର୍ମର ଫେଲ୍‌ ଯୋଗୁ ଜଳଯୋଗାଣ ହୋଇପାରୁନାହିଁ। ସେହିପରି ପାଣିକୋଇଲି ପଞ୍ଚାୟତ ଅଳତିରି ଓ ପାଣିକୋଇଲି ଗ୍ରାମରେ ମେଗା ଜଳ ପ୍ରକଳ୍ପ କାମ ଚାଲୁ ରହିଛି । ଯେଉଁଥିରେ ପୁରୁଣା ପାଇପ୍‌ଗୁଡ଼ିକ ନଷ୍ଟ ହୋଇ ଜଳ ଯୋଗାଣରେ ବ୍ୟାଘାତ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଅମୃତିଆ ପଞ୍ଚାୟତ ତଥା ଅମୃତିଆ ଗ୍ରାମ ଓ ପଛିକୋଟ ପଞ୍ଚାୟତ କଡମା ଗ୍ରାମରେ ଗ୍ରାମ୍ୟ ଉନ୍ନୟନ ରାସ୍ତା ସମ୍ପ୍ରସାରଣ ପାଇଁ ଠିକାଦାର ପାଇପ୍‌ଗୁଡ଼ିକ ତାଡ଼ି ନଷ୍ଟ କରିଥିବାରୁ ଜଳଯୋଗାଣ ବନ୍ଦ ରହିଛି। ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ପକ୍ଷରୁ ପାଇପ୍‌ଗୁଡ଼ିକ ୩ ଫୁଟ ତଳେ ପୋତିବାକୁ ଅନୁମତି ରହିଛି। ହେଲେ ନିର୍ମାଣ ସମୟରେ ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଆଗରେ ସରକାରୀ ନିୟମ ଫିକା ପଡ଼ୁଛି। ଯନ୍ତ୍ରୀଙ୍କୁ ହାତକରି ଠିକାଦାରମାନେ ଏକାଧିକ ପ୍ରକଳ୍ପରେ କେଉଁଠି ୧ ଫୁଟ ତ କେଉଁଠି ମାଟି ଉପରେ ପାଇପ ବିଛାଇ ବିପୁଳ ଟଙ୍କା ଆତ୍ମସାତ୍‌ କରାଯାଇଛି। ଡମା ଗ୍ରାମରେ ରାସ୍ତା କାମ ଚାଲୁଥିବାବେଳେ ସାଇଡ୍‌ ଫିଲିଂ ପାଇଁ ଠିକାଦାର ରାସ୍ତା କଡ଼ରୁ ୧ଫୁଟ ଲେଖାଏ ଖନନ କରିଥିଲେ । ଯେଉଁଥିରେ ୪ଟି ଗ୍ରାମକୁ ଜଳ ଯୋଗାଣ ପାଇଁ ରଗଡିି ଛକ ମା’ କାମୁଡଇ ନିକଟରେ ଥିବା ଓଭରହେଡ୍‌ ପାଣିଟାଙ୍କିରୁ କଡ଼ମାକୁ ବିଛାଯାଇଥିବା ପାଇପ୍‌ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି॥ ଫଳରେ କଡ଼ମାର ଆଇଚିପୁର, ମାଦଳା, ଉଆସପୋଖରୀ ଆଦି ୪ ବସ୍ତିର ପ୍ରାୟ ୪୮୦ ପରିବାର ୨ମାସ ହେବ ଜଳକଷ୍ଟ ଭୋଗୁଛନ୍ତି। ଗାଁରୁ ୧ କି.ମି ଦୂରରେ ଥିବା ଏକ ପୁରୁଣା କୂଅକୁ ଗ୍ରାମବାସୀ ଭରସା କରିଛନ୍ତି। ମହିଳାମାନେ ପାନୀୟ ଜଳ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ସହ ଗାଧୋଇବା ପାଇଁ ଏକ ଅପରିଷ୍କାର ପୋଖରୀ ଉପରେ ନିର୍ଭର କରୁଛନ୍ତି। ଏ ବିଷୟରେ ଗ୍ରାମ୍ୟ ଉନ୍ନୟନ ଠିକାଦାରଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ଗ୍ରାମବାସୀ କହିଛନ୍ତି। ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ କର୍ତ୍ତୃପକ୍ଷ ଏହାର ମରାମତି କରିବେ ବୋଲି ଠିକାଦାର କହୁଛନ୍ତି। କିନ୍ତୁ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ କର୍ତ୍ତୃପକ୍ଷ ଏଥିପ୍ରତି କର୍ଣ୍ଣପାତ କରୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସୁଧାକର ପଣ୍ଡାଙ୍କୁ ପଚାରିବାରେ ଖୁବଶୀଘ୍ର ଏହାର ସମାଧାନ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri