ପାଣି ଛାଡୁନି ମେଗା ପ୍ରକଳ୍ପ, ଚାଷଜମି ଫାଟି ଆଁ

ବଡ଼ଗାଁ,୩୦ା୭( ଅଶୋକ ଷଢ଼ଙ୍ଗୀ)ସୁନ୍ଦରଗଡ ଜିଲା ବଡ଼ଗାଁ ବ୍ଲକ ଅଞ୍ଚଳର ସର୍ବାଧିକ ପରିବାର କୃଷି ଉପରେ ନିର୍ଭର କରନ୍ତି। ବିଶେଷକରି ବର୍ଷା ଜଳ ଉପରେ ନିର୍ଭର କରୁଥିବା ଚାଷୀ ବିଗତ କିଛିବର୍ଷ ହେଲା ଅନିୟମିତ କିମ୍ବା ସ୍ବଳ୍ପ ବର୍ଷା ଯୋଗୁ କ୍ଷତିଗ୍ରସ୍ତ ହୋଇଆସୁଛନ୍ତି। ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପନର ପ୍ରଭାବରେ ଚାଷ ଉଜୁଡି ଯାଉଛି। ପ୍ରତି ୨-୩ ବର୍ଷରେ ଧାନ ଚାଷ ପାଇଁ ପାଗ ପ୍ରତିକୂଳ ହେଉଥିବାରୁ ଅଞ୍ଚଳର ଚାଷୀମାନେ ସଫେଇ ନଦୀରେ ବ୍ୟାରେଜ ନିର୍ମାଣ କରି ଜମିକୁ ଜଳସେଚିତ କରିବାକୁ ବାରମ୍ବାର ଦାବି କରିଥିଲେ। ଏହାପରେ ନଦୀରେ ମେଗା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଗଲା। କୋଟି କୋଟି ଟଙ୍କାରେ ପ୍ରକଳ୍ପ ନିର୍ମାଣ ହୋଇଥିଲେ ମଧ୍ୟ ଚାଷୀ ଉପକୃତ ହୋଇପାରୁନାହାନ୍ତି। ଚାଷୀମାନେ ଶନିବାର ମେଗା ପ୍ରକଳ୍ପ କାର୍ଯ୍ୟାଳୟକୁ ଯାଇ ଧାନ ତଳି ମରିବାକୁ ବସିଲାଣି, ଶୀଘ୍ର ପାଣି ଛାଡ଼ିବାକୁ ଦାବି କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଜୁନ ୨୪ରେ ପ୍ରଥମ ମୌସୁମୀ ବର୍ଷା ଅସରାଏ ହୋଇଥିଲା। ଜୁନ ୨୫ ଓ ୨୬ରେ ସାମାନ୍ୟ ବର୍ଷା ପରେ ଜୁଲାଇ ୧୬ ଓ ୧୭ରେ ମାତ୍ର କିଛି ସମୟ ପାଇଁ ଝିପିଝିପି ବର୍ଷା ହୋଇଥିଲା। ୨୨ ଓ ୨୩ ରାତିରେ ଭଲ ଅସରାଏ ବର୍ଷା ହୋଇଥିଲା। ଏହା ପରଠାରୁ ଆଉ ବର୍ଷା ହୋଇନାହିଁ। ପ୍ରଚଣ୍ଡ ଖରା ଯୋଗୁ ଜମି ଶୁଖି ଆଁ କରିଛି। ଫଳରେ ଚାଷ କାମ ଆଗେଇ ପାରୁନାହିଁ। ଏଭଳି ପରିସ୍ଥିତିରେ ମେଗା ଉଠା ଜଳ ସେଚନ ପ୍ରକଳ୍ପ ଉପରେ ନିର୍ଭର କରୁଥିବା ଚାଷୀଙ୍କ ବିଲକୁ ପାଣି ଛଡା ଯାଉନଥିବାରୁ ଚାଷୀଙ୍କ ଆଶା ମଉଳି ଯାଇଛି। ତେବେ ସଫେଇ ନଦୀ ଏକ ପ୍ରକାର ମୃତ୍ୟୁ ମୁହଁରେ ଥିବାବେଳେ ଏହାର ସୁରକ୍ଷା ପ୍ରତି ସରକାର ଦୃଷ୍ଟି ଦେଉନାହାନ୍ତି। ଏହି ନଦୀରେ ବ୍ୟାରେଜ୍‌ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ଏଥିପ୍ରତି କାହାର ନଜର ପଡୁନାହିଁ। ମେଗା ପ୍ରକଳ୍ପରୁ ବିଲକୁ ପାଣି ଯୋଗାଇଦେବା ପାଇଁ ବିଭିନ୍ନ ସ୍ଥାନରେ ୨୭୫ଟି ପଏଣ୍ଟ କରାଯାଇଛି। କିନ୍ତୁ ଚୋରମାନେ ଏହି ପଏଣ୍ଟରେ ଲାଗିଥିବା ସୋଲାର ପ୍ୟାନେଲ, ବ୍ୟାଟେର ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ଚୋରି କରି ନେଉଥିବାରୁ ପ୍ରକଳ୍ପ ଠିକ୍‌ଭାବେ କାର୍ଯ୍ୟ କରୁନାହିଁ। ପ୍ରକଳ୍ପର ଅଧିକାରୀ ଓ କର୍ମଚାରୀ ଗାଁଗୁଡ଼ିକୁ ଯାଇ ଲୋକଙ୍କୁ ବୁଝାଇଥିଲେ ମଧ୍ୟ ଚୋରି ବନ୍ଦ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

JSSC CGL ପରୀକ୍ଷା ବାତିଲ: ଶେଷରେ ଛାତ୍ରଙ୍କ ଆଗରେ ନଇଁଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୧୭।୮: ରାଞ୍ଚିରେ ଛାତ୍ର ବିରୋଧ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ୟାବିନେଟ JSSC-CGL ପରୀକ୍ଷା ବାତିଲ କରିବାକୁ…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri