ସ୍ବାସ୍ଥ୍ୟୋପକାରୀ ପାଣିସିଙ୍ଗଡ଼ା-ପଦ୍ମନାଡ଼

ଜଳ ଓ ସ୍ଥଳଭାଗରେ ଯେତେପ୍ରକାର ଉଦ୍ଭିଦ, ଲତା, ଗୁଳ୍ମ, ଆଦି ରହିଛି; ସେଗୁଡ଼ିକର ଚେର, ମୂଳ, ଛାଲି, ଡାଳ, ପତ୍ର, ଫୁଲ ଓ ଫଳ ପ୍ରତ୍ୟେକ ଦ୍ରବ୍ୟ ମାନବ ଶରୀର ପାଇଁ ପ୍ରକୃତିଦତ୍ତ। ସେଗୁଡ଼ିକ ଜୀବନୀୟ ଗୁଣବତ୍ତା ତଥା ଔଷଧୀୟ ଗୁଣରେ ପରିପୂର୍ଣ୍ଣ ରହିଛି। ବିଶ୍ୱର ପ୍ରତ୍ୟେକ ଦେଶ ତଥା ଭାରତର କୋଣାନୁକୋଣେ ଜଳବାୟୁ ଅନୁଯାୟୀ ଏମିତି କେତେ ନିଆରା କିସମର ସ୍ବାସ୍ଥ୍ୟ ଉପକାରୀ ଖାଦ୍ୟ ଦ୍ରବ୍ୟ ରହିଛି। ଏଗୁଡ଼ିକ ସବୁ ସ୍ଥାନରେ ମିଳିନଥାଏ, ଯାହାକୁ କେତେକ ବ୍ୟକ୍ତି ଜାଣି ନ ଥା’ନ୍ତି କିମ୍ବା ଖାଦ୍ୟରେ ବ୍ୟବହାର କରି ନ ଥା’ନ୍ତି। ସେଥିମଧ୍ୟରୁ ପାଣିସିଙ୍ଗଡ଼ା ଓ ପଦ୍ମନାଡ଼ ଅନ୍ୟତମ। ସ୍ବାସ୍ଥ୍ୟ ହିତ ପାଇଁ ଏକ ଏକ ବହୁ ଉପକାରୀ ଖାଦ୍ୟ ଅଟେ। ଏ ଦୁଇ ପ୍ରକାର ଦ୍ରବ୍ୟ ଜଳ ମଧ୍ୟରେ ହିଁ ହୋଇଥାଏ।
ପାଣିସିଙ୍ଗଡ଼ା : ପାଣିସିଙ୍ଗଡ଼ା (warter chestnut) ସ୍ବାସ୍ଥ୍ୟ ପାଇଁ ବିଶେଷ ଲାଭଦାୟକ। ଏଥିରେ ପ୍ରଚୁର ପରିମାଣରେ କ୍ୟାଲସିୟମ ରହିଛି, ଯାହା ଆମ ଦାନ୍ତ ଓ ଅସ୍ଥିକୁ ମଜଭୁତ କରିଥାଏ। କେବଳ ସେତିକି ନୁହେଁ, ଏହା ଶରୀରର ଦୁର୍ବଳତା ଦୂର କରିବା, ଗ୍ୟାଷ୍ଟ୍ରିକ ସମସ୍ୟା, କୋଷ୍ଠକାଠିନ୍ୟ ଦୂର କରିବା ସହ ଅନ୍ତନଳୀକୁ ସଫା ରଖିବାରେ ସାହାଯ୍ୟ କରେ। ତା’ ସହ ପାଚନକ୍ରିୟାକୁ ଆହୁରି ସକ୍ରିୟ କରାଇଥାଏ। ପାଣିସିଙ୍ଗଡ଼ାରେ ତନ୍ତୁଜାତୀୟ ପଦାର୍ଥ ଭରି ରହିଛି। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଥିବାରୁ ଏହା ଖାଇବା ଦ୍ୱାରା ଟନ୍‌ସିଲ ଓ ଗଳା ସମସ୍ୟା ଦୂର ହୋଇଥାଏ। ସୁନିଦ୍ରା ହେବାରେ ମଧ୍ୟ ସାହାଯ୍ୟ କରିଥାଏ। ଆୟୁର୍ବେଦ ଚିକିତ୍ସା ଶାସ୍ତ୍ରରେ ପାଣିସିଙ୍ଗଡ଼ା ଚରକ ସଂହିତାରେ ପାଣିସିଙ୍ଗଡ଼ା ଏକ ସ୍ବାଦିଷ୍ଟ, ହଜମ ଶକ୍ତି ବୃଦ୍ଧିକାରକ, ପିତ୍ତ ଓ କଫ ଆମ ଶରୀର ପାଇଁ କେତେ ଉପକାରୀ ତାହା ବର୍ଣ୍ଣନା କରାଯାଇଛି। ଏହା ରକ୍ତଚାପକୁ ମଧ୍ୟ ସନ୍ତୁଳିତ ରଖେ। ଏପରି ସ୍ବାସ୍ଥ୍ୟ ଉପଯୋଗୀ ପାଣିସିଙ୍ଗଡ଼ାକୁ ଆମେ ଖାଦ୍ୟ ଭାବେ ଖାଇବା ଜରୁରୀ।
ପଦ୍ମନାଡ଼: ପଦ୍ମନାଡ଼ (Lotus stem)କୁ ଭାଜି ତରକାରି କରି ଖିଆଯାଏ। ଏହା ଦେଖିବାକୁ ଧଳା। ଏହା ସାଧାରଣତଃ ଜଳାଶୟଗୁଡ଼ିକରେ ରହିଥାଏ। ଆମ ଦେଶର ପଦ୍ମଫୁଲକୁ ପ୍ରାୟତଃ ପୂଜାର୍ଚ୍ଚନାରେ ବ୍ୟବହାର କରାଯାଏ। କିନ୍ତୁ ଏହାର ନାଡ଼ରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏଥିରେ ଭିଟାମିନ-ସି, ଆଇରନ୍‌, ଭିଟାମିନ୍‌-ବି କମ୍ପ୍ଲେକ୍ସ, ପୋଟାସିୟମ, ସୋଡିୟମ, ପ୍ରୋଟିନ ଭରପୂର ହୋଇ ରହିଛି। ଏହା ଆଣ୍ଟି-ଅକ୍ସିଡାଣ୍ଟ ଅଟେ। ଏହାକୁ ଖାଦ୍ୟ ଭାବେ ଖାଇବା ଦ୍ୱାରା ଏହା ତ୍ୱଚାକୁ ସୌନ୍ଦର୍ଯ୍ୟ ବଢ଼ାଇବା ସହ କେଶ ବୃଦ୍ଧି ଘଟିବା, ଦେହରୁ ବହୁତ ଝାଳ ନିର୍ଗତ ହେଉଥିଲେ ଏହା ସ୍ବାଭାବିକ ହେବା ସହ ନାକରୁ କିମ୍ବା ପରିସ୍ରାରେ ରକ୍ତ ପଡୁଥିଲେ ସେଥିରୁ ଉପଶମ ମିଳିବା ବ୍ୟତୀତ ଥଣ୍ଡା କାଶ, କୁଣ୍ଡିଆ, ଚର୍ମ ରୋଗରୁ ଉପଶମ ମିଳିଥାଏ। ମହିଳା ଓ ପୁରୁଷଙ୍କ ଯୌନଶକ୍ତି ବୃଦ୍ଧି କରିବା ସହ ଶରୀରର ଖରାପ କୋଲେଷ୍ଟରଲକୁ ନିର୍ଗତ କରାଇବାରେ ସହାୟକ ହୋଇଥାଏ। ଉଚ୍ଚ ରକ୍ତଚାପକୁ ମଧ୍ୟ ଏହା ସନ୍ତୁଳିତ ରଖିଥାଏ। ଏହାକୁ ନିୟମିତ ଖାଇଲେ ତାହା ଆନିମିଆ, ଉତ୍ତମ ରକ୍ତ ସଂଚାଳନ ସହ ଶରୀରରେ ଲୋହିତ ରକ୍ତକଣିକା ମାତ୍ରା ବୃଦ୍ଧି, ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ। ପଦ୍ମନାଡ଼କୁ ଖାଦ୍ୟ ରୂପେ ଆମେ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଘଟିଥାଏ।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
– ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର,
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ: ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ଶୁକ୍ରଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ଏହି ୪ ରାଶିଙ୍କ ଶୁଭ ସମୟ ହେବ ଆରମ୍ଭ, ବଢ଼ିବ ଆୟ

ବୈଦିକ ଜ୍ୟୋତିଷ ଅନୁସାରେ ପୂର୍ବାଫାଲ୍ଗୁନୀ ନକ୍ଷତ୍ରର ସ୍ବାମୀ ଶୁକ୍ର ଗ୍ରହ। ଜ୍ୟୋତିଷରେ ଶୁକ୍ରଙ୍କୁ ପ୍ରେମ, ଧନ, ସୁଖ-ସୁବିଧା ଓ ଐଶ୍ୱର୍ଯ୍ୟର କାରକ ଭାବେ ବିବେଚନା କରାଯାଏ। ସେହିପରି…

୨୨ ଅଗଷ୍ଟରୁ ସକ୍ରିୟ ହେବ ବୁଧ-କେତୁଙ୍କ ‘ଜଡତ୍ୱ ଯୋଗ’: ଏହି ୪ ରାଶି ଉପରେ ପଡ଼ିବ ନକାରାତ୍ମକ ପ୍ରଭାବ!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନ ବା ‘ଗୋଚର’କୁ ବେଶ ଗୁରୁତ୍ୱ ଦିଆଯାଏ। ଗ୍ରହମାନଙ୍କ ସ୍ଥିତିରେ ପରିବର୍ତ୍ତନ ହେଲେ ଏହାର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିଥାଏ ବୋଲି…

ସେପ୍ଟେମ୍ବର ୧ରେ ବୁଧ-ଗୁରୁ-ମଙ୍ଗଳଙ୍କ ମହାଚଳନ: ସୁନା ଥାଳିରେ ଖାଇବେ ଏହି ୫ ରାଶି!

ଗଣିତ ଜ୍ୟୋତିଷ ଗଣନା ଏବଂ ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ୧ ସେପ୍ଟେମ୍ବର ୨୦୨୬ ଜ୍ୟୋତିଷ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ଦିନ ହେବ। ଏହି ଦିନ ଅନେକ ଗ୍ରହ…

ଅଗଷ୍ଟର ଶେଷ ସପ୍ତାହରେ ବୁଧାଦିତ୍ୟ ରାଜଯୋଗ: କ୍ୟାରିୟର ସହ ଲଭ୍‌ ଲାଇଫରେ ବୃଷ, ମିଥୁନ ସହ ଏହି ରାଶିଙ୍କୁ…

ଅଗଷ୍ଟର ଶେଷ ସପ୍ତାହ ଜ୍ୟୋତିଷ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ। ଏହି ସମୟରେ ବୁଧ ସିଂହ ରାଶିରେ ଗୋଚର କରିବେ। ସିଂହରେ ପୂର୍ବରୁ ସୂର୍ଯ୍ୟ ରହିଥିବାରୁ ବୁଧ…

୪୯ ଦିନ ପରେ ଶନିଙ୍କ ବଡ଼ ନକ୍ଷତ୍ର ପରିବର୍ତ୍ତନ; ଦଶହରା ପୂର୍ବରୁ ୬ ରାଶି ହେବେ ମାଲାମାଲ୍‌!

୯ ଅକ୍ଟୋବର ୨୦୨୬ରେ ଶନି ନକ୍ଷତ୍ର ପରିବର୍ତ୍ତନ କରିବେ। ଦଶହରା ପୂର୍ବରୁ ଶନିଙ୍କର ଏହି ଚାଲ୍ ୬ଟି ରାଶି ପାଇଁ ଶୁଭ ବୋଲି ଧରାଯାଉଛି। ଜାଣନ୍ତୁ କେଉଁ…

୨୮ ଅଗଷ୍ଟରେ ଲାଗୁଛି ଗ୍ରହଣ: ୬ ରାଶି ହୋଇଯାଆନ୍ତୁ ସତର୍କ, ଖର୍ଚ୍ଚ ହୋଇଯିବ ସବୁ ଟଙ୍କା…

୨୮ ଅଗଷ୍ଟ ୨୦୨୬ରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବ। ଜ୍ୟୋତିଷ ଶାସ୍ତ୍ରର ମାନ୍ୟତା ଅନୁଯାୟୀ ଏହାର ପ୍ରଭାବ ୬ଟି ରାଶି ଉପରେ ପଡ଼ିପାରେ। ଜାଣନ୍ତୁ କେଉଁ କେଉଁ…

ଆଜି ଗ୍ରହ ସଂଯୋଗ ଆଣିବ ୫ ରାଶିଙ୍କ ପାଇଁ ବଡ଼ ପରିବର୍ତ୍ତନ, ଅଚାନକ ଘଟିବ ଏଭଳି, ଯାହା କେବେ…

ଜ୍ୟୋତିଷ ଦୃଷ୍ଟିରୁ ୨୧ ଅଗଷ୍ଟ ଦିନଟି ଅନେକ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ରହିପାରେ। ଗ୍ରହମାନଙ୍କର ସ୍ଥିତି ଅନୁଯାୟୀ ଏହି ଦିନ କ୍ୟାରିୟର, ବ୍ୟବସାୟ ଓ ଆୟ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri