ଜଳ ଓ ଜଳାଭିଷେକ

ସୁଧିରାଜ ରାଉତ

କିଛିଦିନ ତଳେ ଜଣେ ବନ୍ଧୁ ଏବର ବୋଲବମରେ ବିରକ୍ତ ହୋଇ କହିଲେ ”ଆମ ଧର୍ମକୁ ଲୋକହସା କରିବାଛଡ଼ା ଏସବୁ ଆଉ କ’ଣ ? ଏହାଠାରୁ ବଡ଼ ଅନ୍ଧ ଆବେଗ ଅନ୍ଧବିଶ୍ୱାସ କ’ଣ ଅଛି ? ବନ୍ଧୁଙ୍କର ପ୍ରଶ୍ନ ମୋତେ ମନେପକାଇ ଦେଲା ୧୦/୧୨ ବର୍ଷ ତଳେ କିଛି ବନ୍ଧୁଙ୍କୁ ନେଇ ଜୟପୁର ନିକଟ ନଦୀରୁ ଜଳ କାଉଡ଼ିରେ ଭରି ୬୦ କିଲୋମିଟର ଗୁପ୍ତେଶ୍ୱର ଶୈବପୀଠକୁ ଯାତ୍ରାର କଥା। ବର୍ଷା ହେଉଥାଏ। କାନ୍ଧରେ ଜଳ ଭର୍ତ୍ତି କାଉଡ଼ି, ଅମା ଅନ୍ଧାରରେ ଘଞ୍ଚ ବନାନୀ ବାଘ ଭାଲୁ ଭୟକୁ ବେଖାତିର କରି ତମାମ ରାତି ଚାଲିବା କିଭଳି ସେଦିନ ମୋ ପାଇଁ ସମ୍ଭବ ହୋଇଥିଲା ସତେ? ବନ୍ଧୁଙ୍କ ପ୍ରଶ୍ନ ଆଉ ମୋର ସେ ଦିନ ଅନୁଭବ ଭିତରେ ଖୋଜୁଥିଲି କାଉଡ଼ି ଭରା ଜଳ, ପ୍ରତି ସୋମବାର ମୋର ଜଳାଭିଷେକ କ’ଣ ପ୍ରକୃତରେ କିଛି ଗୁପ୍ତ ସତ୍ୟକୁ ଧାରଣ କରୁଛି? କ’ଣ ଏହା ଜୀବନରେ ଶୁଭତ୍ୱ ଦେବାକୁ ସାମର୍ଥ୍ୟ ରଖୁଛି? କିଛିଦିନ ଜଳମନସ୍କ ଭିତରେ ଜଳର ଅଦ୍ଭୁତ ସ୍ବରୂପ ଦର୍ଶନ କରି ବିମୋହିତ ହେଲି। ଏହି ଜଳ କ’ଣ। ପୃଥିବୀରେ ୭୦ ଭାଗରୁ ଅଧିକ ଜଳ ଥିବା ବେଳେ ଆମେ ଚନ୍ଦ୍ରାୟଣ ପଠାଇ ଚନ୍ଦ୍ରରେ ଜଳ ଖୋଜୁଛୁ। ମାନବ ଏହି ଜଳକୁ କେତେ ବୁଝିଛି।
ଏ ପ୍ରଶ୍ନର ଗହିରତାକୁ ନ ଗଲେ ଜଳାଭିଷେକର ନିହିତ ଅନ୍ତଃସତ୍ୟକୁ ବୁଝିବା ସମ୍ଭବ ନୁହେଁ। ଆମେ ପଢିଛୁ -ଜଳ ଦୁଇଟି ମୌଳିକକୁ ନେଇ ସୃଷ୍ଟ, ତାହା ଉଦଜାନ ଓ ଅମ୍ଳଜାନ। ୫୦୦୦ ବର୍ଷ ତଳେ ବୈଦିକ ଦର୍ଶନରେ ଲେଖାଅଛି, ଜଳ ଦୁଇଟି ତତ୍ତ୍ୱକୁ ନେଇ ସୃଷ୍ଟ, ତାହା ହେଲା ବାୟୁ ଏବଂ ଅଗ୍ନି। ଏଭଳି ଲେଖା ଅଛି ଆକାଶ ତତ୍ତରୁ ପ୍ରଥମେ ବାୟୁତତ୍ତ୍ୱ ସୃଷ୍ଟି ହେଲା, ବାୟୁତତ୍ତ୍ୱରୁ ଅଗ୍ନିତତ୍ତ୍ୱ ଜନ୍ମ ନେଲା ଏବଂ ବାୟୁ ଅଗ୍ନି ମିଶି ଜଳତତ୍ତ୍ୱକୁ ସୃଷ୍ଟି କଲେ। ଆଧୁନିକ ବିଜ୍ଞାନ ଏବଂ ବୈଦିକ ଦର୍ଶନରେ ଜଳସୃଷ୍ଟିକୁ ନେଇ ବାହ୍ୟ ସମାନତା ଥିଲେ ମଧ୍ୟ ବୈଦିକ ଦୃଷ୍ଟି ଭିନ୍ନ ଏବଂ ବ୍ୟାପକ। ଏଇ ଭିନ୍ନତାକୁ ନ ବୁଝିଲେ ଜଳକୁ ଠିକ୍‌ ରୂପେ ବୁଝିବା ସମ୍ଭବ ନୁହେଁ।
ଜଳ ଉଦଜାନ ଓ ଅମ୍ଳଜାନର ଏକ ରାସାୟନିକ ପରିଣାମ ମାତ୍ର ନୁହେଁ, ବୈଦିକ ଦୃଷ୍ଟିରେ ଏହି ପରିଣାମ ଏକ ଅବକାଶ ସୃଷ୍ଟି କରେ,ଏକ ଆଧାର ସୃଷ୍ଟିକରେ ଜଳତତ୍ତ୍ୱ ବା ଜଳ ସତ୍ତାଙ୍କୁ ପ୍ରକାଶିତ ହେବାକୁ। ଋଷି ଶ୍ରୀଅରବିନ୍ଦ କହିଛନ୍ତି- ଉଦଜାନ ଓ ଅମ୍ଳଜାନ ମିଶି ଜଳ ସୃଷ୍ଟି କରିନାହାନ୍ତି, ଏକ ଅବକାଶ ସୃଷ୍ଟି କରିଛନ୍ତି ଜଳରୂପି ଚୈତନ୍ୟକୁ ଅବତରି ଆସିବାକୁ ଏବଂ ପ୍ରକାଶ ହେବାକୁ। ତେଣୁ ପ୍ରଥମେ ଜଳ ବା ଜଳସତ୍ତାଙ୍କୁ ବୁଝିବାର ସର୍ତ୍ତ ହେଉଛି – ଜଳ ଏକ ରାସାୟନିକ ପରିଣାମ ମାତ୍ର ନୁହେଁ, ଜଳ ଏକ ଚୈତନ୍ୟ, ଏକ ସଚେତନ ସତ୍ତା। ଆମେ ସମସ୍ତେ ଜଳର ଶୁଦ୍ଧତା କଥା ଜାଣୁ ା ସେ କିଭଳି ଆମ ଶରୀର ଏବଂ ଆବଶ୍ୟକ ଉପାଦାନ ସବୁକୁ ଧୋଇ ଶୁଦ୍ଧ କରେ। କିନ୍ତୁ ଆମେ ଯଦି ଜଳକୁ ଏକ ଜୀବନ୍ତ ସତ୍ତା ବା ଦେବତା ରୂପେ ଦେଖି ଶିଖନ୍ତେ ଏଇ ପବିତ୍ର ଜଳ ଆମ ମନ ପ୍ରାଣର ବହୁ କାଳିମାକୁ ଧୋଇ ଆମକୁ ଅପୂର୍ବ ଶୁଦ୍ଧତାରେ ଭରିଦିଅନ୍ତେ। ଶ୍ରୀମା କହୁଥିଲେ ଆମେ ଯଦି ବର୍ଷାରେ ଭିଜି ଜାଣିବା ଏହି ଜଳକଣା ଆମ ଶରୀରରୁ ଦୁଃସାଧ୍ୟ ରୋଗକୁ ଧୋଇ ଆମକୁ ରୋଗମୁକ୍ତ କରି ପାରିବ।
ଯେଉଁମାନେ ବିଜ୍ଞାନକୁ ବିଶ୍ୱାସ କରନ୍ତି କୌଣସି କଥାକୁ ବିନା ପରୀକ୍ଷାରେ ଅବିଶ୍ୱାସ କରିବା ଉଚିତ ନୁହେଁ। ଜଳ ଯେଭଳି ପବିତ୍ରତା ପ୍ରଦାନ କରିଥାଏ ସେଇଭଳି ସମୃଦ୍ଧି ମଧ୍ୟ ପ୍ରଦାନ କରିଥାଏ।
ଜଳର ଆଉ ଏକ ଅଦ୍ଭୁତ ସାମର୍ଥ୍ୟ ହେଉଛି ଗ୍ରହଣଶୀଳତା। ଆୟୁର୍ବେଦ କହେ ତମ୍ବାପାତ୍ରରେ ଜଳ ରାତ୍ରରେ ରଖି ସକାଳୁ ଖାଲି ପେଟରେ ପିଇଲେ ଏସିଡ୍‌ ବା ଅମ୍ଳ ସମସ୍ୟା ଦୂର ହୁଏ। ରାତିତମାମ ଜଳ ତମ୍ବା ପାତ୍ରରେ ରହିବା ଦ୍ୱାରା ତମ୍ବାତ୍ୱକୁ ଗ୍ରହଣ କରିନିଏ ଏବଂ ଏଇ ପାଣି ପିଇବା ଦ୍ୱାରା ପେଟରେ ସୃଷ୍ଟ ଅମ୍ଳ ସହ ତମ୍ବାତ୍ୱ ପତିକ୍ରିୟା କରି ଅମ୍ଳର ନକାରାତ୍ମକ ପ୍ରଭାବକୁ ନଷ୍ଟ କରିଦିଏ। ଜଳର ଏଇ ଗ୍ରହଣଶୀଳତା, ପରିସୀମା ଏତେ ବ୍ୟାପକ ଯେ ଆମେ ବୁଦ୍ଧି ଦ୍ବାରା ବୁଝିବା ସହଜ ବା ସମ୍ଭବ ନୁହେଁ। ଅନେକ ଗବେଷଣା ଏହା କହୁଛି ସକାରାତ୍ମକ ଚିନ୍ତନକୁ ଏକ ଉପାଦାନରୂପେ ଜଳ ଭିତରେ ଦ୍ରବୀଭୂତ କରାଇ ପିଇଲେ ଏହି ସକାରାତ୍ମକ ଭାବନାକୁ ଜଳ ଶରୀରର ସବୁ କୋଷ ପାଖରେ ନେଇ ପହଞ୍ଚାଇ ଦେଇଥାଏ ଏବଂ ଆମକୁ ଆରୋଗ୍ୟ ଏବଂ ସକାରାତ୍ମକ ଜୀବନ ପ୍ରଦାନ କରିଥାଏ। ଆମ ଋଷି, ମୁନିମାନେ ଚରଣାମୃତକୁ କାହିଁକି ଏତେ ପବିତ୍ର ଏବଂ ଶ୍ରେଷ୍ଠ ଭାବନ୍ତି? କାରଣ ଏହା ଜଗତର ସ୍ରଷ୍ଟାରୂପି ଈଶ୍ୱର ମୂର୍ତ୍ତିର ସ୍ନାନ ଜଳ। ଈଶ୍ୱରଙ୍କ ସ୍ନାନ ଜଳ ଈଶ୍ୱରଙ୍କୁ ଧାରଣ କରିଥାଏ, କାରଣ ଏହା ଜଳର ସ୍ବଭାବ ବା ଧର୍ମ । ସେଥିପାଇଁ ଆମ ଶାସ୍ତ୍ର ଏହି ଜଳକୁ ଅତି ପବିତ୍ର ମାନେ। କାରଣ ତାହା ଈଶ୍ୱରଙ୍କ ଚେତନାକୁ ଗ୍ରହଣ କରି ଧାରଣ କରିଥାଏ। ଶିବଲିଙ୍ଗରେ ହେଉଥିବା ଜଳାଭିଷେକ ମଧ୍ୟ ଠିକ୍‌ ଏହି ସତ୍ୟକୁ ବହନ କରୁଛି।
ବର୍ତ୍ତମାନ ଶ୍ରାବଣ ମାସ। ବୋଲବମ କଥାକୁ ବିଚାରକୁ ନେବା। ଆମ ସଂସ୍କୃତିରେ ଶ୍ରାବଣ ଅମୃତ ଧାରାରେ ପୂର୍ଣ୍ଣ ଝରଣା, ନଈ ଜଳକୁ ଈଶ୍ୱରଙ୍କୁ ଅର୍ପଣ କରି ନିଜର କୃତଜ୍ଞତା ମଣିଷ ଜଣାଇଥାଏ। ଯେତେବେଳେ ଜଣେ କାଉଡ଼ିଆ କେଉଁ ନଈ ଝରଣାରୁ ଜଳ ନେଇ ଦୂର ଶିବଲିଙ୍ଗରେ ଅର୍ପିବାକୁ ବାହାରେ ସେଇ ଅର୍ପଣରେ ଥାଏ କୃତଜ୍ଞତା, ଆଉ ନିଜର କିଛି ମନସ୍କାମନା। କାଉଡ଼ିଆ ଜଳ ଧରି ଚାଲୁଥାଏ। ଜଳ କାଉଡ଼ିଆର ଚିନ୍ତା, ଚେତନା, ମନସ୍କାମନାକୁ ତା ସ୍ବାଭାବିକ ଗ୍ରହଣଶୀଳତା ସାମର୍ଥ୍ୟରେ ଗ୍ରହଣ କରିନେଇଥାଏ। ଜଳ ଅର୍ପଣ ବା ଅଭିଷେକ ବେଳେ ଜଳ ତା ନିଜ ଭାଷାରେ କାଉଡ଼ିଆର ମନକଥା ଈଶ୍ୱରଙ୍କୁ ଜଣାଇଦିଏ। ପୁଣି ଈଶ୍ୱରଙ୍କ ଅଭିଷେକ ଜଳକୁ କାଉଡ଼ିଆ ପାଦୁକ ରୂପେ ଗ୍ରହଣ କରିବା ଦ୍ୱାରା ଈଶ୍ୱରଙ୍କ ଚେତନା ଏବଂ କୃପାକୁ କାଉଡ଼ିଆକୁ ପ୍ରାପ୍ତ କରିଥାଏ । ଜଳ ଏହି ରୂପରେ ଅଦୃଶ୍ୟ ଈଶ୍ୱର ଏବଂ ଦୃଶ୍ୟ ମଣିଷକୁ ଯୋଡ଼ିବାର ସୁପରିବାହୀ ରୂପେ କାମ କରେ। ଏହା ହିଁ ଜଳାଭିଷେକ ଅନ୍ତଃଦର୍ଶନ।
ଇନ୍ଦ୍ରାବତୀ, ନବରଙ୍ଗପୁର
ମୋ: ୯୮୬୧୯୬୯୬୭୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

ଏଇ ଭାରତରେ

ତ୍ରିପୁରାର ଏକ ଛୋଟ ସହର ଖୋଓ୍ବାଇ। ୧୫ ଓ୍ବାର୍ଡବିଶିଷ୍ଟ ଏହି ସହରର ବର୍ଜ୍ୟ ପରିଚାଳନା ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ମ୍ୟୁନିସିପାଲିଟି ନୁହେଁ, ବରଂ ଏକ ସୋସାଇଟିର ପରିମଳ…

ଇଥାନଲ୍‌ ଓ ଇ୨୦ ଇନ୍ଧନ

ଆମ ପୁରାଣରେ ଦେବଲୋକରେ ଆନନ୍ଦ ଅନୁଭବ ପାଇଁ ସୁରା ପାନକରିବା କଥା ଉଲ୍ଲେଖ ଅଛି I ଉକ୍ତ ସୁରା ବା ମଦ୍ୟ ଅନ୍ୟ କିଛି ନୁହେଁ, ବରଂ…

ଜାତୀୟ ସୁରକ୍ଷା

ଭାରତ ବିଶ୍ୱର ସର୍ବାଧିକ ଜନବହୁଳ ଗଣତାନ୍ତ୍ରିକ ଦେଶ। ଏହାର ଭୌଗୋଳିକ ଅବସ୍ଥିତି ଓ ବିସ୍ତୃତି, ବହୁଭାଷିକ ଓ ବହୁଧର୍ମୀୟ ସମାଜ,ପଡ଼ୋଶୀ ଦେଶଗୁଡ଼ିକ ସହ ଲାଗି ରହିଥିବା ସୀମା…

ସମୟଚକ୍ରରେ ସଭ୍ୟତା

ଅନେକ ପିଢ଼ି ଧରି ପାଶ୍ଚାତ୍ୟ ଇତିହାସକୁ ଏକ ପ୍ରଗତିର କାହାଣୀ ବୋଲି କୁହାଯାଉଥିଲା। କ୍ରମଶଃ ମାନବ ଜାତି କୁସଂସ୍କାରରୁ ବିଜ୍ଞାନ ଆଡ଼କୁ, ରାଜତନ୍ତ୍ରରୁ ଗଣତନ୍ତ୍ର ଆଡ଼କୁ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri