ବ୍ୟାଙ୍କିଙ୍ଗ୍‌ ସଙ୍କଟ ପ୍ରଶ୍ନ ଶୁଣି ଖବରଦାତା ସମ୍ମିଳନୀ ଅଧାରୁ ପଳାଇଗଲେ ଆମେରିକା ରାଷ୍ଟ୍ରପତି

ଓ୍ବାଶିଂଟନ,୧୪।୩: ବ୍ୟାଙ୍କ୍‌ ବୁଡିଯିବା ପ୍ରଶ୍ନ ଶୁଣି ଖବରଦାତା ସମ୍ମିଳନୀ ଅଧାରୁ ପଳାଇଗଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌। ଏହାର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ସିଲିକନ ଭ୍ୟାଲି ବ୍ୟାଙ୍କ ବୁଡ଼ିଯିବା ପରେ ବ୍ୟାଙ୍କିଙ୍ଗ ସଙ୍କଟ ସହ ଜଡିତ କିଛି ପ୍ରଶ୍ନର ଉତ୍ତର ଦେବାକୁ ରାଷ୍ଟ୍ରପତିଙ୍କୁ କୁହାଯାଇଥିଲା। କିନ୍ତୁ ବାଇଡେନ୍‌ ସେମାନଙ୍କୁ ଅଣଦେଖା କରି ମଧ୍ୟଭାଗରେ ଖବରଦାତା ସମ୍ମିଳନୀ ଛାଡିଥିଲେ। ହ୍ବାଇଟହାଉସର ୟୁଟ୍ୟୁବ ଚ୍ୟାନେଲରେ ବାଇଡେନଙ୍କ ୱାକଆଉଟର ଭିଡିଓ ଅପଲୋଡ କରାଯାଇଥିଲା, ଯାହାକୁ ୪ ମିଲିୟନରୁ ଅଧିକ ଥର ଦେଖାଯାଇଛି।
ଯେତେବେଳେ ବାଇଡେନ ଏକ ସ୍ଥିର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ବଜାୟ ରଖିବା ଏବଂ ଐତିହାସିକ ଅର୍ଥନୈତିକ ସଂସ୍କାର ପାଇଁ ପଦକ୍ଷେପ ନେବା ଆବଶ୍ୟକ ବୋଲି କହିଥିଲେ, ଯେତେବେଳେ ଜଣେ ଖବରଦାତା ପଚାରିଥିଲେ,ଆପଣ ଆଶା କରୁଛନ୍ତି କି ଅନ୍ୟ ବ୍ୟାଙ୍କଗୁଡିକ ସିଲିକନ ଭ୍ୟାଲି ବ୍ୟାଙ୍କ ଭଳି ବିଫଳ ହେବେ? ଆପଣ ଆମେରିକୀୟମାନଙ୍କୁ ନିଶ୍ଚିତ କରିପାରିବେ କି ଆଗକୁ ଏହା ଘଟିବ ନାହିଁ? ଏହି ପ୍ରଶ୍ନର ଉତ୍ତର ନ ଦେଇ ବାଇଡେନ ସେଠାରୁ ପଳାଇ ଯାଇଥିଲେ।
ଆମେରିକାର ରାଷ୍ଟ୍ରପତି ଖବରଦାତାଙ୍କ ଉତ୍ତର ନ ଦେଇ ଚାଲିଯିବା ଏହା ନୂଆ ଘଟଣା ନୁହେଁ। ଚାଇନା ଗୁପ୍ତଚର ବେଲୁନ ଘଟଣା ସମ୍ପର୍କରେ ମନ୍ତବ୍ୟ ଦେବାକୁ ବାଇଡେନ ମନା କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଦ୍ରା ବ୍ୟବହାର କମାଇଲା ଇରାନ

ଦୁବାଇ,୬ା୩: ଇରାନରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ସେଠାରେ କାଗଜ ମୁଦ୍ରା ବ୍ୟବହାର ଯଥା ସମ୍ଭବ କମାଇବା ପାଇଁ ସରକାର ଦେଶବାସୀଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ଇରାନରେ...

ଜିନ୍‌ପିଙ୍ଗ୍‌ଙ୍କ ଚେତାବନୀ, ଶୀତଳ ଯୁଦ୍ଧ ସ୍ଥିତି ସୃଷ୍ଟି ହେବା ଉଚିତ ନୁହେଁ…

ବେଜିଂ,୧୧।୧୧: ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଗୁରୁବାର ଚେତାବନୀ ଦେଇଛନ୍ତି ଯେ ଶୀତଳ ଯୁଦ୍ଧ ଭଳି ସ୍ଥିତି ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ସୃଷ୍ଟି ହେବା ଉଚିତ...

ବୁର୍କିନା ଫାସୋରେ ଜିହାଦି ଗୋଷ୍ଠୀଙ୍କ ଆକ୍ରମଣ, ୮ ଯବାନ ସମେତ ୧୪ ମୃତ…

ଔଗାଡୋଗୁ,୨୩।୧୧ : ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରେ ଜିହାଦି ଗୋଷ୍ଠୀ ଦୁଇଟି ପୃଥକ ପୃଥକ ଆକ୍ରମଣ କରିଛନ୍ତି। ଏଥିରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି।...

ରୋହିଙ୍ଗ୍ୟା ସମସ୍ୟା: ବିଶ୍ୱ ସମୁଦାୟର ସହଯୋଗ ଲୋଡିଲା ଜାତିସଂଘ

ଜେନେଭା,୨୭।୪: ବାଂଲାଦେଶରେ କୋକ୍ସ୍‌ ବଜାର ଶରଣାର୍ଥୀ ଶିବିରରେ ଥିବା ରୋହିଙ୍ଗ୍ୟାଙ୍କ ସହାୟତା ପାଇଁ ଜାତିସଂଘ ପକ୍ଷରୁ ବିଶ୍ୱ ସମୁଦାୟର ସହଯୋଗ ଲୋଡ଼ାଯାଇଛି। ଏଠାରେ ୭ ଲକ୍ଷରୁ...

ଚାଇନା ବିମାନକୁ ତାଇଓ୍ବାନ ଖସାଇବା ଖବର ମିଛ: ଚାଇନା

ବେଜିଂ,୪।୯: ଚାଇନାର ଏକ CCP SU-35 ବିମାନକୁ ତାଇଓ୍ବାନ ଖସାଇ ଦେଇଥିବା ଖବର ଶୁକ୍ରବାର ସକାଳେ ବିଭିନ୍ନ ଗଣ ମାଧ୍ୟମରେ ଦେଖିବାକୁ ମିଳିଥିଲା। ହେଲେ ଏହି...

ଜିନପିଙ୍ଗଙ୍କ ସହିତ ଚାଇନାର ଲୋକପ୍ରିୟତା ହ୍ରାସ ପାଉଛି, ରିପୋର୍ଟ…

ଓ୍ବାଶିଂଟନ/ବେଜିଂ, ୧୨।୭ : ପୃଥିବୀରେ ଚାଇନାର ଲୋକପ୍ରିୟତା କମିବାରେ ଲାଗିଛି। ସେହିପରି ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଲୋକପ୍ରିୟତାରେ ମଧ୍ୟ ହ୍ରାସ ଘଟୁଛି। ଏସମ୍ପର୍କିତ ଏକ ରିପୋର୍ଟ...

ଭାରତରୁ ଆସୁଥିବା ଲୋକଙ୍କ ପ୍ରତି ରୋକ ଲଗାଇଲା ଏହି ଦେଶ, କହିଲା ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ

କାନ୍‌ବେରା,୨।୫: ଭାରତରେ ବର୍ତ୍ତମାନ କରୋନା ସଂକ୍ରମଣ ବଢ଼ିଚାଲିଛି। ପ୍ରତିଦିନ ଲକ୍ଷଲକ୍ଷ ନୂଆ ମାମଲା ସାମ୍ନାକୁ ଆସୁଛି। ଏହାକୁ ଦୃଷ୍ଟିରେ ରଖି ବିଶ୍ୱର କେତେକ ଦେଶ ନିଜ...

୭୫ ବର୍ଷ ପରେ ବିସ୍ଫୋରଣ ହେଲା ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବ୍ୟବହୃତ ସବୁଠାରୁ ବଡ଼ ବୋମା

ପୋଲାଣ୍ଡରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ୟବହୃତ ହୋଇଥିବା ସବୁଠାରୁ ବଡ଼ ବୋମା ୭୫ ବର୍ଷ ପରେ ବିସ୍ଫୋରଣ ଘଟିଛି। ନୌସେନାମାନେ ଏହାକୁ ଡିଫ୍ୟୁଜ୍‌ କରିବାକୁ ଚେଷ୍ଟା...

Advertisement
Archives

Model This Week