Posted inଖେଳ

ଷ୍ଟାଡିୟମରେ ଗର୍ଲଫ୍ରେଣ୍ଡଙ୍କୁ ଆଣ୍ଠୁମାଡି ପ୍ରପୋଜ କଲେ ଏହି କ୍ରିକେଟର୍‌

ଦୁବାଇ,୧।୯: ଏସିଆ କପ୍‌ର ଏକ ମ୍ୟାଚ୍‌ରେ ହଂକଂ ଦଳକୁ ୪୦ ରନ୍‌ରେ ପରାସ୍ତ କରିଛି ଭାରତ। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ୨ ଉଇକେଟ ହରାଇ ୧୯୨ ରନ ସଂଗ୍ରହ କରିଥିଲା। ଏହି ଟାର୍ଗେଟକୁ ପଛରେ ପକାଇ ହଂକଂ ଦଳ ୨୦ ଓଭରରେ ୫ ଉଇକେଟ୍‌ ହରାଇ ୧୫୨ ରନ୍‌ କରିଥିଲା। ହଂକଂ ପାଇଁ ବାବର ହୟାତ୍‌ ସର୍ବାଧିକ ୪୧ ରନ ସଂଗ୍ରହ କରିଥିଲେ। ତାଙ୍କ ବ୍ୟତୀତ ଦଳର ଉପ-ଅଧିନାୟକ କିଞ୍ଚିତ ଶାହା ମଧ୍ୟ ୩୦ ରନ ସଂଗ୍ରହ କରିଥିଲେ। କିଞ୍ଚିତ ମ୍ୟାଚ ପରେ ସମସ୍ତଙ୍କ ହୃଦୟ ଜିତିଥିଲେ।
ଭାରତୀୟ ଦ୍ରୁତ ବୋଲର ଦୀପକ ଚହରଙ୍କ ଭଳି ମ୍ୟାଚ ପରେ କିଞ୍ଚିତ ଶାହା ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ଆଣ୍ଠୁମାଡି ପ୍ରପୋଜ କରି ହୀରା ମୁଦି ପିନ୍ଧାଇଥିଲେ। ତାଙ୍କ ପ୍ରେମିକା ମଧ୍ୟ ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ତାଙ୍କ ପ୍ରସ୍ତାବକୁ ଗ୍ରହଣ କରିଥିଲେ। କିଞ୍ଚିଟ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ କରୁଥିବା ଭିଡିଓ ଷ୍ଟାଡିୟମର ବଡ ପରଦାରେ ଦେଖାଯାଇଥିଲା, ଦର୍ଶକମାନେ ମଧ୍ୟ ଆନନ୍ଦରେ ପାଟି କରିବାକୁ ଲାଗିଲେ। ବିରାଟ କୋହଲିଙ୍କ ମୁହଁରେ ମଧ୍ୟ ହସ ଥିଲା। ଗତ ଆଇପିଏଲ ସମୟରେ ଦୀପକ ଚହର ଷ୍ଟାଡିୟମରେ ତାଙ୍କ ଗର୍ଲଫ୍ରେଣ୍ଡ ଜୟା ଭରଦ୍ୱାଜଙ୍କୁ ପ୍ରପୋଜ କରିଥିଲେ।
କିଞ୍ଚିତ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ୩ ମାସ ହୋଇଥିବାବେଳେ ପରିବାର ସହିତ ହଂକଂ ଯାଇଥିଲେ। ତାଙ୍କ ପିତା ଦେବଙ୍ଗ ଶାହା ଜଣେ ହୀରା ବ୍ୟବସାୟୀ ଏବଂ ତାଙ୍କର ଅନେକ ଦେଶରେ ହୀରା ବ୍ୟବସାୟ ରହିଛି। ଏହା ସହିତ ସେ କ୍ରିକେଟକୁ ମଧ୍ୟ ବହୁତ ଭଲ ପାଆନ୍ତି। ସେ ହଂକଂରେ ଏକ କ୍ରିକେଟ କ୍ଲବ ଚଳାନ୍ତି ଏବଂ ହଂକଂର ଟି-୨୦ ବ୍ଲିଜ ଟୁର୍ନାମେଣ୍ଟରେ ଏକ ଦଳ କିଣିଛନ୍ତି। କିଞ୍ଚିତ ମଧ୍ୟ ଭାରତ ପାଇଁ ଖେଳିବାକୁ ଚାହୁଁଥିଲେ। କିନ୍ତୁ, ତାଙ୍କର ସ୍ବପ୍ନ ପୂରଣ ହୋଇପାରିଲା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri